ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭେକ୍ଟର (ରୋଗ ଜୀବାଣୁ) ନିୟନ୍ତ୍ରଣ ଏବଂ ନିରାକରଣ ଅଭିଯାନ ଆରମ୍ଭ କରିବା ପାଇଁ ‘ଜନ ଭାଗିଦାରୀ’’ ମହତ୍ତ୍ବପୂର୍ଣ୍ଣ : ବର୍ଷା ଋତୁ ପୂର୍ବରୁ ରାଜ୍ୟ ମାନଙ୍କୁ ଡ. ମନସୁଖ ମାଣ୍ଡଭିୟଙ୍କ ପରାମର୍ଶ ଆସନ୍ତୁ ଆମେ ନିଜ ଘର ଓ ଚତୁଃପାର୍ଶ୍ଵରୁ ଏହାକୁ ଆରମ୍ଭ କରିବା, ଯଦ୍ବାରା ଅଭିଯାନ ସଫଳ ହେବ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଭେକ୍ଟର ଜନିତ ରୋଗର ନିରାକରଣ ପାଇଁ ଆନ୍ତ-କ୍ଷେତ୍ରୀୟ, ବହୁ-ଭାଗୀଦାରୀ ଏବଂ ବହୁ ସ୍ତରୀୟ ସହଯୋଗକୁ ମଜବୁତ କରିବାକୁ ଆହ୍ବାନ କରିଛନ୍ତି
प्रविष्टि तिथि:
08 JUL 2022 2:19PM by PIB Bhubaneshwar
ଡ. ମନସୁଖ ମାଣ୍ଡଭିୟ ରାଜ୍ୟ ମାନଙ୍କ ଠାରୁ ଲୋକ ଭାଗିଦାରୀ ସହିତ ଲୋକ ଏବଂ ସମୁଦାୟକୁ ପ୍ରେରିତ କରିବା ଏବଂ ଯୋଡ଼ି କରି ଜନ ଅଭିଯାନର ଆରମ୍ଭ କରିବାର ଆହ୍ବାନ କରିଛନ୍ତି, ଯଦ୍ବାରା ଏହା ସୁନିଶ୍ଚିତ କରାଯାଇପାରିବ ଯେ ତାଙ୍କର ଘର, ପରିସର ଏବଂ ପାଖ ପଡ଼ିଶା ମଶା ମୁକ୍ତ ହୋଇପାରିବ। ସେ କହିଛନ୍ତି ଯେ, ‘‘ରୋଗ ଜୀବାଣୁ (ଭେକ୍ଟର) ନିୟନ୍ତ୍ରଣ ଏବଂ ନିରାକରଣକୁ ନେଇ ଜନ ଅଭିଯାନ ଆରମ୍ଭ କରିବା ପାଇଁ ‘‘ଲୋକ ଭାଗିଦାରୀ’’ ମହତ୍ତ୍ବପୂର୍ଣ୍ଣ ଅଟେ। ଆସନ୍ତୁ ଆମେ ଏହା ସୁନିଶ୍ଚିତ କରିବା ପାଇଁ ନିଜର ଘର ଏବଂ ଗୋଷ୍ଠୀ ସହିତ ଏହାକୁ ଆରମ୍ଭ କରିବା ଏବଂ ଆମର ପଡ଼ିଶାରେ ଯେପରି କୌଣସି ରୋଗ ଜୀବାଣୁ ସୃଷ୍ଟି ହେବ ନାହିଁ।’’ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ବିଷୟ ଗୁଡ଼ିକୁ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବର୍ଷା ଋତୁ ପୂର୍ବରୁ 13 ଅଧିକ ପ୍ରଭାବିତ ରାଜ୍ୟ ସହିତ ରୋଗ ଜୀବାଣୁ ଜନିତ ରୋଗର ନିରାକରଣ ଏବଂ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତିର ସମୀକ୍ଷା ବୈଠକ ସମୟରେ କହିଛନ୍ତି। ଏହି ରାଜ୍ୟରେ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା, ଦିଲ୍ଲୀ, ଗୁଜରାତ, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ତାମିଲନାଡ଼ୁ ସାମିଲ୍ ରହିଛନ୍ତି। ଏହି ଭର୍ଚୁଆଲ୍ ସମୀକ୍ଷା ବୈଠକରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ମନିଷ ସିସୋଦିଆ, ବିହାରର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମଙ୍ଗଲ ପାଣ୍ଡେୟ, ତାମିଲନାଡ଼ୁର ସ୍ବାସ୍ଥ୍ୟ ମନ୍ତ୍ରୀ ଥିରୁ ଏମଏମ ସୁବ୍ରମଣ୍ୟମ ଏବଂ ଝାଡ଼ଖଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ବନ୍ନା ଗୁପ୍ତା ସାମିଲ୍ ହୋଇଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ବିଷୟକୁ ଗୁରୁତ୍ବ ପ୍ରଦାନ କରିଛନ୍ତି ଯେ ରୋଗାଣୁ ନିୟନ୍ତ୍ରଣ ଏବଂ ଉନ୍ମୁଳନର ବିଷୟ ପରସ୍ପର ସହିତ ସାମିଲ୍ ଅଟେ ଏବଂ ଏଥିପାଇଁ ଅନ୍ୟ ବିଭାଗ ଗୁଡ଼ିକ ସହିତ ସହଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ଡା. ମାଣ୍ଡଭିୟ ରାଜ୍ୟକୁ ଆନ୍ତ-କ୍ଷେତ୍ରୀୟ ସମନ୍ବୟ ସୁନିଶ୍ଚିତ କରିବା ଏବଂ ଅନ୍ୟ ସମ୍ବନ୍ଧିତ ବିଭାଗ ଯଥା ଜନଜାତି କଲ୍ୟାଣ, ସହରୀ ବିକାଶ (ନାଗରିକ ଆଇନକୁ ଲାଗୁ କରିବା ପାଇଁ), ଗ୍ରାମୀଣ ବିକାଶ (ପିଏମଏୱାଇ-ଜି ଅନ୍ତର୍ଗତ ପକ୍କା ଘରର ନିର୍ମାଣ ପାଇଁ), ଜଳ ଏବଂ ସ୍ବଚ୍ଛତା, ପଶୁ ପାଳନ ଆଦି ସହିତ ମିଶି କାମ କରିବା ପାଇଁ ଆହ୍ବାନ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ରାଜ୍ୟକୁ ପରାମର୍ଶ ଦିଆଯାଇଛି ଯେ ସେମାନେ ଏଥିରେ ଆୟୁଷ୍ମାନ ଭାରତ- ସ୍ବାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ମାମଲାର ଅଧିସୂଚନା, ବିଷୟର ପରିଚାଳନା, ଡ୍ରାଏ ଡେ ର ଅବଲୋକନ ପାଇଁ ଆଇଇସି /ସାମାଜିକ ସଙ୍ଗଠନ ଅଭିଯାନ ମାଧ୍ୟମରେ ଗୋଷ୍ଠୀମାନଙ୍କର ଭାଗିଦାରୀ ସୁନିଶ୍ଚିତ କରିବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପାୟକୁ ଉପଯୋଗ କରିବା ଆଦିକୁ ସାମିଲ୍ କରିବା ଆବଶ୍ୟକ। ସେ ରାଜ୍ୟଗୁଡ଼ିକୁ ରୋଗ ଜୀବାଣୁନାଶକ ଏବଂ ସିଞ୍ଚନ ମେସିନ ଆଦି ସହିତ ଔଷଧ/ରୋଗ ନିରୁପଣର ସଠିକ୍ ସମୟରେ ଉପଲବ୍ଧତା ଏବଂ ଉପଯୁକ୍ତ ବିତରଣ ସୁନିଶ୍ଚିତ କରିବା ପାଇଁ ମଧ୍ୟ କହିଛନ୍ତି। ଏହା ବ୍ୟତୀତ ଡା. ମାଣ୍ଡଭିୟ କହିଛନ୍ତି ଯେ ରାଜ୍ୟକୁ କୌଣସି ପ୍ରକାର ସମସ୍ୟାକୁ ଉପଯୁକ୍ତ ଭାବରେ ସମାଧାନ କରିବା ପାଇଁ ତ୍ବରିତ ପ୍ରତିକ୍ରିୟା ଦଳ (ଆରଆରଟି) ଗଠନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ସମୟବଦ୍ଧ ପରିଣାମ ସହିତ ସୂକ୍ଷ୍ମ ଯୋଜନା ମାଧ୍ୟମରେ ଏନଜିଓ, ସିଏସଓ ଏବଂ ସହାୟତା ଏଜେନ୍ସିଙ୍କ ସହିତ ମିଶି କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ‘‘ଆସନ୍ତୁ ଆମେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସଚେତନ କରାଇବା, ଗୋଷ୍ଠୀକୁ ଏକତ୍ରିତ କରି କିଟ୍, ଔଷଧ ଏବଂ ଅନ୍ୟ ସେବାର ବିତରଣ ପାଇଁ ଡୋର-ଟୁ-ଡୋର ଅଭିଯାନକୁ ଏଥିରେ ସାମିଲ୍ କରିବା।’’ ସେ ଗୁରୁତ୍ବ ପ୍ରଦାନ କରି କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସଂଯୁକ୍ତ ପ୍ରୟାସ ସମ୍ପୂର୍ଣ୍ଣ ଦେଶର ରୋଗ ଜୀବାଣୁ ଜନିତ ରୋଗ (ଭିବିଡି) ର ସମସ୍ୟାକୁ ପ୍ରଭାବୀ ଭାବରେ କମ୍ କରିବା ଏବଂ ସମାପ୍ତ କରିବା ଦିଗରେ ମହତ୍ତ୍ବପୂର୍ଣ୍ଣ ଅଟେ। ଡା. ମାଣ୍ଡଭିୟ କହିଛନ୍ତି ଯେ, ‘‘ଗ୍ରାମ, ବ୍ଲକ୍, ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ଉପଯୁକ୍ତ ଭାବରେ ପ୍ରସ୍ତୁତ କରାଯାଇଥିବା ସୂକ୍ଷ୍ମ ସ୍ତରୀୟ କାର୍ଯ୍ୟ ଯୋଜନା ଗୁଡ଼ିକର ଉପଯୁକ୍ତ ସମୀକ୍ଷା ସହିତ ଲକ୍ଷ୍ୟ ଗୁଡ଼ିକୁ ପୁରା କରିବା ପାଇଁ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିବ।’’
ସ୍ବାସ୍ଥ୍ୟ ମନ୍ତ୍ରୀ ନିଜର ବିଭିନ୍ନ ଜିଲ୍ଲାରେ କେସକୁ କମ୍ କରିବା ଏବଂ ଏହାକୁ ସମାପ୍ତ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଭିନ୍ନ ରାଜ୍ୟର ପ୍ରଶଂସା କରିଛନ୍ତି। ଏହା ବ୍ୟତୀତ ସେ ରାଜ୍ୟଗୁଡ଼ିକୁ ନିଜର ସର୍ବଶ୍ରେଷ୍ଠ ଅଭ୍ୟାସ ଏବଂ ବିଶେଷ ଅଭିଯାନକୁ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ କରିବା ନିମନ୍ତେ ତାହାକୁ ଆଦାନ ପ୍ରଦାନ କରିବାକୁ ଆମନ୍ତ୍ରିତ କରିଛନ୍ତି।
ରାଜ୍ୟ ଗୁଡ଼ିକ ଗୋଷ୍ଠୀର ପରିଚାଳନା ଓ ସହଭାଗୀତା, ଜନ ସଚେତନତା, ସଠିକ୍ ସମୟରେ ଅନୁଧ୍ୟାନ ଏବଂ ଉପଚାର ପାଇଁ ବିଶେଷ ଅଭିଯାନ ଏବଂ ପଦକ୍ଷେପର ଉଦାହରଣ ପ୍ରଦାନ କରିଛନ୍ତି। ସେହିପରି, ରାଜ୍ୟ ଗୁଡ଼ିକୁ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜେଇ (ଜାପାନୀ ଏନ୍ସେଫାଲାଇଟିସ୍), ଲିମ୍ଫାଟିକ୍ ଫାଇଲେରିଆ ଏବଂ କାଲା-ଆଜାର ପରି ବିଭିନ୍ନ ରୋଗ ଜୀବାଣୁ ଜନିତ ରୋଗକୁ ରାଜ୍ୟୱାରୀ ଚାପ ବିଷୟରେ ଜଣାଗଲା। ଏହା ବ୍ୟତୀତ ବିଭିନ୍ନ ରାଜ୍ୟରେ ଉଚ୍ଚ ସ୍ତରରେ ବ୍ୟାପକତା ସହିତ ମାସ ୱାରୀ ସ୍ଥିତିକୁ ମଧ୍ୟ ଉପସ୍ଥାପନ କରାଗଲା। ଭାରତ ସରକାର ଏହି ରୋଗ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସମର୍ପିତ ରହିଛି ଏବଂ 2030 ସୁଦ୍ଧା ମ୍ୟାଲେରିଆ ଏବଂ ଲିମ୍ଫାଟିକ୍ ଫାଇଲେରିଆ ଏବଂ 2023 ସୁଦ୍ଧା କାଲା-ଆଜାର କୁ ସମାପ୍ତ କରିବାର ଲକ୍ଷ୍ୟ ରଖିଛି। ସରକାର ଗାଇଡଲାଇନ୍, ପରାମର୍ଶ, ପ୍ରଭାବର ପ୍ରସ୍ତୁତି ଉପରେ ମହାମାରୀ ବିଜ୍ଞାନ ରିପୋର୍ଟ ଭାବରେ ପ୍ରଯୁକ୍ତି ସହାୟତା ଏନଏଚଏମ୍ ଅନ୍ତର୍ଗତ ବଜେଟ୍ ମାଧ୍ୟମରେ ଆର୍ଥିକ ସହାୟତା, ଅନୁଧ୍ୟାନ ଏବଂ ପର୍ଯ୍ୟବେକ୍ଷଣ, ଆଇଇସି ଅଭିଯାନ ମାଧ୍ୟମରେ ସଚେତନତା ଏବଂ ଏଡ୍ସ, ଟୁବରୋକୁଲୋସିସ୍ ଓ ମ୍ୟାଲେରିଆ (ଜିଏଫଟିଏଏମ୍) ର ପ୍ରତିକାର ପାଇଁ 10 ରାଜ୍ୟକୁ ବିଶ୍ବ ପାଣ୍ଠି ମାଧ୍ୟମରେ ଅତିରିକ୍ତ ସହାୟତା ପ୍ରଦାନ କରୁଛି।
ଭିବିଡି (ରୋଗ ଜୀବାଣୁଜନିତ ରୋଗ) ଜଳବାୟୁ ଏବଂ ପ୍ରକୋପ ଦ୍ବାରା ବଢ଼ିଥାଏ। ଏଥିରେ ଲିମ୍ଫାଟିକ୍ ଫାଇଲେରିଆକୁ ଛାଡ଼ି ସବୁଥିରେ ସାଧାରଣ ଭାବରେ ମନସୁନ୍ ଏବଂ ଏହା ପର ସମୟରେ ପ୍ରଭାବ ବୃଦ୍ଧି ହେବାର ଦେଖାଯାଏ। ରାଷ୍ଟ୍ରୀୟ ଭେକ୍ଟରଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନସିଭିବିଡିସି) ଛଅ ଭିବିଡି (ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନୀ ଏନ୍ସିଫାଲାଇଟିସ୍, ଲିମ୍ପାଟିକ୍ ଫାଇଲେରିଆ, କାଲା-ଆଜାର) ର ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନୀତି /ଗାଇଡଲାଇନ୍ ପ୍ରସ୍ତୁତ କରିବା ସହିତ ପ୍ରଯୁକ୍ତି, ଆର୍ଥିକ ସହାୟତା (ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ୍ ମାନଦଣ୍ଡ ଅନୁସାରେ) ପ୍ରଦାନ କରିଥାଏ।
ଏହି ଭର୍ଚୁଆଲ୍ ସମୀକ୍ଷା ବୈଠକରେ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ମିଶନ୍ ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଏଏସ୍ ଓ ଏମଡି ଶ୍ରୀମତୀ ସିଲା ସିଂ, ମନ୍ତ୍ରଣାଳୟରେ ସଂଯୁକ୍ତ ସଚିବ ଡା. ହରମିତ୍ ସିଂ, ସ୍ବାସ୍ଥ୍ୟ ସେବାର ମହା ନିର୍ଦ୍ଦେଶକ ଡା. ଅତୁଲ ଗୋୟଲ୍ ଏବଂ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ରହିଥିଲେ।
BS
(रिलीज़ आईडी: 1840216)
आगंतुक पटल : 232