ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପରୀକ୍ଷା ଯୋଦ୍ଧାଙ୍କ ଅନ୍ତଃଦୃଷ୍ଟି ଏବଂ ପିପିସିରେ ସକି୍ରୟ ଯୋଗଦାନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 11 JAN 2023 8:00PM by PIB Bhubaneswar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ଦ୍ୱାରା ହୋଇଥିବା ଏକ ଟ୍ୱିଟର ପ୍ରତିକି୍ରୟା ଦେଇଛନ୍ତି, ଯେଉଁଥିରେ ଓଡ଼ିଶାର ଜେଏନଭି ଢେଙ୍କାନାଳ ଛାତ୍ରୀ କେଏମ. ଶିବାଙ୍ଗୀ ‘ପରୀକ୍ଷା ପେ ଚର୍ଚ୍ଚା’ ଉପରେ ନିଜର ମତାମତ ପ୍ରଦାନ କରିଛନ୍ତି ।

ଏନଭିଏସ ଦ୍ୱାରା ହୋଇଥିବା ଏକ ଟ୍ୱିଟରେ ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ପରୀକ୍ଷା ଚାପକୁ ଦୂର କରିବା ପାଇଁ ଉପାୟ ଉପରେ ମୋତେ ପରୀକ୍ଷା ଯୋଦ୍ଧାମାନଙ୍କ ଠାରୁ ଅନେକ ମଜାଦାର ଅନ୍ତଃଦୃଷ୍ଟି ପ୍ରାପ୍ତ ହୋଇଛି । ସମଗ୍ର ଭାରତର ଏଭଳି ସକି୍ରୟ ଅଂଶଗ୍ରହଣ ଦେଖି ମୋତେ ବହୁତ ଖୁସି ଲାଗୁଛି ।’’

 

SR


(ରିଲିଜ ଆଡି: 1890505) ପରିଦର୍ଶକ କାଉଣ୍ଟର : 125