ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଜାତୀୟ ଏକତା ଦିବସ ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଠାରୁ ଏକତା ଦୌଡର ନେତୃତ୍ୱ ନେବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

Posted On: 30 OCT 2022 6:01PM by PIB Bhubaneshwar

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଏକତା ଦିବସ ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହେଉଥିବା ଏକତା ଦୌଡର ନେତୃତ୍ୱ ନେବେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ସିଂହଙ୍କ ସହ କୁଳସଚିବ, ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ, ବରିଷ୍ଠ ଅଧିକାରୀ, ପ୍ରଶାସନିକ କର୍ମଚାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ସିବିଏସଏଇ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ଏକତା ଦୌଡରେ ଭାଗ ନେବେ । 

ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୭ତମ ଜନ୍ମ ବାର୍ଷିକୀ ଅବସରରେ ଭାରତ ସରକାର, ଅକ୍ଟୋବର ୩୧, ୨୦୨୨ରେ ଜାତୀୟ ଏକତା ଦିବସ/ନ୍ୟାସନାଲ ୟୁନିଟି ଡେ ପାଳନ କରିବେ ।

ସମାରୋହ ଅବସରରେ ଭାଇସ ରିଗାଲ ଲଜ ନିକଟସ୍ଥ ଗାନ୍ଧୀ ମୂର୍ତ୍ତି ଠାରେ ଜାତୀୟ ଏକତା ଦିବସ ଶପଥ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦେଶର ଅନ୍ୟତମ ବରପୁତ୍ରଙ୍କୁ ସ୍ମରଣ କରିବା ସହ ତାଙ୍କ ଜୀବନରୁ କିଛି ଶିଖିବା ପାଇଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନ ସହ ଜଡିତ କିଛି ସ୍ୱତନ୍ତ୍ର ସାମଗ୍ରୀ ଜୱାହର ପାର୍କ, ଭାଇସ ରିଗାଲ ଲଜ ଠାରେ ପ୍ରଦର୍ଶିତ ହେବ ।

 

SR



(Release ID: 1872104) Visitor Counter : 150