ବୟନ ଶିଳ୍ପ ମନ୍ତ୍ରଣାଳୟ

କେନ୍ଦ୍ର ଫ୍ଲାଗସିପ୍ କାର୍ଯ୍ୟକ୍ରମ ନ୍ୟାସନାଲ୍ ଟେକ୍‌ନିକାଲ୍ ଟେକ୍ସଟାଇଲ୍ ମିଶନ୍ (ଏନଟିଟିଏମ୍‌) ଅନ୍ତର୍ଗତ ସ୍ପେଶିଆଲିଟି ଫାଇବର୍ସ, କମ୍ପୋଜିଟ୍‌ସ, ସଷ୍ଟେନେବଲ୍ ଟେକ୍ସଟାଇଲ୍‌ସ, ମୋବିଲଟେକ୍‌, ସ୍ପୋର୍ଟେକ୍‌ ଏବଂ ଜିଓଟେକ୍ କ୍ଷେତ୍ରରେ 60 କୋଟି ଟଙ୍କାର କୌଶଳଗତ ପ୍ରକଳ୍ପର ମଞ୍ଜୁରୀ ପ୍ରଦାନ


ଭାରତରେ ଟେକ୍‌ନିକାଲ୍ ଟେକ୍ସଟାଇଲର ପ୍ରୟୋଗ କ୍ଷେତ୍ରରେ ଗବେଷଣା ଏବଂ ବିକାଶରେ ବୃଦ୍ଧି ପାଇଁ ଉଦ୍ୟୋଗ ଏବଂ ଆକାଡେମିକ୍ ଦୁନିଆଁ ସହିତ ସାମିଲ୍ ହେବା ଆବଶ୍ୟକ : ଶ୍ରୀ ପିୟୁଷ ଗୋୟଲ୍‌

ଦେଶରେ ବଡ଼ ଗବେଷଣା ପ୍ରକଳ୍ପକୁ ଆକର୍ଷିତ କରିବା ପାଇଁ ଅଧିକ ସଂଖ୍ୟାରେ ପ୍ରସାର କାର୍ଯ୍ୟକ୍ରମ ଆବଶ୍ୟକ : ଶ୍ରୀ ଗୋୟଲ୍‌

Posted On: 16 SEP 2022 3:29PM by PIB Bhubaneshwar

ବୟନ ମନ୍ତ୍ରଣାଳୟ ବୟନ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଅଧ୍ୟକ୍ଷତାରେ ସ୍ପେଶିଆଲିଟି ଫାଇବର, ସଷ୍ଟେନେବଲ୍ ଟେକ୍ସଟାଇଲ୍, ଜିଓଟେକ୍ସଟାଇଲ୍‌, ମୋବିଲଟେକ୍‌ ଏବଂ ସ୍ପୋର୍ଟସ୍ ଟେକ୍ସଟାଇଲ୍‌ କ୍ଷେତ୍ରରେ ପ୍ରାୟ 60 କୋଟି ଟଙ୍କା ମୂଲ୍ୟର 23 ଟି କୌଶଳଗତ ପ୍ରକଳ୍ପକୁ 1 ସେପ୍ଟେମ୍ବର 2022 ରେ ମଞ୍ଜୁରୀ ପ୍ରଦାନ କରିଛି। ଏହି କୌଶଳଗତ ଗବେଷଣା ପ୍ରକଳ୍ପଗୁଡ଼ିକର ପ୍ରମୁଖ କାର୍ଯ୍ୟକ୍ରମ ଜାତୀୟ ପ୍ରସ୍ତୁତି ବସ୍ତ୍ର ମିଶନ୍ ଅନ୍ତର୍ଗତ କରାଯାଉଛି। 

ଏହି 23 ଗବେଷଣା ପ୍ରକଳ୍ପରେ 12 ସ୍ପେଶିଆଲିଟି ଫାଇବର୍ସର ପ୍ରକଳ୍ପ ରହିଛି ଯାହାର ପ୍ରୟୋଗ କୃଷି, ସ୍ମାର୍ଟ ଟେକ୍ସଟାଇଲ୍, ସ୍ବାସ୍ଥ୍ୟ ସେବା, କୌଶଳଗତ ପ୍ରୟୋଗ ତଥା ସୁରକ୍ଷାତ୍ମକ ଗିୟରରେ ହୋଇଥାଏ। ସଷ୍ଟେନେବଲ୍ ଟେକ୍ସଟାଇଲର ଚାରିଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ଯାହାର ପ୍ରୟୋଗ କୃଷି ତଥା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କରାଯାଉଛି। ଏହା ଅତିରିକ୍ତ ଜିଓଟେକ୍ସଟାଇଲର 5 ପ୍ରକଳ୍, ମୋବିଲଟେକର 1 ତଥା ସ୍ପୋର୍ଟେକର 1 ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। 

ନୀତି ଆୟୋଗର ସଦସ୍ୟ (ବିଜ୍ଞାନ ଓ ପ୍ରଯୁକ୍ତି) ତଥା ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା (ପିଏସଏ) ଟେକ୍ନିକାଲ୍ ଟେକ୍ସଟାଇଲ ସମ୍ବନ୍ଧିତ ଇନପୁଟ୍ ପ୍ରଦାନ କରିଛି। ବୈଠକରେ ଆଇଆଇଟି ପରି ଅଗ୍ରଣୀ ଭାରତୀୟ ସଂସ୍ଥା, ସରକାରୀ ସଙ୍ଗଠନ ଏବଂ ପ୍ରସିଦ୍ଧ ଉଦ୍ୟୋଗୀମାନେ ଭାଗ ନେଇଛନ୍ତି। ଏହି କୌଶଳଗତ ପ୍ରକଳ୍ପର ମଞ୍ଜୁରୀ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶ ପାଇଁ ଦିଆ ଯାଇଛି ଏବଂ ଏହା ଆତ୍ମନିର୍ଭର ଭାରତ, ବିଶେଷ କରି ସ୍ବାସ୍ଥ୍ୟ ସେବା ଔଦ୍ୟୋଗିକ ତଥା ପ୍ରୋଟେକ୍‌ଟିଭ୍, ଶକ୍ତି ଭଣ୍ଡାରଣ, କୃଷି ଏବଂ ଭିତ୍ତିଭୂମି ନିର୍ମାଣ ଦିଗରେ ଏକ ପଦକ୍ଷେପ ଅଟେ। 

ବୈଜ୍ଞାନିକ ଏବଂ ପ୍ରଯୁକ୍ତି ବିଶେଷଜ୍ଞଙ୍କ ସମ୍ବୋଧିତ କରି ଶ୍ରୀ ପିୟୁଷ ଗୋୟଲ୍ କହିଛନ୍ତି ଯେ ଭାରତରେ ଟେକ୍‌ନିକାଲ୍ ଟେକ୍ସଟାଇଲର ପ୍ରୟୋଗ କ୍ଷେତ୍ରରେ ଗବେଷଣା ଏବଂ ବିକାଶକୁ ବୃଦ୍ଧି କରିବା ପାଇଁ ଉଦ୍ୟୋଗ ତଥା ଶିକ୍ଷା ଜଗତ ମଧ୍ୟରେ ସମ୍ପର୍କର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ଶିକ୍ଷାବିତ୍, ବୈଜ୍ଞାନିକ ଏବଂ ଗବେଷଣାକାରୀଙ୍କ ମଧ୍ୟରେ ସମନ୍ବୟ ସମୟର ଆବଶ୍ୟକତା ଅଟେ। 

ଶ୍ରୀ ପିୟୁଷ ଗୋୟଲ୍ ଟେକ୍‌ନୋଲୋଜି ତଥା କ୍ଷେତ୍ର ବିଶେଷର ବିଶେଷଜ୍ଞ, ବୈଜ୍ଞାନିକ ତଥା ଶିକ୍ଷାବିତଙ୍କ ଯୋଗଦାନ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଏହା ଭାରତର ଟେକ୍‌ନିକାଲ୍ ଟେକ୍ସଟାଇଲ୍ ର ଭବିଷ୍ୟତ ପାଇଁ ଆବଶ୍ୟକ ଅଟେ। 

ଶ୍ରୀ ପିୟୁଷ ଗୋୟଲ୍ କହିଛନ୍ତି ଯେ ଟେକ୍ନିକାଲ୍ ଟେକ୍ସଟାଇଲ୍ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବଧାନକୁ ଦୂର କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ଟେକ୍‌ନିକାଲ୍ ଟେକ୍ସଟାଇଲରେ ଉଦ୍ୟୋଗ ଜଗତ ସହିତ ଆଲୋଚନା କରି ଗବେଷଣା କ୍ଷେତ୍ରକୁ ଚିହ୍ନିତ କରାଯିବା ଆବଶ୍ୟକ ଏବଂ ସମ୍ମେଳନ, ପ୍ରଦର୍ଶନୀ ତଥା କ୍ରେତା-ବିକ୍ରେତା ପରି କାର୍ଯ୍ୟକୁ ଆୟୋଜିତ କରାଯିବା ଆବଶ୍ୟକ ଯଦ୍ବାରା ଦେଶରେ ଟେକ୍‌ନିକାଲ୍ ଟେକ୍ସଟାଇଲକୁ ପ୍ରୋତ୍ସାହନ ମିଳିପାରିବ ଓ ରପ୍ତାନୀକୁ ପ୍ରୋତ୍ସାହିତ କରାଯାଇପାରିବ। 

 

 

BS



(Release ID: 1859937) Visitor Counter : 146