ନିର୍ବାଚନ ଆୟୋଗ

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ନିର୍ବାଚିତ

Posted On: 22 JUL 2022 5:17PM by PIB Bhubaneshwar

ନିର୍ବାଚନ ଆୟୋଗଙ୍କ ଜୁନ ୯, ୨୦୨୨ର ପ୍ରେସ ନୋଟରେ ଭାରତର ୧୫ତମ ରାଷ୍ଟ୍ରପତି ନିର୍ବାଚନ ସମେତ ଜୁଲାଇ ୧୮, ୨୦୨୨ରେ ମତଦାନ ଓ ଜୁଲାଇ ୨୧, ୨୦୨୨ ଗଣତି ସମ୍ପର୍କରେ ଘୋଷଣା ହୋଇଥିଲା । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁଲାଇ ୧୮, ୨୦୨୨ରେ ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ ଓ ସମସ୍ତ ରାଜ୍ୟର ରାଜଧାନୀଗୁଡିକ (ଏନସିଟି ଦିଲ୍ଲୀ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରି ସମେତ) ମତଦାନ ହୋଇଥିଲା । ସମୁଦାୟ ୪୭୯୬ ମତଦାତାଙ୍କ (୭୭୧ ସାଂସଦ ଓ ୪୦୨୫ ବିଧାୟକ) ମଧ୍ୟରୁ ୪୭୫୪ ମତଦାତା (୭୬୩ ସାଂସଦ ଓ ୩୯୯୧ ବିଧାୟକ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଏହି ନିର୍ବାଚନର ନିର୍ବାଚନ ଅଧିକାରୀ, ରାଜ୍ୟସଭାର ମହାସଚିବ ମତଗଣନା ସରିବା ପରେ ଜୁଲାଇ ୨୧, ୨୦୨୨ରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ଆଗାମୀ ରାଷ୍ଟ୍ରପତି ଭାବେ ଘୋଷଣା କରିଥିଲେ । ରାଜପତ୍ରରେ କାର୍ଯ୍ୟକ୍ରମର ଅଧିସୂଚନା ପ୍ରକାଶନ ସହିତ ଜୁନ ୧୫, ୨୦୨୨ରେ ଆରମ୍ଭ ହୋଇଥିବା ପ୍ରକ୍ରିୟା  ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ପ୍ରମାଣପତ୍ରରେ ମୁଖ୍ୟ ନିର୍ବାଚନ ଆୟୋଗ ଶ୍ରୀ ରାଜୀବ କୁମାର ଓ ନିର୍ବାଚନ ଆୟୋଗ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ହସ୍ତାକ୍ଷର ପରେ ଶେଷ ହୋଇଥିଲା । ଏହାପରେ ବରିଷ୍ଠ ଉପ ନିର୍ବାଚନ ଆୟୋଗ ଶ୍ରୀ ଧର୍ମେନ୍ଦ୍ର ଶର୍ମା ଓ ବରିଷ୍ଠ ପ୍ରମୁଖ ସଚିବ ଶ୍ରୀ ନରେନ୍ଦ୍ର ଏମ, ବୁଟୋଲିଆ ଏହାର ଏକ ହସ୍ତାକ୍ଷରଯୁକ୍ତ ନକଲ କେନ୍ଦ୍ର ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ । ଯାହା ଜୁଲାଇ ୨୫ ,୨୦୨୨ରେ ଭାରତର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ପଢାଯିବ ।

ଆୟୋଗ ଏହି ନିର୍ବାଚନ ସଂଚାଳନରେ ଉତ୍ତମ ସହଯୋଗ ପାଇଁ ନିର୍ବାଚନ ଅଧିକାରୀ/ସହାୟକ ନିର୍ବାଚନ ଅଧିକାରୀ, ସିଇଓ, ଇସିଆଇ ପର୍ଯ୍ୟବେକ୍ଷକ, ଦିଲ୍ଲୀ ପୁଲିସ, ସିଆଇଏସଏଫ, ଡିଜିସିଏ ଓ ବିସିଏଏସର ସମୁଦାୟ ଟିମର ଉଚ୍ଚପ୍ରଶଂସା କରିଥିଲେ ।

SR



(Release ID: 1844138) Visitor Counter : 127