ପର୍ଯ୍ୟଟନ ମନ୍ତ୍ରଣାଳୟ

7 ରୁ 9 ନଭେମ୍ବର ପର୍ଯ୍ୟନ୍ତ ଲଣ୍ଡନରେ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟ 2022 ରେ ଅଂଶଗ୍ରହଣ କରିବ ପର୍ଯ୍ୟଟନ ମନ୍ତ୍ରଣାଳୟ


ଚଳିତ ବର୍ଷ ପ୍ରଦର୍ଶନୀର ଥିମ ହେଉଛି ‘ଦି ଫ୍ୟୁଚର ଅଫ୍ ଟ୍ରାଭେଲ୍ ଷ୍ଟାର୍ଟସ ନାଓ’

Posted On: 05 NOV 2022 3:57PM by PIB Bhubaneshwar

ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ 7 ରୁ 9 ନଭେମ୍ବର ପର୍ଯ୍ୟନ୍ତ ଲଣ୍ଡନରେ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟ୍ (ଡବ୍ଲୁଟିଏମ୍‌) 2022 ରେ ଅଂଶଗ୍ରହଣ କରିବ ଯାହାକି ସବୁଠାରୁ ବଡ଼ ଆନ୍ତର୍ଜାତୀୟ ଯାତ୍ରା ପ୍ରଦର୍ଶନୀ ମଧ୍ୟରୁ ଅନ୍ୟତମ। ଏହି ବର୍ଷର ପ୍ରଦର୍ଶନୀର ଥିମ୍ ହେଉଛି ‘ଦି ଫ୍ୟୁଚର ଅଫ୍ ଟ୍ରାଭେଲ୍ ଷ୍ଟାର୍ଟସ ନାଓ’ ଅଟେ। ପ୍ରାୟ 2 ବର୍ଷର ବ୍ୟବଧାନ ପରେ ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିବା ସହିତ, ଚଳିତ ବର୍ଷ ଭାରତର ଅଂଶଗ୍ରହଣ ବିଶେଷ ଭାବରେ ମହତ୍ତ୍ବପୂର୍ଣ୍ଣ ଅଟେ। ବିଶ୍ବର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ପରେ ଦେଶ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ରହିଛି। ଭାରତ ପର୍ଯ୍ୟଟନ ପାଇଁ ପସନ୍ଦର ଗନ୍ତବ୍ୟ  ସ୍ଥଳ ଭାବରେ ସ୍ଥାପିତ କରିବା ପାଇଁ ଡବ୍ଲୁଟିଏମ୍ 2022 ରେ ଅଂଶଗ୍ରହଣ କରୁଛି।

ବର୍ଷ 2019 ସମୟରେ, ଭାରତର ଜିଡିପିର ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ରର ଯୋଗଦାନ ସମୁଦାୟ ଅର୍ଥ ବ୍ୟବସ୍ଥାର 5.19 ପ୍ରତିଶତ ଥିଲା। ବର୍ଷ 2019 ରେ, ଭାରତୀୟ ପର୍ଯ୍ୟଟନ କ୍ଷେତ୍ର 79.86 ମିଲିୟନ ନିଯୁକ୍ତି (ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି) ପ୍ରଦାନ କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଦ୍ବାରା ପର୍ଯ୍ୟଟନ ଉଦ୍ୟୋଗ ଧୀରେ ଧୀରେ କୋଭିଡ -19 ର କ୍ଷତିରୁ ମହାମାରୀ ପୂର୍ବ ସ୍ତର ପର୍ଯ୍ୟନ୍ତ ଆସିବାରେ ସହାୟତା ମିଳିଛି।

ରାଜ୍ୟ ସରକାର, ଅନ୍ୟ କେନ୍ଦ୍ର ମନ୍ତ୍ରଣାଳୟ, ଉଦ୍ୟୋଗ ଭାଗିଦାର ଭାବରେ କନ୍‌ଫେଡେରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ), ଡିଏମସି, ଟୁର ଅପରେଟର, ହୋଟେଲ୍ ବ୍ୟବସାୟୀ, ଟ୍ରାଭେଲ୍ ଏଜେଣ୍ଟ, ଅନଲାଇନ୍ ଟ୍ରାଭେଲ୍ ଏଜେଣ୍ଟ, ମେଡିକାଲ୍ ଭାଲ୍ୟୁ ଟ୍ରାଭେଲକୁ ସହାୟତାପ୍ରଦାନକାରୀଙ୍କ ସହିତ ସମୁଦାୟ 16 ଷ୍ଟେକହୋଲଡର ଭାରତ ପାଭିଲିୟନରେ ସହ-ପ୍ରଦର୍ଶକ ଭାବରେ ଭାଗ ନେଉଛନ୍ତି। ଏହାର ଉଦ୍ଦେଶ୍ୟ ମେଡିକାଲ୍ ଭାଲ୍ୟୁ ଟ୍ରାଭେଲ୍, ଲକ୍‌ଜୁରୀ ଟ୍ରେନ ଏବଂ ପର୍ଯ୍ୟଟନ ଉତ୍ପାଦକୁ ବ୍ୟାପକ କ୍ଷେତ୍ର ସହିତ ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ଏବଂ ସେବାକୁ ଆନ୍ତର୍ଜାତୀୟ ବ୍ୟବସାୟ ସମୁଦାୟ ନିକଟରେ ପ୍ରଦର୍ଶିତ କରିବା ଅଟେ। ଚଳିତ ବର୍ଷ, ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ବ ଭାରତ ସରକାରଙ୍କ ସଚିବ (ପର୍ଯ୍ୟଟନ) ଶ୍ରୀ ଅରବିନ୍ଦ ସିଂ କରୁଛନ୍ତି, ଯେଉଁଥିରେ ଭାରତୀୟ ଯାତ୍ରା ଏବଂ ପର୍ଯ୍ୟଟନ ହିତାଧିକାରୀଙ୍କ ପ୍ରତିନିଧିଙ୍କ ସହିତ  ଅତିରିକ୍ତ ସଚିବ ଶ୍ରୀ ରାକେଶ ବର୍ମା ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ୍ ରହିବେ।

ଭାରତ ସରକାରଙ୍କ ପର୍ଯ୍ୟଟନ ଉଦ୍ୟୋଗରେ ଦେଶର କ୍ଷମତା ସହିତ ଅବଗତ ଅଛନ୍ତି ଏବଂ ଏହା ଭାରତକୁ ବିଶ୍ବ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ଡବ୍ଲୁଟିଏମ୍ 2022 ର ଯାତ୍ରା ସମୟରେ, ଭାରତ ସରକାରରେ ପର୍ଯ୍ୟଟନ ସଚିବ ଶ୍ରୀ ଅରବିନ୍ଦ ସିଂଙ୍କ ନେତୃତ୍ବରେ ଭାରତୀୟ ପ୍ରତିନିଧିମଣ୍ଡଳ ଟୁର ଅପରେଟର, ଟ୍ରାଭେଲ୍ ଏଜେଣ୍ଟ, ମିଡିଆ ଆଦି ପରି ବିଶ୍ବ ପର୍ଯ୍ୟଟନ ଉଦ୍ୟୋଗର ହିତାଧିକାରୀଙ୍କ ନିକଟରେ ଭାରତର ବିବିଧ ପର୍ଯ୍ୟଟନ ଉପସ୍ଥାପନାକୁ ପ୍ରଦର୍ଶିତ କରାଯିବ। ଯେହେତୁ ଭାରତ ଭବିଷ୍ୟତରେ ପର୍ଯ୍ୟଟନ କ୍ଷେତ୍ରର ବ୍ୟାପକ ସ୍ତରରେ ବିକାଶ ପାଇଁ ପ୍ରସ୍ତୁତ ରହିଛି, ଏହି ଯାତ୍ରା ଭାରତ ସରକାରଙ୍କ ପ୍ରତିନିଧିମଣ୍ଡଳକୁ ନିବେଶର ସୁଯୋଗ ଏବଂ ସମ୍ଭାବନାକୁ ପ୍ରଦର୍ଶିତ କରିବାର ସୁଯୋଗ ଉପଲବ୍ଧ କରାଇବ ଯାହା ଭାରତ ବିଶ୍ବର ନିବେଶକମାନଙ୍କୁ ପ୍ରଦାନ କରିଥାଏ।

ଭାରତ ଜି-20 ପ୍ରେସିଡେନ୍ସି ପାଇଁ ମଧ୍ୟ ପ୍ରସ୍ତୁତି କରୁଛି ଯାହା 01 ଡିସେମ୍ବର 2022 ରୁ ଆରମ୍ଭ ହେବାକୁ ଯାଉଛି। ଭାରତର ଅଧ୍ୟକ୍ଷତାରେ ଦେଶର 55 ସହରରେ 200 ରୁ ଅଧିକର ହୋଷ୍ଟ କରାଯିବ। ଜି-20 ପ୍ରେସିଡେନ୍ସି ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଭାରତର ପର୍ଯ୍ୟଟନ ଉପସ୍ଥାପନାକୁ ପ୍ରଦର୍ଶିତ କରିବା ଏବଂ ବିଶ୍ବ ସ୍ତରରେ ଭାରତର ପର୍ଯ୍ୟଟନ ସଫଳତାର ଗାଥାକୁ ଆଦାନ ପ୍ରଦାନ କରିବାର ଏକ ଉତ୍କୃଷ୍ଟ ଅବସର ସୁଯୋଗ ପ୍ରଦାନ କରିବ।

ପର୍ଯ୍ୟଟନ ମନ୍ତ୍ରଣାଳୟର ଲକ୍ଷ ବିଶେଷ ଭାବରେ କୋଭିଡ୍ ମହାମାରୀ ପରେ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଉଚ୍ଚତାକୁ ନେଇଯିବା ଓ 2030 ସୁଦ୍ଧା ସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ କରିବା ପାଇଁ ପରିବର୍ତ୍ତନର ଗତିକୁ ତ୍ବରାନ୍ବିତ କରିବା ଅଟେ।

BS



(Release ID: 1874003) Visitor Counter : 211