ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରିଟେନର ମହାମହିମ ମହାରାଜା ରାଜା ଚାର୍ଲ୍ସ ତୃତୀୟଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 04 JAN 2023 10:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ମହାମହିମ ମହାରାଜା ରାଜା ଚାର୍ଲ୍ସ ତୃତୀୟଙ୍କ ସହ ଟେଲିଫୋନରେ କଥା ହୋଇଥିଲେ ।

ସେ ବ୍ରିଟେନର ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଏହା ପ୍ରଥମ ବାର୍ତ୍ତାଳାପ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏକ ସଫଳ ରାଜତ୍ୱ ପାଇଁ ରାଜାଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।

ଟେଲିଫୋନ୍‍ ଆଲୋଚନା ସମୟରେ ଜଳବାୟୁ କାର୍ଯ୍ୟ, ଜୈବ ବିବିଧତା ସଂରକ୍ଷଣ, ଶକ୍ତି-ସ୍ଥାନାନ୍ତରଣ ପାଇଁ ଅର୍ଥନୈତିକ ସମାଧାନ ଇତ୍ୟାଦି ସହିତ ପାରସ୍ପରିକ ଆଗ୍ରହର ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା ।

ଡିଜିଟାଲ ସାମଗ୍ରୀର ପ୍ରସାର ସମେତ ଏହାର ଜି୨୦ ସଭାପତିତ୍ୱ ପାଇଁ ଭାରତର ପ୍ରାଥମିକତା ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ମିଶନ୍ ଲାଇପ୍‍ - ପରିବେଶ ପାଇଁ ଜୀବନଶୈଳୀ ପ୍ରାସଙ୍ଗିକତା ବିଷୟରେ ସେ ସ୍ପଷ୍ଟ କରିଛନ୍ତି, ଯାହା ମାଧ୍ୟମରେ ଭାରତ ପରିବେଶ ନିରନ୍ତର ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି ।

କମନୱେଲଥ୍ ଅଫ୍ ନେସନ୍ସ ଏବଂ ଏହାର କାର୍ଯ୍ୟକାରିତାକୁ କିପରି ଅଧିକ ମଜବୁତ କରାଯିବ ସେନେଇ ନେତାମାନେ ମତ ବିନିମୟ କରିଥିଲେ । ଉଭୟ ଦେଶ ମଧ୍ୟରେ “ଲିଭିଂ ବ୍ରିଜ୍‍” ଭାବରେ କାର୍ଯ୍ୟ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସମୃଦ୍ଧ କରିବାରେ ବ୍ରିଟେନରେ ଥିବା ଭାରତୀୟ ସମ୍ପ୍ରଦାୟର ଭୂମିକାକୁ ସେମାନେ ପ୍ରଶଂସା କରିଥିଲେ ।

HS



(Release ID: 1888726) Visitor Counter : 120