ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଫିଲିପିନ୍ସ ରାଷ୍ଟ୍ରପତି ମହାମହିମ ଫର୍ଡିନାଣ୍ଡ ମାର୍କୋସ ଜୁନିୟରଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 05 AUG 2022 2:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପିନ୍ସ ରାଷ୍ଟ୍ରପତି ମହାମହିମ ଫର୍ଡିନାଣ୍ଡ ମାର୍କୋସ ଜୁନିୟରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

ଫିଲିପିନ୍ସର ୧୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ମହାମହିମ ମାର୍କୋସ ଜୁନିୟରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।  

ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ଥିବା ବିଭିନ୍ନ କ୍ଷେତ୍ର ସମ୍ପର୍କରେ ସମୀକ୍ଷା କରିବା ସହ ବିଗତ ବର୍ଷଗୁଡିକରେ ଦୁଇ ଦେଶ ମଧ୍ୟରେ ବଢିଥିବା ସହଯୋଗକୁ ନେଇ ସନ୍ତୋଷ ବ୍ୟକ୍ତି କରିଛନ୍ତି ।

ଭାରତର ଆକ୍ଟ ଇଷ୍ଟ ନୀତି ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ସମ୍ପର୍କରେ ଫିଲିପିନ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୋହରାଇବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତାରିତ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ।

ଫିଲିପିନ୍ସ ବିକାଶ ପାଇଁ ଯୋଜନା ଓ ପ୍ରକଳ୍ପଗୁଡିକୁ ଭାରତର ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ରାଷ୍ଟ୍ରପତି ମାର୍କୋସ ଜୁନିୟରଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

  

SR


(Release ID: 1848924)