ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳ ଜୁଲାଇ ୨୦୨୨ରେ ୧୨୨.୧୪ ମେଟ୍ରିକ୍ ଟନ୍ ମାଲ୍ ପରିବହନ କରି ଜୁଲାଇ ମାସ ନିମନ୍ତେ ଏବେ ସୁଦ୍ଧା ସର୍ବଶ୍ରେଷ୍ଠ ରେକର୍ଡ କରିଛି


ଜୁଲାଇ ମାସରେ ବର୍ଦ୍ଧିତ ମାଲ୍ ପରିବହନ ୯.୩ ମେଟ୍ରିକ୍ ଟନ୍ ରହିଛି, ଅର୍ଥାତ୍ ୨୦୨୧ରେ ହାସଲ କରା ଯାଇଥିବା ଜୁଲାଇ ମାସର ସର୍ବଶ୍ରେଷ୍ଠ ସଂଖ୍ୟା ତୁଳନାରେ ୮.୨୫ ପ୍ରତିଶତ ଅଧିକ

ଏହା ସହିତ ଭାରତୀୟ ରେଳ ମାସିକ ମାଲ୍ - ପରିବହନରେ ଏବେ ସୁଦ୍ଧା କ୍ରମାଗତ ୨୩ ମାସ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି

Posted On: 03 AUG 2022 10:42AM by PIB Bhubaneshwar

ଭାରତୀୟ ରେଳ ଜୁଲାଇ ୨୦୨୨ରେ ୧୨୨.୧୪ ମେଟ୍ରିକ୍ ଟନ୍ ମାଲ୍ - ପରିବହନ କରି ଜୁଲାଇ ମାସ ନିମନ୍ତେ  ମାଲ୍ ପରିବହନ କ୍ଷେତ୍ରରେ ଏବେ ସୁଦ୍ଧା ସର୍ବଶ୍ରେଷ୍ଠ ରେକର୍ଡ ବଜାୟ ରଖିଛି । ଜୁଲାଇ ମାସରେ ବର୍ଦ୍ଧିତ ମାଲ୍ - ପରିବହନ ୯.୩ ମେଟ୍ରିକ୍ ଟନ୍ ରହିଛି, ଅର୍ଥାତ୍ ୨୦୨୧ରେ ହାସଲ କରା ଯାଇଥିବା ଜୁଲାଇର ସର୍ବଶ୍ରେଷ୍ଠ ସଂଖ୍ୟା ତୁଳନାରେ ଏହା ୮.୨୫ ପ୍ରତିଶତ ଅଧିକ ଅଟେ । ଏହା ସହିତ ଭାରତୀୟ ରେଳ ମାସିକ ମାଲ୍ - ପରିବହନ କ୍ଷେତ୍ରରେ ଏବେ ସୁଦ୍ଧା କ୍ରମାଗତ ୨୩ ମାସ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ।

ଭାରତୀୟ ରେଳ ୧୧.୫୪ ମେଟ୍ରିକ୍ ଟନ୍ କୋଇଲା ପରିବହନ କରିଛି । ଏହା ବ୍ୟତୀତ, ୧.୨୨ ମେଟ୍ରିକ୍ ଟନ୍ ଅନ୍ୟ ମାଲ୍‌, ୦.୫୬ ମେଟ୍ରିକ୍ ଟନ୍ ସିମେଂଟ ଏବଂ ବଜୁରୀ ମଧ୍ୟ ପରିବହନ କରିଛି । 

ମୋଟର ଯାନ ପରିବହନ (ଲୋଡିଂ) କ୍ଷେତ୍ରରେ ବୃଦ୍ଧି ଦେଖା ଦେଇଛି, ଯାହା ୨୦୨୨ -୨୩ ଆର୍ଥିକ ବର୍ଷରେ ମାଲ୍ ବ୍ୟବସାୟର ଏକ ଅନ୍ୟ ଉଦାହରଣ ଅଟେ । ଆର୍ôଥକ ବର୍ଷ ୨୦୨୨ ୨୩ରେ ୧୬୯୮ ରାକ୍‌ରେ ମାଲ୍ ପରିବହନ କରା ଯାଇଛି, ଯେତେବେଳେ କି ଗତ ବର୍ଷ ଏହି ଅବଧିରେ ୯୯୪ଟି ରାକ୍‌ରେ ମାଲ୍ ପରିବହନ କରା ଯାଇଥିଲା । ଏହି ଭଳି ଭାବେ ଏହି କ୍ଷେତ୍ରରେ ୭୧ ପ୍ରତିଶତର ଅଭିବୃଦ୍ଧି ହୋଇଛି ।

୦୧ ଏପ୍ରିଲ୍‌, ୨୦୨୨ରୁ ୩୧ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ମାଲ୍ - ପରିବହନ ୫୦୧.୫୩ ମେଟ୍ରିକ୍ ଟନ୍ ହୋଇଛି, ଯେତେବେଳେ କି ୨୦୨୧ ୨୨ରେ ୪୫୨. ୧୩ ମେଟ୍ରିକ୍ ଟନ୍ ମାଲ୍ - ପରିବହନ ହୋଇଥିଲା, ଅର୍ଥାତ୍ ଏହି ଭଳି ଭାବେ ୧୦.୯୨ ପ୍ରତିଶତର ଅଭିବୃଦ୍ଧି ଉଲ୍ଲେଖ ହୋଇଛି ।

ନେଟ୍ ଟନ୍ କିଲୋମିଟର (ଏନ୍‌ଟିକେଏସ୍‌) ହିସାବରେ ଯଦି ଦେଖା ଯାଏ, ତେବେ ସଙ୍କଳିତ ମାଲ୍ ପରିବହନ ଜୁଲାଇ ୨୦୨୧ରେ ୬୩.୩ ବିଲିୟନ୍ ତୁଳନାରେ ଜୁଲାଇ ୨୦୨୨ରେ ଏହା ୭୫ ବିଲିୟନ୍ ହୋଇଛି, ଅର୍ଥାତ୍ ଏଥିରେ ୧୯.୩୬ ପ୍ରତିଶତର ଅଭିବୃଦ୍ଧି ହୋଇଛି ।

ଶକ୍ତି ଉଦ୍ୟୋଗ ଗୁଡିକ ପର୍ଯ୍ୟନ୍ତ କୋଇଲା ଯୋଗାଣକୁ ବୃଦ୍ଧି କରିବା ନିମନ୍ତେ ରେଳ ବିଭାଗ ଲଗାତାର ପ୍ରୟାସ ଜାରି ରଖିଛି, ଏହି ଜୁଲାଇ ମାସରେ ମାଲ୍ ପରିବହନ କ୍ଷେତ୍ରରେ ପ୍ରଦର୍ଶନରେ ପ୍ରମୁଖ ବିଶେଷତା ହେଉଛି, ରେଳ ବିଭାଗ ଶକ୍ତି ଏବଂ କୋଇଲା ମନ୍ତ୍ରଣାଳୟ ସହିତ ସହଯୋଗରେ କାମ କରୁଛି । ଶକ୍ତି ଉଦ୍ୟୋଗ ଗୁଡିକକୁ କୋଇଲା ପରିବହନ (ଉଭୟ ଘରୋଇ ଏବଂ ଆମଦାନୀକୃତ) ଜୁଲାଇ ମାସରେ ୪୭.୯୮ ମେଟ୍ରିକ୍ ଟନ୍ ରହିଛି, ଯେତେବେଳେ କି ଗତ ବର୍ଷ ଶକ୍ତି ଉଦ୍ୟୋଗକୁ ୩୪.୭୪ ମେଟ୍ରିକ ଟନ୍ କୋଇଲା ଯୋଗାଣ କରା ଯାଇଥିଲା, ଯେଉଁଥିରେ ୧୩.୨ ମେଟ୍ରିକ୍ ଟନ୍ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ଭଳି ଭାବରେ, ଏଥିରେ ୩୮ ପ୍ରତିଶତ ଅଭିବୃଦ୍ଧି ଦେଖା ଦେଇଛି ।

ସାମଗ୍ରିକ ରୂପରେ ଦେଖିଲେ, ଗତ ବର୍ଷର ସମାନ ଅବଧି ତୁଳନାରେ ଚଳିତ ଆର୍ôଥକ ବର୍ଷର ପ୍ରଥମ ଚାରି ମାସରେ ରେଳ ବିଭାଗ ଶକ୍ତି ଉଦ୍ୟୋଗ ଗୁଡିକୁ ୪୭.୯୫ ମେଟ୍ରିକ୍ ଟନ୍‌ର ଅତିରିକ୍ତ ମାଲ୍ ପରିବହନ କରିଛି । ଏହି ଭଳି ଭାବରେ ଏଥିରେ ୩୨ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଦେଖା ଦେଇଛି ।

ମାଲ୍ ସମ୍ପର୍କିତ ଅଭିବୃଦ୍ଧି ତଥ୍ୟକୁ ନିମ୍ନରେ ପ୍ରଦର୍ଶିତ କରା ଯାଇଛି । ପାଖାପାଖି ସମସ୍ତ ପ୍ରକାରର ମାଲ୍ - ପରିବହନ କ୍ଷେତ୍ରରେ ରେଳ ବିଭାଗର ବିକାଶ ହାର ଏହି ଭଳି ରହିଛି :

Commodity

Variation

(MT)

% variation

Coal

11.54

23.45

Cement and Clinker

0.56

5.10

POL

0.47

12.90

Containers

0.56

9.30

Balance Other Goods

1.22

13.25

 

***

SSP



 



(Release ID: 1848044) Visitor Counter : 128