ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉଜବେକିସ୍ତାନର ସମରକନ୍ଦ ଠାରେ ଋଷ ସଙ୍ଘ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 16 SEP 2022 8:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜବେକିସ୍ତାନର ସମରକନ୍ଦ ଠାରେ ଋଷ ସଙ୍ଘ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ୨୨ତମ ବୈଠକ ଅବସରରେ ଏହି ଭେଟ ହୋଇଛି ।

ଉଭୟ ନେତା ବିଭିନ୍ନ ସ୍ତରରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଯୋଗ ବଜାୟ ରହିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଚଳିତ ମାସର ଆରମ୍ଭ ବେଳକୁ ଭ୍ଲାଡିଭଷ୍ଟକ ଠାରେ ଆୟୋଜିତ ପୂର୍ବ ଅର୍ଥନୈତିକ ମଂଚ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାକୁ ରାଷ୍ଟ୍ରପତି ପୁଟିନ ପ୍ରଶଂସା କରିଥିଲେ ।

ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ମିଳିତ ସ୍ୱାର୍ଥ ଥିବା କ୍ଷେତ୍ରୀୟ ଓ ବୈଶିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱ ଖାଦ୍ୟ ସୁରକ୍ଷା, ଶକ୍ତି ସୁରକ୍ଷା, ସାର ଉପଲବ୍ଧତା ସମ୍ପର୍କରେ ଆଲୋଚନା କରିବା ସହ ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତି ଯୋଗୁଁ ସୃଷ୍ଟ ପ୍ରସଙ୍ଗଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ୟୁକ୍ରେନରେ ଜାରି ରହିଥିବା ସଂଘର୍ଷ ପରିପ୍ରେକ୍ଷୀର ପ୍ରଧାନମନ୍ତ୍ରୀ ଶତ୍ରୁତାକୁ ଶୀଘ୍ର ସମାପ୍ତ କରି ଆଲୋଚନା ଓ କୂଟନୀତିର ଅବଶ୍ୟକତା ରହିଥିବା ଆହ୍ୱାନକୁ ଦୋହରାଇଥିଲେ ।

କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତି ଅବସରରେ ଉଭୟ ନେତାଙ୍କ ମଧ୍ୟରେ ଚଳିବ ବର୍ଷ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ସେମାନେ ଯୋଗାଯୋଗରେ ରହିବାକୁ ସହମତ ହୋଇଛନ୍ତି ।

 

SR



(Release ID: 1859969) Visitor Counter : 108