ନୀତି ଆୟୋଗ
azadi ka amrit mahotsav

ଏଟିଲ ମାରାଥନ-୨୦୨୨-୨୩ ଅଟଳ ନବୋନ୍ମେଷ ମିଶନ ପକ୍ଷରୁ ଦରଖାସ୍ତ ଆହ୍ୱାନ


ଏଆଇଏମ୍ ଦ୍ୱାରା ଗୃହୀତ ଜି-୨୦ କଥାବସ୍ତୁ: ବିଦ୍ୟାର୍ଥୀଙ୍କ ନିମନ୍ତେ ଚଳିତବର୍ଷ ଫ୍ଲାଗସିପ୍ ନବୋନ୍ମେଷ ଉପରେ ପ୍ରତିଯୋଗିତା

ପୋଷ୍ଟ କରାଯିବା ଦିନାଙ୍କ: 19 DEC 2022 3:53PM by PIB Bhubaneswar

ଅଟଳ ନବୋନ୍ମେଷ ମିଶନ (ଏଆଇଏମ୍‌) ନୀତି ଆୟୋଗ ଆଜିଠାରୁ ଏଟିଏଲ ମାରାଥନ ୨୦୨୨-୨୩ ନିମନ୍ତେ ଦରଖାସ୍ତ ଆହ୍ୱାନ କରୁଛନ୍ତି । ଏଆଇଏମ୍‌ର ଅଟଲ ଟିଙ୍କରିଂ ଲ୍ୟାବ କାର୍ଯ୍ୟକାରୀ ନିମନ୍ତେ ଏହା ଫ୍ଲାଗସିପ୍ ନବୋନ୍ମେଷ ଆହ୍ୱାନ ଅଟେ ।

 ଦେଶବ୍ୟାପୀ ଯୁବ ନବୋନ୍ମେଷକାରୀମାନଙ୍କ ନିମନ୍ତେ ଅଟଳ ମାରାଥନ ହେଉଛି ଏକ ଜାତୀୟସ୍ତରୀୟ ନବୋନ୍ମୋଷ ଆହ୍ୱାନ । ଏହା ଦ୍ୱାରା ଯୁବଗୋଷ୍ଠୀ ନିଜର ରୁଚି ଅନୁସାରେ ଗୋଷ୍ଠୀ ସମସ୍ୟାର ସମାଧାନ କରିବା ସହ ସେମାନେ ସମସ୍ୟାର ଆଦି ରୂପକୁ ଭିତ୍ତିକରି ଏହାର ନବୋନ୍ମେଷ କିମ୍ବା ନ୍ୟୁନତମ ଜୀବନକ୍ଷମ ପଦାର୍ଥ (ଏମଭିପି) ଦ୍ୱାରା ସମାଧାନର ପନ୍ଥା ବାହାର କରିପାରିବେ ।

ମାରାଥନର ଗତ ସଂସ୍କରଣରେ ସାତହଜାର ନବୋନ୍ମେଷ ବାହାରି ଥିବାବେଳେ ସେଥିରୁ ପ୍ରଥମ ୩୫୦ଜଣ ଭାରତର କେତେକ ନାମୀ କମ୍ପାନୀରେ ପ୍ରଶିକ୍ଷଣ ସୁଯୋଗ ପାଇବା ସହ ଏଆଇଏମ୍ ଓ ନୀତି ଆୟୋଗ ପକ୍ଷରୁ ପୁରସ୍କାର ଓ ପ୍ରମାଣପତ୍ର ହାସଲ କରିଥିଲେ । ଚଳିତବର୍ଷର ଏଟିଏଲ ମାରାଥନ ଆହୁରି ଭବ୍ୟ ଆକାରରେ ହେବାକୁ ଯାଉଛି ।

ଏଥର ଅଟଳ ମାରାଥନ ସଂସ୍କରଣର ବିଷୟବସ୍ତୁ “ଭାରତର ଜି-୨୦ ଅଧ୍ୟକ୍ଷତା ରହିଛି । ଚଳିତବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରିବାକୁ ଯାଉଥିବାବେଳେ, ଏଆଇଏମ୍ ଜି-୨୦ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମୁଖରେ ଆନ୍ତର୍ଜାତିକ  ସମସ୍ୟା ଓ ସେ ସମ୍ପର୍କୀତ ଉତ୍ସାହଜନକ ସୁପାରିସ ଇତ୍ୟାଦି ରହିଛି ।

ଏହାର ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀମାନଙ୍କ ସମ୍ମୁଖରେ କେବଳ ଏକ ଉନ୍ନତ ଭାରତର ନବୋନ୍ମଷ ନୁହେଁ ବରଂ ବୈଶ୍ୱିକ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପନ୍ଥା ନିର୍ଦ୍ଧାରଣର ସୁଯୋଗ ରହିଛି । ଏହା ଭାରତ ପାଇଁ ଏକ ଐତିହାସିକ କ୍ଷଣ ହେବାକୁ ଯାଉଥିବାବେଳେ, ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ଥାନୀୟ ଓ ବୈଶ୍ୱିକ ସମସ୍ୟା ସମାଧାନ ନିମନ୍ତେ ଏକ ଅନନ୍ୟ ସୁଯୋଗ ରହିଛି ।

ଚଳିତବର୍ଷ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଛାଡି ପ୍ରକଳ୍ପ ଦାଖଲର ବିକଳ୍ପ ବିଷୟ ମଧ୍ୟ ରହିଛି । ସେମାନେ ସ୍ଥାନୀୟ ଗୋଷ୍ଠୀଗତ ସମସ୍ୟା ମଧ୍ୟ ସମାଧାନ କରିବାରେ ସମର୍ଥ ହୋଇପାରିବେ ।

ଅଟଳ ମାରାଥନ ୨୦୨୨-୨୩ ହିନ୍ଦୀରେ ମଧ୍ୟ ଉପଲବ୍ଧ ହେଉଛି । ବିଦ୍ୟାର୍ଥୀମାନେ ଅଟଳ ମାରାଥନ ସମ୍ପର୍କରେ ସବିଶେଷ ତଥ୍ୟ ଇଂରାଜୀ ଓ ହିନ୍ଦୀରେ ପାଇପାରିବା ସହ ସେମାନ୍‌ଙ୍କ ପ୍ରକଳ୍ପ ଉଭୟ ଭାଷାରେ ଦାଖଲ କରିପାରିବେ ।

ସର୍ବଶ୍ରେଷ୍ଠ ଦଳ ବିଦ୍ୟାର୍ଥୀ ନବୋନ୍ମେଷ କାର୍ଯ୍ୟକ୍ରମ ଜରିଆରେ ଭାରତରେ ଅଗ୍ରଣୀ ବାଣିଜ୍ୟିକ ସଂସ୍ଥା ଓ ଷ୍ଟାର୍ଟଅପ୍ ପାଇଁ ସମସ୍ତ ସୁବିଧା କେନ୍ଦ୍ରରେ ପ୍ରଶିକ୍ଷଣ ସୁବିଧା ସୁଯୋଗ ସହ ଏଆଇଏମ, ନୀତି ଆୟୋଗ ପକ୍ଷରୁ ପ୍ରମାଣପତ୍ର ମଧ୍ୟ ପାଇପାରିବେ ।

ଏହାର ଉନ୍ମୋଚନ କରି ଏଆଇଏମ୍‌ର ମିଶନ ନିର୍ଦ୍ଦେଶକ ଡକ୍ଟର ଚିନ୍ତନ ବୈଷ୍ଣବ କହିଛନ୍ତି ଯେ “ଏହା ଆମ ସମସ୍ତଙ୍କ ନିମନ୍ତେ ଏକ ଚିତ୍ତାକର୍ଷକ କ୍ଷଣ । କାରଣ ଗତ ମାରାଥନରେ ଆମେ କେତେକ ବିଚକ୍ଷଣ ନବୋନ୍ମେଷ ଦେଖିଛୁ ଓ ଚଳିତଥର ମଧ୍ୟ ନିଶ୍ଚିତ ଦେଖିବାର ଆଶା ରଖିଛୁ । ଏଟିଏଲ ମାରାଥନ ହେଉଛି ଏକ ଦଳ ଗଠନଠାରୁ ଆରମ୍ଭ କରି ଦେଶର ଗୁରୁତ୍ୱପୂର୍ଣ୍ଣ  ସମସ୍ୟା ସମାଧାନ ପାଇଁ ଏକ ବିରାଟ ଯାତ୍ରା ।”

ଚଳିତବର୍ଷର ବିଷୟବସ୍ତୁ ଉପରେ ଗୁରୁତ୍ୱ ଆରୋପ କରି ସେ କହିଛନ୍ତି, ଯେ ଏଥର ମାରାଥନ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଜି-୨୦କୁ ନେଇ ବୈଶ୍ୱିକ ସମସ୍ୟାର ସମାଧାନ ଖୋଜିବା ଯୋଗୁଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏପରି ସୁଯୋଗର ଅଂଶବିଶେଷ ହେବାକୁ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ସେ ଉତ୍ସାହିତ କରିଛନ୍ତି ।

ଏଟିଏଲ୍  ମାରାଥନରେ ଜଣେ ବିଦ୍ୟାର୍ଥୀର ଯାତ୍ରା

https://lh6.googleusercontent.com/_vhJAdorFGC5As86P9HgFd0iMJtpFD9nsS--RprL_tZHJJmH5b-07TralzKV6RUfXrk49ugBwOZ8RdWWS5hM8-nyvoz3XL0a-VytXoWrgVTQTLNtzwf_o3bKaTbXdCYnnOktagn51ODrxy0ctN4EZYRV7xxJK5H6dvE0NZsiX6wR9fYSG5VO3NA

ସମସ୍ୟା କ୍ଷେତ୍ର

୧.ଶିକ୍ଷା

୨.ସ୍ୱାସ୍ଥ୍ୟ

୩. କୃଷି

୪. ପରିବେଶ ଓ ଜଳବାୟୁ ସମସ୍ୟାର ସ୍ଥାୟୀ ସମାଧାନ

୫. ବିକାଶ

୬. ଡିଜିଟାଲ ଅର୍ଥନୀତି

୭. ପର୍ଯ୍ୟଟନ

୮. ଅନ୍ୟାନ୍ୟ (ନିଜର ସମସ୍ୟାକୁ ଚିହ୍ନଟ କରି ସମାଧାନ କର)

ଅଧିକ ତଥ୍ୟ ଜାଣିବା ପାଇଁ ବିଦ୍ୟାର୍ଥୀମାନେ ଏଠାରେ ଥିବା ୱେବ ସାଇଟ୍ https:// innovateindia. mygov.in/atl-marathon-2022/ ରେ ଯାଞ୍ଚ କରିପାରିବେ ।

*****

SM/SLP


(ରିଲିଜ ଆଡି: 1884947) ପରିଦର୍ଶକ କାଉଣ୍ଟର : 265
ଏହି ରିଲିଜ ପଢନ୍ତୁ : English , Malayalam , Urdu , Marathi , हिन्दी , Tamil , Telugu