ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ୟୁଏନ୍‌ଏଫ୍‌ସିସିସି ନିକଟରେ ଦୀର୍ଘକାଳୀନ ସ୍ୱଳ୍ପ ନିର୍ଗମନ ବିକାଶ ରଣନୀତି ଦାଖଲ କଲା ଭାରତ

Posted On: 14 NOV 2022 4:46PM by PIB Bhubaneshwar

ଭାରତ ଆଜି ୨୭ ତମ  କନ୍ଫରେନ୍ସ ଅଫ ପାର୍ଟି (ସିଓପି୨୭) ସମ୍ମିଳନୀ ସମୟରେ ଏହାର ଦୀର୍ଘକାଳୀନ ନିମ୍ନ ନିର୍ଗମନ ବିକାଶ ରଣନୀତିକୁ ମିଳିତ ଜାତିସଂଘର ଜଳବାୟୁ ପରିବର୍ତନ ସମ୍ମିଳନୀ (ୟୁଏନ୍‌ଏଫ୍‌ସିସିସି) ରେ ଦାଖଲ କରିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ ଯିଏକି ଭାରତୀୟ ପ୍ରତିନିଧି ମଣ୍ଡଳୀଙ୍କର ନେତୃତ୍ୱ ନେଉଥିଲେ, ସେ ଦୀର୍ଘ କାଳୀନ ସ୍ୱଳ୍ପ - ନିର୍ଗମନ ବିକାଶ ରଣନୀତିର ଶୁଭାରମ୍ଭ କରିଥିଲେ । ସିଓପି ୨୭  ଇଜିପ୍ଟର ଶର୍ମ -ଏଲ-ଶେଖ ଠାରେ ୨୦୨୨ ନଭେମ୍ବର ମାସର ୬ - ୧୮ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବ ।

 ରଣନୀତିର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି -

୧.         ଶକ୍ତି ନିରାପତାକୁ ଦୃଷ୍ଟିରେ ରଖି ଜାତୀୟ ସମ୍ବଳ ଗୁଡିକର ଯୁକ୍ତିଯୁକ୍ତ ବ୍ୟବହାର ଉପରେ ଧ୍ୟାନ ଦିଆଯିବ । ଜୀବାଶ୍ମ ଇନ୍ଧନରୁ ଅନ୍ୟ ଉତ୍ସ ଗୁଡିକୁ ପରିବର୍ତନ, ଏକ ନ୍ୟାୟସଙ୍ଗତସରଳ, ସ୍ଥାୟୀ ଏବଂ ସର୍ବ- ଅନ୍ତର୍ଭୁକ୍ତି  ଢଙ୍ଗରେ କରାଯିବ ।

୨୦୨୧ରେ ଆରମ୍ଭ ହୋଇଥିବା ଜାତୀୟ ହାଇଡ୍ରୋଜେନ୍ ମିଶନ୍ ଭାରତକୁ ସବୁଜ ହାଇଡ୍ରୋଜେନ୍ କେନ୍ଦ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛି । ବିଦ୍ୟୁତ୍ କ୍ଷେତ୍ରରେ ସାମଗ୍ରିକ ବିକାଶ ନିମନ୍ତେ ସବୁଜ ହାଇଡ୍ରୋଜେନ ଉତ୍ପାଦନର ଦ୍ରୁତ ବିସ୍ତାର, ଦେଶରେ ଇଲେକ୍ଟ୍ରୋଲାଇଜର ଉତ୍ପାଦନ କ୍ଷମତାରେ ବୃଦ୍ଧି ଏବଂ ୨୦୩୨ ସୁଦ୍ଧା ଆଣବିକ କ୍ଷମତାର ତିନି ଗୁଣ ବୃଦ୍ଧି ହେଉଛି ଅନ୍ୟ କେତେକ ମାଇଲଖୁଂଟ, ଯାହାର ପରିକଳ୍ପନା କରା ଯାଇଛି ।

୨.         ଜୈବ ଇନ୍ଧନର ବୃଦ୍ଧି ପାଉଥିବା ବ୍ୟବହାର, ବିଶେଷ କରି ପେଟ୍ରୋଲରେ ଇଥାନଲ ମିଶ୍ରଣ, ବୈଦ୍ୟୁତିକ ଯାନର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଅଭିଯାନ ଏବଂ ସବୁଜ ହାଇଡ୍ରୋଜେନ ଇନ୍ଧନର ବର୍ଦ୍ଧିିତ ବ୍ୟବହାର ପରିବହନ କ୍ଷେତ୍ରରେ କାର୍ବନ ନିର୍ଗମନରେ ହ୍ରାସ ଆଣିବା ପାଇଁ ପ୍ରୟାସକୁ ବୃଦ୍ଧି କରିବାର ଆଶା ରହିଛି । ୨୦୨୫ ସୁଦ୍ଧା ବୈଦ୍ୟୁତିକ ଯାନ ବ୍ୟବହାରକୁ ବୃଦ୍ଧି କରିବା, ୨୦% ପର୍ଯ୍ୟନ୍ତ ଇଥାନଲର ମିଶ୍ରଣ କରିବା ଏବଂ ଯାତ୍ରୀ ଏବଂ ମାଲ ପରିବହନ ପାଇଁ ସାଧାରଣ ପରିବହନରେ ଏକ ଶକ୍ତିଶାଳୀ ଢାଂଚାଗତ ପରିବର୍ତନକୁ ଭାରତ ସର୍ବାଧିକ କରିବାକୁ ଚାହୁଁଛି ।

୩.         ସହରୀକରଣ ପ୍ରକ୍ରିୟା ଆମର ବର୍ତମାନର ଅପେକ୍ଷାକୃତ କମ୍ ସହରୀ ଆଧାର କାରଣରୁ ଏକ ଧାରା ଭାବରେ ଜାରି ରହିବ । ଭବିଷ୍ୟତର ସ୍ଥାୟୀ ଏବଂ ଜଳବାୟୁ ସହନୀୟ ସହରୀ ବିକାଶ ସ୍ମାର୍ଟ ସିଟି ପଦକ୍ଷେପ , ଶକ୍ତି ଏବଂ ଉତ୍ସ ଦକ୍ଷତାରେ ବୃଦ୍ଧି ତଥା ଅନୁକୂଳନକୁ ମୁଖ୍ୟ ଧାରାକୁ ଆଣିବା ନିମନ୍ତେ ସହର ଗୁଡ଼ିକର ସମନ୍ୱିତ ଯୋଜନା, ପ୍ରଭାବଶାଳୀ ସବୁଜ ନିର୍ମାଣ ସଂକେତ ଏବଂ ଅଭିନବ କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନାରେ ଦ୍ରୁତ ବିକାଶ ଦ୍ୱାରା ପରିଚାଳିତ ହେବ ।

୪.         ଆତ୍ମନିର୍ଭର ଭାରତ' ଏବଂ ମେକ୍ ଇନ୍ ଇଣ୍ଡିଆ' ଦୃଷ୍ଟିକୋଣକୁ ନେଇ ଭାରତର ଶିଳ୍ପ କ୍ଷେତ୍ର ଏକ ଦ୍ରୁତ ଅଭିବୃଦ୍ଧି ପଥରେ ଆଗକୁ ବଢ଼ି ଚାଲିବ । ଏହି କ୍ଷେତ୍ରରେ ସ୍ୱଳ୍ପ ଅଙ୍ଗାରକାମ୍ଳ ନିର୍ଗମନକାରୀ ଉତ୍ସ ଗୁଡିକୁ ଗ୍ରହଣ କରିବାର ପ୍ରଭାବ - ଶକ୍ତି ସୁରକ୍ଷା, ଶକ୍ତି ପହଂଚ ଏବଂ ନିଯୁକ୍ତି ଉପରେ ପ୍ରଭାବ ପକାଇବା ଉଚିତ୍ ନୁହେଁ । ପ୍ରଦର୍ଶନ, ଉପଲବ୍ଧି ଏବଂ ବାଣିଜ୍ୟ (ପିଏଟି) ଯୋଜନା, ଜାତୀୟ ହାଇଡ୍ରୋଜେନ୍ ମିଶନ୍‌, ସମସ୍ତ ପ୍ରାସଙ୍ଗିକ ପ୍ରକ୍ରିୟା ଗୁଡିକ ଏବଂ କାର୍ଯ୍ୟକଳାପରେ ଉଚ୍ଚ ସ୍ତରର ବିଦ୍ୟୁତୀକରଣ, ସାମଗ୍ରିକ ଦକ୍ଷତା ବୃଦ୍ଧି ଏବଂ ବୃତାକାର ଅର୍ଥ ବ୍ୟବସ୍ଥାର ବିସ୍ତାର ପାଇଁ ପୁନଃଚକ୍ରଣ ଏବଂ ଷ୍ଟିଲ୍‌, ସିମେଂଟ, ଆଲୁମିନିୟମ୍ ଏବଂ ଅନ୍ୟାନ୍ୟ ହ୍ରାସ କରିବା ପରି କଠିନ କ୍ଷେତ୍ର ଗୁଡିକରେ ଅନ୍ୟ ବିକଳ୍ପ ଗୁଡିକର ଅନୁସନ୍ଧାନ ଇତ୍ୟାଦି ମାଧ୍ୟମରେ ଶକ୍ତି ଦକ୍ଷତାରେ ପରିବର୍ତନ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ।

୫. ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ସହିତ ଗତ ତିନି ଦଶନ୍ଧି ମଧ୍ୟରେ ଜଙ୍ଗଲ ଏବଂ ବୃକ୍ଷର ଆବରଣ ବୃଦ୍ଧି କରିବାରେ ଭାରତର ଏକ ମଜଭୁତ ରେକର୍ଡ ରହିଛି । ଭାରତରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବିଶ୍ୱ ସ୍ତର ତୁଳନାରେ ବହୁତ କମ୍ ଥିବାବେଳେ ଏହାର ଜଙ୍ଗଲ ଏବଂ ଗଛ ଆବରଣ ୨୦୧୬ ରେ ଅଙ୍ଗାରକାମ୍ଳ ନିର୍ଗମନର ୧୫% ଶୋଷୁଥିବା ଏକ ନେଟ୍ ସିଙ୍କ ଅଟେ । ଭାରତ ଏହାର ଏନ୍‌ଡିସିରେ ୨୦୩୦ ସୁଦ୍ଧା ଅତିରିକ୍ତ ଜଙ୍ଗଲ ଏବଂ ବୃକ୍ଷ ଆବରଣ ମାଧ୍ୟମରେ ୨.୫ ରୁ ୩ ବିଲିୟନ୍ ଟନ୍ ଅଙ୍ଗାରକାମ୍ଳ ସହିତ ସମାନ କାର୍ବନ ସିଙ୍କ୍ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ।

 

୬. ସ୍ୱଳ୍ପ ଅଙ୍ଗାରକାମ୍ଳ ବିକାଶ ମାର୍ଗକୁ ଗ୍ରହଣ କରିବା ପାଇଁ ପରିବର୍ତନ ନୂତନ ଜ୍ଞାନକୌଶଳ, ନୂତନ ଭିତିଭୂମି ଏବଂ ଅନ୍ୟାନ୍ୟ କାରବାର ଖର୍ଚ୍ଚର ବୃଦ୍ଧି ସମେତ ଅନେକ ଖର୍ଚ୍ଚ ସାମିଲ ହେବ । ଅନେକ ଆକଳନ ବିଦ୍ୟମାନ ଥିବାବେଳେ, ଅଧ୍ୟୟନ ଉପରେ ଆଧାରିତ ସେଗୁଡ଼ିକ ସବୁ ସାଧାରଣତଃ ୨୦୫୦ସୁଦ୍ଧା ଟ୍ରିଲିୟନ ଡଲାର ପରିସର ମଧ୍ୟରେ ରହୁଛନ୍ତି । ବିକଶିତ ଦେଶମାନଙ୍କ ଦ୍ୱାରା ଜଳବାୟୁ ଅର୍ଥ ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହାକୁ ୟୁଏନ୍‌ଏଫ୍‌ସିସିସି ସିଦ୍ଧାନ୍ତ ଅନୁସାରେ ମୁଖ୍ୟ ରୂପରେ ସାର୍ବଜନୀନ ଉତ୍ସ ଗୁଡିକର ଅନୁଦାନ ଏବଂ ରିହାତି ଋଣ ଆକାରରେ ଏହାକୁ ଅଧିକ ବୃଦ୍ଧି କରାଯିବା ଆବଶ୍ୟକ, ଫଳରେ ଏହାର ଦିଗ, ପରିସର ଏବଂ ଗତିକୁ ସୁନିଶ୍ଚିତ କରା ଯାଇ ପାରିବ ।

ପ୍ୟାରିସ୍ ଚୁକ୍ତିନାମାର ଅନୁଚ୍ଛେଦ ୪, ଧାରା ୧୯ ଅନୁଯାୟୀ, "ସମସ୍ତ ପକ୍ଷ ଦୀର୍ଘ ଦିନର ସ୍ୱଳ୍ପ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ବିକାଶ କୌଶଳ ଗଠନ ଏବଂ ଯୋଗାଯୋଗ କରିବାକୁ ପ୍ରୟାସ କରିବା ଉଚିତ୍‌, ଏବଂ ଅନୁଚ୍ଛେଦ ୨ ସେମାନଙ୍କର ସାଧାରଣ ଅଥଚ ଭିନ୍ନ ଭିନ୍ନ ଦାୟିତ୍ୱ ଗୁଡିକୁ ତଥା ସମ୍ପୃକ୍ତ ପକ୍ଷ ମାନଙ୍କର ସାମର୍ଥ୍ୟକୁ ଭିନ୍ନ ଭିନ୍ନ ରାଷ୍ଟ୍ରୀୟ ପରିସ୍ଥିତି ପରିପ୍ରେକ୍ଷୀରେ ଗ୍ରହଣ କରିଛି ।

ଅଧିକନ୍ତୁ, ନଭେମ୍ବର ୨୦୨୧ରେ ଗ୍ଲାସ୍‌ଗୋ ଠାରେ ସିଓପି ୨୬ର ନିର୍ଣ୍ଣୟ ୧ / ସିପି ୨୬ରେ, ଅନ୍ୟାନ୍ୟ ପ୍ରସଙ୍ଗ ସହିତ (୧) ପକ୍ଷମାନଙ୍କୁ ଅନୁରୋଧ କରିଛିଯେଉଁମାନେ ଏବେ ସୁଦ୍ଧା ୨୭ (ନଭେମ୍ବର ୨୦୨୨) ସେମାନଙ୍କର ଯୋଗାଯୋଗ ଦ୍ୱାରା ସେମାନଙ୍କର ଏଲ୍‌ଟି - ଏଲ୍‌ଇଡିଏସ୍ କରିବାକୁ କୁହା ଯାଇଅଛି, ତାହା ଏ ପର୍ଯ୍ୟନ୍ତ  କରି ନାହାନ୍ତି ।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ, ରାଜ୍ୟ ସରକାର, ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ନାଗରିକ ସମାଜ ସଂଗଠନ ସହିତ ବ୍ୟାପକ ପରାମର୍ଶ ପରେ ଏହି ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ।

ଭାରତର ଆଭିମୁଖ୍ୟ ନିମ୍ନଲିଖିତ ଚାରି ଗୋଟି ମୁଖ୍ୟ ବିଚାର ଉପରେ ଆଧାରିତ ଯାହା ଏହାର ଦୀର୍ଘ କାଳୀନ ସ୍ୱଳ୍ପ ଅଙ୍ଗାରକାମ୍ଳ ବିକାଶ କୌଶଳର ମୂଳଦୁଆ ଅଟେ:

୧.  ବିଶ୍ୱ ତାପମାତ୍ରା ପାଇଁ ଭାରତ ସ୍ୱଳ୍ପ ଅବଦାନ ଦେଇଛି, ବିଶ୍ୱ ସ୍ତରରେ ଜନସଂଖ୍ୟାର  ୧୭% ଅଂଶଧନ ସତ୍ୱେ ସର୍ବଭାରତୀୟ ସବୁଜ ଗୃହ ବାଷ୍ପ ନିର୍ଗମନ ପାଇଁ ଏହାର ଐତିହାସିକ ଅବଦାନ ଅତ୍ୟନ୍ତ ସ୍ୱଳ୍ପ ଅଟେ ।

୨. ବିକାଶ ପାଇଁ ଭାରତର ମହତ୍ୱପୂର୍ଣ୍ଣ ଶକ୍ତି ଆବଶ୍ୟକତା ଅଛି ।

୩. ବିକାଶ ପାଇଁ ଭାରତ ସ୍ୱଳ୍ପ ଅଙ୍ଗାରକାମ୍ଳ ରଣନୀତି ଆପଣାଇବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଜାତୀୟ ପରିସ୍ଥିତି ଅନୁଯାୟୀ ସକ୍ରିୟ ଭାବରେ ସେଗୁଡିକ ଅନୁସରଣ କରୁଛି ।

୪. ଭାରତ ଜଳବାୟୁ ନମନୀୟ ବ୍ୟବସ୍ଥା ନିର୍ମାଣ କରିବା ଆବଶ୍ୟକ ।

 

ନିଷ୍ପକ୍ଷତା ଏବଂ ସମାନତା ସହିତ ଦୁଇଗୋଟି ବିଷୟବସ୍ତୁ "ଜଳବାୟୁ ନ୍ୟାୟଏବଂ "ପରିପୋଷଣୀୟ ଜୀବନଶୈଳୀସମସ୍ତଙ୍କ ପାଇଁ ସାଧାରଣ । କିନ୍ତୁ ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପ୍ୟାରିସରେ ଭିନ୍ନ ଭିନ୍ନ ଦାୟିତ୍ୱ ଏବଂ ସମ୍ପୃକ୍ତ ସାମର୍ଥ୍ୟ (ସିବିଡିଆର-ଆରସି) ଯାହା ଉପରେ ଭାରତ  ଗୁରୁତ୍ୱାରୋପ କରିଛି, ସେଗୁଡ଼ିକର କେନ୍ଦ୍ରରେ ରହିଛି ଭବିଷ୍ୟତରେ ସ୍ୱଳ୍ପ ଅଙ୍ଗାରକ, ସ୍ୱଳ୍ପ ନିର୍ଗମନ ।

ସେହିଭଳି, ବିଶ୍ୱ କାର୍ବନ ବଜେଟର ଏକ ସମାନ ଏବଂ ନିରପେକ୍ଷ ଅଂଶଧନ ପାଇଁ ଭାରତର ଅଧିକାର ଅଂଶର ଢାଂଚା ମଧ୍ୟରେ ଏଲଟି-ଏଲଇଡି ପ୍ରସ୍ତୁତ କରାଯାଇଛି, ଯାହାକି ଭାରତର "ଜଳବାୟୁ ନ୍ୟାୟଆହ୍ୱାନର ପ୍ରୟୋଗାତ୍ମକ କାର୍ଯ୍ୟକାରିତା । ପରିବେଶର ସୁରକ୍ଷା କରୁଥିବାବେଳେ ଦ୍ରୁତ ଅଭିବୃଦ୍ଧି ଏବଂ ଅର୍ଥନୈତିକ ପରିବର୍ତନ ପାଇଁ ଭାରତର ଦୂରଦୃଷ୍ଟି ହାସଲ କରିବାରେ କୌଣସି ପ୍ରକାରର ପ୍ରତିବନ୍ଧକ ନ ରହିବାକୁ ଏହା ସୁନିଶ୍ଚିତ କରିବା ଜରୁରୀ ଅଟେ ।

ଏଲ୍‌ଟି - ଏଲ୍‌ଇଡିଏମସ, ପରିବେଶ ପାଇଁ ଜୀବନ ଶୈଳୀର ଦୃଷ୍ଟିକୋଣ ଦ୍ୱାରା ମଧ୍ୟ ସୂଚନା ଦିଆଯାଇଛି, ଯାହା ଚେତନାହୀନ ଏବଂ ବିନାଶକାରୀ ବ୍ୟବହାରରୁ ମନମୁଖୀ ଏବଂ ସୁଚିନ୍ତିତ ବ୍ୟବହାରକୁ ଏକ ବିଶ୍ୱବ୍ୟାପି ଦୃଷ୍ଟାନ୍ତ ମୂଳକ ପରିବର୍ତନକୁ ଆହ୍ୱାନ ଦେଇଥାଏ ।

*****

SSP

 



(Release ID: 1875980) Visitor Counter : 212