ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଶ୍ରୀ ଇମାନୁଏଲ୍ ବୋନେ
Posted On:
08 JAN 2023 9:28AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୫ ଜାନୁୟାରୀ ୨୦୨୩ ରେ ସାକ୍ଷାତ କରିଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍ଙ୍କ କୂଟନୈତିକ ପରାମର୍ଶଦାତା ଶ୍ରୀ ଇମାନୁଏଲ୍ ବୋନେ ।
ପ୍ରଧାନମନ୍ତ୍ରୀ ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ସମେତ ସେମାନଙ୍କର ରଣନୈତିକ ଭାଗିଦାରୀ ଆଦି ବିଭିନ୍ନ ଡୋମେନରେ ଘନିଷ୍ଠ ସହଯୋଗ ଉପରେ ଆଲୋକପାତ କରିଥିଲେ । ଭାରତର ଜି -୨୦ ଅଧ୍ୟକ୍ଷତା ପାଇଁ ଫ୍ରାନ୍ସର ସମର୍ଥନକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।
ଶ୍ରୀ ବୋନେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ବନ୍ଧୁତ୍ୱର ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଏବଂ ଦିନକ ପୂର୍ବରୁ ଏନଏସଏ ଶ୍ରୀ ଅଜିତ ଡୋଭାଲଙ୍କ ସହ ଅନୁଷ୍ଠିତ ତାଙ୍କର ରଣନୀତିକ ଆଲୋଚନା ବିଷୟରେ ସୂଚନା ଦେଇଥିଲେ ।
ଶକ୍ତି ଏବଂ ସଂସ୍କୃତି ସହିତ ପାରସ୍ପରିକ ଆଗ୍ରହ ଏବଂ ସହଯୋଗର ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ବାଲି ଠାରେ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ସହ ହୋଇଥିବା ସାକ୍ଷାତକାରକୁ ପ୍ରଧାନମନ୍ତ୍ରୀ ମନେ ପକାଇ ଭାରତ ଗସ୍ତ ପାଇଁ ରାଷ୍ଟ୍ରପତି ମାକ୍ରୋନ୍ଙ୍କୁ ଆମନ୍ତ୍ରଣ ଜଣାଇଥିଲେ । ଶ୍ରୀ ବୋନେ କହିଛନ୍ତି ଯେ ରାଷ୍ଟ୍ରପତି ମାକ୍ରୋନ୍ ତାଙ୍କର ଭାରତ ଗସ୍ତକୁ ଅପେକ୍ଷା କରିଛନ୍ତି ।
HS
(Release ID: 1889507)
Visitor Counter : 121
Read this release in:
Bengali
,
English
,
Urdu
,
Hindi
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam