ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଇପିଏଫଓ ପେ ରୋଲ ତଥ୍ୟ: ଜୁନ ୨୦୨୨ରେ ୧୮.୩୬ ଲକ୍ଷ ମୋଟ ସଦସ୍ୟ ଇପିଏଫଓରେ ଯୋଡି ହେଲେ

Posted On: 20 AUG 2022 5:14PM by PIB Bhubaneshwar

ଇପିଏଫଓର ନିୟମିତ ଭାବେ ଦରମା ପାଉଥିବା କର୍ମଚାରୀଙ୍କ ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫଓରେ ୧୮.୩୬ଲକ୍ଷ ମୋଟ ସଦସ୍ୟ ଯୋଡି ହୋଇଛନ୍ତି । ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ ଶତକଡା ୯.୨୧ଭାଗ ବୃଦ୍ଧି ପାଇଛି । ବର୍ଷ ପରେ ବର୍ଷ ଏହି ପେ ରୋଲ ତଥ୍ୟ ତୁଳନା କଲେ ଜୁନ ୨୦୨୨ରେ ଜୁନ ମାସ ୨୦୨୧ ତୁଳନାରେ ୫. ୫୩ ଲକ୍ଷ ସଦସ୍ୟ ସାମିଲ ହୋଇଛନ୍ତି । 

ସେହି ମାସରେ ସାମିଲ ହୋଇଥିବା ମୋଟ ୧୮. ୩୬ଲକ୍ଷ ସଦସ୍ୟ ମଧ୍ୟରୁ ପ୍ରଥମ ଥର ନିମନ୍ତେ ୧୦.୫୪ଲକ୍ଷ ନୂତନ ସଭ୍ୟ ଇପିଏଫ ଓ ଏମପି ଆଇନ, ୧୯୫୨ ଅଧୀନରେ ସାମିଲ ହୋଇଛନ୍ତି । ଏପ୍ରିଲ ୨୦୨୨ ଠାରୁ ନୂତନ ସଭ୍ୟ ଯୋଗ ଦେବା ଧାରା ବୃଦ୍ଧି ପରିଲକ୍ଷିତ ହୋଇଛି । ପ୍ରାୟ ୭.୮୨ ଲକ୍ଷ ସଦସ୍ୟ ବାସ୍ତବ ପକ୍ଷେ ଛାଡିଥିଲେ ମଧ୍ୟ ସେମାନେ ସଂସ୍ଥା ମଧ୍ୟରେ ଚାକିରି ପରିବର୍ତ୍ତନ ସତ୍ତ୍ୱେ ଇଡିଏଫଓରେ ପୁନଃ ଯୋଗଦେଇ ତାଙ୍କ ପୂର୍ବତନ ଭବିଷ୍ୟନିଧି ପାଣ୍ଠିକୁ ଅର୍ଥ ହସ୍ତାନ୍ତର କରିଛନ୍ତି । ମାତ୍ର ସେମାନେ ଭବିଷ୍ୟନିଧି ପାଣ୍ଠିରୁ ଚୂଡାନ୍ତ ଅର୍ଥ କାଢି ନାହାଁନ୍ତି । ନୂତନ ଭାବେ ସାମିଲ ହୋଇଥିବା ସଦସ୍ୟମାନଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷର ଏଇମାସ ତୁଳନାରେ ଅଧିକ । 

ବୟସ ଅନୁସାରେ ନିୟମିତ ଦରମା ପାଉଥିବା କର୍ମଚାରୀଙ୍କ ତଥ୍ୟକୁ ତୁଳନା କଲେ ୨୨-୨୫ବର୍ଷ ମଧ୍ୟରେ ସର୍ବାଧିକ କର୍ମଚାରୀ ପ୍ରାୟ ୪. ୭୨ଲକ୍ଷ କେବଳ ଜୁନ ମାସରେ ପଞ୍ଜୀକୃତ ହୋଇଛନ୍ତି । ଅଧିକାଂଶ ପ୍ରଥମ ଥର ପାଇଁ ଚାକିରି କରୁଥିବା ବ୍ୟକ୍ତି ସଂଗଠିତ କ୍ଷେତ୍ର କର୍ମଚାରୀ ଭାବେ ଅଧିକ ସଂଖ୍ୟାରେ ଯୋଗ ଦେଉଥିବା ଜଣାପଡିଛି ।

ରାଜ୍ୟୱାରୀ ପେରୋଲ ସଂଖ୍ୟା ତୁଳନା କଲେ ଜଣାପଡେ ଯେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା, ଗୁଜରାଟ ଓ ଦିଲ୍ଲୀରେ ସାମିଲ ସଂସ୍ଥାଗୁଡିକ ସର୍ବାଧିକ ପ୍ରାୟ ୧୨. ୬୧ ଲକ୍ଷ ସଭ୍ୟକୁ ସାମିଲ କରିଛନ୍ତି ଯାହାକି ଦେଶର ସବୁ ବୟସଙ୍କ ମୋଟ ପେରୋଲର ଶତକଡା ୬୮.୬୬ ଭାଗ । 

ଲିଙ୍ଗଗତ ବିଶ୍ଳେଷଣରୁ ଜଣାଯାଏ ଯେ ମହିଳା ସଦସ୍ୟଙ୍କ ସଂଖ୍ୟା ଗତ ମାସରେ ୩.୪୩ ଲକ୍ଷ ଥିବାବେଳେ ଚଳିତମାସରେ ଏହା ୪.୦୬ଲକ୍ଷକୁ ବୃଦ୍ଧି ପାଇଛି । ଏହା ଶତକଡା ୧୮.୩୭ଭାଗ ଅଧିକ ବୃଦ୍ଧି ପାଇଛି । ଗତ ୧୨ ମାସରେ ମହିଳା କର୍ମଚାରୀ ସଂଖ୍ୟା ସଂଗଠିତ କ୍ଷେତ୍ରରେ ସର୍ବାଧିକ ବୋଲି ଜଣାପଡିଛି । ସେହି ଅନୁସାରେ ମହିଳା ସଦସ୍ୟଙ୍କ ସଂଖ୍ୟା ମେ ୨୦୨୨ରେ ଶତକଡା ୨୦.୩୭ଭାଗ ଥିବାବେଳେ ଜୁନ ୨୦୨୨ତାହା ଶତକଡା ୨୨.୦୯ଭାଗକୁ ବୃଦ୍ଧି ପାଇଛି । 

ଶିଳ୍ପ ୱାରୀ ପେରୋଲ ତଥ୍ୟରୁ ଜଣାପଡିଛି ଯେ ମୁଖ୍ୟତଃ ଦୁଇ ପ୍ରକାର ଶ୍ରେଣୀ ଉଦାହରଣ ସ୍ୱରୂପ “ଦକ୍ଷ ସେବା” (ମାନବସମ୍ବଳ ସଂସ୍ଥା, ଘରୋଇ ସୁରକ୍ଷା ସଂସ୍ଥା ଓ ଛୋଟ ଛୋଟ ଠିକାଦାରୀ ସଂସ୍ଥା) ଇତ୍ୟାଦି । ବ୍ୟବସାୟ ବାଣିଜ୍ୟିକ ସଂସ୍ଥାରୁ ଏହି ସମୟ ମଧ୍ୟରେ ଶତକଡା ୪୭.୬୩ ଭାଗ ସଦସ୍ୟ ସାମିଲ ହୋଇଛନ୍ତି । ପୂର୍ବ ମାସ ସହ ଶିଳ୍ପୱାରୀ ତଥ୍ୟକୁ ତୁଳନା କଲେ ବିଦ୍ୟାଳୟ, ଗହଣା ତିଆରି, ଦକ୍ଷ ସେବା ଓ ବୟନ କ୍ଷେତ୍ରରେ ଅଧିକ ସାମିଲ ହୋଇଥିବା ପରିଲକ୍ଷିତ ହୋଇଛି । ତଥ୍ୟ ସଂଗ୍ରହ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ତଥା କର୍ମଚାରୀର ରେକର୍ଡ ମଧ୍ୟ ଏହି ପ୍ରକ୍ରିୟା ଦେଇ ଗତି କରୁଥିବାରୁ ପେ ରୋଲ ତଥ୍ୟ ମଧ୍ୟ କାମଚଳା ବା ଅସ୍ଥାୟୀ । ପୁରୁଣା ତଥା ପ୍ରତିମାସରେ ନବୀକରଣ ହେଉଥାଏ । ଏପ୍ରିଲ ୨୦୧୮ ମସିହାଠାରୁ ଇପିଏଫଓ ସେପ୍ଟେମ୍ବର ୨୦୧୭ ପରର ପେ ରୋଲ ତଥ୍ୟ ଦେବାରେ ଲାଗିଛି ।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟାନ୍ୟ ବ୍ୟବସ୍ଥା ଆଇନ ୧୯୫୨ ଅଧୀନ ସଂଗଠିତ କ୍ଷେତ୍ରର ପ୍ରତିଷ୍ଠାନ ମାନଙ୍କର କର୍ମଚାରୀ ମାନେ ଇପିଏଫଓ ପେ ରୋଲର ଅଂଶବିଶେଷ । ଏହା ଏକ ସାମାଜିକ ସୁରକ୍ଷା ସଂଗଠନ ହୋଇଥିବାରୁ କର୍ମଚାରୀଙ୍କୁ ଭବିଷ୍ୟନିଧି ପାଣ୍ଠି, ଅବସରକାଳୀନ ସୁବିଧା ଏହାର ସଦସ୍ୟମାନଙ୍କୁ ଅବସର ପରେ ପ୍ରଦାନ କରିଥାଏ । ଏହାଛଡା କୌଣସି କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ପରିବାର ପେନସନ ଓ ବୀମା ସୁବିଧା ମଧ୍ୟ ପ୍ରଦାନ କରିଥାଏ ।

*****

SM/SLP



(Release ID: 1853360) Visitor Counter : 165