ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଟେଲି ମାନସିକ ସ୍ୱାସ୍ଥ୍ୟ ସହାୟତା ଏବଂ ସମଗ୍ର ରାଜ୍ୟରେ ନେଟୱାର୍କିଂ (ଟେଲି- ମାନସ୍‍) ପଦକ୍ଷେପର ଶୁଭାରମ୍ଭ


ଟୋଲ୍ ଫ୍ରି ନମ୍ବର- ୧୪୪୧୬ ରେ ୨୪ ଘଣ୍ଟିଆ ଟେଲି-ମାନସିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ

୨୩ ଟି ଟେଲି-ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ନେଟୱାର୍କ ସୃଷ୍ଟି ହୋଇଛି; ନିମହାନ୍ସ, ବେଙ୍ଗାଲୁରୁ ଏବଂ ଆଇଆଇଟିବି ହେବ ନୋଡାଲ୍ ପ୍ରତିଷ୍ଠାନ

ସମସ୍ତଙ୍କ ପାଇଁ ସୁବିଧାରେ ମାନସିକ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା, ପ୍ରତ୍ୟେକ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମରେ ଗୋଟିଏ କରି ଟେଲି-ମାନସ୍ ସେଲ୍ ପ୍ରତିଷ୍ଠା ହେବ

Posted On: 10 OCT 2022 4:10PM by PIB Bhubaneshwar

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟଣ୍ଟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରୋତ୍ସାହନରେ ଟେଲି ମାନସିକ ସ୍ୱାସ୍ଥ୍ୟ ସହାୟତା ଏବଂ ସମଗ୍ର ରାଜ୍ୟରେ ନେଟୱାର୍କିଂ (ଟେଲି-ମାନସ୍‌) ଆଜି ବେଙ୍ଗାଲୁରୁର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲ୍‍ଥ ଏବଂ ନ୍ୟୁରୋ ସାଇନ୍‍ସେସ୍‍ (ନିମହାନ୍ସ) ଠାରେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ତଥା ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଡକ୍ଟର କେ ସୁଧାକର ଏବଂ ନିମ୍‍ହାନ୍ସର ଉପସଭାପତିଙ୍କ ଉପସ୍ଥିତିରେ କର୍ଣ୍ଣାଟକର ମାନ୍ୟବର ରାଜ୍ୟପାଳ ଥାୱର ଚାନ୍ଦ ଗେହଲୋଟ୍ଙ୍କ ଦ୍ୱାରା ଭର୍ଚୁଆଲ ବ୍ୟବସ୍ଥାରେ ଶୁଭାରମ୍ଭ ହୋଇଛି

 

କୋଭିଡ-୧୯ ମହାମାରୀ ପରେ ମାନସିକ ସ୍ୱାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଏକ ଡିଜିଟାଲ ମାନସିକ ସ୍ୱାସ୍ଥ୍ୟ ନେଟୱାର୍କ ପ୍ରତିଷ୍ଠା କରିବାର ଜରୁରୀ ଆବଶ୍ୟକତା ଥିଲା ଯାହା ମହାମାରୀ ଦ୍ୱାରା ବୃଦ୍ଧି ପାଇଥିବା ଆହ୍ୱାନକୁ ପ୍ରତିହତ କରିବ ବୋଲି ବିଚାରି ଭାରତ ସରକାର କେନ୍ଦ୍ର ବଜେଟ ୨୦୨୨-୨୩ରେ ଜାତୀୟ ଟେଲି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଏନ୍‍ଟିଏମଏଚପି) ଘୋଷଣା କରିଛନ୍ତି ଟେଲି-ମାନସ୍ ଲକ୍ଷ୍ୟ ରଖିଛି ସାରା ଦେଶରେ ମାଗଣା ଟେଲି-ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇବା, ବିଶେଷ କରି ଦୁର୍ଗମ କିମ୍ବା ସେବା ପହଞ୍ଚୁନଥିବା ଅଞ୍ଚଳରେ ଥିବା ଲୋକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇବା ଏହି କାର୍ଯ୍ୟକ୍ରମରେ ୨୩ ଟି ଟେଲି-ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ନେଟୱାର୍କ ଅନ୍ତର୍ଭୁକ୍ତ, ନିମହାନ୍ସ ନୋଡାଲ୍ ସେଣ୍ଟର ଏବଂ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି-ବାଙ୍ଗାଲୋର (ଆଇଆଇଆଇଟିବି) ପ୍ରଯୁକ୍ତିବିଦ୍ୟା ସହାୟତା ପ୍ରଦାନ କରିଥାଏ   ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବେଙ୍ଗାଲୁରୁ ଏବଂ ନ୍ୟାସନାଲ ହେଲଥ ସିଷ୍ଟମ ରିସୋର୍ସ ସେଣ୍ଟର (ଏନଏଚ୍‍ଆରଏସ୍‍ସି) ବୈଷୟିକ ସହାୟତା ପ୍ରଦାନ କରିବ

 

କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମରେ ଗୋଟିଏ କରି ଟେଲି- ମାନସ ସେଲ୍ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି

ସାରା ଦେଶରେ ୨୪ଘଣ୍ଟିଆ ଏକ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର (୧୪୪୧୬) ବ୍ୟବସ୍ଥା କରାଯାଇଛି ଯାହାକି ସେବା ଯୋଗାଇବା ପାଇଁ କଲ୍ କରୁଥିବା ଲୋକଙ୍କୁ ସେମାନଙ୍କର ପସନ୍ଦର ଭାଷା ବାଛିବା ପାଇଁ ଅନୁମତି ଦେଇଥାଏ -୮୦୦-୯୧-୪୪୧୬ରେ ଏହି ସେବା ମଧ୍ୟ ଉପଲବ୍ଧ ଅଟେ ଏହି କଲ୍ ଗୁଡିକ ସଂପୃକ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଟେଲି-ମାନସ୍ ସେଲକୁ ପଠାଯିବ

 

ଦୁଇ ପର୍ଯ୍ୟାୟ ବ୍ୟବସ୍ଥାରେ ଟେଲି- ମାନସ ସଂଗଠିତ ହେବ; ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଟେଲି-ମାନସ ସେଲ୍‍ ଗୁଡ଼ିକ ଅନ୍ତର୍ଭୁକ୍ତ ଯାହାକି ତାଲିମପ୍ରାପ୍ତ ପରାମର୍ଶଦାତା ଏବଂ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଅନ୍ତର୍ଭୁକ୍ତ କରିବ ଦ୍ୱିତୀୟ ପର୍ଯ୍ୟାୟରେ  ଶାରୀରିକ ପରାମର୍ଶ ପାଇଁ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଡିଏମଏଚ୍‍ପି) / ମେଡିକାଲ୍ କଲେଜ ଉତ୍ସ ଏବଂ ଅଡିଓ ଭିଜୁଆଲ୍ ପରାମର୍ଶ ପାଇଁ -ସଞ୍ଜୀବନୀରେ ବିଶେଷଜ୍ଞମାନେ ରହିବେ ବର୍ତ୍ତମାନ ୫୧ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଟେଲି ମାନସ ସେଲ୍ ସହିତ ଟି ଆଞ୍ଚଳିକ ସମନ୍ୱୟ କେନ୍ଦ୍ର ଅଛି

କେନ୍ଦ୍ରୀୟ ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍ (ଆଇଭିଆରଏସ୍‍) ମାଧ୍ୟମରେ ମୌଳିକ ସମର୍ଥନ ଏବଂ ପରାମର୍ଶ ପ୍ରଦାନ କରୁଥିବା ପ୍ରାରମ୍ଭିକ ରୋଲଆଉଟ୍ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଛି ଏହା କେବଳ ତୁରନ୍ତ ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବ ନାହିଁ, ବରଂ ଯତ୍ନର ନିରନ୍ତର ସୁବିଧା ମଧ୍ୟ କରିବ ଜାତୀୟ ଟେଲି-ପରାମର୍ଶ ସେବା, -ସଞ୍ଜୀବନୀ, ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍‌, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଏବଂ ଜରୁରୀକାଳୀନ ମାନସିକ ଚିକିତ୍ସା ସୁବିଧା ଭଳି ଟେଲି-ମାନସକୁ ଅନ୍ୟାନ୍ୟ ସେବା ସହିତ ଯୋଡି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ଯତ୍ନ ନିଆଯାଉଛି ପରିଶେଷରେ, ଏହା ମାନସିକ ସୁସ୍ଥତା ଏବଂ ଅସୁସ୍ଥତାର ସମଗ୍ର ବିଷୟକୁ ଅନ୍ତର୍ଭୂକ୍ତ କରିବ ଏବଂ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରୁଥିବା ସମସ୍ତ ପ୍ରଣାଳୀକୁ ଏକତ୍ର କରିବ ନିମହାନ୍ସ ଅଧିକାଂଶ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ୯୦୦ ଟେଲି ମାନସ ପରାମର୍ଶଦାତାମାନଙ୍କ ପାଇଁ ତାଲିମ ଆୟୋଜନ କରିଛି

ପରାମର୍ଶଦାତା ଅନୁଷ୍ଠାନଗୁଡ଼ିକ ନିମ୍ନଲିଖିତ: ଏମସ୍‍, ପାଟନା, ଏମ୍‍ସ ରାୟପୁର, ସିଆପି ରାଞ୍ଚି, ଏମ୍‍ସ ଭୋପାଳ, ଏମ୍‍ସ କଲ୍ୟାଣୀ, ଏମ୍‍ସ ଭୁବନେଶ୍ୱର, ପିଜିଆଇଏମ୍‍ଇଆର, ଚଣ୍ଡିଗଡ଼, ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାଳୟ, ଅହମ୍ମଦାବାଦ, ଗୁଜୁରାଟ, ଇନ୍‍ଷ୍ଟିଟ୍ୟୁଟ ଅଫ୍‍ ସାଇକିଆଟ୍ରି ଆଣ୍ଡ ହ୍ୟୁମାନ ବିଏଭିଏର ବାମ୍ବୋଲିମ୍ ଗୋଆ, ଏମ୍‍ସ, ନାଗପୁର, ଏମ୍‍ସ, ଯୋଧପୁର, କେଜିଏମୟୁ ଲକ୍ଷ୍ନୌ, ଏମ୍‍ସ ଋଷିକେଶ, ଆଇଏଚବିଏଏସ୍‍, ଦିଲ୍ଲୀ, ଆଇଜିଏମ୍ଏସ୍‌, ଶିମଲା, ମାନସିକ ରୋଗ ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ, ଶ୍ରୀନଗର, ଏଲଜିବିଆରଆଇଏମଏଚ୍‍, ତେଜପୁର, ନିମହାନ୍ସ, ବେଙ୍ଗାଲୁରୁ, ଇମହାନ୍ସ, କୋଜିକୋଡେ, କେରଳ, ଆଇଏମଏଚ୍‍, ଚେନ୍ନାଇ, ଆଇଏମଏଚ୍‍, ହାଇଦ୍ରାବାଦ, ଜେଆଇପିଏମଇଆର ଏବଂ ଏମ୍‍ସ, ମଙ୍ଗଳାଗିରି

ଆଜି ଟେଲି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରୁଥିବା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଛତିଶଗଡ, ଦାଦ୍ରା ନଗର ହାବେଲି ଏବଂ ଡାମନ ଏବଂ ଡିୟୁ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, କେରଳ, ଲଦାଖ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରହିଛନ୍ତି

 

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ନିମହାନ୍ସର ନିର୍ଦ୍ଦେଶଇକା ଡକ୍ଟର ପ୍ରତୀମା ମୁର୍ତ୍ତୀ, କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ବିଶାଲ ଚୌହାନ, ଛାତ୍ର, ଅଧ୍ୟାପିକା ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

HS



(Release ID: 1866621) Visitor Counter : 214