ଖଣି ମନ୍ତ୍ରଣାଳୟ

ଏପର୍ଯ୍ୟନ୍ତ ୬୨୨ଟି ଜିଲ୍ଲାରେ ଗଠନ ହୋଇଛି ଡିଏମଏଫ


ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅଧୀନରେ ୨,୫୨,୯୯୫ ପ୍ରକଳ୍ପକୁ ମଞ୍ଜୁରି

Posted On: 07 NOV 2022 12:36PM by PIB Bhubaneshwar

ଖଣି ମନ୍ତ୍ରଣାଳୟର ସର୍ବଶେଷ ହିସାବ ଅନୁସାରେ ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ଗଠନ କରାଯାଇଛି । ଖଣି ଓ ଖଣିଜ (ଉନ୍ନୟନ ଓ ନିୟନ୍ତ୍ରଣ) ଏମଏମ୍‌ଡିଆର, ଆଇନ ୧୯୫୭ ସଂଶୋଧନ ହୋଇ ଡିଏମ୍‌ଏଫର ପ୍ରବର୍ତ୍ତନ କରାଯାଇଥିଲା । ସଂଶୋଧିତ ଆଇନରେ ଧାରା ୯ବି’ର ପ୍ରବର୍ତ୍ତନ କରାଯାଇ ଏହି ଡିଏମ୍‌ଏଫ ସୃଷ୍ଟି ହୋଇଥିଲା । ଏହି ନ୍ୟାସ ଏକ ବିନା ଲାଭ ଯୁକ୍ତ ସଂସ୍ଥା ଯାହା ଖଣି ଯୋଗୁଁ କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲାମାନଙ୍କରେ ରହିଛି । ଖଣି ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳ ଓ ଜନସାଧାରଙ୍କ ସ୍ୱାର୍ଥରକ୍ଷା ଓ ସୁବିଧା କରିବା ହେଉଛି ଏହି ପ୍ରତିଷ୍ଠାନର ଲକ୍ଷ୍ୟ ।

 

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଡିଏମ୍‌ଏଫ ସମ୍ବଳିତ ପାଣ୍ଠିକୁ ନେଇ ତ୍ୱରାନ୍ୱିତ ହୋଇଥାଏ । ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ୬୩୫୩୪.୦୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୩୭୪୨୨. ୯୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ୨, ୫୨, ୯୯୫ ପ୍ରକଳ୍ପ ମଧ୍ୟରୁ ଏପର୍ଯ୍ୟନ୍ତ ୧,୩୩,୧୪୪ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

 

*****

SM/SLP



(Release ID: 1874236) Visitor Counter : 155