କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
azadi ka amrit mahotsav

କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଆଜି ବିଜ୍ଞାନ ଭବନ ଠାରେ “ମିଶନ କର୍ମଯୋଗୀ” ଅଧୀନରେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକ ପାଇଁ ବାର୍ଷିକ ସାମର୍ଥ୍ୟ ନିର୍ମାଣ ଯୋଜନା ଗୁଡିକ ଉପରେ ଆପ୍ରୋଚ ପେପର ଜାରି କରିଛନ୍ତି


ସାମର୍ଥ୍ୟ ନିର୍ମାଣ ଆୟୋଗ (ସିବିସି) ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ କ୍ୟାବିନେଟ ସଚିବ ପ୍ରତ୍ୟେକ ମନ୍ତ୍ରଣାଳୟ / ବିଭାଗର ବାର୍ଷିକ ସାମର୍ଥ୍ୟ ନିର୍ମାଣ ଯୋଜନା ପ୍ରସ୍ତୁତି ଉପରେ ସମସ୍ତ ମନ୍ତ୍ରଣାଳୟ / ବିଭାଗ ଗୁଡିକର ସଚିବ ମାନଙ୍କ ସହ ଆଲୋଚନା କରିଛନ୍ତି

ସରକାରଙ୍କ ସାମର୍ଥ୍ୟ ନିର୍ମାଣ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ଏବଂ ସାମର୍ଥ୍ୟ ନିର୍ମାଣ ଆୟୋଗ କେବଳ ଏହି ଦିଗରେ ଗତି କରୁଛନ୍ତି ବୋଲି ଶ୍ରୀ ରାଜୀବ ଗୌବା କହିଛନ୍ତି

Posted On: 01 DEC 2022 4:21PM by PIB Bhubaneshwar

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ମିଶନ୍ କର୍ମଯୋଗୀ” ମାଧ୍ୟମରେ ସରକାରଙ୍କ ମାନବ ସମ୍ବଳ ପରିଚାଳନା ଅଭ୍ୟାସରେ ଉନ୍ନତି ଆଣିବା ପାଇଁ , କ୍ୟାବିନେଟ ସଚିବ , ଶ୍ରୀ ରାଜୀବ ଗୌବା ପ୍ରତ୍ୟେକ ମନ୍ତ୍ରଣାଳୟ / ବିଭାଗର ବାର୍ଷିକ ସାମର୍ଥ୍ୟ ନିର୍ମାଣ ଯୋଜନା ଗଠନ ଉପରେ ସମସ୍ତ ମନ୍ତ୍ରଣାଳୟ / ବିଭାଗର ସଚିବ ମାନଙ୍କ ସହିତ ଆଜି ବିଜ୍ଞାନ ଭବନ ଠାରେ ସାମର୍ଥ୍ୟ ନିର୍ମାଣ ଆୟୋଗ (ସିବିସି) ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ ଆଲୋଚନା କରିଛନ୍ତି । ଏହି ଅବସରରେ ସିବିସି ଦ୍ୱାରା ପ୍ରସ୍ତୁତ ବାର୍ଷିକ ଦକ୍ଷତା ବିକାଶ ଯୋଜନା ଉପରେ ଏକ ଆପ୍ରୋଚ ପେପର ମଧ୍ୟ ଉନ୍ମୋଚିତ ହୋଇଥିଲା ।

ମନ୍ତ୍ରଣାଳୟ / ବିଭାଗ ଗୁଡିକ ପାଇଁ ବାର୍ଷିକ ଦକ୍ଷତା ବିକାଶ ଯୋଜନା ଗଠନ ନିମନ୍ତେ ଆପ୍ରୋଚ ପେପର ଉନ୍ମୋଚନ ଅବସରରେ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସିବିସିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ “ମିଶନ କର୍ମଯୋଗୀ” ର ମୂଳ ବିଚାର ହେଉଛି ସମସ୍ତ କାର୍ଯ୍ୟକ୍ଷେତ୍ରରେ ଏବଂ ପ୍ରତ୍ୟେକ ସ୍ତରରେ ଜ୍ଞାନର ଲୋକତାନ୍ତ୍ରୀକରଣ କରିବାର ଜନାଦେଶକୁ ପୂରଣ କରିବା । ସେ ଉଲ୍ଲେଖ କରିଥିଲେ ଯେ , ଅଳ୍ପ ସମୟର ଅବଧି ମଧ୍ୟରେ ଆୟୋଗଙ୍କ ସହାୟତାରେ ମିଶନ କର୍ମୟୋଗୀ ଅଧୀନରେ ରେଳ ମନ୍ତ୍ରଣାଳୟ ଏବଂ ପୁଲିସ ବାହିନୀର ୧ ଲକ୍ଷରୁ ଅଧିକ କର୍ମଚାରୀ ମାନଙ୍କୁ ତାଲିମ୍ ପ୍ରଦାନ କର। ଯାଇଛି । ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ୨୦୦ରୁ ଅଧିକ ଚୁକ୍ତିଭିତ୍ତିକ ବ୍ୟକ୍ତିଗତ କର୍ମଚାରୀଙ୍କୁ ମଧ୍ୟ ତାଲିମ୍ ଦିଆ ଯାଇଛି ।

ଶ୍ରୀ ଗୌବା କହିଥିଲେ ଯେ, ଭାରତ ସରକାରଙ୍କ ମନ୍ତ୍ରଣାଳୟ ଗୁଡିକ / ବିଭାଗ ଗୁଡିକ ନାଗରିକ କେନ୍ଦ୍ରିକ ଏବଂ ଜାତୀୟ ପ୍ରାଥମିକତା ଗୁଡିକ ଉପରେ ଧ୍ୟାନ ଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ନିକଟତର ହେବା ପାଇଁ ଯଥେଷ୍ଟ ଅଗ୍ରଗତି କରିଛନ୍ତି । ବାର୍ଷିକ ଦକ୍ଷତା ବିକାଶ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ ଗୁଡିକୁ ପ୍ରଶଂସା କରିଥିଲେ ।

 ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକର ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ଗୌବା କହିଥିଲେ ଯେ , ସୁସଙ୍ଗଠିତ ତାଲିମ ମାଧ୍ୟମରେ ସରକାରଙ୍କ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଶିକ୍ଷଣର ସୁଯୋଗକୁ ବୃଦ୍ଧି କରିବା, ଶିକ୍ଷଣର ପାରିବେଶିକ ବ୍ୟବସ୍ଥାକୁ ଅନୁକୂଳ କରିବା ଏବଂ ଉପରୁ ତଳ ସ୍ତରର କର୍ମଚାରୀ ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ଏକ ଚମତ୍କାର କାର୍ଯ୍ୟ କରୁଛି । 

ସରକାରଙ୍କ ଦକ୍ଷତା ବିକାଶ ବ୍ୟବସ୍ଥାରେ ସଂପୂର୍ଣ୍ଣ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ କହିଥିବା କଥାକୁ ଶ୍ରୀ ଗୌବା ପୁଣି ଥରେ ଦୋହରାଇ ଥିଲେ । ସାମର୍ଥ୍ୟ ନିର୍ମାଣ ଆୟୋଗ ଏହି ଦିଗରେ ଆଗକୁ ଗତି କରୁଛନ୍ତି ଏବଂ ଲୋକ ସେବା ଭ୍ରାତୃଭାବ ପାଇଁ ସକାରାତ୍ମକ ପ୍ରଭାବ ପକାଉଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ , ମନ୍ତ୍ରଣାଳୟ / ବିଭାଗର ସାମର୍ଥ୍ୟ ନିର୍ମାଣ ଯୋଜନା ଅଧିକାରୀ ମାନଙ୍କୁ ସେମାନଙ୍କର କାର୍ଯ୍ୟର ସମସ୍ତ କ୍ଷେତ୍ରରେ ସାମଗ୍ରିକ ଦକ୍ଷତା ହାସଲ କରିବାକୁ ସକ୍ଷମ କରିବା ଉଚିତ୍ । ଗୋଟିଏ ମନ୍ତ୍ରଣାଳୟର ସର୍ବୋତ୍ତମ ପ୍ରଥା ଗୁଡିକୁ ଅନ୍ୟ ମନ୍ତ୍ରଣାଳୟରେ ଦେହରାଇବାର ଆବଶ୍ୟକତା ଉପରେ ଶ୍ରୀ ଗୌବା ଜୋର ଦେଇ କହିଥିଲେ ।

ଶ୍ରୀ ଗୌବା ମଧ୍ୟ ସାମର୍ଥ୍ୟ ନିର୍ମାଣ ଆୟୋଗ ଦ୍ୱାରା ପ୍ରସ୍ତୁତ ‘ଚାପ କରିଚାଳନା (ଷ୍ଟ୍ରେସ୍ ମ୍ୟାନେଜମେଂଟ)’ ଉପରେ ପ୍ରସ୍ତୁତ ତାଲିମ୍ ମଡ୍ୟୁଲ୍‌କୁ ପ୍ରଶଂସା କରି ଏହାକୁ ସରକାରଙ୍କ କାର୍ଯ୍ୟଶୈଳୀ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ ବୋଲି ଅଭିହିତ କରିଥିଲେ । ସେ ଗଭୀର ଭାବରେ ନିମଜ୍ଜିତ ରହିବାର ପଦ୍ଧତିକୁ ପ୍ରସଂଶା କରିଥିଲେ ଏବଂ ଏହାକୁ ମୁଖ୍ୟ ସ୍ରୋତକୁ ଅଣାଯିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।  

ଅତୀତରେ ଭାରତ ସମ୍ମୁଖୀନ ହୋଇଥିବା ଆହ୍ୱାନ ଗୁଡିକୁ ଦୂର କରିବା ପାଇଁ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ସଂଗଠନ (ଏମ୍‌ଡିଓ) ପାଇଁ ବାର୍ଷିକ ସାମର୍ଥ୍ୟ ନିର୍ମାଣ ଯୋଜନା (ଏସିବିପି) ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆୟୋଗଙ୍କୁ ଭାରତ ସରକାରଙ୍କର ସମସ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନ ଗୁଡିକ ପାଇଁ ବାର୍ଷିକ ସାମର୍ଥ୍ୟ ନିର୍ମାଣ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ସୁବିଧା ପ୍ରଦାନ କରିବାକୁ ବାଧ୍ୟତାମୂଳକ କରା ଯାଇଛି ।  

 ବିଭିନ୍ନ ମନ୍ତ୍ରଣାଳୟର ସଚିବମାନେ ଏହି ଅବସରରେ ନିଜ ନିଜ ମନ୍ତ୍ରଣାଳୟ ପାଇଁ ବାର୍ଷିକ ଦକ୍ଷତା ବିକାଶ ଯୋଜନା ପ୍ରସ୍ତୁତ କରିବାରେ ସେମାନଙ୍କର ଅଗ୍ରଗତି ତାଲିକାଭୁକ୍ତ କରି ଉପସ୍ଥାପନା କରିଥିଲେ ।

*****

SSP

 

 

 


(Release ID: 1880404)