ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୭ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ସୁରିନାମ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 09 JAN 2023 4:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଅବସରରେ ସୁରିନାମ ରାଷ୍ଟ୍ରପତି ମହାମହିମ ଚନ୍ଦ୍ରିକାପେରସାଦ ସନ୍ତୋଖିଙଅକୁ ଭେଟିଛନ୍ତି । । ଜାନୁୟାରୀ ୭ରୁ ୧୪, ୨୦୨୩ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ସନ୍ତୋଖି ୧୭ତମ ପିବିଡିର ସ୍ୱତନ୍ତ୍ର ଅତିଥି ହୋଇଛନ୍ତି ।

ବୈଠକରେ ଉଭୟ ନେତା ଦୁଇ ପକ୍ଷର ସ୍ୱାର୍ଥ ସମ୍ବଳିତ ହାଇଡ୍ରୋକାର୍ବନ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଡିଜିଟାଲ ଉପକ୍ରମ ଓ ଆଇସିଟି ଏବଂ ଦକ୍ଷତା ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି ।

ସୁରିନାମ ନେଇଥିବା ଲାଇନ୍ସ ଅଫ କ୍ରେଡିଟ ଅନ୍ତର୍ଗତ ଋଣକୁ ଭାରତ ଦ୍ୱାରା ପୁର୍ନଗଠନକୁ ସୁରିନାମ ପ୍ରଶଂସା କରିଛି ।

ରାଷ୍ଟ୍ରପତି ସନ୍ତୋଖି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ସେ ଜାନୁୟାରୀ ୧୦, ୨୦୨୩ରେ ଉଦଯାପନୀ ଅଧିବେଶନରେ ଯୋଗ ଦେବା ସହ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ସମାରୋହରେ ଭାଗ ନେବେ । ସେ ଇନ୍ଦୋର ଠାରେ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୩ରେ ମଧ୍ୟ ଭାଗ ନେବେ । ପରେ ସେ ଅହମ୍ମଦାବାଦ ଓ ନୂଆଦିଲ୍ଲୀ ମଧ୍ୟ ଗସ୍ତ କରିବେ ।

 

SR



(Release ID: 1889860) Visitor Counter : 120