ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav

ଆଜାଦୀ କା ଅମୃତ ମହୋତ୍ସବ; ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2022 8:49PM by PIB Bhubaneswar

ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜେଲଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଶ୍ରୀ ଅରବିନ୍ଦଙ୍କ ସ୍ମରଣରେ ହେଉଛି

ଏହି କାର୍ଯ୍ୟକ୍ରମରେ ଯୋଗ ଏବଂ ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ ଆଦର୍ଶ ଆଧାରରେ ଜେଲର ଅନ୍ତେବାସୀମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯିବା ଉଦେଶ୍ୟ ରଖାଯାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ଯେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କର ଜୀବନରେ ପରିବର୍ତ୍ତନ ଆବଶ୍ୟକ ଏହି ପରିବର୍ତ୍ତନ ଆତ୍ମ ଚିନ୍ତନ ଅନୁଭବ ମାଧ୍ୟମରେ ଘଟିପାରିବ ସେମାନଙ୍କ ଜୀବନରେ ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ଏକ ନୂଆ ଅନୁଭବ ପରିବର୍ତ୍ତନ ଆଣି ନୂଆ ଜୀବନ ଆରମ୍ଭ ପାଇଁ ମାର୍ଗଦର୍ଶନ କରିବ

ଦେଶର ଆଧ୍ୟାତ୍ମିକ ଗୁରୁମାନଙ୍କ ସହଯୋଗରେ ସଂସ୍କୃତ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମ ସମ୍ପାଦନା କରିବ ଦେଶର ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଦେଶର ୭୫ଟି ଜେଲକୁ ଏହି କାର୍ଯ୍ୟକ୍ରମ ପାଇଁ ଚିହ୍ନଟ କରାଯାଇଛି

ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ରାମକୃଷ୍ଣ ମିଶନ, ପତଞ୍ଜଳୀ, ଆର୍ଟ ଅଫ ଲିଭିଙ୍ଗ, ଈଶା ଫାଉଣ୍ଡେସନ ଏବଂ ସତସଙ୍ଗ ଫାଉଣ୍ଡେସନ ସହିତ ଯୋଗାଯୋଗ କରାଯାଇଛି ଦେଶର ୨୩ଟି ରାଜ୍ୟରେ ଯୋଗ, ଧ୍ୟାନ ଏବଂ ଶ୍ରୀ ଅରବିନ୍ଦଙ୍କ ନୈତକି ବାଣୀ ଜେଲର ଅନ୍ତେବାସୀମାନଙ୍କୁ ଶିକ୍ଷା ଦିଆଯିବ

 

SSD/MB


(ରିଲିଜ ଆଡି: 1851389) ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Punjabi , Tamil