ଭାରତୀୟ ପ୍ରତିଯୋଗିତା ଆୟୋଗ

ଗୁଗଲ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା


ପ୍ଲେ ଷ୍ଟୋର ନୀତି ସହ ଜଡ଼ିତ ପ୍ରତିଦ୍ବନ୍ଦ୍ବିତା ବିରୋଧି କାର୍ଯ୍ୟ ପାଇଁ ସିସିଆଇର କାର୍ଯ୍ୟାନୁଷ୍ଠାନ

Posted On: 25 OCT 2022 5:27PM by PIB Bhubaneshwar

ଗୁଗଲ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି ଭାରତୀୟ ପ୍ରତିଦ୍ବନ୍ଦ୍ବିତା ଆୟୋଗ (ସିସିଆଇ) । ପ୍ଲେ ଷ୍ଟୋର ନୀତିକୁ ନେଇ ନିଜର ଆଧିପତ୍ୟକୁ ଦୂରୁପଯୋଗ କରିବା ଅଭିଯୋଗରେ ଗୁଗଲ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜୋରିମାନା ଲାଗୁ କରିବା ସହିତ ସିସିଆଇ ଏକ ସିଜ୍‌-ଏଣ୍ଡ-ଡେଜିଷ୍ଟ ବା ବନ୍ଦ ଓ ବିରତ ଆଦେଶ ଦେଇଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ମଧ୍ୟ ଗୁଗଲକୁ ନିର୍ଦ୍ଦେଶ ଦେଇଛି ଆୟୋଗ ।

ଆପ୍‌ ଡେଭଲପର୍ସଙ୍କ ପାଇଁ, ଅନ୍ତିମ ବ୍ୟବହାରକାରୀଙ୍କ ନିକଟରେ ନିଜର ଆପ୍‌ ପହଞ୍ଚାଇବା ଲାଗି ଏବଂ ଆପ ଷ୍ଟୋରରେ ଏହାକୁ ଉପଲବ୍ଧ କରିବା ଲାଗି ଅପରେଟିଂ ସିଷ୍ଟମ ଇନଷ୍ଟଲ ହୋଇଥିବା ଏକ ସ୍ମାର୍ଟ ଡିଭାଇସ୍‌ ଆବଶ୍ୟକ ହୋଇଥାଏ। ଭାରତରେ ଲାଇସେନ୍ସଯୋଗ୍ୟ ମୋବାଇଲ ଅପରେଟିଂ ସିଷ୍ଟମରେ ବଜାର ଗତିଶୀଳତାର ଗ୍ରହଣୀୟତା ଏହା ସ୍ପଷ୍ଟ କରିଥାଏ ଯେ ଗୁଗଲର ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ପରୋକ୍ଷ ନେଟୱର୍କ ପ୍ରଭାବକୁ ସଫଳତାପୂର୍ବକ ହାସଲ କରିଛି । ଗୁଗଲର ପ୍ଲେ ଷ୍ଟୋର ଆଣ୍ଡ୍ରଏଡ୍‌ ମୋବାଇଲ ଇକୋସିଷ୍ଟମରେ ଆପ୍‌ ଡେଭଲପର୍ସଙ୍କ ପାଇଁ ମୁଖ୍ୟ ବିତରଣ ଚାନେଲ ଭାବେ କାର୍ଯ୍ୟ କରିଥାଏ। ଯାହା ଆପ୍‌ ମାଲିକମାନଙ୍କୁ ସେମାନଙ୍କ ଆପ୍‌କୁ ବଜାରକୁ ଛାଡ଼ିବା ପାଇଁ ଅନୁମତି ଦେଇଥାଏ ।

ସିସିଆଇର ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ ଭାରତରେ ସ୍ମାର୍ଟ ମୋବାଇଲ ଡିଭାଇସ ପାଇଁ ଲାଇସେନ୍ସଯୋଗ୍ୟ ଅପରେଟିଂ ସିଷ୍ଟମ ଏବଂ ଆଣ୍ଡ୍ରଏଡ ସ୍ମାର୍ଟ ମୋବାଇଲ ଅପରେଟିଂ ସିଷ୍ଟମ ପାଇଁ ବଜାରରେ ଗୁଗଲ ପ୍ଲେ ଷ୍ଟୋରର ଆଧିପତ୍ୟ ରହିଛି ।

ଆପ ଡେଭଲପର୍ସ ମାନଙ୍କ ପାଇଁ ସେମାନଙ୍କ ଉଦ୍ଭାବନ/ନବୋନ୍ମେଷକୁ ବିକ୍ରି କରି ମୁଦ୍ରା ହାସଲ ବା ମନିଟାଇଜ୍‌ କରିବା ଲାଗି ଇନ-ଆପ୍‌ ଡିଜିଟାଲ ଉତ୍ପାଦ ବିକ୍ରି ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ । ତେବେ, ଇନ-ଆପ୍‌ ଡିଜିଟାଲ ଉତ୍ପାଦ ବ୍ୟବହାରକାରୀ କ୍ରେତାଙ୍କୁ ବିତରଣ କରିବା ଲାଗି, ଡେଭଲପର୍ସମାନେ ସେମାନଙ୍କ ଆପ୍‌କୁ କନଫିଗର କରିବାର ଆବଶ୍ୟକତା ରହିଛି ଯାହାଫଳରେ ଡିଜିଟାଲ ଉତ୍ପାଦର ସବୁ କ୍ରୟ ଗୁଗଲର ପେମେଣ୍ଟ ସିଷ୍ଟମ ଦେଇ ଯିବ, ଯାହାକି ଏସବୁ କାରବାରକୁ ପ୍ରୋସେସ କରିଥାଏ।

ତେବେ ଗୁଗଲ ପ୍ଲେ ଷ୍ଟୋର ନୀତି ଅନୁଯାୟୀ, ଆପ୍‌ ଡେଭଲପର୍ସମାନଙ୍କୁ କେବଳ ଏବଂ ବାଧ୍ୟତାମୂଳକ ଭାବେ ଗୁଗଲର ପ୍ଲେ ବିଲିଂ ସିଷ୍ଟମ (ଜିପିବିଏସ)କୁ ବ୍ୟବହାର କରିବାକୁ ପଡ଼ୁଥିଲା । କେବଳ ଗୁଗଲ ପ୍ଲେ ଷ୍ଟୋର ଜରିଆରେ ବିତରିତ/ବିକ୍ରି ହେଉଥିବା ଆପ୍‌ (ଅଡିଓ, ଭିଡିଓ, ଗେମ ଆଦି ଅନ୍ୟ ଡିଜିଟାଲ ଉତ୍ପାଦ) ପାଇଁ ପେମେଣ୍ଟ ହାସଲ କରିବା ଲାଗି ନୁହେଁ ବରଂ ନିର୍ଦ୍ଦିଷ୍ଟ ଇନ୍‌ ଆପ୍‌ କ୍ରୟ ପାଇଁ ମଧ୍ୟ ଜିପିବିଏସ ଉପଯୋଗ କରିବା ବାଧ୍ୟତାମୂଳକ ଥିଲା । ଆପ୍‌କୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍‌ କରୁଥିବା ୟୁଜରମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥାକୁ ଉପଯୋଗ କରିବାକୁ ହେଉଥିଲା । ଯେଉଁ ଆପ ଡେଭଲପର୍ସମାନେ ଗୁଗଲର ଏହି ନୀତିକୁ ପାଳନ କରୁନଥିଲେ ସେମାନଙ୍କ ଆପ୍‌କୁ ପ୍ଲେ ଷ୍ଟୋରରେ ସ୍ଥାନ ମିଳୁନଥିଲା । ଏହା ଏକ ପାଖିଆ ବ୍ୟବସାୟିକ କାରବାର ଥିଲା ଯେଉଁଥିରେ ଗୁଗଲ ନିଜର ମନମାନି ଚଳାଇଥିଲା। ଏପରି ନୀତି ଉଚିତ୍‌ ବ୍ୟବସାୟିକ ହିତକୁ ବାଧାପ୍ରାପ୍ତ କରୁଥିଲା । ଆପ ଡେଭଲପର୍ସମାନେ ମୁକ୍ତ ଭାବେ ସେମାନଙ୍କ ଆପକୁ ବଜାରକୁ ଛାଡ଼ି ପାରୁନଥିଲେ । ଏସବୁକୁ ଦୃଷ୍ଟିରେ ରଖି ସିସିଆଇ ଗୁଗଲ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

********

P.S



(Release ID: 1870854) Visitor Counter : 219