ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଚତୁର୍ଦ୍ଦଶ ବ୍ରିକସ ଶିଖର ସମ୍ମିଳନୀରେ ଯୋଗଦେଲେ

Posted On: 24 JUN 2022 10:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଜୁନ ୨୩-୨୪ରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚତୁର୍ଦ୍ଦଶ ବ୍ରିକସ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଭାରତ ଯୋଗଦାନର ନେତୃତ୍ୱ ନେଇଥିଲେ । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଧ୍ୟ ଜୁନ ୨୩ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ । ଶିଖର ସମ୍ମିଳନୀର ଅଣ-ବ୍ରିକସ କ୍ଷେତ୍ରର ବୈଶ୍ୱିକ ବିକାଶ ଉପରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ଜୁନ ୨୪ରେ ଅନୁଷ୍ଠିତ ହୋଇଥିଲା ।

 

ଜୁନ ୨୩ରେ ନେତାମାନେ ଆତଙ୍କବାଦ, ବାଣିଜ୍ୟ, ସ୍ୱାସ୍ଥ୍ୟ, ପାରମ୍ପରିକ ଚିକିତ୍ସା, ପରିବେଶ, ବିଜ୍ଞାନ, ପ୍ରଯୁକ୍ତି ଓ ଅଭିନବକରଣ, କୃଷି, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ କ୍ଷେତ୍ର ଓ ବୈଶ୍ୱିକ ସନ୍ଦର୍ଭର ପ୍ରମୁଖ ପ୍ରସଙ୍ଗ ସମେତ ବହୁପାକ୍ଷିକ ବ୍ୟବସ୍ଥାରେ ସଂସ୍କାର, କୋଭିଡ-୧ ମହାମାରୀ, ବିଶ୍ୱ ଆର୍ଥିକ ସୁଧାର ଆଦି ବିଷୟ ଉପରେ ବିଚାରବିମର୍ଶ କରିଥିଲେ । ପ୍ରଧାନମନ୍ତ୍ରୀ ବି୍ରକସ ପରିଚିତିକୁ ସୁଦୃଢ଼ କରିବା ଏବଂ ବ୍ରିକସ ଦସ୍ତାବିଜ, ବ୍ରିକସ ରେଳପଥ ଗବେଷଣା ନେଟୱର୍କ ନିମନ୍ତେ ଅନଲାଇନ ଡାଟାବେସର ସ୍ଥାପନା ଏବଂ ଏମଏସଏମଇ ମଧ୍ୟରେ ସହଯୋଗକୁ ମଜଭୁତ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଭାରତ ବ୍ରିକସ ଦେଶଗୁଡ଼ିକର ଷ୍ଟାର୍ଟଅପ ମଧ୍ୟରେ ସମ୍ବନ୍ଧ ସୁଦୃଢ଼ ଲାଗି ଚଳିତବର୍ଷ ବ୍ରିକସ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଆୟୋଜନ କରିବ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବ୍ରିକସ ସଦସ୍ୟ ଭାବେ ଆମେ ପରସ୍ପରର ସୁରକ୍ଷା ସଂକ୍ରାନ୍ତ ସମସ୍ୟାଗୁଡ଼ିକୁ ବୁଝିବା ଆବଶ୍ୟକ ଏବଂ ଆତଙ୍କବାଦୀଙ୍କୁ ଚିହ୍ନଟ କରିବାରେ ଆପୋସ ସମର୍ଥନ ପ୍ରଦାନ କରିବା ଉଚିତ ଓ ଏହି ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ ହେବା ଉଚିତ ନୁହେଁ । ଶିଖର ସମ୍ମିଳନୀର ସମାପନ ଅବସରରେ ବ୍ରିକସ ନେତାମାନେ ‘ବେଜିଂ ଘୋଷଣା’କୁ ଆପଣାଇଥିଲେ ।

 

ଜୁନ ୨୪ରେ, ପ୍ରଧାନମନ୍ତ୍ରୀ ଆଫ୍ରିକା, ମଧ୍ୟ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରରୁ କ୍ୟାରିବିୟାନ ପର୍ଯ୍ୟନ୍ତ ଆଦି ସହ ଭାରତର ବିକାଶ ଭାଗୀଦାରିତା ଓ ଏକ ମୁକ୍ତ, ଉନ୍ମୁକ୍ତ, ଅନ୍ତର୍ଭୁକ୍ତି ଏବଂ ନିୟମ-ଆଧାରିତ ସମୁଦ୍ର କ୍ଷେତ୍ର ଉପରେ ଭାରତର ଧ୍ୟାନ, ଭାରତ ମହାସାଗରଠାରୁ ଆରମ୍ଭକରି ପ୍ରଶାନ୍ତ ମହାସାଗର କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତ ଦେଶର ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ ଓ ଏସିଆର ବଡ଼ ଅଂଶ ଭାବେ ବହୁପାକ୍ଷିକ ବ୍ୟବସ୍ଥାରେ ସଂସ୍କାର ଓ ବୈଶ୍ୱିକ ନିଷ୍ପତ୍ତି ଗ୍ରହଣରେ ସମଗ୍ର ଆଫି୍ରକା ଓ ଲାଟିନ ଆମେରିକାର ସ୍ୱର ନ ଥିବା ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ସର୍କୁଲାର ଅର୍ଥ ବ୍ୟବସ୍ଥାର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଥିଲେ ଏବଂ ପ୍ରତିଭାଗୀ ଦେଶଗୁଡ଼ିକର ନାଗରିକଙ୍କୁ ପରିବେଶ ପାଇଁ ଜୀବନଶୈଳୀ (ଲାଇଫ) ଅଭିଯାନରେ ସାମିଲ ହେବା ଲାଗି ଆହ୍ୱାନ ଦେଇଥିଲେ । ଅଂଶଗ୍ରହଣକାରୀ ଅତିଥି ଦେଶଗୁଡ଼ିକ ମଧ୍ୟରେ ଆଲଜେରିଆ, ଆର୍ଜେଣ୍ଟିନା, କାମ୍ବୋଡିଆ, ଇଜିପ୍ଟ, ଇଥିଓପିଆ, ଫିଜି, ଇଣ୍ଡୋନେସିଆ, ଇରାନ, କାଜାଖସ୍ତାନ, ମାଲେସିଆ, ସେନେଗଲ, ଥାଇଲାଣ୍ଡ ଏବଂ ଉଜବେକିସ୍ତାନ ସାମିଲ ଥିଲେ ।

 

ଏହା ପୂର୍ବରୁ, ଜୁନ ୨୨ରେ ବି୍ରକସ ବିଜନେସ ଫୋରମର ଉଦଘାଟନ ସମାରୋହରେ ଦେଇଥିବା ନିଜର ମୁଖ୍ୟ ସମ୍ଭାଷଣରେ ପ୍ରଧାନମନ୍ତ୍ରୀ ବି୍ରକସ ବ୍ୟବସାୟ ପରିଷଦ ଓ ବି୍ରକସ ମହିଳା ବ୍ୟବସାୟ ସଂଗଠନର ପ୍ରଶଂସା କରିଥିଲେ, ଯେଉଁମାନେ କି କୋଭିଡ-୧୯ ମହାମାରୀ ସତ୍ତ୍ୱେ ନିଜ କାର୍ଯ୍ୟ ଜାରି ରଖିଥିଲେ । ପ୍ରଧାନମନ୍ତ୍ରୀ ବ୍ରିକସ ବ୍ୟବସାୟ ସମୁଦାୟଙ୍କୁ ସାମାଜିକ ତଥା ଆର୍ଥିକ ଆହ୍ୱାନ, ଷ୍ଟାର୍ଟଅପ ଓ ଏମଏସଏମଇ ନିମନ୍ତେ ପ୍ରଯୁକ୍ତି ଆଧାରିତ ସମାଧାନ କ୍ଷେତ୍ରରେ ଆହୁରି ସହଯୋଗ କରିବା ଲାଗି ପରାମର୍ଶ ଦେଇଥିଲେ ।

 

SR



(Release ID: 1837221) Visitor Counter : 196