ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଭାରତର ସହରୀ ନବୀକରଣ ଯାତ୍ରାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ବାସଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ୨ ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛନ୍ତି

Posted On: 28 DEC 2022 4:31PM by PIB Bhubaneshwar

ପ୍ରମୁଖ ଆର୍ôଥକ ମାନଦଣ୍ଡ ଗୁଡିକରେ ସେମାନଙ୍କର ଶକ୍ତି ଆଧାରରେ ୟୁଏଲ୍‌ବି ଗୁଡ଼ିକୁ ମୂଲ୍ୟାଙ୍କନ, ମାନ୍ୟତା ପ୍ରଦାନ ଏବଂ ପୁରସ୍କାର ଦେବା ପାଇଁ ‘ସହରାଂଚଳ ଆର୍ଥିକ ସ୍ତର’ (ସିଟି ଫାଇନାନ୍ସ ରାଙ୍କିଂ) ଆରମ୍ଭ କରାଯାଇଥିଲା ।

ସୁନ୍ଦର, ଅଭିନବ ତଥା ସମାବେଶୀ ସାର୍ବଜନୀନ ସ୍ଥାନ ସୃଷ୍ଟି କରିବା ପାଇଁ ଭାରତର ସହର ଏବଂ ୱାର୍ଡ ମାନଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନଶୀଳ ପ୍ରୟାସକୁ ଉତ୍ସାହିତ ଏବଂ ସ୍ୱୀକୃତି ଦେବା ନିମନ୍ତେ ‘ସହର ସୌନ୍ଦର୍ଯ୍ୟ ପ୍ରତିଯୋଗିତା' ଲକ୍ଷ୍ୟ ରଖେ ।

"ସିଟି ଫାଇନାନ୍ସ ରାଙ୍କିଂ ୨୦୨୨' ର ଉଦ୍ଦେଶ୍ୟ ହେଉଛି ତିନୋଟି ଆର୍ଥିକ ମାନଦଣ୍ଡ, ଯଥା : ସମ୍ବଳ ସଂଗ୍ରହ କରିବା, ବ୍ୟୟ ପ୍ରଦର୍ଶନ ଏବଂ ଆର୍ôଥକ ସୁପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ଶକ୍ତି ଆଧାରରେ ୟୁଏଲ୍‌ବି ଗୁଡ଼ିକର ମୂଲ୍ୟାଙ୍କନ କରିବା, ସେମାନଙ୍କୁ ମାନ୍ୟତା ପ୍ରଦାନ କରିବା ଏବଂ ପୁରସ୍କାର ପ୍ରଦାନ କରିବା ବୋଲି କେନ୍ଦ୍ର ବାସଗୃହ ଓ ସହରାଂଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହାର୍ଦ୍ଦିକ ପୁରୀ କହିଛନ୍ତି । ସେ ବାସଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ଏକ କାର୍ଯ୍ୟକ୍ରମ, ଯେଉଁଠାରେ ମନ୍ତ୍ରଣାଳୟର ଦୁଇଟି ପ୍ରମୁଖ ପଦକ୍ଷେପ- ‘ସିଟି ଫାଇନାନ୍ସ ରାଙ୍କିଂ, ୨୦୨୨' ଏବଂ ‘ସହର ସୌନ୍ଦର୍ଯ୍ୟ ପ୍ରତିଯୋଗିତା'ର ଶୁଭାରମ୍ଭ କରା ଯାଇଥିଲା, ସେଠାରେ ଏହା କହିଥିଲେ । ଏହି କାର୍ଯ୍ୟକ୍ରମରେ ବାସଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ମନୋଜ ଯୋଶୀ ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ମନ୍ତ୍ରୀ କହିଛନ୍ତି ଯେ ୨୦୧୪ ମସିହା ମେ’ ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟଭାର ଗ୍ରହଣ କଲେ, ସେତେବେଳେ ସେ ସହରୀକରଣର ନୂତନ ଉନ୍ନତ ରୂପରେଖକୁ ଦେଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ସହରୀକରଣକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରିଥିଲେ ଏବଂ ଏହା ଉପରେ ବିଜୟ ପ୍ରାପ୍ତ କଲେ । ସ୍ୱଚ୍ଛ ଭାରତ ମିଶନ (ଏସ୍‌ବିଏମ୍‌) ଭଳି ପ୍ରମୁଖ ଯୋଜନା ଯେଉଁଥିରେ ସରକାରଙ୍କ ପ୍ରକଳ୍ପ ଏକ ଜନ ଆନ୍ଦୋଳନ ଭାବେ ସମାପ୍ତ ହୋଇଥିଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଏବଂ ଏସ୍‌ବିଏମ୍ ୨.୦ ଆରମ୍ଭ କରାଯାଇଛି । ୨୦୧୪ ଠାରୁ ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ ଏବଂ ପରିଚାଳନାର ପରିମାଣରେ ଯଥେଷ୍ଟ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ବିଶ୍ୱର ଯେ କୌଣସି ସ୍ଥାନର ସହର ନବୀକରଣ ତୁଳନାରେ ଭାରତ ବହୁ ଉଚ୍ଚାଭିଳାଷୀ ଯୋଜନା ଆରମ୍ଭ କରିଛି ।’

ଆଜି ଆରମ୍ଭ ହୋଇଥିବା ପଦକ୍ଷେପ ପଛରେ ଥିବା ଧାରଣା ବିଷୟରେ ଶ୍ରୀ ହାର୍ଦ୍ଦିକ ପୁରୀ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ବର୍ଷ ଜୁନ୍ ମାସରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଭେଟିବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନରେ ଏହି ଚିନ୍ତାଧାରା ଆସିଥିଲା ଏବଂ ସେ ସହରଗୁଡ଼ିକ ମଧ୍ୟରେ ଏକ ଅଖିଳ- ଭାରତୀୟ ପର୍ଯ୍ୟାୟଭୁକ୍ତକରଣ ବା ସ୍ତରୀକରଣ କରିବାର ଦୃଷ୍ଟିକୋଣକୁ ଉପସ୍ଥାପନ କରିଥିଲେ- ଏଥିପାଇଁ ସମ୍ମିଳନୀ ସମୟରେ ଆର୍ଥିକ ପ୍ରସଙ୍ଗରେ ମ୍ୟୁନିସିପାଲ ସଂସ୍ଥାମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ସ୍ଥାନୀୟ ସଂସ୍ଥାଗୁଡ଼ିକଙ୍କ ମଧ୍ୟରେ ଏକ ଅନୁଭବ ବୃଦ୍ଧି ପାଇଛି ଯେ ଯଦି ଆପଣଙ୍କ ନିକଟରେ ସୁସ୍ଥ ଆର୍ଥିକ ସ୍ଥିତି ରହିଛି, ଯଦି ଆପଣଙ୍କର ପ୍ରକ୍ରିୟା ଗୁଡିକ ସ୍ୱଚ୍ଛ, ତେବେ ଜମିର ମୂଲ୍ୟ ବୃଦ୍ଧି ପାଇଥାଏ ଏବଂ ଏହା ହେଉଛି ଏହି ଉଦ୍ୟମର ସୌନ୍ଦର୍ଯ୍ୟ ଯାହାକୁ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି ।

‘ସହର ସୌନ୍ଦର୍ଯ୍ୟ ପ୍ରତିଯୋଗିତା' ପଦକ୍ଷେପ ବିଷୟରେ ଆଲୋଚନା କରି ମନ୍ତ୍ରୀ କହିଛନ୍ତି ଯେ ସୁନ୍ଦର, ଅଭିନବ ତଥା ସମାବେଶୀ ସାର୍ବଜନୀନ ସ୍ଥାନ ଗୁଡ଼ିକ ସୃଷ୍ଟି କରିବା ଦିଗରେ ଭାରତର ସହର ଏବଂ ୱାର୍ଡ ଗୁଡ଼ିକ ଦ୍ୱାରା କରାଯାଇଥିବା ପରିବର୍ତ୍ତନଶୀଳ ପ୍ରୟାସକୁ ଉତ୍ସାହିତ କରିବା ପାଇଁ ତଥା ସ୍ୱୀକୃତି ଦେବା ପାଇଁ ଏହା ଆରମ୍ଭ କରାଯାଇଛି ।

‘ସିଟି ଫାଇନାନ୍ସ ରାଙ୍କିଂ, ୨୦୨୨' : 

 ‘ସିଟି ଫାଇନାନ୍ସ ରାଙ୍କିଂ ୨୦୨୨' ସେମାନଙ୍କର ବର୍ତ୍ତମାନର ଆର୍ଥିକ ସ୍ୱାସ୍ଥ୍ୟର ଗୁଣବତ୍ତା ଏବଂ ଆର୍ଥିକ ପ୍ରଦର୍ଶନରେ ସମୟ ସହିତ ଉନ୍ନତି ଆଧାରରେ ଭାରତର ସହର ଗୁଡ଼ିକ (ସହରୀ ସ୍ଥାନୀୟ ସଂସ୍ଥା ବା ୟୁଏଲବି ଗୁଡ଼ିକୁ)ର ମୂଲ୍ୟାଙ୍କନ, ମାନ୍ୟତା ପ୍ରଦାନ ଏବଂ ପୁରସ୍କାର ପ୍ରଦାନ କରିବାର ଲକ୍ଷ୍ୟ ରଖିଛି ।

ଏହି ମାନ୍ୟତା ସହର / ରାଜ୍ୟ ଅଧିକାରୀ ଏବଂ ନିଷ୍ପତ୍ତି ଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିବା, ମ୍ୟୁନିସିପାଲିଟି ଆର୍ଥିକ ସଂସ୍କାର କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି । ଅଂଶଗ୍ରହଣକାରୀ ୟୁଏଲ୍‌ବି ଗୁଡ଼ିକୁ ତିନୋଟି ପ୍ରମୁଖ ନଗରପାଳିକା ଆର୍ଥିକ ମୂଲ୍ୟାଙ୍କନ ମାନଦଣ୍ଡ ଗୁଡିକରେ ୧୫ ଟି ସୂଚକାଙ୍କରେ ମୂଲ୍ୟାଙ୍କନ କରାଯିବ, ଯଥା: (୧) ସମ୍ବଳ ସଂଗ୍ରହ (୨) ବ୍ୟୟ ସମ୍ପାଦନ ପ୍ରଦର୍ଶନ ଏବଂ (୩) ଆର୍ôଥକ ସୁପରିଚାଳନା । ନିମ୍ନଲିଖିତ ଚାରୋଟି ଜନସଂଖ୍ୟା ବର୍ଗ ମଧ୍ୟରୁ ଯେ କୌଣସି ଗୋଟିଏ ଅଧୀନରେ ସେମାନଙ୍କର ସ୍କୋର ଆଧାରରେ ସହର ଗୁଡିକ ଜାତୀୟ ସ୍ତରରେ ସ୍ଥାନିତ ହେବେ: (୧) ୪ ମିଲିୟନ୍‌ରୁ ଅଧିକ (୨) ୧ ରୁ ୪ ମିଲିୟନ୍ ମଧ୍ୟରେ (୩) ୧୦୦,୦୦୦ ରୁ ୧ ମିଲିୟନ୍ (୪) ୧,୦୦,୦୦୦ରୁ କମ୍ । ପ୍ରତ୍ୟେକ ଜନସଂଖ୍ୟା ବର୍ଗର ଶ୍ରେଷ୍ଠ ୩ଟି ସହର ଜାତୀୟ ସ୍ତରରେ ତଥା ପ୍ରତ୍ୟେକ ରାଜ୍ୟ / ରାଜ୍ୟ କ୍ଲଷ୍ଟର ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଏବଂ ପୁରସ୍କୃତ ହେବେ । ଅଂଶଗ୍ରହଣକାରୀ ୟୁଏଲ୍‌ବି ଗୁଡିକ www.cityfinance.in ରେ ସୃଷ୍ଟି ହୋଇଥିବା ଅନଲାଇନ୍ ସୁବିଧା ମାଧ୍ୟମରେ ଆବଶ୍ୟକ ତଥ୍ୟ / କାଗଜପତ୍ର (ଅଡିଟ୍ ହୋଇଥିବା ଆକାଉଂଟ ବା ହିସାବ ବିବରଣୀ, ବାର୍ଷିକ ବଜେଟ୍ ଏବଂ ସ୍ୱ - ରିପୋର୍ଟ ହୋଇଥିବା କାର୍ଯ୍ୟ ଦକ୍ଷତା ମେଟ୍ରିକ୍ ଅନ୍ତର୍ଭୁକ୍ତ କରି) ଦାଖଲ କରିବାକୁ ଆମନ୍ତ୍ରିତ କରାଯିବେ ।

ସିଟି ଫାଇନାନ୍ସ ରାଙ୍କିଂ ହେଉଛି ୟୁଏଲ୍‌ବି ଗୁଡ଼ିକୁ ସେମାନଙ୍କର ଆର୍ଥିକ ପ୍ରଦର୍ଶନରେ ସେହି କ୍ଷେତ୍ର ଗୁଡିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା, ଯେଉଁଥିରେ ସେମାନେ ଅଧିକ ଉନ୍ନତି କରି ପାରିବେ, ସେମାନଙ୍କର ନାଗରିକ ମାନଙ୍କୁ ଗୁଣାତ୍ମକ ଭିତ୍ତିଭୂମି ଏବଂ ସେବା ପ୍ରଦାନ କରିବାରେ ସକ୍ଷମ ହେବା ନିମନ୍ତେ ଆହୁରି ଅଧିକ ସଂସ୍କାର ଆଣି ପାରିବେ । ଏହି ମାନ୍ୟତା ମ୍ୟୁନିସିପାଲ ଆର୍ଥିକ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ସହର / ରାଜ୍ୟ ଅଧିକାରୀଙ୍କ ପାଇଁ ଏକ ନିରନ୍ତର ପ୍ରେରଣା ଭାବରେ କାର୍ଯ୍ୟ କରିବ । ଏକ ରାଜ୍ୟ ଏବଂ ଜାତୀୟ ସ୍ତରରେ, ରାଙ୍କିଂ ଗୁଡ଼ିକ ନଗର ପାଳିକା ଦ୍ୱାରା ପ୍ରାପ୍ତ ଫଳାଫଳକୁ ଆଲୋକିତ କରିବ ଏବଂ ପ୍ରମୁଖ ନୀତି ନିର୍ଦ୍ଧାରଣକାରୀ ମାନଙ୍କୁ ସହରାଂଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକର ଆର୍ଥିକ ସ୍ଥିତିକୁ ଅବଲୋକନ କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅର୍ନ୍ତଦୃଷ୍ଟି ପ୍ରଦାନ କରିବ । ଆର୍ଥିକ ରାଙ୍କିଂରେ ଅଂଶଗ୍ରହଣ କରି ୟୁଏଲ୍‌ବି ଗୁଡିକ ବହୁ ପରିମାଣରେ ଉପକୃତ ହୋଇ ପାରିବେ, ଯେହେତୁ ସେମାନେ ଅନ୍ୟ ସହର ଗୁଡିକ ସହିତ ନିଜସ୍ୱ କାର୍ଯ୍ୟଦକ୍ଷତାକୁ ଆତ୍ମ- ମୂଲ୍ୟାଙ୍କନ କରିବାରେ ସକ୍ଷମ ହେବେ, ଯାହା ଭବିଷ୍ୟତରେ ଆତ୍ମ- ବିକାଶରେ ସେମାନଙ୍କୁ ସାହାଯ୍ୟ କରି ପାରିବ । ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳର ସମସ୍ତ ୪୫୦୦ ରୁ ଅଧିକ ସହର / ସହରାଂଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି) ସିଟି ଫାଇନାନ୍ସ ରାଙ୍କିଂ ୨୦୨୨ ରେ ଅଂଶ ଗ୍ରହଣ କରିବାକୁ ଉତ୍ସାହିତ କରାଯିବ ।

‘ସିଟି ଫାଇନାନ୍ସ ରାଙ୍କିଂ ୨୦୨୨' ଆର୍ଥିକ ଦୃଷ୍ଟିକୋଣରୁ ସୁସ୍ଥ, ସ୍ୱଚ୍ଛ ଏବଂ ସ୍ଥାୟୀ ସହର ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଜଭୁତ ନଗରପାଳିକା ଆର୍ଥିକ ପାରିବେଶିକ ବ୍ୟବସ୍ଥାର ବିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବ ।

‘ସହର ସୌନ୍ଦର୍ଯ୍ୟ ପ୍ରତିଯୋଗିତା':

ସୁନ୍ଦର, ଅଭିନବ ତଥା ସମାବେଶୀ ସାର୍ବଜନୀନ ସ୍ଥାନ ସୃଷ୍ଟି କରିବା ପାଇଁ ଭାରତର ସହର ଏବଂ ୱାର୍ଡ ଗୁଡିକ ଦ୍ୱାରା କରାଯାଇଥିବା ପରିବର୍ତ୍ତନଶୀଳ ପ୍ରୟାସକୁ ଉତ୍ସାହିତ କରିବା ସହିତ ମାନ୍ୟତା ଦେବା ପାଇଁ ‘ସିଟି ସୌନ୍ଦର୍ଯ୍ୟ ପ୍ରତିଯୋଗିତା' ଲକ୍ଷ୍ୟ ରଖିଛି ।

ୱାର୍ଡ ଏବଂ ସହର ଗୁଡିକର ସାର୍ବଜନୀନ ସ୍ଥାନଗୁଡିକ ପାଂଚଟି ବ୍ୟାପକ ସ୍ତମ୍ଭ (୧) ଉପଲବ୍ଧତା (୨) ସୁବିଧା ସୁଯୋଗ (୩) କାର୍ଯ୍ୟକଳାପ (୪) ରୁଚିବୋଧ ଏବଂ (୫) ପରିବେଶକୁ ପରିସରଭୁକ୍ତ କରାଯାଇ ବିଚାର କରାଯିବ । ସହର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସହର ସ୍ତରରେ ସବୁଠାରୁ ସୁନ୍ଦର ୱାର୍ଡ ଏବଂ ସୁନ୍ଦର ସାର୍ବଜନୀନ ସ୍ଥାନ ଗୁଡିକୁ ସମ୍ମାନିତ କରିବ । ମନୋନୀତ ୱାର୍ଡ ଗୁଡିକ ସହର ଏବଂ ରାଜ୍ୟ ସ୍ତରରେ, ସହର ସ୍ତରରେ, ସହର ଗୁଡିକର ସବୁଠାରୁ ସୁନ୍ଦର ସର୍ବସାଧାରଣ ସ୍ଥାନ ଗୁଡିକ ଭାବରେ ସମ୍ମାନିତ ହେବାକୁ ଥିବା ବେଳେ ଜଳାଂଚଳ (ୱାଟର ଫ୍ରଂଟ୍‌), ସବୁଜ ସ୍ଥାନ, ପର୍ଯ୍ୟଟନ/ ଐତିହ୍ୟ ସ୍ଥଳୀ ଏବଂ ବଜାର / ବାଣିଜ୍ୟିକ ସ୍ଥାନଗୁଡିକୁ ପ୍ରଥମେ ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ଏବଂ ପରେ ଜାତୀୟ ସ୍ତରରେ ପୁରସ୍କାର ପାଇଁ ବଛାଯିବ । ଆଶା କରାଯାଏ ଯେ ୱାର୍ଡ ଏବଂ ସହର ଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସହରାଂଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକୁ ସେମାନଙ୍କର ମୌଳିକ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିବ ଏବଂ ସହରୀ ସ୍ଥାନ ଗୁଡ଼ିକୁ ସୁନ୍ଦର, ସ୍ଥାୟୀ ଏବଂ ସମାବେଶୀ ମଧ୍ୟ କରିବ ।

ୱାର୍ଡ ଏବଂ ସହର ଗୁଡିକର ପ୍ରବେଶକୁ ଏକ ସ୍ୱାଧୀନ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବ ଯାହାକି ସହରାଂଚଳ ଯୋଜନା, ଡିଜାଇନ୍‌, ଇଞ୍ଜିନିୟରିଂ, ସଂସ୍କୃତି ବିଶେଷଜ୍ଞ, ପରିବେଶବିତ୍ ତଥା ଅନ୍ୟାନ୍ୟ କ୍ଷେତ୍ରର ବିଶେଷଜ୍ଞ ମାନଙ୍କୁ ନେଇ ଗଠିତ ହୋଇପାରେ ।

ପ୍ରତିଯୋଗୀ ୱାର୍ଡ ଏବଂ ସହରଗୁଡିକ ସହର ସୌନ୍ଦର୍ଯ୍ୟ ପୋର୍ଟାଲରେ ସେମାନଙ୍କର ପ୍ରବେଶକୁ ଦାଖଲ କରିବେ, ଯାହା ମନ୍ତ୍ରଣାଳୟର ଜ୍ଞାନ ସହଭାଗୀ - ଭାରତର ପ୍ରଶାସନିକ ଷ୍ଟାଫ୍ କଲେଜ ଦ୍ୱାରା ଡିଜାଇନ୍ ହେବ । ପ୍ରବେଶକର୍ତ୍ତା ମାନଙ୍କୁ ସ୍ଥିର କରିବାକୁ ପଡିବ ଯେ, ସେମାନଙ୍କର ୱାର୍ଡ / ସର୍ବସାଧାରଣ ସ୍ଥାନ ସୂଚକାଙ୍କର ଏକ ସେଟ୍ ସହିତ ଆବଶ୍ୟକତା ପୂରଣ କରେ । ବିଚାରକ ମଣ୍ଡଳୀଙ୍କ ଦ୍ୱାରା ପ୍ରବେଶ ଗୁଡିକର ବିଚାର କରାଯିବ । ବିଚାରକ ମଣ୍ଡଳୀଙ୍କ ସୁବିଧା ପାଇଁ ଏକ ତୃତୀୟ ପକ୍ଷର ସ୍ୱାଧୀନ ମୂଲ୍ୟାଙ୍କନ ମଧ୍ୟ କରାଯିବ । ବିଜୟୀ ପ୍ରବେଶକାରୀଙ୍କ ବାବଦରେ ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ।

ସହର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ ସ୍ୱେଚ୍ଛାକୃତ ଅଟେ । ତଥାପି, ସମସ୍ତ ୱାର୍ଡ ଏବଂ ସହର ଗୁଡିକ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯାଇଥାଏ, ଯେହେତୁ ଏହା ସେମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବ, ଯେତେବେଳେ କି ଏହା ସେମାନଙ୍କ ମଧ୍ୟରେ ଏକ ଗୋଷ୍ଠୀଗତ ମାଲିକାନା ଏବଂ ଗର୍ବର ଭାବନା ମଧ୍ୟ ସୃଷ୍ଟି କରିବ । ଏମ୍‌ଓଏଚ୍‌ୟୁଏର ଏହି ପଦକ୍ଷେପ ୱାର୍ଡ ଏବଂ ସହର ଗୁଡ଼ିକୁ ଉତ୍ସାହିତ କରିବ ଯାହାକି ସେମାନଙ୍କର ସୁନ୍ଦର ସାଂସ୍କୃତିକ ଐତିହ୍ୟକୁ ବଂଚାଇ ରଖିବା ସହିତ କାର୍ଯ୍ୟକ୍ଷମ ସୁନ୍ଦର ସାର୍ବଜନୀନ ସ୍ଥାନ ସୃଷ୍ଟି ଦିଗରେ ସେମାନଙ୍କର ପଦକ୍ଷେପ ଏବଂ ହସ୍ତକ୍ଷେପ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ ।

***

SSP

 

 

 



(Release ID: 1887167) Visitor Counter : 150