ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଭାରତୀୟ ବାୟୁସେନାରେ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଶାଖା ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି ସରକାର


ଭୂପୃଷ୍ଠ ଏବଂ ବିଶେଷ ବାୟୁବାହୀ ଅସ୍ତ୍ର ପ୍ରଣାଳୀର ଅପରେଟରମାନେ ଗୋଟିଏ ବ୍ୟବସ୍ଥା ଭିତରେ ରହିବେ

Posted On: 08 OCT 2022 10:39AM by PIB Bhubaneshwar

ଭାରତୀୟ ବାୟୁସେନା (ଆଇଏଏଫ୍‍) ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସରକାର ନୂତନ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଡବ୍ଲ୍ୟୁଏସ୍‌) ଶାଖା ଗଠନକୁ ଅନୁମୋଦନ କରିଛନ୍ତି ଡବ୍ଲ୍ୟୁଏସ୍ ଶାଖା ସୃଷ୍ଟି ହେବା ଦ୍ୱାରା ଭୂପୃଷ୍ଠ-ଆଧାରିତ ତଥା ବିଶେଷ ବାୟୁବାହୀ ଅସ୍ତ୍ର ପ୍ରଣାଳୀ କାର୍ଯ୍ୟକ୍ଷମ ପାଇଁ ଗୋଟିଏ ସଂସ୍ଥା ଅଧୀନରେ ସମସ୍ତ ଅସ୍ତ୍ର ପ୍ରଣାଳୀ ଅପରେଟରଙ୍କ ଏକୀକରଣ ହେବ

ଏହି ଶାଖା ଭୂପୃଷ୍ଠରୁ- ଭୂପୃଷ୍ଠ କ୍ଷେପଣାସ୍ତ୍ର, ଭୂପୃଷ୍ଠ ରୁ -ଆକାଶ କ୍ଷେପଣାସ୍ତ୍ର, ରିମୋଟ ପରିଚାଳିତ ବିମାନ ଏବଂ ଦୁଇ/ ବହୁ ଚାଳକ ବିମାନରେ ଅସ୍ତ୍ରଶସ୍ତ୍ର ଚାଳନା କରୁଥିବା ଅପରେଟରମାନଙ୍କୁ ଅନ୍ତର୍ଭୁକ୍ତ କରିବ ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି କରିବାରେ ଏହା ସହାୟକ ହେବ

HS


(Release ID: 1866089) Visitor Counter : 208