ମହାକାଶ ବିଭାଗ
ଭାରତୀୟ ମହାକାଶ କ୍ଷେତ୍ରର “ଅନ୍ଲକିଂ” ପରେ ଇସ୍ରୋ ସହିତ ୬୦ଟି ଷ୍ଟାର୍ଟଅପ୍ ପଞ୍ଜୀକୃତ
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭାରତୀୟ ମହାକାଶ କ୍ଷେତ୍ରର “ଅନ୍ଲକିଂ” ହେବା ପରେ ଇସ୍ରୋ ସହିତ ପ୍ରାୟ ୬୦ଟି ଷ୍ଟାର୍ଟଅପ୍ ପଞ୍ଜୀକୃତ କରିଛନ୍ତି ; କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ସେଗୁଡିକ ମଧ୍ୟରୁ କିଛି ମହାକାଶ ଆବର୍ଜନା ପରିଚାଳନା ସହିତ ସମ୍ବନ୍ଧିତ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି
କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ମହାକାଶ ଷ୍ଟାର୍ଟ ଅପ୍ ମହାକାଶ ଆବର୍ଜନା ପରିଚାଳନା ସହିତ ଅନେକ ମୁଣ୍ଡ ଟେକୁଥିବା ପ୍ରଯୁକ୍ତି କ୍ଷେତ୍ରରେ ମହାକାଶ ବିଭାଗର ଭୂମିକାକୁ ବୃଦ୍ଧି କରିବେ
ଆଜି ମନ୍ତ୍ରୀ ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ନିୟନ୍ତ୍ରଣ କେନ୍ଦ୍ର, “ଇସ୍ରୋ ସିଷ୍ଟମ୍ ଫର୍ ସେଫ୍ ଆଣ୍ଡ ସଷ୍ଟେନେବଲ୍ ଅପରେସନ” (ଆଇଏସ୍୪ଓଏମ୍)ର ଉଦ୍ଘାଟନ କରିଛନ୍ତି ; ବ୍ୟବହାରକାରୀ ମାନଙ୍କୁ ମହାକାଶ ପରିବେଶର ବ୍ୟାପକ ତଥ୍ୟ ଏବଂ ସଠିକ୍ ସମୟରେ ସୂଚନା ପ୍ରଦାନ କରିବା ନିମନ୍ତେ ସୁବିଧା ରହିବ
ଆଇଏସ୍୪ଓଏମ୍ ଭାରତୀୟ ମହାକାଶ ସମ୍ପତି ଗୁଡିକର ସୁରକ୍ଷା କରିବ, ମହାକାଶ ବସ୍ତୁ ଗୁଡିକ ସହିତ ଧକ୍କା ହେବାର ବିପଦକୁ କମ୍ କରିବା, ମହାକାଶ ଆବର୍ଜନା ଏବଂ ମହାକାଶ ସ୍ଥିତି ସମ୍ପର୍କରେ ସଚେତନତା କ୍ଷେତ୍ରରେ ରଣନୀତିପୂର୍ଣ୍ଣ ଉଦ୍ଦେଶ୍ୟ ଗୁଡିକୁ ଏବଂ ଅନୁସନ୍ଧାନ କାର୍ଯ୍ୟ ନିମନ୍ତେ ସୂଚନା ପ୍ରଦାନ କରିବ : ଡଃ ଜିତେନ୍ଦ୍ର ସିଂହ
Posted On:
11 JUL 2022 6:49PM by PIB Bhubaneshwar
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭାରତୀୟ ମହାକାଶ କ୍ଷେତ୍ରର “ଅନ୍ଲକିଂ” ହେବା ପରେ ଇସ୍ରୋ ସହିତ ପ୍ରାୟ ୬୦ଟି ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛନ୍ତି । ସେଗୁଡିକ ମଧ୍ୟରୁ କିଛି ମହାକାଶ ଆବର୍ଜନା ପରିଚାଳନା ସହିତ ସମ୍ବନ୍ଧିତ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ଅନ୍ୟ ଷ୍ଟାର୍ଟ ଅପ୍ ପ୍ରସ୍ତାବ ଗୁଡିକ ଭିତରେ ନାନୋ ଉପଗ୍ରହ, ଲଂଚ୍ ଯାନ, ଗ୍ରାଉଣ୍ଡ ସିଷ୍ଟମ୍, ଅନୁସନ୍ଧାନ ଇତ୍ୟାଦି ରହିଛି ।
କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ବିଜ୍ଞାନ ଏବଂ ପ୍ରଯୁକ୍ତି ; ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭୂ ବିଜ୍ଞାନ, ପିଏମ୍ଓ, କାର୍ମିକ, ଜନ ଅଭିଯୋଗ, ପେନ୍ସନ୍, ପରମାଣୁ ଶକ୍ତି ଏବଂ ମହାକାଶ, ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ବେଙ୍ଗାଲୁରୁ ସ୍ଥିତ ନିୟନ୍ତ୍ରଣ କେନ୍ଦ୍ର ଠାରେ “ଇସ୍ରୋ ସିଷ୍ଟମ୍ ଫର୍ ସେଫ୍ ଆଣ୍ଡ ସଷ୍ଟେନେବଲ୍ ଅପରେସନ” (ଆଇଏସ୍୪ଓଏମ୍) ର ଉଦ୍ଘାଟନ କରିବା ପରେ ଏ ସମ୍ପର୍କରେ କହିଥିଲେ ।
ଡଃ ଜିତେନ୍ଦ୍ର ସିଂହ ମନେ ପକାଇଥିଲେ ଯେ, ଗତ ମାସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଠାରେ ଇନ୍ – ସ୍ପେସ୍ର ମୁଖ୍ୟ କାର୍ଯ୍ୟାଳୟର ଉଦ୍ଘାଟନ କରିବା ସମୟରେ କହିଥିଲେ ଯେ, “ଯେତେବେଳେ ସରକାରୀ ମହାକାଶ ସଂସ୍ଥା ଗୁଡିକର କ୍ଷମତା ଏବଂ ଭାରତର ଘରୋଇ କ୍ଷେତ୍ରର ଉତ୍ସାହ ଏକାଠି ହୋଇ ଯିବ, ସେତେବେବେ ଆକାଶର ଆଉ କୌଣସି ପରିସୀମା ରହିବ ନାହିଁ ” ।
ମନ୍ତ୍ରୀ ଦୋହରାଇ ଥିଲେ ଯେ, ଘରୋଇ କ୍ଷେତ୍ରର କମ୍ପାନୀ ଏବଂ ନବୋନ୍ୱେଷୀ ଷ୍ଟାର୍ଟ- ଅପ୍ର ଉତ୍ସାହ ମହାକାଶ ପରିବହନ, ଆବର୍ଜନା ପରିଚାଳନା, ଭିତିଭୂମି ଏବଂ ପ୍ରୟୋଗ କ୍ଷେତ୍ରରେ ସବୁ ପ୍ରକାରର ଦକ୍ଷତା ବିକାଶ କରି ମହାକାଶରେ ଭାରତର ସ୍ୱାର୍ଥ ରକ୍ଷା କରିବା କ୍ଷେତ୍ରରେ ମହାକାଶ ବିଭାଗର ଭୂମିକାକୁ ବୃଦ୍ଧି କରାଇବ ।
ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ବ୍ୟବହାରକାରୀଙ୍କୁ ମହାକାଶ ପରିବେଶ ସମ୍ପର୍କରେ ବ୍ୟାପକ ଭାବେ ଏବଂ ସଠିକ ସମୟରେ ସୂଚନା ପ୍ରଦାନ କରି ଆଇଏସ୍୪ଓଏମ୍ ସୁବିଧା ଭାରତକୁ ଏହାର ସ୍ପେସ୍ ସିଚ୍ୟୁଏସନାଲ୍ ସଚେତନତା (ଏସ୍ଏସ୍ଏ) ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ । ଏହି ବହୁମୁଖୀ (ମଲ୍ଟି ଡୋମେନ୍) ସଚେତନତା ମଂଚ କକ୍ଷ ପଥରେ ଧକ୍କା, ଖଣ୍ଡବିଖଣ୍ଡନ, ବାୟୁ ମଣ୍ଡଳୀୟ ପୁନଃ - ପ୍ରବେଶ ବିପଦ, ମହାକାଶ ଆଧାରିତ ରଣନୀତିପୂର୍ଣ୍ଣ ସୂଚନା, ବିପଜ୍ଜନକ ଆଷ୍ଟରଏଡ୍ ଏବଂ ମହାକାଶ ପାଣିପାଗ ପୂର୍ବାନୁମାନ ଉପରେ ଏକ ତ୍ୱରିତ , ସଠିକ୍ ଏବଂ ଉପଯୋଗୀ ସୂଚନା ଆଣିବ ।
ଜାତୀୟ ବିକାଶ ନିମନ୍ତେ ବାହ୍ୟ ସ୍ଥାନର ନିରନ୍ତର ଉପଯୋଗର ଲାଭ ଉଠାଇବା ସହିତ ନିରାପତା ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ଦିଗରେ ଏକ ସୁବିଧାଜନକ ଆଭିମୁଖ୍ୟ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।
ଡଃ. ଜିତେନ୍ଦ୍ର ସିଂହ କହିଥିଲେ ଇସ୍ରୋ ଏହାର ସମସ୍ତ ମହାକାଶୀୟ ସମ୍ପତିକୁ ସୁରକ୍ଷା ପ୍ରଦାନ କରିବା ସହିତ ମହାକାଶଯାନ ଏବଂ ମହାକାଶ ଆବର୍ଜନା ବସ୍ତୁ ସମେତ ମହାକାଶ ବସ୍ତୁର ଉଦ୍ଦେଶ୍ୟମୂଳକ ତଥା ଆକସ୍ମିକ ନିକଟତର ଆଭିମୁଖ୍ୟରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍ପେସ୍ ସିଚୁଏସନ୍ ସଚେତନତା କାର୍ଯ୍ୟକଳାପର ଅନେକ ରଣନୀତିକ ପ୍ରଭାବ ରହିଛି, ଯେପରିକି ନିକଟତର ତଥା ଅନ୍ୟ କାର୍ଯ୍ୟକ୍ଷମ ମହାକାଶଯାନକୁ ଚିହ୍ନଟ କରିବା ଏବଂ ଯାଂଚ କରିବା, ଭାରତୀୟ ଅଂଚଳ ଉପରେ ସେଗୁଡିକ ଅତିକ୍ରମ କରିବା, ସନ୍ଦେହଜନକ ଉଦ୍ଦେଶ୍ୟ ସହିତ ଭ୍ରମଣ କରିବା ଏବଂ ଭାରତୀୟ ଅଂଚଳରେ ପୁନଃ ପ୍ରବେଶ କରିବା ସମ୍ପର୍କରେ ଜାଣି ପାରିବା ।
ମନ୍ତ୍ରୀ ଆହୁରି ବିସ୍ତୃତରେ କହିଛନ୍ତି ଯେ, ଆଇଏସ୍୪ଓଏମ୍ ସୁବିଧା ଭାରତୀୟ ମହାକାଶ ସମ୍ପତିକୁ ସୁରକ୍ଷିତ ରଖିବା, ମହାକାଶର ବସ୍ତୁ ସହିତ ନିର୍ଦ୍ଦିଷ୍ଟ ଧକ୍କା ଏଡାଇବା, ରଣନୀତିପୂର୍ଣ୍ଣ କାର୍ଯ୍ୟକଳାପ ନିମନ୍ତେ ସୂଚନା, ମହାକାଶ ଆବର୍ଜନା ପରିଚାଳନା ଏବଂ ମହାକାଶ ପରିସ୍ଥିତି ସମ୍ପର୍କରେ ସଚେତନତା ନିମନ୍ତେ ଗବେଷଣା କାର୍ଯ୍ୟକଳାପ ପାଇଁ ମହାକାଶ ବସ୍ତୁର ଧକ୍କା ଭଳି ବିପଦକୁ ହ୍ରାସ କରିବାରେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟକୁ ସମର୍ଥନ କରି ପାରିବ ।
ଡଃ, ଜିତେନ୍ଦ୍ର ସିଂହ କହିଥିଲେ ଯେ, ରାଡାର ଏବଂ ଅପ୍ଟିକାଲ୍ ଟେଲିସ୍କୋପ୍ର ମହତ୍ୱକୁ ମୁଖ୍ୟ ଗ୍ରାଉଣ୍ଡ ସୁବିଧା ଗୁଡିକ ରୂପରେ ମହାକାଶର ଆବର୍ଜନା ପରିଚାଳନା ସହିତ ମହାକାଶ ବସ୍ତୁ ଗୁଡିକ ଉପରେ ନଜର ରଖିବା ନିମନ୍ତେ ସଚେତନ କରିବାର ଆବଶ୍ୟକତା ରହିଛି, କାରଣ ଏହି ଗ୍ରାଉଣ୍ଡ - ଆଧାରିତ ସେନ୍ସରର ସଠିକ୍ କକ୍ଷୀୟ ସୂଚନା କୌଣସି ପ୍ରକାରର ବିପଦକୁ କମ୍ କରିବା ନିମନ୍ତେ ଏକ ପୂର୍ବାପେକ୍ଷ ଅଟେ । ଏସ୍ଏସ୍ଏ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ପର୍ଯ୍ୟବେକ୍ଷଣ ସୁବିଧା ଗୁଡିକର ନେଟୱାର୍କ, ଯେଉଁଥିରେ ଦେଶ ଅନ୍ୟ ମହାକାଶ ଯାତ୍ରୀ ଦେଶ ମାନଙ୍କଠାରୁ ବହୁ ପଛରେ ଅଛି । ଏକ ଅର୍ଥପୂର୍ଣ୍ଣ ତଥା ମୂଲ୍ୟଯୁକ୍ତ ଏସ୍ଏସ୍ଏ ସିଷ୍ଟମ୍ ବିକାଶ ଏବଂ ସଚେତନତା ସୃଷ୍ଟି ପାଇଁ ଆବଶ୍ୟକୀୟ ଭାରତୀୟ ପର୍ଯ୍ୟବେକ୍ଷଣ ସୁବିଧା ସ୍ଥାପନ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।
ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ମହାକାଶ ଦୈନନ୍ଦିନ ଜୀବନରେ ମହାକାଶ ପ୍ରଯୁକ୍ତି ସର୍ବବ୍ୟାପୀ ପ୍ରୟୋଗକୁ ଦୃଷ୍ଟିରେ ରଖି ବାହ୍ୟ ମହାକାଶୀୟ କାର୍ଯକଳାପର ଦୀର୍ଘ କାଳୀନ ଦୀର୍ଘ ସ୍ଥୀୟତା (ଏଲ୍ଟିଏସ୍) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ, ଯେମିତି ବାହ୍ୟ ସ୍ଥାନ ଗୁଡିକ ମାନବ ଜାତିର ଭବିଷ୍ୟତ ପିଢ଼ି ପାଇଁ ଉପଯୋଗୀ ହୋଇ ରହି ପାରିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ବାହ୍ୟ ମହାକାଶରେ ନିରାପଦ ଏବଂ ସ୍ଥାୟୀ କାର୍ଯ୍ୟର ପ୍ରଭାବଶାଳୀ ପରିଚାଳନା ଏକ ସାମଗ୍ରିକ ଆଭିମୁଖ୍ୟକୁ ଅନ୍ତର୍ଭୁକ୍ତ କରିଥାଏ, ଯାହା ହେଉଛି ମହାକାଶ ବସ୍ତୁ ଏବଂ ମହାକାଶ ପରିବେଶର ପର୍ଯ୍ୟବେକ୍ଷଣ ଏବଂ ତଦାରଖ, କକ୍ଷପଥ ନିୟନ୍ତ୍ରଣ ପାଇଁ ପର୍ଯ୍ୟବେକ୍ଷଣ ପ୍ରକ୍ରିୟାକରଣ, ବସ୍ତୁ ଲକ୍ଷଣର ବର୍ଣ୍ଣନା ଏବଂ ସୂଚୀକରଣ, ମହାକାଶ ପରିବେଶର ବିବର୍ତନର ବିଶ୍ଲେଷଣ, ବିପଦ ମୂଲ୍ୟାଙ୍କନ ଏବଂ ହ୍ରାସ ଏବଂ ତଥ୍ୟ ବିନିମୟ ଏବଂ ସହଯୋଗ ।
ମହାକାଶ ବିଭାଗର ସଚିବ ଏସ୍ ସୋମନାଥ କହିଥିଲେ ଯେ, ପାଣିପାଗ ତଦାରଖ ଏବଂ ପୂର୍ବାନୁମାନ ପାଇଁ ଭିତିଭୂମି ଗୁରୁତ୍ୱପୂର୍ଣ୍ଣ ସୈାର କାର୍ଯ୍ୟକଳାପରୁ ସ୍ଥାନ ଆଧାରିତ ଭିତିଭୂମି ସୁରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସମାନ ପଦକ୍ଷେପରେ, ମାନବ କଲ୍ୟାଣ ପାଇଁ ଆଷ୍ଟରଏଡ୍ ପ୍ରଭାବର ଚିହ୍ନଟ ଏବଂ ପ୍ରତିରୋଧ ମଧ୍ୟ ଜରୁରୀ । ମହାକାଶ ପାଣିପାଗ ସେବା ଏବଂ ଗ୍ରହ ପ୍ରତିରକ୍ଷାର ପଦକ୍ଷେପ ପ୍ରତି ଆଇଏସ୍୪ଓଏମ୍ର ଦୃଷ୍ଟିକୋଣ ମଧ୍ୟ ଏସ୍ଏସ୍ଏର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେବ ।
ଭାରତୀୟ ମହାକାଶ କାର୍ଯ୍ୟକ୍ରମ ଆରମ୍ଭରୁ, ମହାକାଶ ଭିତିକ ସମ୍ପତିର ସୁରକ୍ଷା, ଯୋଗାଯୋଗ, ପାଣିପାଗ ଏବଂ ଉତ୍ସ – ତଦାରଖ, ନାଭିଗେସନ୍ ଇତ୍ୟାଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦେଶ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅବଶ୍ୟ, କ୍ରମାଗତ ଭାବରେ ବଢ଼ିଥିବା ମହାକାଶ ବସ୍ତୁ ସଂଖ୍ୟା, ଯାହା କାର୍ଯ୍ୟକ୍ଷମ ଉପଗ୍ରହ ଏବଂ କକ୍ଷପଥ ଆବର୍ଜନା ଏବଂ ସମ୍ପୃକ୍ତ ଧକ୍କା ବିପଦ ବାହ୍ୟ ସ୍ଥାନର ନିରାପଦ ତଥା ନିରନ୍ତର ବ୍ୟବହାର ପାଇଁ ଏକ ଗୁରୁତର ବିପଦ ଅଟେ । ସେ କହିଥିଲେ ଯେ, ପୃଥିବୀ କକ୍ଷପଥରେ ବୃଦ୍ଧି ପାଉଥିବା ବୃହତ୍ ଆବର୍ଜନା ମଧ୍ୟରେ ଧକ୍କା ହେବାର ଆଶଙ୍କା ରହିଛି, ଯାହା କେସଲର୍ ସିଣ୍ଡ୍ରୋମ୍ ନାମରେ ଜଣାଶୁଣା, ଯାହା ପରବର୍ତୀ ଧକ୍କା ହେବାରେ ଏକ ଆତ୍ମ – ସ୍ଥାୟୀ କ୍ୟାସକେଡିଂ ପ୍ରକ୍ରିୟା ସୃଷ୍ଟି କରିପାରେ । ଏହା ଦ୍ୱାରା ମହାକାଶ ଆବର୍ଜନା ପରିମାଣର ଘନତ୍ୱରେ ବ୍ୟାପକ ବୃଦ୍ଧି ଘଟିପାରେ, ଯାହା ଫଳରେ ଭବିଷ୍ୟତ ପିଢ଼ି ପାଇଁ ବାହ୍ୟ ସ୍ଥାନ ଉପଯୋଗୀ ହୋଇ ପାରିବ ନାହିଁ ।
ଏହା ମନେ ପକା ଯାଇପାରେ ଯେ, କକ୍ଷପଥରେ ଭାରତୀୟ ଉପଗ୍ରହ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିର ସୁରକ୍ଷା ପାଇଁ, ଇସ୍ରୋ ବାହ୍ୟ ମହାକାଶର ଦୀର୍ଘସ୍ଥାୟୀ ସ୍ଥିରତା ନିମନ୍ତେ ମହାକାଶ ଆବର୍ଜନା ଅଭିବୃଦ୍ଧିକୁ ଧାରଣ କରିବା ପାଇଁ ସମସ୍ତ ଆନ୍ତର୍ଜାତୀୟ ପ୍ରୟାସରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାଏ । ସେ ସୂଚନା ଦେଇଥିଲେ ଯେ, ଇସ୍ରୋ ଇଂଟର ଏଜେନ୍ସି ସ୍ପେସ୍ ଡ୍ରେବିସ୍ କୋଡିନେସନ୍ କମିଟି (ଆଇଡିଏସି), ଆଇଏଏଫ୍ ସ୍ପେସ୍ ଡେବ୍ରିସ୍ ୱାର୍କିଂ ଗ୍ରୁପ୍, ଆଇଏଏ ସ୍ପେସ୍ ଟ୍ରାକିଂ ମ୍ୟାନେଜମେଂଟ ୱାର୍କିଂ ଗ୍ରୁପ୍, ଆଇଏସ୍ଓ ସ୍ପେସ୍ ଡେବ୍ରିସ୍ ୱାର୍କିଂ ଗ୍ରୁପ୍ ଏବଂ ୟୁଏନ୍ସିଓପିୟୁଓଏସ୍ ଦୀର୍ଘସ୍ଥାୟୀ ସ୍ଥିରତା କାର୍ଯ୍ୟ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ – ସମସ୍ତ ଆନ୍ତର୍ଜାତୀୟ ସଙ୍ଗଠନ ମହାକାଶ ଅବାର୍ଜନା ଅଧ୍ୟୟନ ଏବଂ ମହାକାଶ ସ୍ଥିତିଗତ ସଚେତନତା ପାଇଁ ସହଯୋଗ କରୁଛନ୍ତି ।
SSP
(Release ID: 1840877)
Visitor Counter : 204