ବୟନ ଶିଳ୍ପ ମନ୍ତ୍ରଣାଳୟ
azadi ka amrit mahotsav

ପର୍ଯ୍ୟଟନ ସହିତ ବୟନ ଓ ହସ୍ତ ଶିଳ୍ପ ସଂଯୋଗୀକରଣ କାର୍ଯ୍ୟକ୍ରମ


ଓଡିଶାର ରଘୁରାଜପୁର ସମେତ ଦେଶର ଆଠଟି ଶିଳ୍ପ ଗ୍ରାମ ସାମିଲ

କାରିଗରଙ୍କ ନିମନ୍ତେ ସ୍ଥାୟୀ ଏବଂ ଲାଭଦାୟକ ଜୀବିକା ନିର୍ବାହର ବିକଳ୍ପ ସୃଷ୍ଟିହେବ

ପୋଷ୍ଟ କରାଯିବା ଦିନାଙ୍କ: 29 JUL 2022 1:05PM by PIB Bhubaneswar

ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟରରେ ସଂଯୁକ୍ତ କରାଯାଇଛି ଏବଂ "ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣକାର୍ଯ୍ୟକ୍ରମ ଅନ୍ତର୍ଗତ ଭିତିଭୂମି ସହାୟତା ପ୍ରଦାନ କରାଯାଉଛି ।

ଏଥିପାଇଁ ରଘୁରାଜପୁର (ଓଡିଶା), ତିରୁପତି (ଆନ୍ଧ୍ର ପ୍ରଦେଶ), ବଦାଜ୍ (ଗୁଜରାଟ), ନୈନୀ (ଉତର ପ୍ରଦେଶ), ଆନେଗୁଣ୍ଡି (କର୍ଣ୍ଣାଟକ), ମହାବଳୀପୁରମ୍ (ତାମିଲନାଡୁ), ତାଜ୍ ଗଞ୍ଜ (ଉତର ପ୍ରଦେଶ), ଆମେର (ରାଜସ୍ଥାନ) ଗ୍ରାମ ଗୁଡିକର ସାମଗ୍ରିକ ବିକାଶ କାର୍ଯ୍ୟ ପୂର୍ବରୁ ହାତକୁ ନିଆ ଯାଇସାରିଛି, ଯେଉଁଥିରେ ଶିଳ୍ପର ପ୍ରଚାର ପ୍ରସାର ଏବଂ ପର୍ଯ୍ୟଟନ ଗୋଟିଏ ସ୍ଥାନରେ କରା ଯାଉଛି । ଓଡିଶାର ଶିଳ୍ପ ଗ୍ରାମ ଭାବରେ ବେଶ୍ ଜଣାଶୁଣା ରଘୁରାଜପୁରରେ ଏବେ ପର୍ଯ୍ୟଟନ ସହିତ ବୟନର ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ଗୋଟିଏ ସ୍ଥାନରେ ଏକତ୍ର ପର୍ଯ୍ୟଟନ ଏବଂ ଶିଳ୍ପର ପ୍ରଚାର ପ୍ରସାର କରାଯିବ ।

ଶିଳ୍ପ ଗ୍ରାମ ହସ୍ତଶିଳ୍ପକୁ କାରିଗର ମାନଙ୍କ ନିମନ୍ତେ ଏକ ସ୍ଥାୟୀ ଏବଂ ଲାଭଦାୟକ ଜୀବିକା ନିର୍ବାହର ବିକଳ୍ପ ରୂପରେ ବିକଶିତ କରିବ ଏବଂ ଏହି ଭଳି ଭାବରେ ଦେଶର ସମୃଦ୍ଧ କାରିଗରୀ ଐତିହ୍ୟର ସୁରକ୍ଷା ହେବଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ ପ୍ରାୟ ,୦୦୦ କାରିଗର ମାନଙ୍କୁ ପ୍ରତ୍ୟକ୍ଷ ଲାଭ ହେବ । ଏହି କାର୍ଯ୍ୟକ୍ରମ ଶିଳ୍ପ ଗ୍ରାମ ଗୁଡିକରେ ପର୍ଯ୍ୟଟକ ମାନଙ୍କର ଆଗମନ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରିଛି ।

 

 

SSP

***


 

 


(ରିଲିଜ ଆଡି: 1846213) ପରିଦର୍ଶକ କାଉଣ୍ଟର : 275
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Punjabi , Gujarati , Telugu , Kannada