ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ଆସନ୍ତାକାଲି ଚେନ୍ନାଇରେ ୪୪ ତମ ଚେସ୍ ଅଲିମ୍ପିଆଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ


ପ୍ରଥମ ଥର ପାଇଁ ଭାରତରେ ଚେସ୍ ଅଲିମ୍ପିଆଡ୍ ଆୟୋଜିତ ହେଉଛି

ଏହି ପ୍ରତିଯୋଗିତାରେ ଭାରତ ବର୍ତ୍ତମାନ ସୁଦ୍ଧା ଏହାର ସବୁଠୁ ବଡ ଦଳକୁ ଛାଡିଛି

ପୋଷ୍ଟ କରାଯିବା ଦିନାଙ୍କ: 27 JUL 2022 6:25PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ର ଶୁଭାରମ୍ଭ କରିବେ କେନ୍ଦ୍ର କ୍ରୀଡ଼ା ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ

ପ୍ରଧାନମନ୍ତ୍ରୀ ଜୁନ ୧୯, ୨୦୨୨ ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ ଟର୍ଚ୍ଚ ରିଲେର ମଧ୍ୟ ଶୁଭାରମ୍ଭ କରିଥିଲେ ଏହି ଟର୍ଚ୍ଚ ଯାତ୍ରା ସ୍ୱିଜରଲ୍ୟାଣ୍ଡ ସ୍ଥିତ ଏଫ୍ଆଇଡିଇ ମୁଖ୍ୟ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ୪୦ ଦିନରେ ୨୦,୦୦୦ କିଲୋମିଟର ଯାତ୍ରାରେ ୭୫ ଟି ପବିତ୍ର ସ୍ଥାନ ଅତିକ୍ରମ କରି ମହାବଲିପୁରମରେ ଶେଷ ହୋଇଥିଲା

ଚେନ୍ନାଇରେ ଜୁଲାଇ ୨୮ ରୁ ଅଗଷ୍ଟ , ୨୦୨୨ ପର୍ଯ୍ୟନ୍ତ ୪୪ ତମ ଚେସ୍ ଅଲିମ୍ପିଆଡ୍ ଅନୁଷ୍ଠିତ ହେଉଛି   ୧୯୨୭ ମସିହାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଏବଂ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି ୧୮୭ ଟି ଦେଶକୁ ନେଇ ଆୟୋଜିତ ଯେକୌଣସି ଚେସ ଅଲିମ୍ପିଆଡ଼ରେ ଏହା ସବୁଠାରୁ ବଡ ଅଂଶଗ୍ରହଣ ହେବ ଟି ଦଳରେ ୩୦ ଜଣ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଭାରତ ମଧ୍ୟ ସର୍ବ ବୃହତ ଦଳ ଭାବେ ଯୋଗ ଦେଉଛି

https://static.pib.gov.in/WriteReadData/userfiles/image/image001T5W0.jpghttps://static.pib.gov.in/WriteReadData/userfiles/image/image002LIDN.jpg

HS


(ରିଲିଜ ଆଡି: 1845615) ପରିଦର୍ଶକ କାଉଣ୍ଟର : 208
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Manipuri