ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଅରୋବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ


ଶ୍ରୀ ଅରୋବିନ୍ଦଙ୍କ ସମ୍ମାନାର୍ଥେ ସ୍ମରଣୀୟ ମୁଦ୍ରା ଏବଂ ଡାକ ଟିକଟକୁ ଉନ୍ମୋଚନ କରିଛନ୍ତି

“୧୮୯୩ ଶ୍ରୀ ଅରୋବିନ୍ଦ, ସ୍ୱାମୀ ବିବେକାନନ୍ଦ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା”

“ଯେତେବେଳେ ପ୍ରେରଣା ଏବଂ କାର୍ଯ୍ୟ ମିଳେ, ଅସମ୍ଭବ ମନେହେଉଥିବା ଲକ୍ଷ୍ୟ ମଧ୍ୟ ସମ୍ପନ୍ନ ହୁଏ”

“ଶ୍ରୀ ଅରୋବିନ୍ଦଙ୍କ ଜୀବନ ହେଉଛି "ଏକ ଭାରତ ଶ୍ରେଷ୍ଠ ଭାରତ”ର ପ୍ରତିଫଳନ”

“କାଶୀ ତାମିଲ ସଙ୍ଗମମ ଏକ ସଂସ୍କୃତି ଏବଂ ପରମ୍ପରା ମାଧ୍ୟମରେ ଦେଶକୁ ଏକତ୍ର ବାନ୍ଧି ରଖିବାର ଏକ ଉତ୍ତମ ଉଦାହରଣ”

“ଆମେ "ଭାରତ ପ୍ରଥମ” ମନ୍ତ୍ର ସହିତ କାର୍ଯ୍ୟ କରୁଛୁ ଏବଂ ଆମର ଐତିହ୍ୟକୁ ଗର୍ବର ସହିତ ସମଗ୍ର ବିଶ୍ୱ ଆଗରେ ରଖିଛୁ”

“ଭାରତ ହେଉଛି ମାନବ ସଭ୍ୟତାର ସବୁଠାରୁ ସ୍ୱଚ୍ଛ ବିଚାର, ମାନବିକତାର ସବୁଠାରୁ ପ୍ରାକୃତିକ ସ୍ୱର”

Posted On: 13 DEC 2022 6:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁଡୁଚେରୀର କାମ୍ବନ କାଲାଇ ସଙ୍ଗମରେ ଶ୍ରୀ ଅରୋବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଅରୋବିନ୍ଦଙ୍କ ସମ୍ମାନାର୍ଥେ ଏକ ସ୍ମରଣୀୟ ମୁଦ୍ରା ଏବଂ ଡାକ ଟିକସ ମଧ୍ୟ ଉନ୍ମୋଚନ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ଅରୋବିନ୍ଦୋଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ବର୍ଷସାରା ଅତି ଉତ୍ସାହର ସହ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଛନ୍ତି ଯେ ଦେଶ ଶ୍ରୀ ଅରୋବିନ୍ଦଙ୍କୁ ଏକ ସ୍ମରଣୀୟ ମୁଦ୍ରା ଏବଂ ଡାକ ଟିକସ ଉନ୍ମୋଚନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଦେଶର ଏଭଳି ପ୍ରୟାସ ଭାରତର ସଂକଳ୍ପକୁ ନୂତନ ଶକ୍ତି ଏବଂ ବଳ ଦେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଏକା ସାଙ୍ଗରେ ଅନେକ ବଡ଼ ଘଟଣା ଘଟେ, ପ୍ରାୟତଃ "ଯୋଗ-ଶକ୍ତି” ଅର୍ଥାତ ସେମାନଙ୍କ ପଛରେ ଏକ ସାମୂହିକ ତଥା ମିଳିତ ଶକ୍ତି ଥାଏ । ପ୍ରଧାନମନ୍ତ୍ରୀ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ମନେ ପକାଇଲେ ଯେଉଁମାନେ କେବଳ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନାହାନ୍ତି ବରଂ ଦେଶର ଆବେଗକୁ ମଧ୍ୟ ନୂତନ ଜୀବନ ଦେଇଥିଲେ । ସେଥିମଧ୍ୟରୁ ତିନି ଜଣ ବ୍ୟକ୍ତିତ୍ୱ, ଶ୍ରୀ ଅରୋବିନ୍ଦୋ, ସ୍ୱାମୀ ବିବେକାନନ୍ଦ ଏବଂ ମହାତ୍ମା ଗାନ୍ଧୀ ଏକ ସମୟରେ ସେମାନଙ୍କ ଜୀବନରେ ଅନେକ ବଡ଼ ଘଟଣା ଘଟିଥିଲା । ଏହି ଘଟଣାଗୁଡ଼ିକ କେବଳ ଏହି ବ୍ୟକ୍ତିତ୍ୱଙ୍କର ଜୀବନ ବଦଳାଇ ନଥିଲା ବରଂ ଜାତୀୟ ଜୀବନରେ ସୁଦୂରପ୍ରସାରୀ ପରିବର୍ତ୍ତନ ଆଣିଥିଲା । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ୧୮୯୩ ମସିହାରେ ଶ୍ରୀ ଅରୋବିନ୍ଦ ଭାରତକୁ ଫେରିଥିଲେ ଏବଂ ସେହି ବର୍ଷ ସ୍ୱାମୀ ବିବେକାନନ୍ଦ ବିଶ୍ୱ ଧର୍ମ ସଂସଦରେ ନିଜର ଶ୍ରେଷ୍ଠ ଭାଷଣ ଦେବା ପାଇଁ ଆମେରିକା ଯାଇଥିଲେ । ସେହି ବର୍ଷ ଗାନ୍ଧୀ ଜୀ ଦକ୍ଷିଣ ଅଫ୍ରିକା ଯାଇଥିଲେ, ଯାହା ମହାତ୍ମା ଗାନ୍ଧୀରେ ରୂପାନ୍ତରର ଆରମ୍ଭ ବୋଲି ଦର୍ଶାଇଥିଲା । ବର୍ତ୍ତମାନ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ତଥା ଅମୃତ କାଳର ଯାତ୍ରା ଆରମ୍ଭ କରୁଥିବା ବେଳେ ଘଟଣାଗୁଡ଼ିକର ସମାନ ମିଳନକୁ ସେ ଉଲ୍ଲେଖ କରି କହିଛନ୍ତି ଯେ ଆମେ ଶ୍ରୀ ଅରୋବିନ୍ଦୋଙ୍କ ୧୫୦ ତମ ବାର୍ଷିକୀ ଏବଂ ନେଟାଜୀ ସୁଭାଷଙ୍କର ୧୨୫ ତମ ବାର୍ଷିକୀ ପାଳନ କରୁଛୁ । ଯେତେବେଳେ ପ୍ରେରଣା ଏବଂ କାର୍ଯ୍ୟ ମିଳେ, ଅସମ୍ଭବ ମନେହେଉଥିବା ଲକ୍ଷ୍ୟ ମଧ୍ୟ ଅବଶ୍ୟ ସମ୍ପନ୍ନ ହୁଏ । ଆଜି ଅମୃତ କାଳରେ ଦେଶର ସଫଳତା ଏବଂ "ସବକା ପ୍ରୟାସ”ର ସଂକଳ୍ପ ଏହାର ପ୍ରମାଣ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ଅରୋବିନ୍ଦ ବଙ୍ଗଳାରେ ଜନ୍ମ ହୋଇଥିବାରୁ ସେ ଗୁଜୁରାଟୀ, ବଙ୍ଗାଳୀ, ମରାଠୀ, ହିନ୍ଦୀ ଏବଂ ସଂସ୍କୃତ ସମେତ ଅନେକ ଭାଷା ଜାଣିଥିବାରୁ ତାଙ୍କ ଜୀବନ "ଏକ ଭାରତ ଶ୍ରେଷ୍ଠ ଭାରତ” ର ପ୍ରତିଫଳନ । ସେ ଜୀବନର ଅଧିକାଂଶ ସମୟ ଗୁଜୁରାଟ ଏବଂ ପୁଡୁଚେରୀରେ ବିତାଇଥିଲେ ଏବଂ ସେ ଯେଉଁଆଡେ ଯାଉଥିଲେ ଏକ ଗଭୀର ଛାପ ଛାଡୁଥିଲେ । ଶ୍ରୀ ଅରୋବିନ୍ଦଙ୍କ ଶିକ୍ଷା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଆମେ ଆମର ପରମ୍ପରା ଓ ସଂସ୍କୃତି ବିଷୟରେ ସଚେତନ ହୋଇ ସେମାନଙ୍କ ମାଧ୍ୟମରେ ଜୀବନଯାପନ କରିବା ଆରମ୍ଭ କରିଥାଉ, ସେହି ସମୟରେ ହିଁ ଆମର ବିବିଧତା ଆମ ଜୀବନର ଏକ ସ୍ୱାଭାବିକ ଉତ୍ସବରେ ପରିଣତ ହୁଏ । ଆଜାଦୀ କା ଅମୃତ କାଳ ପାଇଁ ଏହା ଏକ ବଡ଼ ପ୍ରେରଣାର ଉତ୍ସ । ଏହା ବ୍ୟତୀତ ଏକ ଭାରତ ଶ୍ରେଷ୍ଠ ଭାରତକୁ ବୁଝାଇବା ପାଇଁ କୌଣସି ଭଲ ଉପାୟ ନାହିଁ ବୋଲି ସେ କହିଛନ୍ତି ।

କାଶୀ ତାମିଲ ସଙ୍ଗମମରେ ଅଂଶଗ୍ରହଣ କରିବାର ସୁଯୋଗକୁ ପ୍ରଧାନମନ୍ତ୍ରୀ ମନେ ପକାଇ କହିଥିଲେ ଯେ ଏହାର ସଂସ୍କୃତି ଏବଂ ପରମ୍ପରା ମାଧ୍ୟମରେ ଭାରତ କିପରି ଦେଶକୁ ଏକତ୍ର ବାନ୍ଧି ରଖିଛି ଏହାର ଏକ ଚମତ୍କାର ଉଦାହରଣ । କାଶୀ ତାମିଲ ସାଙ୍ଗମମ ଦର୍ଶାଇଛି ଯେ ଆଜିର ଯୁବପୀଢି ଭାଷା ଏବଂ ପୋଷାକ ଆଧାରରେ ଭିନ୍ନ ଭିନ୍ନ ରାଜନୀତିକୁ ପଛରେ ପକାଇଛନ୍ତି ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ରାଜନୀତିକୁ ଗ୍ରହଣ କରୁଛନ୍ତି । ଆଜି ଆଜାଦି କା ଅମୃତ ମହୋତ୍ସବ ଏବଂ ଅମୃତ କାଳରେ ଆମକୁ କାଶୀ ତାମିଲ ସଙ୍ଗମମର ଆବେଗକୁ ଆଗକୁ ନେବାକୁ ପଡିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଶ୍ରୀ ଅରୋବିନ୍ଦ ଏପରି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ଜୀବନରେ ଆଧୁନିକ ବୈଜ୍ଞାନିକ ସ୍ୱଭାବ, ରାଜନୈତିକ ବିଦ୍ରୋହ ଏବଂ ଈଶ୍ୱରଙ୍କ ଭାବନା ମଧ୍ୟ ରହିଥିଲା । ବଙ୍ଗଳା ବିଭାଜନ ସମୟରେ ପ୍ରଧାନମନ୍ତ୍ରୀ ତାଙ୍କର "ବିନା ବୁଝାମଣା” ସ୍ଲୋଗାନକୁ ମନେ ପକାଇଥିଲେ । ତାଙ୍କର ଆଦର୍ଶଗତ ସ୍ୱଚ୍ଛତା, ସାଂସ୍କୃତିକ ଶକ୍ତି ଏବଂ ଦେଶପ୍ରେମ ତାଙ୍କୁ ସେହି ସମୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ଆଦର୍ଶ କରିପାରିଥିଲା । ଶ୍ରୀ ମୋଦୀ ମଧ୍ୟ ଶ୍ରୀ ଅରୋବିନ୍ଦଙ୍କ ଋଷି ପ୍ରତୀମ ଦିଗ ଉପରେ ଧ୍ୟାନ ଦେଇଥିଲେ, ଯିଏ ଗଭୀର ଦାର୍ଶନିକ ଏବଂ ଆଧ୍ୟାତ୍ମିକ ପ୍ରସଙ୍ଗରେ ବୁଡି ରହୁଥିଲେ । ସେ ଉପନିଷଦରେ ସାମାଜିକ ସେବାର ଉପାଦାନ ଯୋଡିଥିଲେ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ କୌଣସି ହୀନମନ୍ୟତା ଅନୁଭବ ନକରି ବିକଶିତ ଭାରତ ଯାତ୍ରା ସମୟରେ ଆମେ ସମସ୍ତ ଦୃଷ୍ଟିକୋଣ ଗ୍ରହଣ କରୁଛୁ । ଆମେ "ଭାରତ ପ୍ରଥମ” ର ମନ୍ତ୍ର ସହିତ କାର୍ଯ୍ୟ କରୁଛୁ ଏବଂ ଆମର ଐତିହ୍ୟକୁ ସମଗ୍ର ବିଶ୍ୱରେ ଗର୍ବର ସହିତ ସ୍ଥାନିତ କରୁଛୁ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀ ଅରୋବିନ୍ଦଙ୍କ ଜୀବନ ହିଁ ଭାରତର ଅନ୍ୟ ଏକ ଶକ୍ତିକୁ ଦର୍ଶାଉଛି ଯେଉଁ ପାଞ୍ଚଟି ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ହେଉଛି - ଦାସତ୍ୱର ମାନସିକତାରୁ ମୁକ୍ତି । ପାଶ୍ଚାତ୍ୟର ପ୍ରବଳ ପ୍ରଭାବ ସତ୍ୱେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଭାରତକୁ ଫେରିବା ପରେ ଶ୍ରୀ ଅରୋବିନ୍ଦ ଜେଲରେ ଥିବା ସମୟରେ ଗୀତା ସହ ଯୋଗାଯୋଗ କରିଥିଲେ ଏବଂ ସେ ଭାରତୀୟ ସଂସ୍କୃତିର ବଡ ପ୍ରଶଂସକ ଭାବରେ ଉଭା ହୋଇଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ ସ୍ମରଣ କରିଛନ୍ତି ଯେ ସେ ଶାସ୍ତ୍ର ଅଧ୍ୟୟନ କରିଥିଲେ ଏବଂ ରାମାୟଣ, ମହାଭାରତ ଏବଂ ଉପନିଷଦଠାରୁ କାଳିଦାସ, ଭବହୁତି ଏବଂ ଭାରତୀ ପର୍ଯ୍ୟନ୍ତ ଗ୍ରନ୍ଥଗୁଡ଼ିକୁ ଅନୁବାଦ କରିଥିଲେ । ଶ୍ରୀ ଅରୋବିନ୍ଦଙ୍କ ଚିନ୍ତାଧାରାରେ ଲୋକମାନେ ଭାରତକୁ ଦେଖୁଥିଲେ, ସେହି ସମାନ ଅରୋବିନ୍ଦୋ ଯିଏ କି ଯୌବନରେ ଭାରତୀୟତାଠାରୁ ଦୂରରେ ରହିଥିଲେ । ଏହା ହେଉଛି ଭାରତ ଏବଂ ଭାରତୀୟତାର ପ୍ରକୃତ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସମୃଦ୍ଧ ସାଂସ୍କୃତିକ ଇତିହାସ ଉପରେ ମନ୍ତବ୍ୟ ଦେଇ କହିଛନ୍ତି, ଭାରତ ହେଉଛି ଏଭଳି ଏକ ଅମର ମଞ୍ଜି ଯାହା ପ୍ରତିକୂଳ ପରିସ୍ଥିତିରେ ଟିକିଏ ଚାପି ହୋଇପାରେ, ଟିକିଏ ଶୁଖିପାରେ, କିନ୍ତୁ ଏହା ମରିପାରିବ ନାହିଁ, ଭାରତ ହେଉଛି ମାନବ ବାଦର ସବୁଠାରୁ ସ୍ୱାଭାବିକ ବିଚାର ।  ଭାରତର ସାଂସ୍କୃତିକ ଅମରତା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହର୍ଷି ଅରୋବିନ୍ଦଙ୍କ ସମୟରେ ମଧ୍ୟ ଭାରତ ଅମର ଥିଲା ଏବଂ ଆଜି ମଧ୍ୟ ଆଜାଦି କା ଅମୃତ କାଳରେ ଏହା ଅମର ଅଟେ । ଆଜିର ବିଶ୍ୱ ସମୁଖୀନ ହେଉଥିବା ଭୟଙ୍କର ଅହ୍ୱାନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତାଙ୍କ ଚୂଡାନ୍ତ ଅଭିଭାଷଣରେ ଏହି ଆହ୍ୱାନଗୁଡିକୁ ଦୂର କରିବାରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ସେଥିପାଇଁ ଆମକୁ ମହର୍ଷି ଅରୋବିନ୍ଦୋଙ୍କଠାରୁ ପ୍ରେରଣା ନେଇ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ସବକା ପ୍ରୟାସ ଦ୍ୱାରା ଏକ ବିକଶିତ ଭାରତ ସୃଷ୍ଟି କରିବାକୁ ହେବ ବୋଲି ଦର୍ଶାଇ ନିଜର ଅଭିଭାଷଣ ସମାପ୍ତ କରିଥିଲେ ।

ପୃଷ୍ଠଭୂମି

୧୫ ଅଗଷ୍ଟ ୧୮୭୨ ରେ ଜନ୍ମ ହୋଇଥିବା ଶ୍ରୀ ଅରୋବିନ୍ଦ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏକି ଭାରତର ସ୍ୱାଧୀନତା ସଂଗ୍ରାମରେ ସ୍ଥାୟୀ ଅବଦାନ ରଖିଥିଲେ । ଆଜାଦୀ କା ଅମୃତ ମହୋତ୍ସବ - ସ୍ୱାଧୀନତାର ୭୫ବର୍ଷ ଅବସରରେ ଭାରତର ଜନସାଧାରଣ, ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ପାଳନ କରିବା ପାଇଁ ଏକ ପ୍ରୟାସ - ଶ୍ରୀ ଅରୋବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀକୁ ସମଗ୍ର ଦେଶରେ ବର୍ଷବ୍ୟାପି ବିଭିନ୍ନ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ପାଳନ କରାଯାଉଛି ।

HS

 



(Release ID: 1883241) Visitor Counter : 229