ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ବଜେଟ୍ ବ୍ୟବସ୍ଥା ସହିତ ଜାତୀୟ ଏଭିଜିସି-ଏକ୍ସଆର ମିଶନ୍ ପାଇଁ ମତ ଦେଇଛନ୍ତି ଏଭିଜିସି ଟାସ୍କ ଫୋର୍ସ


ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ କଣ୍ଟେଣ୍ଟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ‘କ୍ରିଏଟ ଇନ୍‍ ଇଣ୍ଡିଆ’ ଅଭିଯାନ ଚଳାଇବାକୁ ସୁପାରିଶ୍‍ କରିଛି ଟାସ୍କ ଫୋର୍ସ

ଟ୍ୟାଲେଣ୍ଟ ସୃଷ୍ଟି ଓ ଷ୍ଟାର୍ଟ ଅପ୍‍ ଇଣ୍ଡିଆର ଉଦ୍ଦେଶ୍ୟ ସାଧନ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରସ୍ତାବ ଦେଇଛି ଟାସ୍କ ଫୋର୍ସ

ବିଦ୍ୟାଳୟ ସ୍ତରରେ ଉତ୍ସର୍ଗୀକୃତ ଏଭିଜିସି ପାଠ୍ୟ ବିଷୟବସ୍ତୁ ସହିତ ସୃଜନଶୀଳ ଚିନ୍ତାଧାରାର ବିକାଶ ପାଇଁ ଏନ୍‍ଇପିକୁ ଉଦ୍ଦେଶ୍ୟ ସାଧନର ମାଧ୍ୟମ କରିବାକୁ ରିପୋର୍ଟରେ ଆହ୍ୱାନ କରାଯାଇଛି

Posted On: 26 DEC 2022 3:13PM by PIB Bhubaneshwar

ଆନିମେସନ୍‌, ଭିଜୁଆଲ୍ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍‍ (ଏଭିଜିସି) ଟାସ୍କ ଫୋର୍ସ ଏଭିଜିସି କ୍ଷେତ୍ରର ସମନ୍ୱିତ ପ୍ରୋତ୍ସାହନ ଏବଂ ଅଭିବୃଦ୍ଧି ପାଇଁ ଏକ ବଜେଟ୍ ବ୍ୟବସ୍ଥା ସହିତ ଜାତୀୟ ଏଭିସିସି-ଏକ୍ସଆର ମିଶନ୍ ଲାଗି ପ୍ରସ୍ତାବ ଦେଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଦାଖଲ କରାଯାଇଥିବା ଏକ ବିସ୍ତୃତ ରିପୋର୍ଟରେ, ସୂଚନା ଓ ପ୍ରସାରଣ ସଚିବଙ୍କ ନେତୃତ୍ୱରେ ଥିବା ଟାସ୍କ ଫୋର୍ସ ମଧ୍ୟ ବିଷୟବସ୍ତୁ ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଇ ଭାରତରେ, ଭାରତ ପାଇଁ ଏବଂ ସମଗ୍ର ବିଶ୍ୱ ପାଇଁ "କ୍ରିଏଟ୍‍ ଇନ୍‍ ଇଣ୍ଡିଆ” ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛି ।

ଟାସ୍କ ଫୋର୍ସର ପ୍ରମୁଖ ସୁପାରିଶଗୁଡିକ ୪ ଟି ବର୍ଗ ଅଧୀନରେ ବ୍ୟାପକ ଭାବରେ ଦର୍ଶାଯାଇଛି । 

କ. ବିଶ୍ୱରେ ଗ୍ରହଣୀୟତା ପାଇଁ ଘରୋଇ ଶିଳ୍ପ ବିକାଶ 

 

୧. ଏଭିଜିସି କ୍ଷେତ୍ରର ସମନ୍ୱିତ ବିକାଶ ଏବଂ ଅଭିବୃଦ୍ଧି ପାଇଁ ଏକ ବଜେଟ୍ ସହିତ ଜାତୀୟ ଏଭିଜିସି-ଏକ୍ସଆର ମିଶନ୍ ସୃଷ୍ଟି ।

୨. ବିଷୟବସ୍ତୁ ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଇ ଭାରତରେ, ଭାରତ ପାଇଁ ଏବଂ ସମଗ୍ର ବିଶ୍ୱ ପାଇଁ ‘କ୍ରିଏଟ ଇନ୍‍ ଇଣ୍ଡିଆ’ ଅଭିଯାନର ଶୁଭାରମ୍ଭ!

୩. ଭାରତକୁ ଏଭିଜିସିର ବିଶ୍ୱସ୍ତରୀୟ ହବ୍ କରିବା ପାଇଁ ଏକ ଲକ୍ଷ୍ୟ ସହିତ, ଏଫଡିଆଇ, ସହ-ଉତ୍ପାଦନ ଚୁକ୍ତି ଏବଂ ନବସୃଜନ ଉପରେ ଧ୍ୟାନ ଦେଇ ଏକ ଆନ୍ତର୍ଜାତୀୟ ଏଭିଜିସି ପ୍ଲାଟଫର୍ମ ପ୍ରତିଷ୍ଠା ।

୪. ଏଭିଜିସି କ୍ଷେତ୍ର ପାଇଁ ଦକ୍ଷତା, ଶିକ୍ଷା, ଶିଳ୍ପ ବିକାଶ ଏବଂ ଗବେଷଣା ଏବଂ ନବସୃଜନ ମଧ୍ୟରେ ଏକ ଆନ୍ତର୍ଜାତୀୟ ରେଫରେନ୍ସ ପଏଣ୍ଟ ହେବା ପାଇଁ ଏଭିଜିସି କ୍ଷେତ୍ର ପାଇଁ ଏକ ନ୍ୟାସନାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଇଓ) ପ୍ରତିଷ୍ଠା । ସ୍ଥାନୀୟ ଶିଳ୍ପଗୁଡିକୁ ପ୍ରବେଶ ତଥା ସ୍ଥାନୀୟ ପ୍ରତିଭା ଏବଂ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଆଞ୍ଚଳିକ ସିଇଓ ଗଠନ କରାଯିବ । 

 

ଜନଂସଖ୍ୟା ସମ୍ବନ୍ଧୀୟ ଲାଭାଂସ ହାସଲ କରିବାକୁ ବୁଦ୍ଧିମତା ବ୍ୟବସ୍ଥାର ବିକାଶ 

୧. ବିଦ୍ୟାଳୟ ସ୍ତରରେ ଉତ୍ସର୍ଗୀକୃତ ଏଭିଜିସି ପାଠ୍ୟକ୍ରମର ବିଷୟବସ୍ତୁ ସହିତ ସୃଜନଶୀଳ ଚିନ୍ତାଧାରାର ବିକାଶ, ନୂତନ ସୃଜନଶୀଳ ଚିନ୍ତାଧାରା ଏବଂ କ୍ୟାରିୟର ପସନ୍ଦ ଭାବରେ ଏଭିଜିସି ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏନଇପିକୁ ଉଦ୍ଦେଶ୍ୟ ସାଧାନର ଉପାୟ କରନ୍ତୁ ।

୨. ଉନ୍ନତମାନର ପାଠ୍ୟକ୍ରମ ଏବଂ ଆର୍ନ୍ତଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ସହିତ ଏଭିଜିସି ଫୋକସ୍ ୟୁଜି / ପିଜି ପାଠ୍ୟକ୍ରମ ଆରମ୍ଭ କରିବା । ଏଭିଜିସି ସମ୍ବନ୍ଧୀୟ ପାଠ୍ୟକ୍ରମ ପାଇଁ ନାମଲେଖା ପରୀକ୍ଷା (ଯଥା, ଏମଇଏସସି ଦ୍ୱାରା ଏମ୍‍ଇସିଏଟି)

୩. ଏହି ଦଶନ୍ଧିରେ ଏଭିଜିସି କ୍ଷେତ୍ରରେ ୨୦ ଲକ୍ଷ କୁଶଳୀ ବୃତ୍ତିଗତଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏମଇଏସସି ଅଧୀନରେ ଏଭିଜିସି କ୍ଷେତ୍ର ପାଇଁ ଦକ୍ଷତା ପଦକ୍ଷେପ ବୃଦ୍ଧି । ଅଣ ମେଟ୍ରୋ ସହର ଏବଂ ପୂର୍ବାଞ୍ଚଳ ରାଜ୍ୟଗୁଡିକର ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ନିଶ୍ଚିତ କରିବାକୁ ଶିଳ୍ପ ଅଂଶଗ୍ରହଣକୁ ବୃଦ୍ଧି କରନ୍ତୁ ।

୪. ଅଟଳ ଟିଙ୍କରିଂ ପରୀକ୍ଷାଗାର ଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଭିଜିସି ଏବଂ ନବସୃଜନ ହବ୍ ପ୍ରତିଷ୍ଠା କରନ୍ତୁ ।

 

ଗ. ଭାରତୀୟ ଏଭିଜିସି ଶିଳ୍ପ ପାଇଁ ଜ୍ଞାନକୌଶଳ ଏବଂ ଆର୍ଥିକ ଲାଭକୁ ବୃଦ୍ଧି କରିବା

୧.ଏମଏସଏମଇ, ଷ୍ଟାର୍ଟ-ଅପ୍ ଏବଂ ଅନୁଷ୍ଠାନଗୁଡ଼ିକ ପାଇଁ ସଦସ୍ୟତା-ଆଧାରିତ ମୂଲ୍ୟ ମଡେଲକୁ ପ୍ରୋତ୍ସାହିତ କରି ଏଭିଜିସି ଜ୍ଞାନକୌଶଳକୁ ଗଣତାନ୍ତ୍ରିକ କରନ୍ତୁ ।

୨. ଆରଆଣ୍ଡଡି ଏବଂ ଆଇପି ସୃଷ୍ଟି ପାଇଁ ପ୍ରୋତ୍ସାହନମୂଳକ ଯୋଜନା ମାଧ୍ୟମରେ ଏଭିଜିସି ଜ୍ଞାନକୌଶଳ ପାଇଁ ମେଡ ଇନ୍‍ ଇଣ୍ଡିଆ । ଏଭିଜିସି ହାର୍ଡୱେର୍ ର୍ନିମାତାମାନଙ୍କୁ ଉତ୍ସାହିତ କରିବା ପାଇଁ ପିଏଲଆଇ ଯୋଜନାକୁ ମୂଲ୍ୟାଙ୍କନ କର ।

୩. ଏଭିଜିସି କ୍ଷେତ୍ରରେ ସହଜ ବ୍ୟବସାୟ କରିବା ଅର୍ଥାତ୍‍ ଟିକସ ସୁବିଧା, ଆମଦାନୀ ଶୁଳ୍କ, ବାଟମାରଣା ବନ୍ଦ କରିବା ଇତ୍ୟାଦି ।

୪ ଏଭିଜିସି ଉଦ୍ୟୋଗୀମାନଙ୍କୁ ଆରଆଣ୍ଡଡି ଏବଂ ସ୍ଥାନୀୟ ଆଇପି ସୃଷ୍ଟିର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବୈଷୟିକ, ଆର୍ଥିକ ଏବଂ ବଜାର ବ୍ୟବସ୍ଥା ସହାୟତା ଯୋଗାଇବା ପାଇଁ ଷ୍ଟାର୍ଟ ଅପ୍ ଇଣ୍ଡିଆକୁ ଉଦ୍ଦେଶ୍ୟ ସାଧନର ଉପାୟ କରିବା ।

 

ଘ. ଏକ ଅନ୍ତର୍ଭୂକ୍ତି ଅଭିବୃଦ୍ଧି ମାଧ୍ୟମରେ ଭାରତର ଶକ୍ତି ବୃଦ୍ଧି 

୧.ବିଶ୍ୱ ସ୍ତରରେ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ଭାରତରୁ ଘରୋଇ ବିଷୟବସ୍ତୁ ସୃଷ୍ଟି ପାଇଁ ଏକ ଉତ୍ସର୍ଗୀକୃତ ଉତ୍ପାଦନ ପାଣ୍ଠି ପ୍ରତିଷ୍ଠା କରନ୍ତୁ । ପ୍ରସାରଣକାରୀଙ୍କ ଦ୍ୱାରା ଉଚ୍ଚମାନର ସ୍ୱଦେଶୀ ବିଷୟବସ୍ତୁ ପାଇଁ ସଂରକ୍ଷଣର ମୂଲ୍ୟାଙ୍କନ କରନ୍ତୁ ।

୨. ଏକ ଅନ୍ତର୍ଭୂକ୍ତି ଭାରତ ପାଇଁ, ଭାରତର ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହର ଏବଂ ଗ୍ରାମରେ ଯୁବକମାନଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଏବଂ ଶିଳ୍ପ ଅପହଞ୍ଚ ଇଲାକାରେ ଏଭିଜିସି କ୍ଷେତ୍ରରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରତିଷ୍ଠା କରନ୍ତୁ ।

୩. ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ ସମୃଦ୍ଧ ସଂସ୍କୃତି ଏବଂ ଭାରତର ଇତିହାସ ଉପରେ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଶିଶୁ ଚ୍ୟାନେଲଗୁଡିକୁ ପ୍ରୋତ୍ସାହିତ କରନ୍ତୁ ।

୪ ଡିଜିଟାଲ ଦୁନିଆରେ ଶିଶୁ ଅଧିକାର ସୁରକ୍ଷା ନିଶ୍ଚିତ କରିବାକୁ ଖସଡା ପ୍ରତିଷ୍ଠା କରନ୍ତୁ ।

 

ଶିଳ୍ପ ଏବଂ ସରକାରଙ୍କ ପ୍ରମୁଖ ହିତାଧିକାରୀଙ୍କ ସହ ଭାରତରେ ଏଭିଜିସି କ୍ଷେତ୍ରର ପୂର୍ଣ୍ଣ ସମ୍ଭାବନାକୁ ହୃଦୟଙ୍ଗମ କରିବା ସହିତ ସହାୟତା କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଏଭିଜିସି ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟର ସଚିବ ଯଥା ଏମଏସଡିଇ, ଉଚ୍ଚଶିକ୍ଷା ବିଭାଗ- ଶିକ୍ଷା ମନ୍ତ୍ରଣାଳୟ, ଏମ୍‍ଇଆଇଟିୱାଇ ଏବଂ ଡିପିଆଇଆଇଟି ଏହି ଟାସ୍କ ଫୋର୍ସର ସଦସ୍ୟ ଥିଲେ । ଏଥିରେ କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନାର ରାଜ୍ୟ ସରକାରଙ୍କ ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ; ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧୀ – ଏମଇଏସ୍‍ସି, ଏଫ୍‍ଆଇସିସିଆଇ ଏବଂ ସିଆଇଆଇ ପରି ଶିକ୍ଷା ସଂସ୍ଥାର ମୁଖ୍ୟମାନେ ରହିଥିଲେ ।

ଏହାଛଡା ଟାସ୍କ ଫୋର୍ସରେ ସଦସ୍ୟ ଭାବରେ ଏଭିଜିସି କ୍ଷେତ୍ରର ପ୍ରମୁଖ ଶିଳ୍ପପତିମାନେ ଥିଲେ ଯଥା ଟେକ୍ନିକଲର ଇଣ୍ଡିଆର ଭାରତୀୟ ମୁଖ୍ୟ ଶ୍ରୀ ବିରେନ ଘୋଷ; ପୂଣ୍ୟଯୁଗ ଆର୍ଟଭିଜନ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଶ୍ରୀ ଆଶିଷ କୁଲକର୍ଣ୍ଣି; ଅର୍ନିବାଣର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ଜେଶ୍ କୃଷ୍ଣ ମୁର୍ତ୍ତୀ; ସିଓଓ ଏବଂ ଭିଏଫ୍‍ଏକ୍ସ ଉତ୍ପାଦନ, ରେଡଚିଲସ ଭିଏଫ୍‍ଏକ୍ସର ଶ୍ରୀ କିଟନ ଯାଦବ; ହୁଇସିଲିଂ ଉଡ୍‍ ଓ ଇଣ୍ଟରନେସନାଲର ମୁଖ୍ୟ ବୈଷୟିକ ଅଧିକାରୀ ଶ୍ରୀ ଚୈତନ୍ୟ ଚିଞ୍ଚିଲିକର; ଜାଇଙ୍ଗା ଇଣ୍ଡିଆର ବରିଷ୍ଠ ଉପସଭାପତି ଏବଂ ଭାରତୀୟ ମୁଖ୍ୟ ଶ୍ରୀ କିଶୋର କିଚିଲି, ଏବଂ ହଙ୍ଗାମା ଡିଜିଟାଲ୍ ମିଡିଆ ଏଣ୍ଟରଟେନମେଣ୍ଟର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ନୀରଜ ରାୟ ପ୍ରମୁଖ ରହିଥିଲେ ।

ନିଜ ନିଜ କ୍ଷେତ୍ରରେ ଲକ୍ଷ୍ୟଭେଦ ହସ୍ତକ୍ଷେପ ମାଧ୍ୟମରେ ଅଭିବୃଦ୍ଧିର ରଣନୀତି ପ୍ରସ୍ତୁତ କରିବା ପାଇଁ ଚାରୋଟି ସବ୍‌-ଟାସ୍କ ଫୋର୍ସ ଗଠନ କରାଯାଇଥିଲା, କ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବା ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଶିଳ୍ପ ଏବଂ ନୀତି; ଖ) ଏଆଇସିଟିଇର ତତ୍କାଳୀନ ଅଧ୍ୟକ୍ଷ ଶ୍ରୀ ଅନିଲ ସହସ୍ରବୁଦ୍ଧେଙ୍କ ନେତୃତ୍ୱରେ ଶିକ୍ଷା; ଗ) ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ତତ୍କାଳୀନ ସଚିବ ଶ୍ରୀ ରାଜେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଦକ୍ଷତା ଏବଂ; ଘ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସାହାଙ୍କ ନେତୃତ୍ୱରେ ଗେମିଂ । ସେମାନଙ୍କର ସୁପାରିଶ ଆଧାରରେ ଟାସ୍କ ଫୋର୍ସ ସମନ୍ୱିତ ରିପୋର୍ଟ ପ୍ରସ୍ତୁତ କରିଛି ।

ଆମର ବଜାର ତଥା ବିଶ୍ୱର ଚାହିଦା ପାଇଁ ଘରୋଇ ଦକ୍ଷତା ଗଠନ ପାଇଁ ହସ୍ତକ୍ଷେପ କରିବାକୁ ଏଭିଜିସି ଉପରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କେନ୍ଦ୍ର ବଜେଟ୍‍ରେ ଘୋଷଣା ହୋଇଥିଲା ।

ଟାସ୍କ ଫୋର୍ସ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ହୃଦୟଙ୍ଗମ କରିବା ପାଇଁ ଏକ ପ୍ରୟାସ ଯେ ଏଭିଜିସି-ଏକ୍ସଆର କ୍ଷେତ୍ର ଯୁବପିଢୀଙ୍କୁ ବିପୁଳ ନିଯୁକ୍ତି ସୁଯୋଗ ପ୍ରଦାନ କରିପାରିବ ଯେଉଁମାନେ ବିଶ୍ୱ ବଜାରକୁ ସେବା ଯୋଗାଇ ପାରିବେ ଏବଂ ଭାରତୀୟ ପ୍ରତିଭା ଏହି କ୍ଷେତ୍ରରେ ନେତୃତ୍ୱ ନେଇ ପାରିବେ ।

 

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଚିହ୍ନଟ କରିଛନ୍ତି ଯେ ଏଭିଜିସି କ୍ଷେତ୍ର ଭାରତରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ପାଇଁ ଏକ ପ୍ରମୁଖ ଅଭିବୃଦ୍ଧିକୁ ଆଗେଇନେବା କ୍ଷେତ୍ରରେ କାର୍ଯ୍ୟ କରିପାରିବ ଏବଂ ଏହି କ୍ଷେତ୍ରର ଅଭିବୃଦ୍ଧିର ଉଚ୍ଚ ଅର୍ଥନୈତିକ ପ୍ରଭାବ ବ୍ୟତୀତ ଏହି କ୍ଷେତ୍ରର ଭାରତୀୟଙ୍କୁ ଭଲ ଭାବରେ ବିସ୍ତାର ଏବଂ ପ୍ରୋତ୍ସାହିତ କରିବା, ବିଶ୍ୱରେ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଭାରତ ସହିତ ପ୍ରବାସୀ ଭାରତୀୟମାନଙ୍କୁ ଯୋଡିବା, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରିବା ଏବଂ ପର୍ଯ୍ୟଟନ ତଥା ଅନ୍ୟାନ୍ୟ ସହଯୋଗୀ ଶିଳ୍ପଗୁଡିକ ଲାଭବାନ ହେବାର କ୍ଷମତା ରଖିଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟରେ ବିସ୍ତୃତ ରିପୋର୍ଟ ପାଇ ପାରିବେ

https://mib.gov.in/sites/default/files/AVGC-XR%20Promotion%20Taskforce%20Report%20-%202022.pdf

HS



(Release ID: 1886771) Visitor Counter : 184