ନୀତି ଆୟୋଗ
azadi ka amrit mahotsav

ସିଇଓ ଭାବେ ପରମେଶ୍ୱରନ ଆୟାରଙ୍କୁ ସ୍ୱାଗତ କରିଛି ନୀତି ଆୟୋଗ

ପୋଷ୍ଟ କରାଯିବା ଦିନାଙ୍କ: 11 JUL 2022 4:06PM by PIB Bhubaneswar

ନୀତି ଆୟୋଗ ଏହାର ସିଇଓ ଭାବେ ଶ୍ରୀ ପରମେଶ୍ୱରନ ଆୟାରଙ୍କୁ ସ୍ୱାଗତ କରିଛି । ଜଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ୨୫ ବର୍ଷରୁ ଅଧିକ ସମୟର ଅନୁଭବ ସହିତ, ଶ୍ରୀ ଆୟାର ଭାରତର ପ୍ରମୁଖ ୨୦ ଡଲାର ବିଲିୟନ୍‌ର ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟାନ୍ୱୟନର ନେତୃତ୍ୱ ନେଇଥିଲେ, ଯେଉଁଥିରେ ସେ ସଫଳତାପୂର୍ବକ ୫୫୦ ମିଲିୟନ୍ ଲୋକ ମାନଙ୍କୁ ସୁରକ୍ଷିତ ସ୍ୱଚ୍ଛତା ପ୍ରଦାନ କରିଛନ୍ତି ।

“ପୁଣି ଥରେ ଦେଶର ସେବା କରିବା ପାଇଁ ନୀତି ଆୟୋଗର ସିଇଓ ରୂପରେ ଏହି ଅବିଶ୍ୱସନୀୟ ସୁଯୋଗ ମିଳିଥିବାରୁ ମୁଁ ସମ୍ମାନିତ ଏବଂ ବିନମ୍ର । ଏକ ପରିବର୍ତିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବାର ଆଉ ଏକ ସୁଯୋଗ ଦେଇଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଗଭୀର କୃତଜ୍ଞତା ଜଣାଉଛି” ବୋଲି ଶ୍ରୀ ଆୟାର କହିଛନ୍ତି । ଉତରପ୍ରଦେଶ କ୍ୟାଡରର ୧୯୮୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ, ଶ୍ରୀ ଆୟାର ସରକାରୀ ଏବଂ ଘରୋଇ ଉଭୟ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ସେ ୨୦୧୬ – ୨୦ ଅବଧିରେ ନୂଆ ଦିଲ୍ଲୀରେ ଭାରତ ସରକାରଙ୍କ ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟର ସଚିବ ଥିଲେ । 

***

SSP



 

 


(ରିଲିଜ ଆଡି: 1840805) ପରିଦର୍ଶକ କାଉଣ୍ଟର : 281
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Tamil , Telugu