ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏମ୍ସ ବିଳାସପୁର ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
06 OCT 2022 7:31AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଳାସପୁରର ଏମ୍ସ ପରିଦର୍ଶନ କରିଛନ୍ତି
ପ୍ରଧାନମନ୍ତ୍ରୀ ହସ୍ପିଟାଲ ସୌଧର ସି-ବ୍ଲକରେ ପହଞ୍ଚିଥିଲେ । ତା'ପରେ, ସେ ଏମ୍ସ, ବିଳାସପୁର କ୍ୟାମ୍ପସର ୩ଡି ମଡେଲର ଏକ ପ୍ରଦର୍ଶନକୁ ଦେଖିଥିଲେ ଏବଂ ଅନୁଷ୍ଠାନର ଉଦଘାଟନ ଉତ୍ସବରେ ରିବନ୍ କାଟିବା ସମାରୋହକୁ ଯାଇଥିଲେ । ପ୍ରଧାନମନ୍ତ୍ରୀ ଡାକ୍ତରଖାନାର ସିଟି ସ୍କାନ୍ ସେଣ୍ଟର ଏବଂ ଜରୁରୀକାଳୀନ ଏବଂ ଟ୍ରମା ଅଞ୍ଚଳ ଦେଇ ଚାଲି ଚାଲି ଯାଇଥିଲେ ।
ସାରା ଦେଶରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଏମ୍ସ ବିଳାସପୁରକୁ ଦେଶକୁ ଉତ୍ସର୍ଗ ଦ୍ୱାରା ପୁନର୍ବାର ପ୍ରଦର୍ଶିତ ହୋଇଛି । ଅକ୍ଟୋବର ୨୦୧୭ ରେ ଏହି ଡାକ୍ତରଖାନାର ଭତ୍ତିପ୍ରସ୍ତର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏବଂ ଏହା କେନ୍ଦ୍ରୀୟ ଯୋଜନା ପ୍ରଧାନ ମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଛି ।
୧୪୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ର୍ନିମିତ ଏମ୍ସ ବିଳାସପୁର ହେଉଛି ଏକ ଅତ୍ୟାଧୁନିକ ଡାକ୍ତରଖାନା ଯାହାକି ୧୮ ଟି ସ୍ପେସିଆଲିଟି ଏବଂ ୧୭ ଟି ସୁପର ସ୍ପେସିଆଲିଟି ବିଭାଗ, ୧୮ ଟି ମଡ୍ୟୁଲାର୍ ଅପରେସନ୍ ଗୃହ ଏବଂ ୬୪ ଟି ଆଇସିୟୁ ଶଯ୍ୟା ସହିତ ୭୫୦ ଶଯ୍ୟା ବିଶିଷ୍ଟ । ୨୪୭ ଏକରରୁ ଅଧିକ ଅଞ୍ଚଳରେ ବ୍ୟାପିଥିବା ଏହି ହସ୍ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ଏବଂ ଡାଏଲିସିସ୍ ସୁବିଧା, ଅଲଟ୍ରାସୋନୋଗ୍ରାଫି, ସିଟି ସ୍କାନ୍, ଏମଆରଆଇ ଇତ୍ୟାଦି ଆଧୁନିକ ଡାଇଗ୍ନୋଷ୍ଟିକ୍ ମେସିନ୍, ଅମୃତ ଫାର୍ମାସି ଏବଂ ଜନ ଔଷଧି କେନ୍ଦ୍ର ଏବଂ ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ୍ ରହିଛି । ହିମାଚଳ ପ୍ରଦେଶର ଆଦିବାସୀ ତଥା ଅପହଞ୍ଚ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତରଖାନା ଡିଜିଟାଲ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ସ୍ଥାପନ କରିଛି । ଏଥିସହ କାଜା, ସାଲୁନି, ଏବଂ କେଲଙ୍ଗ ଭଳି ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଉଚ୍ଚ ହିମାଳୟ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଡାକ୍ତରଖାନା ଦ୍ୱାରା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହି ଡାକ୍ତରଖାନାରେ ପ୍ରତିବର୍ଷ ଏମବିବିଏସ୍ ପାଠ୍ୟକ୍ରମ ପାଇଁ ୧୦୦ ଛାତ୍ର ଏବଂ ନର୍ସିଂ ପାଠ୍ୟକ୍ରମ ପାଇଁ ୬୦ ଜଣ ଛାତ୍ରଙ୍କ ନାମ ଲେଖାଯିବ ।
ପ୍ରଧାନମନ୍ତ୍ରୀଙ୍କ ସହ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏବଂ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡା ଯୋଗ ଦେଇଥିଲେ ।
HS
(ରିଲିଜ ଆଡି: 1865459)
ପରିଦର୍ଶକ କାଉଣ୍ଟର : 360
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam