ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଆୟୁଷ୍ମାନ ଭାରତ (ଏବି) – ପିଏମଜେଏୱାଇ ର ଚତୁର୍ଥ ବାର୍ଷିକିରେ ଡା. ମନସୁଖ ମାଣ୍ଡଭିୟା ସାରା ଦେଶରେ ଥିବା ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି, ହିତାଧିକାରୀମାନେ ସ୍ବାସ୍ଥ୍ୟ ଯତ୍ନ ବ୍ୟୟ ସମ୍ପର୍କରେ ନିଜର ଯନ୍ତ୍ରଣା ଏବଂ ଏବି- ପିଏମଜେଏୱାଇ ରୁ ମିଳିଥିବା ଖୁସି ବିଷୟରେ ଆଲୋଚନା କରିଛନ୍ତି


ଗରୀବ ଓ ବଞ୍ଚିତ ପରିବାର ପାଇଁ କ୍ୟାସଲେସ ଚିକିତ୍ସାର ସୁବିଧା ପକେଟରେ ପଡ଼ୁଥିବା ଚାପକୁ କମ୍ କରିଛି ଏବଂ ପରିବାରର ଆର୍ଥିକ ସଙ୍କଟକୁ ଦୂର କରିପାରିଛି : ଡା. ମନସୁଖ ମାଣ୍ଡଭିୟା

ଆୟୁଷ୍ମାନ ଭାରତ ସଭିଙ୍କ ପାଇଁ ସ୍ବାସ୍ଥ୍ୟ ସୁନିଶ୍ଚିତ କରିବାର ମିଶନକୁ ମଜବୁତ କରିଛି

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ମାନଙ୍କୁ ନାଗରିକ କଲ୍ୟାଣ ପାଇଁ ସୁଲଭ ସ୍ବାସ୍ଥ୍ୟ ସେବାର ରାଷ୍ଟ୍ରୀୟ ମିଶନରେ ସାମିଲ୍ ହେବା ଏବଂ ଆୟୁଷ୍ମାନ ଭାରତକୁ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି।

Posted On: 23 SEP 2022 6:24PM by PIB Bhubaneshwar

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟା ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି – ପିଏମଜେଏୱାଇ) ର ଚାରି ବର୍ଷ ପୁରଣ ହେବା ଅବସରରେ ଆଜି ନୂଆ ଦିଲ୍ଲୀରେ ଦେଶର ବିଭିନ୍ନ ଅଂଶର କିଛି ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ‘ଆୟୁଷ୍ମାନ ଭାରତ- ପିଏମଜେଏୱାଇ ଯୋଜନା ଅନ୍ତର୍ଗତ ଗରିବ ଏବଂ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ପରିବାରଙ୍କୁ ପ୍ରଦାନ କରାଯାଇଥିବା କ୍ୟାସଲେସ୍, କାଗଜରହିତ ଓ ଶସ୍ତା ସ୍ବାସ୍ଥ୍ୟ ସେବା ଏବଂ ଚିକିତ୍ସା ସୁବିଧା ତାଙ୍କ ଉପରେ ପଡ଼ୁଥିବା ବୋଝକୁ ବହୁତ ମାତ୍ରାରେ କମ୍ କରି ଦେଇଛି, ଏହା ସହିତ ଗମ୍ଭୀର ଏବଂ ଦୀର୍ଘ ଦିନର ରୋଗ ଏବଂ ବ୍ୟୟବହୁଳ ଚିକିତ୍ସା କାରଣରୁ ଆର୍ଥିକ ସଙ୍କଟକୁ କମ୍ କରିପାରିଛି।’’ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡା. ଭାରତୀ ପ୍ରବିଣ ପାୱାର ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ, ଗୁଜରାଟର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଋଷିକେଶ ପଟେଲ୍ ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ହିତାଧିକାରୀ ଏବଂ ତାଙ୍କର ପରିବାର ସହିତ ଯନ୍ତ୍ରଣା ଏବଂ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସେମାନେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ନିଜର ଅଭିଜ୍ଞତା ଏବଂ ସ୍ବାସ୍ଥ୍ୟ ଯତ୍ନ ଉପରେ ଖର୍ଚ୍ଚକୁ ନିଜେ ପୂରଣ କରିବାରେ ନିଜର ଅସମର୍ଥତା ବିଷୟରେ ସୂଚନା ଦେଇଥିଲେ। ଏହି ହିତାଧିକାରୀମାନେ ଆୟୁଷ୍ମାନ ଭାରତ – ପିଏମଜେଏୱାଇ ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରାପ୍ତ କରିବା କାରଣରୁ ନିଜର ସନ୍ତୋଷତା ପ୍ରକାଶ କରିଥିଲେ, ଯାହା ସହାୟତାରେ ସେମାନଙ୍କୁ ପିଏମଜେଏୱାଇ ତାଲିକାଭୁକ୍ତ ହସ୍‌ପିଟାଲରେ ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ଲାଭ କରିବାରେ ସହାୟତା ମିଳିପାରିଛି।

ଡା. ମାଣ୍ଡଭିୟା ଏହି ଯୋଜନାର ବିଭିନ୍ନ ବିଶେଷତ୍ତ୍ବ ବିଷୟରେ ବିସ୍ତୃତ ଭାବରେ କହିଥିଲେ। ସେ କହିଲେ ଯେ, ‘‘ଆୟୁଷ୍ମାନ ଭାରତ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ସୁନିଶ୍ଚିତ କରିବାରେ ସରକାରଙ୍କ ଲକ୍ଷ୍ୟକୁ ମଜବୁତ କରିଛି।’’ ସେ ମଧ୍ୟ ସେହି ସବୁ ରାଜ୍ୟ ମାନଙ୍କୁ ଏହି ଯୋଜନାରେ ସାମିଲ୍ ହେବା ପାଇଁ ଅନୁରୋଧ କରିଛନ୍ତି, ଯେଉଁମାନେ ନାଗରିକ କଲ୍ୟାଣ ଉଦ୍ଦେଶ୍ୟରେ ସୁଲଭ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାର ଏହି ରାଷ୍ଟ୍ରୀୟ ମିଶନରେ ଏବେ ସାମିଲ୍ ହେବା ବକେୟା ରହିଛି। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ‘‘ଆୟୁଷ୍ମାନ କାର୍ଡ଼ର କେ-ବ୍ରାଣ୍ଡିଂ ସହିତ ଆମେ ଖୁବ୍ ଶୀଘ୍ର ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଡ଼ ପ୍ରଦାନ କରିବୁ।’’ ଏପର୍ଯ୍ୟନ୍ତ 19 କୋଟିରୁ ଅଧିକ ଏବି-ପିଏମଜେଏୱାଇ କାର୍ଡ଼ ପ୍ରସ୍ତୁତ କରାଯାଇ ସାରିଛି  ଏବଂ 3.8 କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନା ଅନ୍ତର୍ଗତ ମାଗଣାରେ ଚିକିତ୍ସାର ଲାଭ ଉଠାଉଛନ୍ତି।

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ର ମୁଖ୍ୟ ବିଶେଷତ୍ବକୁ ରେଖାଙ୍କିତ କରି ସେ କହିଛନ୍ତି ଯେ ଏବିଏଚଏ ହେଲ୍‌ଥ ଆଇଡି ସ୍ବାସ୍ଥ୍ୟ କ୍ଷେତ୍ରରେ ଗେମ୍ ଚେଞ୍ଜର ଭାବରେ ପ୍ରମାଣିତ ହୋଇଛି। ସେହିପରି, କିଛି ହିତାଧିକାରୀ ସ୍ବାସ୍ଥ୍ୟ ଆଇଡି ପ୍ରସ୍ତୁତ କରିବାରେ ସୁବିଧା ଏବଂ ନିଜର ସ୍ବାସ୍ଥ୍ୟ ରେକର୍ଡ଼କୁ ଗୋଟିଏ ମଞ୍ଚରେ ଉପଲବ୍ଧ ହେବାର ଲାଭ ବିଷୟରେ କହିଛନ୍ତି। ସେମାନେ ସୂଚୀତ କରିଛନ୍ତି ଯେ ସ୍ବାସ୍ଥ୍ୟ ଆକାଉଣ୍ଟ ବିନା କୌଣସି ଚିନ୍ତା ବା ଦେୟରେ ଯେ କାହାରି ସ୍ବାସ୍ଥ୍ୟ ରେକର୍ଡ଼କୁ ଚିହ୍ନଟ କରି, ପ୍ରମାଣିତ କରିବା ଏବଂ ସହଜରେ ପହଞ୍ଚିବାରେ ବହୁ ମାତ୍ରାରେ ସହାୟକ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ସେହି ସବୁ ହିତାଧିକାରୀମାନଙ୍କର ପ୍ରଶଂସା କରିଛନ୍ତି, ଯେଉଁମାନେ ନିଜର ଅନଲାଇନ୍ ଆକାଉଣ୍ଟ ଖୋଲିଛନ୍ତି। ସେମାନେ କହିଛନ୍ତି ଯେ ଯୁବକମାନେ ସରକାରଙ୍କ ଯୋଜନାର ଦୂତ ଅଟନ୍ତି ଏବଂ ଏହି ପ୍ରକାରର ଡିଜିଟାଲ୍ ପଦକ୍ଷେପର ଲାଭ ବରିଷ୍ଠ ନାଗରିକମାନଙ୍କ ନିକଟରେ ପହଞ୍ଚାଇବାରେ ସେମାନେ ତାଙ୍କର ସହାୟତା କରିପାରିବେ।

ସେହିପରି ଡା. ଭାରତୀ ପ୍ରବୀଣ ପାୱାର ଏହି ବିଷୟ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି ଯେ ଏହି ଯୋଜନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ଏବଂ ଏହାକୁ ଗରିବ ପରିବାରଙ୍କ ପାଇଁ ସୁଲଭ କରିଛି। ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ- ପିଏମଜେଏୱାଇ ଏହି ହିତାଧିକାରୀମାନଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାରେ ସଫଳ ହୋଇଛନ୍ତି ଯେଉଁମାନେ ଦୁର୍ବଳ ଆର୍ଥିକ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ସମ୍ଭବତଃ ମହଙ୍ଗା ଚିକିତ୍ସା ଖର୍ଚ୍ଚ ଭାରକୁ ବହନ କରିବାରେ ସକ୍ଷମ ନୁହନ୍ତି। ଡା. ପାୱାର ପୁନଶ୍ଚ କହିଛନ୍ତି ଯେ ଗରିବ ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ବ୍ୟତୀତ ଏହି ଯୋଜନା ହିତାଧିକାରୀମାନଙ୍କୁ ସେମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧିତ ଅଧିକାର ବିଷୟରେ ମଧ୍ୟ ସଚେତନ କରାଉଛନ୍ତି। ସେମାନେ ଯୋଜନାର କଭରେଜକୁ ବୃଦ୍ଧି କରି ଭୌତିକ ଓ ଡିଜିଟାଲ୍ ଭିତ୍ତିଭୂମିକୁ ଏହାର ମୂଳଦୁଆ ଉପରେ ନିର୍ମାଣ କରିବା ପାଇଁ ଆହ୍ବାନ କରିଛନ୍ତି।

BS


(Release ID: 1861864) Visitor Counter : 170