ଜାହାଜ ଚଳାଚଳ ମନ୍ତ୍ରଣାଳୟ
ଦିନକରେ ୬,୪୯,୭୩୦ ମେଟ୍ରିକ ଟନ୍ ପଣ୍ୟ କାରାବାର କରି ପାରାଦୀପ ବନ୍ଦରର ରେକର୍ଡ
Posted On:
16 DEC 2022 3:45PM by PIB Bhubaneshwar
ନୂଆଦିଲ୍ଲୀ, ୧୬-୧୨-୨୦୨୨(ପି.ଆଇ.ବି.): ଡିସେମ୍ବର ୧୪, ୨୦୨୨ ରେ ଗୋଟିଏ ଦିନରେ ୬,୪୯,୭୩୦ ମେଟ୍ରିକ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର ଆଉ ଏକ ବିରାଟ ସଫଳତା ହାସଲ କରିଛି । ବନ୍ଦର ଅଧ୍ୟକ୍ଷ ଶ୍ରୀ ପି.ଏଲ. ହାରନାଧ ଏଥିପାଇଁ ବନ୍ଦର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି ବିରାଟ ସଫଳତା ପାଇଁ ଏଥିସହ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାରଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବନ୍ଦରର ଉତ୍ତର ପାର୍ଶ୍ଵରେ ଖନନ ପରେ ପାରାଦୀପ ବନ୍ଦରରେ ଏମ.ଭି ଗୋଲେଡେନ ବାର୍ଣ୍ଣେଟ ୧୬. ୨୦ ମିଟର ବଡ ଜାହାଜ ୧, ୪୬, ୫୫୪ ଟନ୍ କୋକିଂ କୋଲ ପରିବହନ କରି ଲଙ୍ଗର ପକାଇବାରେ ସମର୍ଥ ହୋଇଛି ।
ବନ୍ଦର ୧୨୫ ଏମଏମ୍ଟି ପଣ୍ୟ କାରବାର ଚଳିତ ଆର୍ଥିକ ବର୍ଷରେ କରିଥିବା ବେଳେ, ଅଧିକ ପଣ୍ୟକାରବାର ସାମର୍ଥ୍ୟ ସୃଷ୍ଟି ଲାଗି ବନ୍ଦର ବିକାଶ ପାଇଁ ହାତ ବଢାଇବାକୁ ଏହା ଅଂଶୀଦାରମାନଙ୍କୁ ନିବେଦନ କରିଛି ।

*****
SM/SLP
(Release ID: 1884274)
Visitor Counter : 183