ପ୍ରତିରକ୍ଷା ମନ୍ତ୍ରଣାଳୟ

ସ୍ପର୍ଶ ମାଧ୍ୟମରେ ପ୍ରତିରକ୍ଷା ପେନସନଧାରୀଙ୍କୁ ରେକର୍ଡ ପେନସନ ବିତରଣ


ଡିଜିଟାଲ ପ୍ଲାଟଫର୍ମକୁ ଆସିଲେ ୫.୬ ଲକ୍ଷ ପେନସନଧାରୀ

Posted On: 02 SEP 2022 3:05PM by PIB Bhubaneshwar

ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ଆଗେଇ ନେଇ ପେନସନ ପ୍ରଶାସନ ପ୍ରଣାଳୀ- ରକ୍ଷା ବା ସ୍ପର୍ଶ ଦ୍ୱାରା ଅଗଷ୍ଟ, ୨୦୨୨ ମାସରେ ପ୍ରତିରକ୍ଷା ପେନସନଭୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ୩୦୯୦ କୋଟି ଟଙ୍କାରୁ ଅଧିକ ବିତରଣ କରାଯାଇଛି । ୫,୬୨,୯୪୬ ପ୍ରତିରକ୍ଷା ପେନସନଧାରୀ ସଫଳତାର ସହ ସ୍ପର୍ଶ ଡିଜିଟାଲ ପ୍ଲାଟଫର୍ମକୁ ଚାଲି ଆସିବା ଦ୍ୱାରା ଆଉ ଏକ ମାଇଲଷ୍ଟୋନ ସୃଷ୍ଟି ହୋଇଛି । ସ୍ପର୍ଶ ପ୍ରଣାଳୀରେ ପେନସନଭୋଗୀଙ୍କ ସମୁଦାୟ ସଂଖ୍ୟା ୧୧ ଲକ୍ଷ ଲାଭାର୍ଥୀଙ୍କ ସହ ଏକ ମିଲିୟନ ଅତିକ୍ରମ କରିଛି । ଏହା ଭାରତର ସମୁଦାୟ ପ୍ରତିରକ୍ଷା ପେନସନଭୋଗୀଙ୍କ ପ୍ରାୟ ୩୩ ପ୍ରତିଶତ । 

ଏହି ରୂପାନ୍ତରମୂଳକ ପରିବର୍ତ୍ତନ କାର୍ମିକ ନବାଚାର ମାଧ୍ୟମରେ ସମ୍ଭବ ହୋଇପାରିଛି । ୱେବ ଆଧାରିତ ପ୍ରଣାଳୀ ସ୍ପର୍ଶ ମାଧ୍ୟମରେ ପେନସନ ଦାବି ପ୍ରୋସେସିଂ ହୁଏ ଓ କୌଣସି ବାହ୍ୟ ହସ୍ତକ୍ଷେପ ବିନା ପ୍ରତିରକ୍ଷା ପେନସନଧାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ପେନସନ ସିଧାସଳଖ ଜମା ହୋଇଥାଏ । ଏହାର ବିକାଶ ତ୍ୱରିତ ହୋଇଛି । ଆର୍ଥିକ ବର୍ଷ ୨୦୨୧-୨୨ରେ ଏହି ପ୍ରଣାଳୀ ମାଧ୍ୟମରେ ୧୧,୬୦୦ କୋଟି ଟଙ୍କାରୁ ଅଧିକ ବିତରଣ ହୋଇପାରିଛି । ୨୦୨୦-୨୧ରେ ଏହି ପ୍ରଣାଳୀରେ ପ୍ରାୟ ୫୭ କୋଟି ଟଙ୍କା ବିତରଣ ହୋଇଥିଲା ।

ସ୍ପର୍ଶ ପ୍ରକଳ୍ପ ଲାଗୁ କରିବାର ନୋଡାଲ ଏଜେନ୍ସି ପ୍ରତିରକ୍ଷା ଏକାଉଣ୍ଟସ ବିଭାଗ ୩ ହଜାରରୁ ଅଧିକ ପ୍ରାରମ୍ଭିକ ପେନସନ ଉପକ୍ରମ, ମଞ୍ଜୁରୀ ଓ ବିତରଣ ଏଜେନ୍ସିଗୁଡିକୁ ଏକାଠି କରିଥାଏ । ଏହାଦ୍ୱାରା ପେନସନ ସେବା -ପେନସନଭୋଗୀ ସତ୍ୟାପନ ଠାରୁ ଆରମ୍ଭ କରି ଅଭିଯୋଗ ନିବାରଣର ପ୍ରକୃତ ସମୟ ନୀରିକ୍ଷଣ ପର୍ଯ୍ୟନ୍ତ- ପୂର୍ବତନ ସୈନିକମାନଙ୍କ ପାଖରେ ପହଞ୍ଚି ପାରିଛି । 

 

SR



(Release ID: 1856430) Visitor Counter : 125