ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଇଆଇଏସ୍‍ସି ବେଙ୍ଗାଲୁରୁ ଠାରେ ମସ୍ତିଷ୍କ ଗବେଷଣା କେନ୍ଦ୍ରର ଉଦଘାଟନ ଏବଂ ବାଗ୍‍ଚୀ ପାର୍ଥସାରଥୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 JUN 2022 2:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଆଇଏସ୍‍ସି ବେଙ୍ଗାଲୁରୁ ଠାରେ ମସ୍ତିଷ୍କ ଗବେଷଣା କେନ୍ଦ୍ରର ଉଦଘାଟନ କରିଛନ୍ତି ଏବଂ ବାଗ୍‍ଚୀ ପାର୍ଥସାରଥୀ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଆଇଆଇଏସ୍‍ସି ବେଙ୍ଗାଲୁରୁ ଠାରେରେ ମସ୍ତିଷ୍କ ଅନୁସନ୍ଧାନ କେନ୍ଦ୍ରର ଉଦଘାଟନ କରି ଖୁସି । ଆନନ୍ଦ ଅଧିକ କାରଣ ମୁଁ ମଧ୍ୟ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି । ମସ୍ତିଷ୍କ ସମ୍ବନ୍ଧୀୟ ବିକୃତିକୁ କିପରି ପରିଚାଳନା କରାଯିବ ସେ ସମ୍ବନ୍ଧରେ ଏହି କେନ୍ଦ୍ର ଗବେଷଣାର ଅଗ୍ରଭାଗରେ ରହିବ ।”

“ଏକ ସମୟରେ ଯେତେବେଳେ ପ୍ରତ୍ୟେକ ରାଷ୍ଟ୍ର ସ୍ୱାସ୍ଥ୍ୟସେବା ପ୍ରତି ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ କରନ୍ତି, ବାଗଚୀ ପାର୍ଥସାରଥୀ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପରି ପ୍ରୟାସ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଭବିଷ୍ୟତରେ ଏହା ସ୍ୱାସ୍ଥ୍ୟସେବା କ୍ଷମତାକୁ ମଜବୁତ କରିବ ଏବଂ ଏହି କ୍ଷେତ୍ରରେ ଅଗ୍ରଗାମୀ ଗବେଷଣାକୁ ଉତ୍ସାହିତ କରିବ ।”

ମସ୍ତିଷ୍କ ଗବେଷଣା କେନ୍ଦ୍ର ଏ କ୍ଷେତ୍ରରେ ଏକ ଅନନ୍ୟ ଗବେଷଣା ସୁବିଧା ଭାବରେ ବିକଶିତ ହୋଇଛି ଏବଂ ବୟସ ସମ୍ବନ୍ଧୀୟ ମସ୍ତିଷ୍କ ବିକୃତିର ପରିଚାଳନା ପାଇଁ ପ୍ରମାଣ ଭିତ୍ତିକ ଜନସ୍ୱାସ୍ଥ୍ୟ ହସ୍ତକ୍ଷେପ ଯୋଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଉପରେ ଧ୍ୟାନ ଦେଇଥାଏ । ଆଇଆଇଏସ୍‍ସି ବେଙ୍ଗାଲୁରୁର କ୍ୟାମ୍ପସରେ ୮୩୨ ଶଯ୍ୟା ବିଶିଷ୍ଟ ବାଗଚୀ ପାର୍ଥସାରଥୀ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ବିକଶିତ ହେବ ଏବଂ ସମ୍ମାନଜନକ ଅନୁଷ୍ଠାନରେ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ମେଡିସିନ୍ ମଧ୍ୟରେ ସମନ୍ୱୟ ରଖିବାରେ ସାହାଯ୍ୟ କରିବ । ଏହା ଦେଶରେ କ୍ଲିନିକାଲ ଗବେଷଣାକୁ ଏକ ପ୍ରମୁଖ ଧରଣର ସହାୟତା ଯୋଗାଇବ ଏବଂ ଅଭିନବ ସମାଧାନ ଖୋଜିବା ଦିଗରେ କାର୍ଯ୍ୟ କରିବ ଯାହା ଦେଶରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

HS


(ରିଲିଜ ଆଡି: 1835552) ପରିଦର୍ଶକ କାଉଣ୍ଟର : 189