ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସରେ ସମ୍ବୋଧିତ କରିଛନ୍ତି ଡା. ମନସୁଖ ମାଣ୍ଡଭିୟା


ରକ୍ତଦାନ ଅମୃତ ମହୋତ୍ସବ ଅନ୍ତର୍ଗତ 2.5 ଲକ୍ଷ ରୁ ଅଧିକ ଲୋକମାନେ ସ୍ବଇଚ୍ଛାରେ ରକ୍ତଦାନ କରିଛନ୍ତି

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବେଚ୍ଛାକୃତ ରକ୍ତଦାନ ଏବଂ ଏହି କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରିଥିବା ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳକୁ ସମ୍ମାନିତ କରିଛନ୍ତି

‘‘ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ, ଆସନ୍ତୁ ଆମେ ସଭିଏଁ ଅନ୍ୟ ପାଇଁ ସର୍ବଦା ଉପସ୍ଥିତ ରହିବା ଏବଂ ନିୟମିତ ଭାବରେ ରକ୍ତଦାନ କରିବାର ସଙ୍କଳ୍ପ ନେବା : ସ୍ବାସ୍ଥ୍ୟ ମନ୍ତ୍ରୀ

Posted On: 01 OCT 2022 2:45PM by PIB Bhubaneshwar

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟା ଆଜି ଏମ୍‌ସ, ନୂଆ ଦିଲ୍ଲୀ ଠାରେ ଜାତୀୟ ରକ୍ତଦାନ ଦିବସ 2022 କୁ ସମ୍ବୋଧିତ କରି କହିଛନ୍ତି ଯେ, ‘‘ରକ୍ତଦାନ ଅମୃତ ମହୋତ୍ସବର ସଫଳତା ମାନବତା ପାଇଁ ଏକ ମହତ କାମକୁ ମଜବୁତ୍ କରିଛି ଯାହା ଅନେକ ମୂଲ୍ୟବାନ ଜୀବନକୁ ବଞ୍ଚାଇବାରେ ସହାୟତା କରିବ। ରକ୍ତଦାନ ଏକ ମହତ କାମ ଏବଂ ଆମର ସମୃଦ୍ଧ ସଂସ୍କୃତି ଏବଂ ସେବା ଓ ସହଯୋଗର ପରମ୍ପରାକୁ ଦେଖି, ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ, ଆସନ୍ତୁ ଆମେ ସଭିଏଁ ଅନ୍ୟ କାହାରି ପାଇଁ ସର୍ବଦା ଉପସ୍ଥିତ ରହିବା ଏବଂ ନିୟମିତ ଭାବରେ ରକ୍ତଦାନ କରିବାର ସଙ୍କଳ୍ପ ନେବା।’’ ଏହି ଅବସରରେ ଡିଜିଏଚଏସ୍ ଡା. ଅତୁଲ୍ ଗୋୟଲ୍ ଏବଂ ଏମ୍‌ସର ନିର୍ଦ୍ଦେଶକ ଡା. ଏମ. ଶ୍ରୀନିବାସ ମଧ୍ୟ ଉପସ୍ଥିତ ଥିଲେ।

ରକ୍ତଦାନର ଗୁରୁତ୍ବ ଉପରେ ଆଲୋକପାତ କରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ରକ୍ତଦାନ ଏକ ସେବା ଅଟେ ଏବଂ ପରସ୍ପରକୁ ସହାୟତା କରିବା ଆମର ଦାୟୀତ୍ବ। ଭାରତର କୋଭିଡ୍ ମହାମାରୀ ପ୍ରତିକ୍ରିୟା ଲୋକ ଭାଗିଦାରୀର ସମୃଦ୍ଧ ପରମ୍ପରାରୁ ପ୍ରେରିତ ହୋଇଛି ଏବଂ ଏହା ମହାମାରୀର ପରିଚାଳନା କରିବାର ରାସ୍ତା ଦେଖାଇଛି ଏବଂ ଏହାର ପରିଣାମସ୍ବରୂପ ବିଶ୍ବର ସବୁଠାରୁ ବଡ଼ କୋଭିଡ୍ ଟିକାକରଣ ଅଭିଯାନ ସଫଳତାର ସହିତ କରାଯାଇପାରିଛି। ରକ୍ତଦାନ ଅମୃତ ମହୋତ୍ସବର ଉଦ୍ଦେଶ୍ୟ ରକ୍ତଦାନ, ରକ୍ତ ବିତରଣ ଏବଂ ରକ୍ତ ପରିଚାଳନା କରିବା ଥିଲା। ଏହା ନିୟମିତ ଭାବରେ ଅଣ-ପାରିଶ୍ରମିକଯୁକ୍ତ  ସ୍ବେଚ୍ଛାକୃତ ରକ୍ତଦାନ ବିଷୟରେ ସଚେତନତା ବଢ଼ାଇବାରେ ସହାୟତା କରିଛି ଏବଂ ଏହା ସୁନିଶ୍ଚିତ କରିଛି ଯେ ରକ୍ତ ବା ଏହାର ଉପାଦାନ (ସମ୍ପୂର୍ଣ୍ଣ ରକ୍ତ/ପ୍ୟାକ୍ ହୋଇଥିବା ଲୋହିତ ରକ୍ତ କୋଷିକା/ ପ୍ଳାଜମା/ ପ୍ଲେଟଲେଟ୍‌ସ) ଉପଲବ୍ଧ, ସୁଲଭ, କମ୍ ମୂଲ୍ୟରେ ତଥା ସୁରକ୍ଷିତ ରହିବ।  ରକ୍ତଦାନ ଅମୃତ ମହୋତ୍ସବର ସଫଳତା ମାନବତାର ମହତ କାମକୁ ମଜବୁତ କରିଛି ଯାହାକି ଅନେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ କରିବାରେ ବହୁତ ସହାୟତା କରିବ। ରକ୍ତଦାନ ଅମୃତ ମହୋତ୍ସବ ଅନ୍ତର୍ଗତ 2.5 ଲକ୍ଷରୁ ଅଧିକ ଲୋକମାନେ ସ୍ବଇଚ୍ଛାରେ ରକ୍ତଦାନ କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବେଚ୍ଛାକୃତ ରକ୍ତଦାତା ଏବଂ ଅନୁକରଣୀୟ କାର୍ଯ୍ୟ କରିଥିବା ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ, ଦୁର୍ଲଭ ରକ୍ତ ସମୂହ ଦାତା, ରେଗୁଲାର ସିଙ୍ଗିଲ୍ ଡୋନର ପ୍ଲାଟେଲେଟ୍‌ସ (ଏସଡିପି) ଦାତା, ମହିଳା ରକ୍ତଦାତା, ନିୟମିତ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି।

BS



(Release ID: 1864467) Visitor Counter : 157