କ୍ୟାବିନେଟ

କ୍ୟାବିନେଟ୍ ୧୫ ତମ ଅର୍ଥ ଆୟୋଗ (୨୦୨୨- ୨୩ ରୁ ୨୦୨୫- ୨୬)ର ଅବଶିଷ୍ଟ ଅବଧି ପାଇଁ ୧୨୮୮୨.୨ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ଉତ୍ତର ପୂର୍ବ ଅଂଚଳର ବିକାଶ ମନ୍ତ୍ରଣାଳୟର ଯୋଜନା ଗୁଡିକୁ ଜାରି ରଖିବାକୁ ଅନୁମୋଦନ କରିଛନ୍ତି

Posted On: 05 JAN 2023 9:56PM by PIB Bhubaneshwar

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌, ୧୫ ତମ ଅର୍ଥ ଆୟୋଗ (୨୦୨୨- ୨୩ ରୁ ୨୦୨୫- ୨୬)ର ଅବଶିଷ୍ଟ ଅବଧି ପାଇଁ ୧୨୮୮୨.୨ କୋଟି ଟଙ୍କାର  ବ୍ୟୟ ଅଟକଳ ସହିତ ଉତ୍ତର ପୂର୍ବ ଅଂଚଳର ବିକାଶ ମନ୍ତ୍ରଣାଳୟର ଯୋଜନା ଗୁଡିକୁ ଜାରି ରଖିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ବ୍ୟୟ ଅଟକଳ ଆର୍ôଥକ କମିଟି (ଇଏଫସି)ର ସୁପାରିସ ଗୁଡିକ ଉପରେ ଆଧାର କରି ଉତ୍ତର ପୂର୍ବ ସ୍ୱତନ୍ତ୍ର ଭିତ୍ତିଭୂମି ସଂରଚନା ଯୋଜନା (ଏନ୍‌ଇଏସ୍‌ଆଇଡିଏସ୍‌) ପାଇଁ ଚାଲୁଥିବା ପ୍ରକଳ୍ପର ପ୍ରତିଶ୍ରୁତିବଦ୍ଧ ଦାୟିତ୍ୱ ଗୁଡିକୁ ପୂରଣ କରିବା ପାଇଁ ବ୍ୟୟ ଅଟକଳ ୮୧୩୯.୫ କୋଟି ଟଙ୍କା ହେବ ।  ‘ଏନ୍‌ଇସିର ଯୋଜନା ଗୁଡିକ' ପାଇଁ ଚାଲୁ ରହିଥିବା ପ୍ରତିବଦ୍ଧ ଦାୟିତ୍ୱ ଗୁଡିକ ସମେତ ବ୍ୟୟ ଅଟକଳ ୩୨୦୨.୭ କୋଟି ଟଙ୍କା ହେବ । ଆସାମରେ ବିଟିସି, ଡିଏଚ୍‌ଏଟିସି ଏବଂ କେଏଏଟିସି ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ନିମନ୍ତେ ବ୍ୟୟ ଅଟକଳ ହେଉଛି ୧୫୪୦ କୋଟି ଟଙ୍କା (ବିଟିସି - ୫୦୦ କୋଟି ଟଙ୍କା, କେଏଏଟିସି - ୭୫୦ କୋଟି ଟଙ୍କା ଏବଂ ବିଟିସି, ଡିଏଚ୍‌ଏଟିସି ଓ କେଏଏଟିସିର ପୁରୁଣା ପ୍ୟାକେଜ୍ - ୨୯୦ କୋଟି ଟଙ୍କା) ଅଟେ । ଏନ୍‌ଇଏସ୍‌ଆଇଡିଏସ୍ , ୧୦୦% କେନ୍ଦ୍ରୀୟ ପାଣ୍ଠି ସହିତ ଏକ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ଅଟେ, ଯେଉଁଥିରେ ଦୁଇଟି ଉପାଦାନ - ଏନ୍‌ଇଏସ୍‌ଆଇଡିଏସ୍ (ସଡକ) ଏବଂ ଏନ୍‌ଇଏସ୍‌ଆଇଡିଏସ୍ (ସଡକ ଭିତ୍ତିଭୂମି ସଂରଚନା ବ୍ୟତୀତ)କୁ ମିଶାଇ ପୁନଃ ସଂରଚନା କରାଯାଇଛି ।

ମନ୍ତ୍ରଣାଳୟର ନୂତନ ଯୋଜନା "ଉତ୍ତର ପୂର୍ବ ଅଂଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପଦକ୍ଷେପ - ପିଏମ-ଡିଭାଇନ୍‌’ (୬,୬୦୦ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ)କୁ ପୂର୍ବରୁ ଅକ୍ଟୋବର - ୨୦୨୨ ରେ ପୃଥକ ଭାବରେ ଅନୁମୋଦିତ କରା ଯାଇଛି, ଯାହା ଅଧୀନରେ ବିଶାଳ ଏବଂ ଅଧିକ ପ୍ରଭାବ ବିସ୍ତାରକାରୀ ପ୍ରସ୍ତାବ ଭିତ୍ତିଭୂମି ସଂରଚନା, ସାମାଜିକ ବିକାଶ ଏବଂ ଜୀବିକା କ୍ଷେତ୍ର ଗୁଡିକୁ ନିଆ ଯାଇଥାଏ ।

ଏମ୍‌ଡିଓଏନ୍‌ଇଆର୍‌ର ଯୋଜନା ଗୁଡିକର ଉଦ୍ଦେଶ୍ୟ ହେଉଛି ଗୋଟିଏ ପଟେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକର ପ୍ରୟାସକୁ ଏବଂ ଅନ୍ୟ ପଟେ ଉତ୍ତର ପୂର୍ବ ଅଂଚଳ ରାଜ୍ୟ ଗୁଡିକରେ ପରିସରଭୁକ୍ତ କରା ଯାଇ ନଥିବା ବିକାଶ / କଲ୍ୟାଣ ମୂଳକ କାର୍ଯ୍ୟକଳାପର  ପରିପୂରଣ କରିବା । ଅନୁଭବ କରାଯାଉଥିବା ଆବଶ୍ୟକତା ଅନୁସାରେ ଏମ୍‌ଡିଓଏନ୍‌ଇଆର୍‌ର ଯୋଜନା ଗୁଡିକ ପ୍ରକଳ୍ପ ଗୁଡିକୁ ହାତକୁ ନେଇ ଆଠଟି ଉତ୍ତର ପୂର୍ବାଂଚଳ ରାଜ୍ୟକୁ ସେମାନଙ୍କ ଦ୍ୱାରା ଅନୁଭୂତ ଆବଶ୍ୟକତା ଅନୁଯାୟୀ ରହିଥିବା ବ୍ୟବଧାନକୁ ପୂରଣ କରିବା ନିମନ୍ତେ ସହାୟତା ପ୍ରଦାନ କରିବାରେ ସାହାଯ୍ୟ କରେ - ଉଦାହରଣ ସ୍ୱରୂପ, ସଂଯୋଗ ଏବଂ ସାମାଜିକ କ୍ଷେତ୍ରର ଅଭାବକୁ ଦୂର କରିବା ପାଇଁ ଭିତ୍ତିଭୂମି ସଂରଚନାର ବିକାଶ କରିବା ତଥା ଏହି ଅଂଚଳରେ ଜୀବିକାର୍ଜନ ଏବଂ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବା ।

୧୫ଶ ଅର୍ଥ କମିଶନର ଶେଷ ଅବଧି ଅର୍ଥାତ୍ ୨୦୨୫ -୨୬ ବିତ୍ତୀୟ ବର୍ଷ ପର୍ଯ୍ୟନ୍ତ ଅନୁମୋଦିତ ଯୋଜନା ଗୁଡିକର ସମ୍ପ୍ରସାରଣ, ପ୍ରକଳ୍ପ ଚୟନ ଦୃଷ୍ଟିରୁ ଯୋଜନା ଗୁଡିକର କାର୍ଯ୍ୟକାରିତା ପାଇଁ ଉତ୍ତମ ଯୋଜନାକୁ ସକ୍ଷମ କରାଇବ, ପ୍ରକଳ୍ପ ମଞ୍ଜୁରୀର ସମ୍ମୁଖ ଭାଗକୁ ଅଗ୍ରସର କରାଇବ , ଏବଂ ସେହି ଯୋଜନା ଅବଧି ମଧ୍ୟରେ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରିବ ।

 ୨୦୨୫ - ୨୬ ସୁଦ୍ଧା ଅଧିକରୁ ଅଧିକ ସଂଖ୍ୟକ ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରାଯିବ ଯାହା ଦ୍ୱାରା ଏହି ବର୍ଷ ପରେ ସର୍ବନିମ୍ନ ପ୍ରତିବଦ୍ଧ ଦାୟିତ୍ୱ ରହିବ । ତେଣୁ, ୨୦୨୨ - ୨୩ ଏବଂ ୨୦୨୩ - ୨୪ରେ  ଯୋଜନା ଗୁଡିକ ମୁଖ୍ୟ ରୂପରେ ନୂତନ ମଞ୍ଜୁରୀ ଲାଭ କରିବେ ; ଯେତେବେଳେ କି  ୨୦୨୪ - ୨୫ ଏବଂ ୨୦୨୫ - ୨୬ ମଧ୍ୟରେ ଖର୍ଚ୍ଚ ଜାରି ରହିବ । ଚାଲୁ ରହିଥିବା ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ଗୁଡିକୁ ଶେଷ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ।

ଆତ୍ମନିର୍ଭରଶୀଳ ଭାରତ ପାଇଁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ପାଂଚଟି ସ୍ତମ୍ଭ ଯଥା ଅର୍ଥ ବ୍ୟବସ୍ଥା, ଭିତ୍ତିଭୂମି ସଂରଚନା, ବ୍ୟବସ୍ଥା୍‌, ଚଳଚଂଚଳ ଜନସଂଖ୍ୟ। ଏବଂ ଚାହିଦାକୁ ଏହି ଯୋଜନା ଜରିଆରେ ପ୍ରୋତ୍ସାହନ ମିଳିବ ।

ଉତ୍ତର ପୂର୍ବାଂଚଳର ବିକାଶକୁ ସରକାର ଏକ ପ୍ରମୁଖ ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗତ ୮ ବର୍ଷ ମଧ୍ୟରେ ୫୦ ରୁ ଅଧିକ ଥର ଉତ୍ତର ପୂର୍ବ ଅଂଚଳ ଗସ୍ତ କରିଥିବା ବେଳେ ୭୪ ଜଣ ମନ୍ତ୍ରୀ ମଧ୍ୟ ୪୦୦ ରୁ ଅଧିକ ଥର ଉତ୍ତର- ପୂର୍ବାଂଚଳ ଗସ୍ତ କରିଛନ୍ତି ।

ପୂର୍ବରୁ ଉତ୍ତର-ପୂର୍ବ ଅଂଚଳ ଅଶାନ୍ତି, ବିସ୍ଫୋରଣ, ବନ୍ଦ ଇତ୍ୟାଦି ପାଇଁ ଜଣାଶୁଣା ଥିଲା , କିନ୍ତୁ ଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଅଂଚଳରେ ଶାନ୍ତି ପ୍ରତିଷ୍ଠା କରାଯାଇଛି ।

ଉଗ୍ରବାଦ ଘଟଣା ଗୁଡିକ କ୍ଷେତ୍ରରେ ୭୪%  ହ୍ରାସ ଘଟିଛି, ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଘଟଣାରେ ୬୦% ହ୍ରାସ ଦେଖା ଦେଇଛି ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁରେ ୮୯%  ହ୍ରାସ ଘଟିଛି । ପ୍ରାୟ ୮,୦୦୦ ଯୁବକ ଆତ୍ମସମର୍ପଣ କରିଛନ୍ତି ଏବଂ ନିଜର ତଥା ପରିବାର ପାଇଁ ଏକ ଉତ୍ତମ ଭବିଷ୍ୟତକୁ ସ୍ୱାଗତ କରି ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଛନ୍ତି ।

ଆହୁରି ମଧ୍ୟ, ୨୦୧୯ ରେ ତ୍ରିପୁରାର ଜାତୀୟ ମୁକ୍ତି ସାମ୍ମୁଖ୍ୟ ସହିତ ରାଜିନାମା, ୨୦୨୦ ରେ ବିଆର୍‌ୟୁ ଏବଂ ବୋଡୋ ଚୁକ୍ତି ଏବଂ ୨୦୨୧ ରେ କାର୍ବି ଚୁକ୍ତିନାମା ଉପରେ ସହମତି ହାସଲ କରାଯାଇଛି । ଆସାମ- ମେଘାଳୟ ଏବଂ ଆସାମ- ଅରୁଣାଚଳ ସୀମା ବିବାଦ ମଧ୍ୟ ପ୍ରାୟତଃ ସମାପ୍ତ ହୋଇଛି ଏବଂ ଶାନ୍ତିର ପୁନରୁଦ୍ଧାର ସହିତ ଉତ୍ତର-ପୂର୍ବ ଅଂଚଳ ବିକାଶ ପଥରେ ଗତି କରିଛି ।

୨୦୧୪ ପର ଠାରୁ, ଆମେ ଏହି ଅଂଚଳ ନିମନ୍ତେ ବଜେଟ୍ ଆବଂଟନରେ ବ୍ୟାପକ ବୃଦ୍ଧି ଦେଖିଛୁ । ୨୦୧୪ ପର ଠାରୁ ଏହି ଅଂଚଳ ପାଇଁ ୪ ଲକ୍ଷ କୋଟିରୁ ଅଧିକ ଅର୍ଥ ଆବଂଟନ କରାଯାଇଛି ।

ଏମ୍‌ଡିଓଏନ୍‌ଇଆର୍ ଯୋଜନା ଅଧୀନରେ ଗତ ୦୪ ବର୍ଷରେ ପ୍ରକୃତ ଖର୍ଚ୍ଚ ୭୫୩୪.୪୬ କୋଟି ଟଙ୍କା ହୋଇଥିଲା, ଯେତେବେଳେ କି, ଆସନ୍ତା ଚାରି ବର୍ଷ ମଧ୍ୟରେ ୨୦୨୫ - ୨୬ ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ଉପଲବ୍ଧ ପାଣ୍ଠି ହେଉଛି ୧୯୪୮୨.୨୦ କୋଟି  ଟଙ୍କା (ପାଖାପାଖି ୨.୬୦ ଗୁଣ) ।

ଏହି ଅଂଚଳର ଭିତ୍ତିଭୂମି ବିକାଶ ପାଇଁ ବ୍ୟାପକ ଉଦ୍ୟମ କରାଯାଇଛି । ସଂଯୋଗୀକରଣର ଉନ୍ନତି ଉପରେ ମୁଖ୍ୟ ଧ୍ୟାନ ଦିଆଯାଇଛି ।

ରେଳ ସଂଯୋଗର ଉନ୍ନତି ପାଇଁ ୨୦୧୪  ଠାରୁ ବର୍ତ୍ତମାନ ସୁଦ୍ଧା ୫୧,୦୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।  ୧୯ଟି ପ୍ରକଳ୍ପ ଗୁଡିକ ନିମନ୍ତେ ୭୭,୯୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

୨୦୦୯ - ୧୪ ହାରାହାରି ବାର୍ଷିକ ବଜେଟ୍ ଆବଂଟନ ୨,୧୨୨ କୋଟି ଟଙ୍କା ତୁଳନାରେ, ଗତ ୮ ବର୍ଷ ମଧ୍ୟରେ ହାରାହାରି ବାର୍ଷିକ ବଜେଟ୍ ଆବଂଟନରେ ୩୭୦% ବୃଦ୍ଧି ଘଟିଛି, ଯାହା ସମୁଦାୟ ୯,୯୭୦ କୋଟି ଟଙ୍କା ରହିଛି ।

ସଡକ ସଂଯୋଗରେ ଉନ୍ନତି ଆଣିବା ପାଇଁ ୩୭୫ ଟି ପ୍ରକଳ୍ପ ମାଧ୍ୟମରେ ୧.୦୫ ଲକ୍ଷ କୋଟି ଟଙ୍କାର କାମ ଚାଲିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ୨୦୯ ଟି ପ୍ରକଳ୍ପ ଅଧୀନରେ ସରକାର ୯,୪୭୬ କିଲୋମିଟର ରାସ୍ତା ନିର୍ମାଣ କରିବେ । ଏଥିପାଇଁ କେନ୍ଦ୍ର ସରକାର ୧,୦୬,୦୦୪ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ବିମାନ ପଥ ସଂଯୋଗରେ ମଧ୍ୟ ବ୍ୟାପକ ଉନ୍ନତି ହୋଇଛି । ଗତ ୬୮ ବର୍ଷ ମଧ୍ୟରେ ଉତ୍ତର ପୂର୍ବରେ କେବଳ ୯ ଟି ବିମାନ ବନ୍ଦର ଥିଲା, ଏହା ଆଠ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ୧୭ କୁ ବୃଦ୍ଧି ପାଇଛି ।

ଆଜିକା ଦିନରେ ୨୦୧୪ ଠାରୁ (ବର୍ଷକୁ ବର୍ଷ) ଉତ୍ତର ପୂର୍ବରେ ବିମାନ ଚଳାଚଳ ୧୧୩%  ବୃଦ୍ଧି ପାଇଛି । ବିମାନ ସଂଯୋଗକୁ ଆହୁରି ବୃଦ୍ଧି କରିବାକୁ, ଉତ୍ତର ପୂର୍ବ ଅଞ୍ଚଳରେ ବେସାମରିକ ବିମାନ ଚଳାଚଳ ପାଇଁ ୨,୦୦୦ କୋଟି ଟଙ୍କା ବିନିଯୋଗ ହେବ ।

ଟେଲିକମ୍ ସଂଯୋଗୀକରଣର ଉନ୍ନତି ପାଇଁ, ୨୦୧୪ ଠାରୁ, ୧୦% ଜିବିଏସ୍ ଅଧୀନରେ ୩୪୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କ୍ୟାବିନେଟ୍ ମଧ୍ୟ ଉତ୍ତର ପୂର୍ବାଂଚଳର ୪,୫୨୫ ଗାଁରେ ୪ଜି ସଂଯୋଗକୁ ଅନୁମୋଦନ କରିଛି । ୨୦୨୩ ଶେଷ ସୁଦ୍ଧା ଏହି ଅଂଚଳରେ ସମ୍ପୂର୍ଣ୍ଣ ଟେଲିକମ୍ ସଂଯୋଗ ଯୋଗାଇବା ପାଇଁ କେନ୍ଦ୍ର ସରକାର ୫୦୦ଦିନର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ଜଳପଥ ଉତ୍ତର ପୂର୍ବର ଜୀବନ ଏବଂ ସଂସ୍କୃତି ପାଇଁ ଅବିଚ୍ଛେଦ୍ୟ ଅଟେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ୨୦୧୪ ପୂର୍ବରୁ ଉତ୍ତର ପୂର୍ବାଂଚଳରେ କେବଳ ୧ ଜାତୀୟ ଜଳପଥ ଥିଲା ।  ବର୍ତ୍ତମାନ ଉତ୍ତର ପୂର୍ବାଂଚଳରେ  ୧୮ ଟି ଜାତୀୟ ଜଳପଥ ଅଛି । ସମ୍ପ୍ରତି ଜାତୀୟ ଜଳପଥ ୨ ଏବଂ ଜାତୀୟ ଜଳପଥ ୧୬ ର ବିକାଶ ପାଇଁ ୬୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ପାଖାପାଖି ୨୦୧୪ ରୁ ୨୦୨୧ ମଧ୍ୟରେ ଉତ୍ତର ପୂର୍ବାଂଚଳରେ ଦକ୍ଷତା ବିକାଶ ଭିତ୍ତିଭୂମି ସଂରଚନାକୁ ପ୍ରୋତ୍ସାହିତ କରିବା ଏବଂ ପୂର୍ବରୁ ରହିଥିବା ସରକାରୀ ଆଇଟିଆଇ ଗୁଡିକୁ ମଡେଲ ଆଇଟିଆଇରେ ଅଧୁନାତନ କରିବା ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୯୩ ଟି ନୂତନ ଦକ୍ଷତା ବିକାଶ ପ୍ରତିଷ୍ଠାନ ସ୍ଥାପନ କରାଯାଇଛି । ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ଭାବରେ ୮୧.୮୩ କୋଟି ଖର୍ଚ୍ଚ ହୋଇଛି । ବିଭିନ୍ନ ଯୋଜନା ଗୁଡିକ ଅଧୀନରେ ସମୁଦାୟ ୧୬,୦୫,୮୦୧ ଲୋକ ମାନଙ୍କୁ କୁଣଳୀ କରାଯାଇଛି ।

ଉଦ୍ୟୋଗ ବିକାଶକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା ଅଧୀନରେ ଏମ୍‌ଏସ୍‌ଏମ୍‌ଇକୁ ପ୍ରୋତ୍ସାହନ ଦିଆଯାଇଛି । ୯୭୮ ୟୁନିଟ୍ ଗୁଡିକୁ ସମର୍ଥନ / ସ୍ଥାପନା କରିବା ପାଇଁ ୬୪୫.୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଡିପିଆଇଆଇଟି ଅନୁଯାୟୀ, ଉତ୍ତର ପୂର୍ବରୁ ୩,୮୬୫ ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଥିଲା ।

ଗତ ଆଠ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ପ୍ରମୁଖ ଧ୍ୟାନ ରହି ଆସିଛି । ସରକାର ୨୦୧୪-୧୫  ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୧,୭୯୩.୮୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

କର୍କଟ ଯୋଜନାର ତୃତୀୟ ପର୍ଯ୍ୟାୟ ଯତ୍ନର ସୁଦୃଢ଼ୀକରଣ ଅଧୀନରେ ୧୯ ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ ଏବଂ ୨୦ ଟି ତୃତୀୟ ପର୍ଯ୍ୟାୟ ଚିକିତ୍ସା କର୍କଟ କେନ୍ଦ୍ରକୁ ଅନୁମୋଦନ କରାଯାଇଛି ।

ଗତ ଆଠ ବର୍ଷ ମଧ୍ୟରେ ଏହି ଅଂଚଳର ଶିକ୍ଷା ଭିତ୍ତିଭୂମି ସଂରଚନାରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରାଯାଇଛି ।

୨୦୧୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଉତ୍ତର ପୂର୍ବରେ ଉଚ୍ଚଶିକ୍ଷା ପାଇଁ ସରକାର ୧୪,୦୦୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୯୧ ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗଠନ କରାଯାଇଛି । ୨୦୧୪ ଠାରୁ ସ୍ଥାପିତ ବିଶ୍ୱବିଦ୍ୟାଳୟ ସଂଖ୍ୟାରେ ୩୯% ବୃଦ୍ଧି ଘଟିଛି । ୨୦୧୪-୧୫ ରୁ ସ୍ଥାପିତ ଉଚ୍ଚଶିକ୍ଷା କେନ୍ଦ୍ରୀୟ ସଂସ୍ଥାନରେ ୪୦% ବୃଦ୍ଧି ଘଟିଛି ।

ଫଳ ସ୍ୱରୂପ, ଉଚ୍ଚଶିକ୍ଷାରେ ମୋଟ ଛାତ୍ର ନାମଲେଖାରେ ୨୯% ବୃଦ୍ଧି ଘଟିଛି ।

ଏହି ଅଂଚଳରେ ଇନ୍ଧନ ବିକାଶକୁ ପ୍ରୋତ୍ସାହନ ଦେବା ନିମନ୍ତେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି । ୨୦୧୪-୧୫ ପରଠାରୁ ସରକାର ୩୭,୦୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଯେଉଁଥିରୁ ଏ ପର୍ଯ୍ୟନ୍ତ ୧୦,୦୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ନର୍ଥ ଇଷ୍ଟ ଗ୍ୟାସ୍ ଗ୍ରୀଡ୍ (ଏନ୍‌ଇଜିଜି) ପ୍ରକଳ୍ପ ୯,୨୬୫ କୋଟି ଟଙ୍କା ଅଟକଳରେ ଚାଲିଛି ଏବଂ ଏହା ଉତ୍ତର ପୂର୍ବାଂଚଳରେ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ସୀମାନ୍ତ ଗ୍ରାମ ଗୁଡ଼ିକୁ ଆଲୋକିତ କରିବା ପାଇଁ ୫୫୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ।

ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଏସ୍‌ଡିଜି ସୂଚକାଙ୍କ ସ୍ଥାପନ କରାଯାଇଛି । ଏସ୍‌ଡିଜି ସୂଚକାଙ୍କର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତ ହୋଇ ସାରିଛି ଏବଂ ଶୀଘ୍ର ଜାରି ହେବାକୁ ଯାଉଛି ।

***********

SSP



 

 

 



(Release ID: 1889025) Visitor Counter : 110