ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୧ ବ୍ୟାଚ୍ ର ତାଲିମ ନେଉଥିବା ଆଇଏଫ୍ଏସ୍ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
ପ୍ରଧାନମନ୍ତ୍ରୀ ତାଲିମ ନେଉଥିବା ଅଧିକାରୀଙ୍କ ସହିତ ସ୍ୱତନ୍ତ୍ର ଏବଂ ଅନୌପଚାରିକ ଆଲୋଚନା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
29 AUG 2022 7:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୨୧ ବ୍ୟାଚ୍ର ଭାରତୀୟ ବିଦେଶ ସେବା (ଆଇଏଫଏସ୍) ର ତାଲିମ ନେଉଥିବା ଅଧିକାରୀମାନେ ଆଜି ୭ ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲେ ।
ଏକ ସ୍ୱତନ୍ତ୍ର ଏବଂ ଅନୌପଚାରିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ତାଲିମ ନେଉଥିବା ଆଇଏଫଏସ ଅଫିସର ମାନଙ୍କୁ ଏହି ସେବାରେ ଯୋଗ ଦେଇଥିବାରୁ ଅଭିନନ୍ଦନ ଜଣାଇବା ସହ ସେମାନେ ବର୍ତ୍ତମାନ ବିଶ୍ୱରେ ଭାରତର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି । ସେବାରେ ଯୋଗଦେବା ପଛର କାରଣ ସଂକ୍ରାନ୍ତରେ ସେ ସେମାନଙ୍କ ସହ ଆଲୋଚନା କରିଥିଲେ ।
୨୦୨୩ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ବିଷୟରେ ସେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ସେମାନେ କିପରି ମିଲେଟ୍କୁ ଲୋକପ୍ରିୟ କରିବାରେ ସହଯୋଗ କରିପାରିବେ ଯାହା ଦ୍ୱାରା ଆମର କୃଷକମାନେ ଉପକୃତ ହୋଇପାରିବେ ସେ ବିଷୟରେ କଥା ହୋଇଥିଲେ । ମିଲେଟଗୁଡିକ କିପରି ପରିବେଶ ଅନୁକୂଳ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ସେ ବିଷୟରେ ସେ କହିଥିଲେ । ସେ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ଏବଂ ପରିବେଶର ଉପକାର କରିବା ପାଇଁ ଜଣେ କିପରି ଜୀବନଶୈଳୀରେ ଛୋଟ ପରିବର୍ତ୍ତନ ଆଣିପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ତାଲିମ ନେଉଥିବା ଅଧିକାରୀମାନେ ଚଳିତ ବର୍ଷର ସ୍ୱାଧୀନତା ଦିବସ ଭାଷଣରେ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପଞ୍ଚ ପ୍ରାଣ ବିଷୟରେ ଆଲୋଚନା କରିଥିଲେ ଏବଂ ଆଇଏଫଏସ୍ ଅଧିକାରୀମାନେ ଏହି ପ୍ରାପ୍ତି ଦିଗରେ କିପରି ସହଯୋଗ କରିପାରିବେ ସେ ବିଷୟରେ ମତାମତ ପ୍ରଦାନ କରିଥିଲେ ।
ଆସନ୍ତା ୨୫ ବର୍ଷ ମଧ୍ୟରେ ସେମାନେ କିପରି ନିଜକୁ ବିକଶିତ ପାରିବେ ଏବଂ ଦେଶର ଅଭିବୃଦ୍ଧି ପାଇଁ ଉପଯୋଗୀ ହୋଇପାରିବେ ସେନେଇ ଚିନ୍ତା କରିବାକୁ ଏବଂ ଯୋଜନା ପ୍ରସ୍ତୁତ କରିବାକୁ ତାଲିମ ନେଉଥିବା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
HS
(ରିଲିଜ ଆଡି: 1855357)
ପରିଦର୍ଶକ କାଉଣ୍ଟର : 201
ଏହି ରିଲିଜ ପଢନ୍ତୁ :
Gujarati
,
Malayalam
,
Malayalam
,
Manipuri
,
English
,
Urdu
,
हिन्दी
,
Marathi
,
Assamese
,
Bengali
,
Punjabi
,
Tamil
,
Telugu
,
Kannada