ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଚିତା ଟାସ୍କ ଫୋର୍ସ ଗଠିତ


ଟାସ୍କ ଫୋର୍ସ ଚିତାମାନଙ୍କ ଉପଯୋଜନ ତଥା ସ୍ୱାସ୍ଥ୍ୟାବସ୍ଥା ନୀରିକ୍ଷଣ କରିବ

ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଚିତା ଟାସ୍କ ଫୋର୍ସ ପରାମର୍ଶ ଓ ଉପଦେଶ ଦେବ

Posted On: 07 OCT 2022 3:26PM by PIB Bhubaneshwar

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଚିତା ଟାସ୍କ ଫୋର୍ସର କାର୍ଯ୍ୟାବଳୀ ସୁଗମ କରିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ । ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ । ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସବକମିଟି ଗଠନ କରା ଯାଇପାରିବ ।

ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ । ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ । ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ ବିବର୍ତ୍ତନୀୟ ଭାରସାମ୍ୟ ପୁନଃ ସ୍ଥାପିତ ହୋଇ ପରିବେଶ ପ୍ରଣାଳୀର ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଭାବ ପକାଇବ । ଚିତାକୁ ଫେରାଇ ଆଣିବା ଦ୍ୱାରା ସେମାନଙ୍କ ସଂରକ୍ଷଣ ଉଦ୍ୟମ ବେଶ ପ୍ରଭାବିତ ହେବ । ଭାରତୀୟ ମୃଗ ଓ ସମ୍ବରଙ୍କ ମଧ୍ୟରେ ଦ୍ରୁତ ଗତି ଉପଯୋଜନ କରାଇବାରେ ଚିତା ବିବର୍ତ୍ତନୀୟ ପ୍ରାକୃତିକ ଚୟନ ଶକ୍ତି ଭାବେ କାମ କରିଥିଲା । ଚିତା ପୁନର୍ବାସନ ଦ୍ୱାରା ଆମେ କେବଳ ଏମାନଙ୍କ ଆଧାରକୁ ବଞ୍ଚାଇବାରେ ସକ୍ଷମ ହେବା ନାହିଁ ବରଂ ଚାରଣଭୂମି ବିଲୁପ୍ତ ପ୍ରାୟ ପ୍ରଜାତି ତଥା ଖୋଲା ବନ୍ୟ ପରିବେଶ ପ୍ରଣାଳୀକୁ ବଞ୍ଚାଇ ପରିବା ।

 

ଟାସ୍କ ଫୋର୍ସ ଗଠନ କରାଯାଇଛି:

କ) ଚିତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା, ଅଗ୍ରଗତି ଓ ନୀରିକ୍ଷଣ ସହ ଏକାନ୍ତବାସ ଓ ସଫ୍ଟ ରିଲିଜ ଖୁଆଡର ରକ୍ଷଣାବେକ୍ଷଣ, ସମୁଦାୟ ଅଞ୍ଚଳର ସଂରକ୍ଷଣ ସ୍ଥିତି, ବନ୍ୟ ଓ ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ ସୁନିଶ୍ଚିତ କରିବା ତଥା ଭାରତରେ ଚିତା ପୁନର୍ବାସନ ସମ୍ପର୍କରେ ଏନଟିସିଏ ଓ ମଧ୍ୟପ୍ରଦେଶ ବନ ବିଭାଗକୁ ଚିତାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ, ବ୍ୟବହାର ଓ ରକ୍ଷଣାବେକ୍ଷଣ ପରାମର୍ଶ ପ୍ରଦାନ କରିବା ପାଇଁ ।

ଖ) କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ଶିକାର ଦକ୍ଷତା ଓ ଉପଯୋଜନ ସ୍ଥିତି ନୀରିକ୍ଷଣ

ଗ) ଚିତାଙ୍କୁ ଏକାନ୍ତବାସରୁ ସଫ୍ଟ ରିଲିଜ ଖୁଆଡ ଏବଂ ପରେ ଚାରଣ ଭୂମି ଓ ଖୋଲା ଜଙ୍ଗଲକୁ ଛାଡିବା ନୀରିକ୍ଷଣ କରିବ

ଘ) ପରିବେଶ ପର୍ଯ୍ୟଟନ ପାଇଁ ଚିତା ବାସସ୍ଥଳୀ ଖୋଲିବା ଓ ଏଥିପାଇଁ ଦିଶାନିର୍ଦ୍ଦେଶ ପରାମର୍ଶ ଦେବା

ଙ) କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ସଂରକ୍ଷିତ ଅଞ୍ଚଳର ସୀମାନ୍ତ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଉପଦେଶ ଓ ପରାମର୍ଶ

ଚ) ଚିତା ମିତ୍ର ଓ ସ୍ଥାନୀୟ ଲୋକଙ୍କ ସହ ନିୟମିତ ଆଲୋଚନା କରି ସେମାନଙ୍କ ସଚେତନତା ବୃଦ୍ଧି ସହ ସେମାନଙ୍କୁ ଅଞ୍ଚଳ ସହ ଚିତା ସଂରକ୍ଷଣରେ ସାମିଲ କରିବା

 

ଟାସ୍କ ଫୋର୍ସର ସଦସ୍ୟମାନଙ୍କ ମଧ୍ୟରେ ସାମିଲ ଅଛନ୍ତି:

୧. ପ୍ରମୁଖ ସଚିବ (ବନ), ମଧ୍ୟପ୍ରଦେଶ

୨. ପ୍ରମୁଖ ସଚିବ (ପର୍ଯ୍ୟଟନ), ମଧ୍ୟପ୍ରଦେଶ

୩. ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ଶକ୍ତି ମୁଖ୍ୟ, ମଧ୍ୟପ୍ରଦେଶ

୪. ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ

୫. ଶ୍ରୀ ଆଲୋକ କୁମାର, ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ

୬. ଡଃ ଅମିତ ମଲ୍ଲିକ, ମହାନୀରିକ୍ଷକ, ଏନଟିସିଏ, ନୂଆଦିଲ୍ଲୀ

୭. ଡଃ ବିଷ୍ଣୁ ପ୍ରିୟା, ବୈଜ୍ଞାନିକ, ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ଡେରାଡୁନ 

୮. ଶ୍ରୀ ଅଭିଲାଷ ଖାଣ୍ଡେକର, ସଦସ୍ୟ, ଏମପି ଏସବିଡବ୍ଲୁଏଲ, ଭୋପାଳ

୯. ଶ୍ରୀ ଶୁଭୋରଞ୍ଜନ ସେନ, ଏପିସିସିଏଫ- ବନ୍ୟପ୍ରାଣୀ, ସଦସ୍ୟ ସଂଯୋଜକ

 

 

SR



(Release ID: 1865929) Visitor Counter : 142