ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ମୁମ୍ବାଇ ଠାରେ ୨୦୨୨ ଡିସେମ୍ବର ୧୩ ରୁ ୧୬ ମଧ୍ୟରେ ଜି ୨୦ ବିକାଶ କାର୍ଯ୍ୟ ଗୋଷ୍ଠୀର ପ୍ରଥମ ବୈଠକ ଅନୁଷ୍ଠିତ ହେବ

Posted On: 12 DEC 2022 4:27PM by PIB Bhubaneshwar

ଭାରତର ଜି ୨୦ ଅଧ୍ୟକ୍ଷତା ଅଧୀନରେ ବିକାଶ କାର୍ଯ୍ୟ ଗୋଷ୍ଠୀ (ଡିଡବ୍ଲ୍ୟୁଜି) ର ପ୍ରଥମ ବୈଠକ ୨୦୨୨ ଡିସେମ୍ବର ୧୩ ରୁ ୧୬ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଜି ୨୦ ସଦସ୍ୟ, ଅତିଥି ଦେଶ ଗୁଡିକ ତଥା ଆମନ୍ତ୍ରିତ ଅନ୍ତର୍ଜାତୀୟ ସଂଗଠନ ବ୍ୟକ୍ତିଗତ ଭାବରେ ଏହି ବୈଠକରେ ଯୋଗଦେବେ । 

ଡିସେମ୍ବର ୧୩, ୨୦୨୨ ରେ, ଭାରତର ଅଧ୍ୟକ୍ଷତାରେ – ବିକାଶ କାର୍ଯ୍ୟ ଗୋଷ୍ଠୀର ଆଧିକାରିକ ବୈଠକ ପୂର୍ବରୁ ଦୁଇଟି ପାର୍ଶ୍ୱ କାର୍ଯ୍ୟକ୍ରମ - “ବିକାଶ ପାଇଁ ତଥ୍ୟ : ୨୦୩୦ ଏଜେଣ୍ଡାକୁ ଆଗକୁ ନେବାରେ ଜି ୨୦ ର ଭୂମିକା” ଏବଂ “ନୂତନ ଏଲ୍‌ଆଇଏଫ୍‌ଇକୁ ସବୁଜ ବିକାଶରେ ଅନ୍ତର୍ଭୁକ୍ତ କରିବା” ଆୟୋଜନ କରାଯିବ । ପାର୍ଶ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ତାଜମହଲ ପ୍ୟାଲେସ୍‌ରେ ପ୍ରତିନିଧି ମାନଙ୍କ ପାଇଁ ସ୍ୱାଗତ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି ।

- ବିକାଶ କାର୍ଯ୍ୟ ଗୋଷ୍ଠୀ ବୈଠକ ଡିସେମ୍ବର ୧୪ ରୁ ୧୫, ୨୦୨୨ ରେ ଅନୁଷ୍ଠିତ ହେବ ।

- ଭାରତର ଜି ୨୦ ଅଧ୍ୟକ୍ଷତା ୨୦୧୫ ରେ ଗ୍ରହଣ କରାଯାଇଥିବା ନିରନ୍ତର ବିକାଶ ପାଇଁ ୨୦୩୦ ଏଜେଣ୍ଡାର ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ବିନ୍ଦୁ ଉପରେ ରହିଛି ।

- ଭାରତର ଜି -୨୦ର ସିଦ୍ଧାନ୍ତ ‘ବସୁଧୈବ କୁଟୁମ୍ବକମ୍‌' ଏବଂ ବିଷୟ ହେଉଛି “ଗୋଟିଏ ପୃଥିବୀ, ଗୋଟିଏ ପରିବାର. ଗୋଟିଏ ଭବିଷ୍ୟତ” ।

- ଏସ୍‌ଡିଜି ପ୍ରଗତିର ସମୀକ୍ଷା ଏବଂ ଏସ୍‌ଡିଜି ଲକ୍ଷ୍ୟ ଗୁଡିକୁ ହାସଲ କରିବା ପାଇଁ ଜି ୨୦ ର ପ୍ରୟାସ ଉପରେ ଡିଡବ୍ଲ୍ୟୁଜି ବୈଠକରେ ଆଲୋଚନା କରାଯିବ ।

- ଏସ୍‌ଡିଜି ପ୍ରଗତିରେ ଦ୍ରୁତ ଗତି ଆଣିବା, ପରିବେଶ ପାଇଁ ଜୀବନଶୈଳୀ ଏବଂ ବିକାଶ ପାଇଁ ତଥ୍ୟ ସହିତ ଜଡିତ ପ୍ରସଙ୍ଗ ସହିତ ଭାରତର ପ୍ରମୁଖ ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ।

- ସବୁଜ ବିକାଶ ପ୍ରସଙ୍ଗ ପରିପ୍ରେକ୍ଷୀରେ, ଧ୍ୟାନ କେନ୍ଦ୍ରିତ କ୍ଷେତ୍ର ଗୁଡିକରେ ଅନ୍ତର୍ଭୁକ୍ତ ହେବ ଜଳବାୟୁ ଅର୍ଥ ଏବଂ ପ୍ରଯୁକ୍ତି ବିଦ୍ୟା ସହିତ କେବଳ ଶକ୍ତି ପରିବର୍ତ୍ତନ ।

- ଟେକ୍ନୋଲୋଜି ପ୍ରତି ଆମର ମାନବ- କେନ୍ଦ୍ରିକ ଆଭିମୁଖ୍ୟ ସହିତ କୃଷି ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ କ୍ଷେତ୍ର ଗୁଡିକରେ ବୈଷୟିକ- ସକ୍ଷମ ବିକାଶ ଉପରେ ମଧ୍ୟ ଆଲୋଚନା କରାଯିବ ।

ବିକାଶ କାର୍ଯ୍ୟ ଗୋଷ୍ଠୀ ବୈଠକ ୨୦୨୨ ଡିସେମ୍ବର ୧୪ - ୧୫ ରେ ଅନୁଷ୍ଠିତ ହେବ, ଯେଉଁଥିରେ ଭାରତର ପ୍ରମୁଖ ପ୍ରାଥମିକତା କ୍ଷେତ୍ର ଏସ୍‌ଡିଜି ପ୍ରଗତିକୁ ତ୍ୱରାନ୍ୱିତ କରିବା, ପରିବେଶ ପାଇଁ ଜୀବନଶୈଳୀ ଏବଂ ବିକାଶ ପାଇଁ ତଥ୍ୟ ଉପରେ ଧ୍ୟାନ ଦିଆଯିବ ।

ଭାରତର ଜି ୨୦ ଅଧ୍ୟକ୍ଷତା ୨୦୧୫ ରେ ଗ୍ରହଣ କରା ଯାଇଥିବା ସ୍ଥାୟୀ ବିକାଶ ନିମନ୍ତେ ୨୦୩୦ ଏଜେଣ୍ଡାର ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ବିନ୍ଦୁ ଉପରେ ରହିଛି । ଡିଡବ୍ଲ୍ୟୁଜି ବୈଠକରେ ଏସ୍‌ଡିଜି ପ୍ରଗତିର ସମୀକ୍ଷା ଏବଂ ଏସ୍‌ଡିଜିର ଲକ୍ଷ୍ୟ ଗୁଡିକୁ ହାସଲ କରିବା ପାଇଁ ଜି ୨୦ର ପ୍ରୟାସ ଉପରେ ଆଲୋଚନା କରାଯିବ । ସବୁଜ ବିକାଶ ପ୍ରସଙ୍ଗରେ, ପ୍ରମୁଖ କ୍ଷେତ୍ର ଗୁଡିକରେ ଜଳବାୟୁ ଅର୍ଥ ଏବଂ ପ୍ରଯୁକ୍ତି ବିଦ୍ୟା ସହିତ ବିକାଶଶୀଳ ଦେଶ ମାନଙ୍କ ପାଇଁ କେବଳ ଶକ୍ତି ପରିବର୍ତ୍ତନ ଅନ୍ତର୍ଭୁକ୍ତ ହେବ । 

ଶିଳ୍ପ, ସମାଜ ଏବଂ କ୍ଷେତ୍ର ଗୁଡିକରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ, ଏଲ୍‌ଆଇଏଫ୍‌ଇର ଧାରଣା (ପରିବେଶ ପାଇଁ ଜୀବନଶୈଳୀ), ଏକ ଆଚରଣ- ଆଧାରିତ ଆନ୍ଦୋଳନକୁ ବୁଝାଏ, ଯାହା ଆମ ଦେଶର ସମୃଦ୍ଧ, ପ୍ରାଚୀନ ଏବଂ ସ୍ଥାୟୀ ପରମ୍ପରା ଦ୍ୱାରା ଆକର୍ଷିତ ହୋଇଥାଏ, ଗ୍ରାହକଙ୍କୁ ଏବଂ ବଜାରକୁ ପରିବେଶ ସଚେତନ ଅଭ୍ୟାସ ଗ୍ରହଣ କରାଇଥାଏ, ତାହା ଉପରେ ବିଚାର କରାଯିବ । 

ଏଲ୍‌ଆଇଏଫ୍‌ଇ ଭାରତର ଜି୨୦ ସିଦ୍ଧାନ୍ତ ‘ବସୁଧୈବ କୁଟୁମ୍ବକମ୍‌' ଏବଂ ବିଷୟ “ଗୋଟିଏ ପୃଥିବୀ ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ” ସହିତ ଘନିଷ୍ଠ ଭାବରେ ଜଡିତ । ଟେକ୍ନୋଲୋଜି ପ୍ରତି ଆମର ମାନବ- କେନ୍ଦ୍ରିକ ଆଭିମୁଖ୍ୟ ସହିତ କୃଷି ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ କ୍ଷେତ୍ର ଗୁଡିକରେ ବୈଷୟିକ- ସକ୍ଷମ ବିକାଶ ଉପରେ ମଧ୍ୟ ଆଲୋଚନା କରାଯିବ । ସାମାଜିକ- ଅର୍ଥନୈତିକ ବିକାଶ ତଥା ଏସ୍‌ଡିଜି ଉପଲବ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ମହିଳା ମାନଙ୍କୁ ସାମ୍ନାକୁ ଆଣିବା ପାଇଁ ପ୍ରୟାସ ସହିତ ମହିଳା ସଶକ୍ତିକରଣ ଏବଂ ଉଚ୍ଚ ପଦବୀରେ ପ୍ରତିନିଧିତ୍ୱ ଉପରେ ଆଲୋକପାତ କରାଯିବ । 

ଆଧିକାରିକ ଡିଡବ୍ଳ୍ୟୁଜି ବୈଠକ ପରେ ୨୦୨୨ ଡିସେମ୍ବର ୧୬ ରେ ପ୍ରତିନିଧି ମାନେ କାନହେରୀ ଗୁମ୍ଫା ପରିଦର୍ଶନରେ ଯିବେ ।

*****

SSP



(Release ID: 1882956) Visitor Counter : 181