ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୨୦୦ କୋଟି କୋଭିଡ୍ – ୧୯ ଟୀକାକରଣ ମାଇଲ୍ ଖୁଂଟ ହାସଲ କଲା ଭାରତ


କୋଭିଡ୍ ଟୀକାକରଣ ଅଭିଯାନର ୨୦୦ କୋଟି ମାଇଲ୍ ଖୁଂଟକୁ ଅତିକ୍ରମ କରିଥିବାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

“ଭାରତର ଟୀକାକରଣ ଅଭିଯାନର ବ୍ୟାପକତା ଏବଂ ଗତି ଅଦ୍ୱିତୀୟ”

ଇତିହାସରେ ଏହି ଅସାଧାରଣ ଉପଲବ୍ଧି ଉଲ୍ଲେଖ ହେବ: ମନସୁଖ ମାଣ୍ଡଭିୟ

Posted On: 17 JUL 2022 1:50PM by PIB Bhubaneshwar

ଏକ ଐତିହାସିକ ଉପଲବ୍ଧି କ୍ରମେ ଭାରତର କୋଭିଡ୍ ୧୯ ଟୀକାକରଣ ଅଭିଯାନ ଆଜି ୨୦୦ କୋଟି ମାଇଲ୍ ଖୁଂଟକୁ ଅତିକ୍ରମ କରିଛି । ଆଜି ଦ୍ୱିପ୍ରହର ଗୋଟାଏ ସୁଦ୍ଧା ଅସ୍ଥାୟୀ ରିପୋର୍ଟ ଅନୁସାରେ, ସାରା ଦେଶରେ ପ୍ରାୟ ୨,୦୦,୦୦,୧୫,୬୩୧ ଟୀକା ପ୍ରଦାନ କରା ଯାଇ ସାରିଛି । ଏହା ୨,୬୩,୨୬,୧୧୧ ଟି ଅଧିବେଶନ ମାଧ୍ୟମରେ ହାସଲ କରା ଯାଇଛି ।

Image

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଦେଶବାସୀଙ୍କୁ ଏହି ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରା ଯାଇଥିବା ଯୋଗୁଁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସେ ଭାରତର ଟୀକାକରଣ ଅଭିଯାନର ବ୍ୟାପକତା ଏବଂ ଗତିକୁ ଅଦ୍ୱିତୀୟ ବୋଲି କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ମଧ୍ୟ କେବଳ ୧୮ ମାସରେ ଏହି ମାଇଲ୍ ଖୁଂଟକୁ ହାସଲ କରାଯାଇ ପାରିଥିବା ଯୋଗୁଁ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ଅସାଧାରଣ ଉପଲବ୍ଧିକୁ ଇତିହାସରେ ଉଲ୍ଲେଖ କରାଯିବ ।


 କେନ୍ଦ୍ର ସ୍ୱାସ୍ଥ୍ର‌୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ମଧ୍ୟ ମାନବଜାତିର ସେବା କ୍ଷେତ୍ରରେ ନୂତନ କିର୍ତୀମାନ ସ୍ଥାପନ କରିବା ନିମନ୍ତେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସେମାନଙ୍କର କଠୋର ପରିଶ୍ରମ, ଦୂରଦୃଷ୍ଟି ଏବଂ ନବସୃଜନ ନିମନ୍ତେ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ଭାରତରେ ଦେଶବ୍ୟାପୀ କୋଭିଡ୍ ୧୯ ଟୀକାକରଣ କାର୍ଯ୍ୟକ୍ରମ ୧୬ ଜାନୁଆରୀ, ୨୦୨୧ରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରା ଯାଇଥିଲା । ତାଙ୍କର ସକ୍ରିୟ ଏବଂ ଦୂରଦର୍ଶୀ  ନେତୃତ୍ୱରେ, ଭାରତ ‘ମେକ୍ – ଇନ୍ – ଇଣ୍ଡିଆ’ ଏବଂ ‘ମେକ୍ – ଫର୍ – ୱାର୍ଲ୍ଡ’ ରଣନୀତି ଆଧାରରେ କୋଭିଡ୍ ୧୯ ଟୀକା ଗୁଡିକ ଉପରେ ଗବେଷଣା, ଏହାର ବିକାଶ ଏବଂ ଏହାର ପ୍ରସ୍ତୁତିକୁ ସମର୍ଥନ କରିଥିଲା, ଭୌଗୋଳିକ କ୍ଷେତ୍ରରେ ବ୍ୟାପକତାକୁ ମୂଲ୍ୟାଙ୍କନ କରିବା, ଟୀକା ଗୁଡିକ ପାଇଁ ଏଇଏଫ୍‌ଆଇ ଉପରେ ନଜର ରଖିବା, ସମାବେଶକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକ ମାନଙ୍କୁ ସେମାନଙ୍କ ଟୀକାକରଣ କାର୍ଯ୍ୟକ୍ରମର ପାଳନ କରିବା ନିମନ୍ତେ ଏକକ ସନ୍ଦର୍ଭ ପଏଂଟ ପ୍ରଦାନ କରିବା, ବିଜ୍ଞାନଭିତିକ ପ୍ରମାଣ ଏବଂ ବିଶ୍ୱ ସ୍ତରର ସର୍ବୋତମ ପ୍ରଥା ଅଧାରରେ ଟୀକାର ପରିଚାଳନାକୁ ପ୍ରାଥମିକତା ଦେବା ନିମନ୍ତେ କୋୱିନ୍ ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରା ଯାଇଥିଲା । 

ଏହି ଦେଶବ୍ୟାପୀ ଅଭ୍ୟାସକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ସାମର୍ଥ୍ୟ ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ଅନେକ ବ୍ୟବସ୍ଥିତ ହସ୍ତକ୍ଷେପ ମଧ୍ୟ କରା ଯାଇଛି । କୋଭିଡ୍ ୧୯ ଟୀକା ଗୁଡିକର ଗଚ୍ଛିତକରଣ ଏବଂ ପରିବହନ ନିମନ୍ତେ ରହିଥିବା ଯୋଗାଣ ଶୃଙ୍ଖଳାର ଲାଭ ଉଠା ଯାଇଛି ଏବଂ ଦୃଢ଼ କରା ଯାଇଛି ଏବଂ ଟୀକା ବିତରଣର ପ୍ରଭାବଶାଳୀ ଯାଂଚ କରା ଯାଇଛି ଏବଂ ସବୁ ସମୟରେ ଟୀକା ଏବଂ ସିରଂଜ୍ ଗୁଡିକର ଉପଲବ୍ଧତା ଏବଂ କୌଶଳପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରା ଯାଇଛି ।

ଭାରତର ସ୍ୱତନ୍ତ୍ର ଏବଂ ସ୍ୱେଚ୍ଛାକୃତ କୋଭିଡ୍ ୧୯ ଟୀକାକରଣ ଅଭ୍ୟାସ ମଧ୍ୟ ହର ଘର ଦସ୍ତକ୍‌, କାର୍ଯ୍ୟସ୍ଥଳରେ ସିଭିସି, ସ୍କୁଲ୍ ଆଧାରିତ ଟୀକାକରଣ, ପରିଚୟପତ୍ର ନଥିବା ଲୋକମାନଙ୍କୁ ଟୀକାକରଣ, ଘର ନିକଟରେ ସିଭିସି ଏବଂ ମୋବାଇଲ୍ ଟୀକାକରଣ ଟିମ୍ ଭଳି ବିଭିନ୍ନ ପଦକ୍ଷେପ ଗୁଡିକ ମାଧ୍ୟମରେ ନାଗରିକ ଅନୁକୂଳ ଦୃଷ୍ଟିକୋଣରେ କରା ଯାଉଛି । ଗ୍ରାମୀଣ କ୍ଷେତ୍ର ଗୁଡିକରେ ରହିଥିôବା ୭୧ ପ୍ରତିଶତ ସିଭିସି ଏବଂ ମହିଳା ମାନଙ୍କୁ ଦିଆ ଯାଉଥିବା ଟୀକାର ୫୧% ରୁ ଅଧିକ ଟୀକା ସହିତ, ଭାରତର ଜାତୀୟ କୋଭିଡ୍ ୧୯ ଟୀକାକରଣ କାର୍ଯ୍ୟକ୍ରମ ଭୌଗୋଳିକ ଏବଂ ଲିଙ୍ଗ ଭିତିକ ସମାନତାକୁ ମଧ୍ୟ ସୁନିଶ୍ଚିତ କରିଛି ।

 ସାରା ଦେଶରେ କୋଭିଡ୍ ମାମଲା ଗୁଡିକରେ ହ୍ରାସ ହେବା ସତ୍ୱେ, ସମସ୍ତ ଯୋଗ୍ୟ ନାଗରିକ ମାନଙ୍କୁ ଟୀକାକରଣ କରିବା ନିମନ୍ତେ ନିରନ୍ତର ଭାବେ ଚେଷ୍ଟା ଜାରି ରହିଛି । ଏହାର ଉଦାହରଣ ଏହି ତଥ୍ୟରୁ ମିଳିଥାଏ ଯେ, ୧୬ ଜାନୁଆରୀ ୨୦୨୧ରେ ଟୀକାକରଣ ଅଭିଯାନ ଆରମ୍ଭ ହେବା ପରେ ୧୦୦ କୋଟିରେ ପହଂଚିବାକୁ ପ୍ରାୟ ୯ ମାସ ଲାଗିଥିଲା ଏବଂ ୨୦୦ କୋଟି ଟୀକାକରଣର ଳକ୍ଷ୍ୟରେ ପହଂଚିବା ପାଇଁ ଆଉ ୯ ମାସ ଲାଗିଥିଲା । ଗୋଟିଏ ଦିନରେ ସର୍ବାଧିକ ଟୀକାକରଣର ରେକର୍ଡ ରହିଛି, ଯାହା ହେଉଛି କେବଳ୧୭ ସେପ୍ଟେମ୍ବର ୨୦୨୧ରେ ୨.୫ କୋଟି ଟୀକା ଦିଆ ଯାଇଥିଲା । 

୧୫ ଜୁଲାଇ ୨୦୨୨ରେ, କେନ୍ଦ୍ର ସରକାର ସରକାରୀ କୋଭିଡ୍ ଟୀକାକରଣ କେନ୍ଦ୍ର ସମୂହ (ସିଭିସିଏସ୍‌) ରେ ସମସ୍ତ ପ୍ରାପ୍ତ ବୟସ୍କ ଲୋକ ମାନଙ୍କୁ ମାଗଣାରେ ସୁରକ୍ଷିତ ରହିବା ନିମନ୍ତେ ପୂର୍ବରୁ ଟୀକା ପ୍ରଦାନ କରିବା ନିମନ୍ତେ ୭୫ ଦିନିଆ କୋଭିଡ୍ ଟୀକାକରଣ ଅମୃତ ମହୋତ୍ସବ ଆରମ୍ଭ କରା ଯାଇଥିଲା । ଆଜାଦୀର ଅମୃତ ମହୋତ୍ସବର ଅଂଶ ବିଶେଷ ଭାବେ, ଏହି ସ୍ୱତନ୍ତ୍ର ଅଭିଯାନ, କୋଭିଡ୍ ଟୀକାର ସତର୍କତାମୂଳକ ଟୀକା ପ୍ରଦାନକୁ ବୃଦ୍ଧି କରିବା ନିମନ୍ତେ ଏକ ମିଶନ ମୋଡ ଲାଗୁ କରା ଯାଇଛି ।

ଭାରତ କୋଭିଡ୍ ଟୀକାକରଣ ଉପରେ ଉପଯୁକ୍ତ ସୂଚନା ଏବଂ ଅନୁକୂଳ ନିର୍ଦ୍ଦେଶାବଳୀ ପ୍ରଦାନ କରିବାର ଏକ ସୁବ୍ୟବସ୍ଥିତ ଯୋଗାଯୋଗ ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ଏହା ଟୀକାକୁ ନେଇ ସମସ୍ୟାକୁ ଦୂର କରିବା ନିମନ୍ତେ ସାହାଯ୍ୟ କରିଛି ଏବଂ ଟୀକାକୁ ନେଇ ଲୋକ ମାନଙ୍କ ଭିତରେ ଉତ୍ସୁକତା ଏବଂ କୋଭିଡ୍ ଉପଯୁକ୍ତ ବ୍ୟବହାରକୁ ପ୍ରୋତ୍ସାହିତ କରିଛି ।

କେନ୍ଦ୍ର ସରକାର ସାରା ଦେଶରେ କୋଭିଡ୍ – ୧୯ ଟୀକାକରଣର ଗତିକୁ ଆହୁରି ଦ୍ରୁତ କରିବା ନିମନ୍ତେ ଏବଂ ତାହାର ସୀମାକୁ ବିସ୍ତାର କରିବା ନିମନ୍ତେ ପ୍ରତିବଦ୍ଧ ଅଟନ୍ତି ।

*****

SSP



(Release ID: 1842226) Visitor Counter : 177