ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟଙ୍କ ଡାକ୍ତର ଓ ଆଇଏମଏ ପ୍ରତିନିଧିମାନଙ୍କ ସହ ଆଲୋଚନା


ଆଶଙ୍କା ଦୂରେଇବା ସହ ଅବିଶ୍ୱସନୀୟ ଖବର ରୋକିବାକୁ ସଠିକ ସୂଚନା ପ୍ରଦାନ କରି କୋଭିଡ ୧୯ ବିରୋଧୀ ଲଢେଇରେ ସାମିଲ ହେବାକୁ ଆହ୍ୱାନ ଦେଲେ

“ସତର୍କ ରହିବା ଏବଂ କୋଭିଡ ନିୟମାବଳୀ ପାଳନ କରିବା ତଥା ଯାଞ୍ଚ ହୋଇନଥିବା ଖବର ପ୍ରସାରଣରୁ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ”

Posted On: 27 DEC 2022 10:41AM by PIB Bhubaneshwar

କୋଭିଡ-୧୯ ପରିପ୍ରେକ୍ଷୀରେ ସତର୍କ ରହି ମାସ୍କ ପିନ୍ଧିବା ଭଳି କୋଭିଡ ଉପଯୁକ୍ତ ବ୍ୟବହାର ପାଳନ ଯେତିକି ଗୁରୁତ୍ୱପୂର୍ଣ୍ଣ ଭୁଲ ବା ମିଛ ଖବର ପ୍ରସାରଣ ରୋକି ସତ୍ୟ ଓ ପ୍ରାମାଣିକ ଖବର ପ୍ରଦାନ କରିବା ସେତିକି ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ପ୍ରତିକାର ଓ ପ୍ରବନ୍ଧନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଶେୟାର କରାଯାଉଛି । ଏହି ଯାଞ୍ଚ ହୋଇଥିବା ସତ୍ୟ ସୂଚନା ବ୍ୟବହାର ଓ ଶେୟାର କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ଭାରତୀୟ ମେଡିକାଲ ସଂଘ (ଆଇଏମଏ)ର ପ୍ରତିନିଧି ଓ ଦେଶର ବିଭିନ୍ନ ସ୍ଥାନରୁ ଭାଗ ନେଇଥିବା ପ୍ରାୟ ୧ ଶହ ଡାକ୍ତରଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ ଆଲୋଚନା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଭ ମାଣ୍ଡଭୀୟ ଏହା କହିଛନ୍ତି ।

Image

ଡାକ୍ତର ଓ ଆଇଏମଏ ସଦସ୍ୟମାନେ କୋଭିଡ- ୧୯ ସମ୍ପର୍କରେ କେବଳ ପ୍ରାମାଣିକ ସୂଚନା ସାର୍ବଜନୀନ କରିବାକୁ ଡଃ ମାଣ୍ଡଭୀୟ ଅପିଲ କରିଛନ୍ତି । “ଦେଶର କୋଭିଡ- ୧୯ ବିରୋଧୀ ଲଢେଇ ବେଳେ ଆପଣମାନେ ଆମର ରାଷ୍ଟ୍ରଦୂତ ଥିଲେ । ମୁଁ ଆପଣମାନଙ୍କ ଅବଦାନକୁ ସ୍ୱୀକାର କରୁଛି ଓ ସ୍ୱାସ୍ଥ୍ୟ ପେଶାଦାରମାନଙ୍କ ନିଃସ୍ୱାର୍ଥ ଅବଦାନ ଓ ସେବା ଭାବନାକୁ ସାଲ୍ୟୁଟ କରୁଛି । କୋଭିଡ- ୧୯ ରୋଗ ସମ୍ପର୍କରେ ସୂଚନା ପ୍ରଦାନ କରିଏହାର ପ୍ରତିରୋଧ ଓ ପ୍ରବନ୍ଧନ ସମ୍ପର୍କରେ ଲୋକଙ୍କୁ ଶିକ୍ଷିତ କରି ଅବିଶ୍ୱସନୀୟ ସୂଚନା ପ୍ରସାର ରୋକିବାରେ ଆପଣମାନେ ଆମର ଭାଗୀଦାର ଓ ରାଷ୍ଟ୍ରଦୂତ ହୁଅନ୍ତୁ ବୋଲି ଆହ୍ୱାନ କରୁଛି ।“ ଡାକ୍ତରମାନେ ପୂର୍ବପରି ଏହି ଲଢେଇରେ ସମର୍ପିତ ଭାବେ କାମ କରିବା ଜାରି ରଖିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Image

ଆକଳନ ନକରି ଓ ଲୋକଙ୍କୁ କେବଳ ପ୍ରାମାଣିକ ଓ ସଠିକ ସୂଚନା ପ୍ରଦାନ ପାଇଁ ଡଃ ମାଣ୍ଡଭୀୟ ବୈଠକରେ କହିଛନ୍ତି । ଆମ ନାଗରିକମାନେ ପରାମର୍ଶ ପାଇଁ କୋଭିଡ ଯୋଦ୍ଧାଙ୍କ ଉପରେ ଭରସା କରନ୍ତି ଓ ନିକଟରେ ସାରା ବିଶ୍ୱରେ କୋଭିଡ- ୧୯ ମାମଲା ବଢିଥିବାରୁ ସଠିକ ସୂଚନା ପ୍ରଦାନ କରି ଗୁଜବ, କପୋଳକଳ୍ପିତ ଖବର ତଥା ପ୍ରକାରାନ୍ତେ ଡର ରୋକିବା ଆମ ବିଶେଷଜ୍ଞମାନଙ୍କ ଦାୟିତ୍ୱ ପାଲଟିଛି । ନାଗରିକମାନଙ୍କୁ କୋଭିଡ- ୧୯ ତଥ୍ୟ, ଟୀକାକରଣ କାର୍ଯ୍ୟକ୍ରମ ଓ ସରକାରଙ୍କ ଉଦ୍ୟମ ଆଦିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଅବଗତ କରାଇ ଲୋକଙ୍କ ମନରେ ଉପୁଜିଥିବା ସାମାନ୍ୟ ଭୟ ଦୂରେଇବାକୁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସ୍ଥିତିକୁ ହାଲକାରେ ନନେବାକୁ ସେ ସତର୍କ କରାଇ ଦେଇଛନ୍ତି । ଟେଷ୍ଟ- ଟ୍ରାକ-ଟ୍ରିଟ-ଟୀକାକରଣ ଓ କୋଭିଡ ଉପଯୁକ୍ତ ବ୍ୟବହାର ପାଳନ କରିବା ଓ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ପ୍ରିକସନ ଡୋଜ ନେଇଯିବାକୁ ଆହ୍ୱାନ ଦେଇଛନ୍ତି । କେବଳ ନିରନ୍ତର ସାମୂହିକ ପ୍ରୟାସ ମାଧ୍ୟମରେ ଆମେ ଏପର୍ଯ୍ୟନ୍ତ ମିଳିଥିବା ଉପଲବ୍ଧିକୁ ସଂରକ୍ଷିତ ରଖିବାରେ ସକ୍ଷମ ହେବା ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।

ଆସନ୍ତାକାଲିର ପ୍ରସ୍ତାବିତ ମକ ଡ୍ରିଲ ସମ୍ପର୍କରେ ସୂଚନା ପ୍ରଦାନ କରି ଡଃ ମାଣ୍ଡଭୀୟ ଗୁରୁତ୍ୱାରୋପ କରିଛନ୍ତି ମହାମାରୀ ପ୍ରବନ୍ଧନରେ ନିଜର ପୂର୍ବ ଅଭିଜ୍ଞତା ଆଧାରରେ ଆମେ ଅନେକ କାର୍ଯ୍ୟ କରୁଛୁ । ସେହି କ୍ରମରେ ଆସନ୍ତାକାଲି ସାରା ଦେଶରେ ମକ ଡ୍ରିକ ହେବ । ଏହି ପ୍ରକାର ପ୍ରୟାସ ଆମ ସଂଚାଳନ ତତ୍ପରତାକୁ ସୁଦୃଢ କରିବ, ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତାହା ସୁଧାରି ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରତିକ୍ରିୟାକୁ ମଜବୁତ ହେବାରେ ସାହାଯ୍ୟ କରିବ ।

ପ୍ରଥମରୁ କୋଭିଡ- ୧୯ ବିରୋଧୀ ଲଢେଇରେ ଆଗଧାଡିରେ ରହିଥିବା ଡାକ୍ତର ଓ ବିଶେଷଜ୍ଞମାନେ ମାନନୀୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୟ ସମୟରେ ହୋଇଥିବା ବୈଠକକୁ ପ୍ରଶଂସା କରିବା ସହ କୋଭିଡ- ୧୯ ବିରୋଧୀ ସାମୂହିକ ଲଢେଇରେ ଯୋଗଦାନ ପାଇଁ ସହମତି ବ୍ୟକ୍ତ କରିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଆଗେଇ ନେବାକୁ ଡଃ ମାଣ୍ଡଭୀୟ ବିଗତ କିଛି ଦିନ ମଧ୍ୟରେ ଅନେକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସମସ୍ତ ହିତଧାରକଙ୍କୁ ପରାମର୍ଶ ଓ ମତାମତ ପ୍ରଦାନ କରିବା ପାଇଁ ମଂଚ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ଥିଲା ।

ବୈଠକରେ ଏଏସ ଶ୍ରୀ ଲବ ଅଗ୍ରୱାଲ, ଡିଜିଏଚଏସ ଡା ଅତୁଲ ଗୋୟଲ, ଆଇଏମଏ ସଦସ୍ୟ, ବିଶିଷ୍ଟ ଡାକ୍ତର ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।

 

 

SR



(Release ID: 1886803) Visitor Counter : 142