ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘‘ଆଇ-ଟୁ-ୟୁ-ଟୁ’’ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
ପୋଷ୍ଟ କରାଯିବା ଦିନାଙ୍କ:
14 JUL 2022 4:51PM by PIB Bhubaneshwar
ମହାମହିମ, ପ୍ରଧାନମନ୍ତ୍ରୀ ଲାପିଦ୍,
ମହାରାଜ, ଶେଖ ମହମ୍ମଦ ବିନ ଜାୟେଦ୍ ଅଲ ନାହ୍ୟାନ,
ମହାମହିମ, ରାଷ୍ଟ୍ରପତି ବାଇଡେନ,
ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଲାପିଦଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇବାକୁ ଚାହୁଁଛି ।
ଆଜିର ସମ୍ମିଳନୀ ଆୟୋଜନ ଲାଗି ମୁଁ ତାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଛି ।
ବାସ୍ତବରେ ଏହା ରଣନୈତିକ ଭାଗିଦାରମାନଙ୍କର ବୈଠକ ।
ଆମେ ସମସ୍ତେ ଭଲ ବନ୍ଧୁ, ଏବଂ ଆମ ସମସ୍ତଙ୍କ ଦୃଷ୍ଟିକୋଣରେ, ଆମ ହିତରେ ସମାନତା ରହିଛି।
ମହାମହିମଗଣ, ମହାରାଜ
ଆଜିର ଏହି ପ୍ରଥମ ଶିଖର ସମ୍ମିଳନୀରୁ ହିଁ ‘‘ଆଇ-ଟୁ-ୟୁ-ଟୁ’’ ଏକ ସକାରାତ୍ମକ ଏଜେଣ୍ଡା ପ୍ରତିଷ୍ଠା କରି ନେଇଛି ।
ଆମେ ଅନେକ କ୍ଷେତ୍ରରେ ଯୌଥ ପ୍ରକଳ୍ପ ଚିହ୍ନଟ କରିଛୁ, ଏବଂ ସେଥିରେ ଆଗକୁ ବଢ଼ିବା ଲାଗି ରୋଡ୍ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛୁ ।
‘‘ଆଇ-ଟୁ-ୟୁ-ଟୁ’’ ଫ୍ରେମୱର୍କ ଅଧୀନରେ ଆମେ ଜଳ, ଇନ୍ଧନ, ପରିବହନ, ମହାକାଶ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା ଭଳି ଛଅଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଯୌଥ ନିବେଶକୁ ଆଗକୁ ବଢ଼ାଇବା ଲାଗି ସହମତ ହୋଇଛୁ ।
ଏହା ସ୍ପଷ୍ଟ ଯେ, ‘‘ଆଇ-ଟୁ-ୟୁ-ଟୁ’’ର ଭିଜନ ଏବଂ ଏଜେଣ୍ଡା ପ୍ରଗତିଶୀଳ ଏବଂ ସକ୍ରିୟ ।
ଆମ ଦେଶମାନଙ୍କର ଆପୋସ ସାମର୍ଥ୍ୟ- ପୁଞ୍ଜି, ବିଶେଷଜ୍ଞତା ଏବଂ ବଜାର-କୁ ଉପଯୋଗ କରି ଆମେ ଆମ ଏଜେଣ୍ଡାକୁ ଆଗକୁ ବଢ଼ାଇପାରିବ ଏବଂ ବିଶ୍ବ ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବା ।
ବର୍ଦ୍ଧିତ ବିଶ୍ବ ଅନିଶ୍ଚିତତା ମଧ୍ୟରେ ଆମର ଏହି ସହଯୋଗୀ ବ୍ୟବସ୍ଥା ବ୍ୟବହାରିକ ସହଯୋଗର ଏକ ଭଲ ମଡେଲ ହୋଇପାରିବ ।
ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଯେ, ‘‘ଆଇ-ଟୁ-ୟୁ-ଟୁ’’ ଜରିଆରେ ଆମେ ବିଶ୍ବସ୍ତରରେ ଇନ୍ଧନ ସୁରକ୍ଷା, ଖାଦ୍ୟ ସୁରକ୍ଷା ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବା ।
ଧନ୍ୟବାଦ ।
********
P.S.
(ରିଲିଜ ଆଡି: 1841589)
ପରିଦର୍ଶକ କାଉଣ୍ଟର : 216
ଏହି ରିଲିଜ ପଢନ୍ତୁ :
Assamese
,
Telugu
,
English
,
हिन्दी
,
Marathi
,
Punjabi
,
Gujarati
,
Urdu
,
Bengali
,
Manipuri
,
Tamil
,
Kannada
,
Malayalam