ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଗୃହନିର୍ମାଣ ଏବଂ ସହରାଞ୍ଚଳ କାର୍ଯ୍ୟ ମନ୍ତ୍ରଣାଳୟ ସଚିବଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ୨.୦ ଅଧୀନରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ର ଶୁଭାରମ୍ଭ, ଏହି କାର୍ଯ୍ୟକ୍ରମର ଶୀର୍ଷକ ରଖାଯାଇଛି- “ୱେଷ୍ଟ୍‌ ଟୁ ୱେଲ୍‌ଥ”


-ସ୍ୱଚ୍ଛ ସର୍ବେକ୍ଷଣକୁ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଭାବେ ବିକଶିତ କରାଯାଇଛି: ଶ୍ରୀ ମନୋଜ ଯୋଶୀ

-ପୂର୍ବ ସର୍ବେକ୍ଷଣର ୩ଟି ପର୍ଯ୍ୟାୟ ତୁଳନାରେ ଏବେ ୪ ପର୍ଯ୍ୟାୟରେ ଏହାର ମୂଲ୍ୟାଙ୍କନ କରାଯିବ ।

-ସର୍ବେକ୍ଷଣର ଚାରିଗୋଟି ପର୍ଯ୍ୟାୟ ଅତିରିକ୍ତ, ନାଗରିକଙ୍କ ସତ୍ୟପାଠ ଏବଂ ପ୍ରକ୍ରିୟା ସମ୍ପର୍କୀତ ସୁବିଧାସୁଯୋଗଗୁଡ଼ିକର କ୍ଷେତ୍ରୀୟ ସ୍ତରୀୟ ମୂଲ୍ୟାଙ୍କନ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଲାଗୁ କରାଯାଇଥିଲା ।

Posted On: 24 MAY 2022 5:36PM by PIB Bhubaneshwar

କେନ୍ଦ୍ର ଗୃହନିର୍ମାଣ ଏବଂ ସହରାଞ୍ଚଳ କାର୍ଯ୍ୟ ମନ୍ତ୍ରଣାଳୟ ସଚିବ ଶ୍ରୀ ମନୋଜ ଯୋଶୀ ଆଜି ଏଠାରେ ଭର୍ଚୁଆଲ ମୋଡ଼ରେ ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ୨.୦ ଅଧୀନରେ ସ୍ୱଚ୍ଛ ସର୍ବେକ୍ଷଣ (ଏସଏସ) –ଏସଏସ୨୦୨୩ର ଅଷ୍ଟମ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମଗୁଡ଼ିକ ଅଧୀନରେ ରାଜ୍ୟମାନଙ୍କର ସହରାଞ୍ଚଳ ବିକାଶ ବିଭାଗର ପ୍ରମୁଖ ସଚିବ ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳର ରାଜ୍ୟ ମିଶନ ନିଦେ୍ର୍ଦଶକଗଣ, ନଗର ଆୟୁକ୍ତଗଣ ଏବଂ ସହରମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀଗଣ ସାମିଲ ହୋଇଥିଲେ । ଏହି ଅବସରରେ ନିଜର ବକ୍ତବ୍ୟ ରଖି ଶ୍ରୀ ଯୋଶୀ କହିଥିଲେ ଯେ ଚଳିତ ପର୍ଯ୍ୟାୟ କାର୍ଯ୍ୟକ୍ରମର ପ୍ରସଙ୍ଗ “ୱେଷ୍ଟ ଟୁ ୱେଲ୍‌ଥ“ ଭାବେ ଡିଜାଇନ୍‌ କରାଯାଇଛି । ଏସଏସ ୨୦୨୩ର ବହୁବିଧ ପ୍ରବନ୍ଧର ଚତୁର୍ଦ୍ଦିଗରେ ଉପଲବ୍ଧ କରାଯିବା ସକାଶେ ଏହାକୁ ପ୍ରସ୍ତୁତ କରାଯାଇଛି । ତୃତୀୟ ପର୍ଯ୍ୟାୟ ସର୍ବେକ୍ଷଣ ଆର- ଡୁ୍ୟସ୍‌ ରିସାଇକ୍ଲ ଆଣ୍ଡ ରିୟୁଜ୍ର ସିଦ୍ଧାନ୍ତକୁ ଏଥିରେ ପ୍ରାଥମିକତା ପ୍ରଦାନ କରାଯାଇଛି । ଅର୍ଥାତ୍‌, ବର୍ଜ୍ୟ ପରିମାଣକୁ କମ୍‌ କର, ଏହାର ପୁନଃଚକ୍ରଣ କର ଏବଂ ଏହାର ପୁନଃ ଉପଯୋଗ କର ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବକ୍ତବ୍ୟ ପ୍ରଦାନ କରି ଶ୍ରୀ ମନୋଜ ଯୋଶୀ କହିଲେ ଯେ ସ୍ୱଚ୍ଛତା ସର୍ବେକ୍ଷଣ କେବଳ ଏକ ମୂଲ୍ୟାଙ୍କନ ଉପକରଣ ନୁହେଁ ବରଂ ଏହା ଏକ ପ୍ରକାର ପ୍ରେରଣାଦାୟୀ ସାଧନ ଭାବେ ଡିଜାଇନ୍‌ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସର୍ବବୃହତ୍‌ ସର୍ବେକ୍ଷଣ ଭାବେ ବିବେଚିତ ଏହି କାର୍ଯ୍ୟକ୍ରମ ଅଧୀନରେ କ୍ଷେତ୍ରୀୟ ସ୍ତରରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିବ ବୋଲି ଆଶା ରଖାଯାଇଛି । ଏହାକୁ ଦେଶର ସହରାଞ୍ଚଳରେ ଅତି ଉତ୍ତମ ଭାବେ ରୂପାୟନ କରାଯାଇପାରିବ । ସେ କହିଲେ ଯେ ସ୍ୱଚ୍ଛତା ସର୍ବେକ୍ଷଣ କେବଳ ଶୀର୍ଷ ରୂପାୟନକାରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଅପରନ୍ତୁ କମ୍‌ ଉପଲବ୍ଧ ହାସଲକାରୀମାନଙ୍କ ନିମନ୍ତେ ଏହା ଅଧିକ ମହତ୍ତ୍ୱପୂର୍ଣ୍ଣ ଭାବେ ସାବ୍ୟସ୍ତ ହୋଇପାରିବ । ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ନେଇ ଆଗକୁ ବଢ଼ିବାକୁ ଇଚ୍ଛୁକ ଥିବେ ଏବଂ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିବ ସେମାନଙ୍କୁ ଆବଶ୍ୟକ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ । ଶ୍ରୀ ଯୋଶୀ କହିଲେ ଯେ ସ୍ୱଚ୍ଛତା ସର୍ବେକ୍ଷଣର ମାପଦଣ୍ଡକୁ ଏହା ଅଧୀନରେ ଡିଜାଇନ କରାଯାଇଛି । ବିଶେଷ କରି ବର୍ତ୍ତମାନ ସ୍ଥିତିରେ, ଅର୍ଥାତ୍‌, ସମସ୍ତଙ୍କୁ ଏକ ନୂତନ ମାର୍ଗ ପ୍ରଦାନ କରି ଆଗକୁ ବଢ଼ିବା ନିମନ୍ତେ ଏହା ପର୍ଯ୍ୟାପ୍ତ ପ୍ରେରଣା ଯୋଗାଇପାରିବ ଯାହା ଫଳରେ ବର୍ଷତମାମ ସର୍ବତ୍ର ସ୍ୱଚ୍ଛତା କାଏମ ରହିପାରିବ । ନାଗରିକମାନେ ଗ୍ରହଣ କରିବାକୁ ଥିବା ପଦକ୍ଷେପ ଉପରେ ଗୁରୁତ୍ୱ ଆରୋପ କରି ଶ୍ରୀ ଯୋଶୀ କହିଲେ ଯେ ଏ ଦିଗରେ ସ୍ୱତନ୍ତ୍ର ଏବଂ ସ୍ପଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ ଅତ୍ୟନ୍ତ ମହତ୍ତ୍ୱ ବହନ କରେ । କାରଣ ଦେଶର ଯେକୌଣସି ସ୍ଥାନରେ ନାଗରିକମାନେ ଅବସ୍ଥାନ କରୁଥାଆନ୍ତୁ ନା କାହିଁକି ସେମାନେ ଏକ ସ୍ୱଚ୍ଛ ବାତାବରଣ ହିଁ ଆଶା କରିଥାନ୍ତି ଏବଂ ଏହା ପାଇବା ନିମନ୍ତେ ସେମାନେ ହକ୍‌ଦାର ।

ବିଗତ ବର୍ଷମାନଙ୍କରେ ସ୍ୱଚ୍ଛ ସର୍ବେକ୍ଷଣ ବିଶ୍ୱର ସବୁଠାରୁ ବଡ଼ ସହରାଞ୍ଚଳ ସ୍ୱଚ୍ଛତା ସର୍ବେକ୍ଷଣ ଭାବେ ମୁଣ୍ଡ ଟେକିଛି । ସ୍ୱଚ୍ଛ ସର୍ବେକ୍ଷଣର ସପ୍ତମ ଆୟୋଜନ - ‘ସ୍ୱାଧୀନତା ଅ୭୫ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨’ ଏକ ଐତିହାସିକ ସର୍ବେକ୍ଷଣ ଭାବେ ସାବ୍ୟସ୍ତ ହୋଇଥିଲା । କାରଣ ଏହା ସ୍ୱାଧୀନତାର ଅମୃତ ମହୋତ୍ସବ ସହିତ ରୂପାୟନ କରାଯାଇଥିଲା । ସ୍ୱଚ୍ଛତା ସର୍ଭେ ୨୦୨୨ ସର୍ବେକ୍ଷଣରେ ୪,୩୫୫ଟି ସହର, ୮୫,୮୬୦ଟି ୱାର୍ଡ, ୨.୧୨ ଲକ୍ଷ ସ୍ଥାନରେ ବୁଲା ଯାଇଥିଲା । ୫.୫ ଲକ୍ଷ ନଥିର ମୂଲ୍ୟାଙ୍କ ନରାଯାଇଥିଲା, ୧.୧୪ କୋଟି ନାଗରିକଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା, ୪.୭୭ ଲକ୍ଷ ନାଗରିକଙ୍କୁ ସତ୍ୟପାଠ କରାଯାଇଥିଲା, ୨୩.୩୮ଲକ୍ଷ ଫଟୋ ଏବଂ ଭିଡିଓ ସାକ୍ଷୀ ଭାବେ ଏକତ୍ରିତ କରାଯାଇଥିଲା ଏବଂ ୧୭.୨୪ ଲକ୍ଷ ଡାଟା ପଏଣ୍ଟ ଏକତ୍ରିତ କରାଯାଇଥିଲା । ଏସଏସ ୨୦୨୨ ସର୍ବେକ୍ଷଣ ଇତ୍ୟବସରେ ସଂପୂର୍ଣ୍ଣ ହୋଇସାରିଛି ଏବଂ ଏହାର ପରିଣାମ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

ଏଥିରେ ଲକ୍ଷ୍ୟ କରାଯାଇଛି ଯେ ଯେତେବେଳେ ଏସ ଏସ ସର୍ବେକ୍ଷଣ ଆରମ୍ଭ କରାଯାଇଥିଲା, ସେତେବେଳେ ସହରମାନଙ୍କ ଦ୍ୱାରା କରାଯାଉଥିବା ଗତିବିଧିର ସ୍ତର ବୃଦ୍ଧି ପାଇଥିଲା ଏବଂ ସର୍ବେକ୍ଷଣ କରାଯାଉଥିବା ମାସରେ କେବଳ ସହର ସଫାସୁତୁରା ଦିଶୁଥିଲା । ସେଥିପାଇଁ ଏସଏସ ୨୦୨୩ରେ, ପୂର୍ବବର୍ତ୍ତୀ ଆୟୋଜନ ସମୟରେ ତୃତୀୟ ସ୍ତର ପରିବର୍ତ୍ତେ ଚାରି ସ୍ତରରେ ଏହାର ମୂଲ୍ୟାଙ୍କନ କରାଯିବ ଏବଂ ଚତୁର୍ଥ ସ୍ତର ପରିବର୍ତ୍ତେ ତୃତୀୟ ସ୍ତରରେ ନାଗରିକମାନଙ୍କ ସତ୍ୟପାଠ ଏବଂ ପ୍ରସଂସ୍କରଣ ସୁବିଧାର କ୍ଷେତ୍ରୀୟ ମୂଲ୍ୟାୟନ ଆରମ୍ଭ କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଜ୍ୟମୁକ୍ତ ସହର ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ୨୦୨୧ ମସିହା ଅକ୍ଟୋବର ୧ ତାରିଖ ଠାରୁ ସ୍ୱଚ୍ଛ ଭାରତ ମିଶନ ୨.୦ର ଶୁଭାରମ୍ଭ କରାଯାଇଥିଲା । ଏସଏସ ୨୦୨୩ର ଥିମ “ୱେଷ୍ଟ ଟୁ ୱେଲ୍‌ଥ” ରଖାଯାଇଛି ଏବଂ ଏହା ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ୨.୦ର ପରିବର୍ଦ୍ଧିତ ପ୍ରବନ୍ଧନ ସର୍କୁଲାରିଟିକୁ ସମ୍ପ୍ରସାରିତ କରିବାର ପ୍ରତିବଦ୍ଧତାର ଅନୁରୂପ ଅଟେ । ଏହି ମିଶନ ଅଧୀନରେ ଥିବା ପ୍ରମୁଖ ଉଦେ୍ଦଶ୍ୟଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ । ଏସଏସ ୨୦୨୩ରେ ବର୍ଜ୍ୟ ଉତ୍ସର ପୃଥକୀକରଣ, ଅପଶିଷ୍ଟ ଉତ୍ପାଦନ ଯାହାକି ବର୍ଜ୍ୟଖାନା ପାଇଁ ଉଦ୍ଦିଷ୍ଟ ସେସବୁର ପ୍ରକ୍ରିୟାକରଣ ନିମନ୍ତେ ବର୍ଜ୍ୟ ପ୍ରସଂସ୍କରଣ କ୍ଷମତା ବୃଦ୍ଧି ଏବଂ ଡମ୍ପ୍‌ ସାଇଟ୍‌କୁ ଯିବାକୁ ଥିବା ବର୍ଜ୍ୟକୁ କମ୍‌ କରିବା ନିମନ୍ତେ ଅଧିକ ଗୁରୁତ୍ୱ ଆରୋପ କରାଯିବ । ସେହିଭଳି ପ୍ଲାଷ୍ଟିକକୁ ପର୍ଯ୍ୟାୟକ୍ରମିକ ଭାବେ କମ୍‌ କରିବା, ପ୍ଲାଷ୍ଟିକ୍‌ ବର୍ଜ୍ୟର ପ୍ରକ୍ରିୟାକରଣ, ବର୍ଜ୍ୟକୁ ୱଣ୍ଡର ପାର୍କ ନିମନ୍ତେ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଜିରୋ ବର୍ଜ୍ୟ ଆୟୋଜନ ଉପରେ ଗୁରୁତ୍ୱ ପ୍ରଦାନ କରିବାଠାରୁ ନେଇ ଅତିରିକ୍ତ ୱେଟେଜ୍‌ ସଂକେତକମାନ ଜାରି କରାଯାଇଛି ।

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ମାଧ୍ୟମରେ ସହର ଭିତରେ ଥିବା ୱାର୍ଡ ରାଙ୍କିଙ୍ଗ୍‌କୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ସହରମାନଙ୍କର ମେୟରମାନଙ୍କୁ ଏହି ର୍ୟାଙ୍କିଙ୍ଗ୍‌ରେ ଭାନ ନେବା ଏବଂ ସବୁଠାରୁ ସ୍ୱଚ୍ଛ ୱାର୍ଡ଼କୁ ସମ୍ମାନିତ କରିବା ସକାଶେ ପ୍ରୋତ୍ସାହିତ କରାଯାଉଛି । ଉପରୋକ୍ତ କାର୍ଯ୍ୟକ୍ରମ ବ୍ୟତୀତ ସହରମାନଙ୍କୁ ‘ମୁକ୍ତାକାଶ ଶୌଚ’ (ୟେଲୋ ସ୍ପଟ୍‌) ଏବଂ ‘ସର୍ବସାଧାରଣ ସ୍ଥାନରେ ଛେପଖଙ୍କାର ପକାଇବା’ (ରେଡ଼ ସ୍ପଟ୍‌) ପ୍ରସଙ୍ଗରେ ସମର୍ପିତ ସଂକେତ ଉପରେ ମୂଲ୍ୟାଙ୍କନ କରାଯିବ । ଏବେ ସବୁ ସହରକୁ ଏହାର ସମ୍ମୁଖୀନ ହେବାକୁ ପଡ଼ିବ । ଏହା ବ୍ୟତୀତ, ଚଳିତ ବର୍ଷ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଆବାସିକ ଏବଂ ବ୍ୟବସାୟିକ କ୍ଷେତ୍ରର ପଛପଟ ଗଳିଗୁଡ଼ିକୁ ସଫାସୁତରା ରଖିବ ଉପରେ ମଧ୍ୟ ଗୁରୁତ୍ୱାରୋପ କରିବେ । 

ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ସହରାଞ୍ଚଳର ସ୍ୱଚ୍ଛତା ସ୍ଥିତିରେ ସୁଧାର ଆଣିବା ନମନ୍ତେ ସହରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ବ୍ୟାପକ ଭାବେ ନାଗରିକମାନଙ୍କୁ ଏଥିରେ ଭାଗ ନେବା ଲାଗି ପ୍ରୋତ୍ସାହିତ କରିବା ନିମନ୍ତେ ଏକ ପ୍ରତିସ୍ପର୍ଦ୍ଧି ଢ଼ାଂଚା ଭାବେ ସ୍ୱଚ୍ଛ ସର୍ବେକ୍ଷଣ ୨୦୧୬ର ଶୁଭାରମ୍ଭ କରାଯାଇଥିଲା । ସହରମାନଙ୍କରେ ସ୍ୱଚ୍ଛ ସର୍ବେକ୍ଷଣ ମିଶନକୁ ଗତି ଦେବା ନିମନ୍ତେ ବର୍ଷ ବର୍ଷ ଧରି ଏହି କାର୍ଯ୍ୟକ୍ରମ ସହାୟକ ହୋଇଆସିଛି । ଏହା ଫଳରେ ସହର ଭିତରେ ସ୍ୱଚ୍ଛତା ମାନକ ଉପରେ ନିଜର ନିଷ୍ପାଦନରେ ସୁଧାର ଆଣିବା ଲାଗି ଏକ ସୁଦୃଢ଼ ପ୍ରତିସ୍ପର୍ଦ୍ଧି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ଦ୍ୱାରା ନାଗରିକମାନଙ୍କୁ ସ୍ୱଚ୍ଛତା ସେବା ପ୍ରଦାନରେ ସୁଧାର ଅଣାଯାଇପାରିଛି । ୨୦୧୬ ମସିହାରେ ଦେଶର କେବଳ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟାବିଶିଷ୍ଟ ୭୩ଟି ସହରରେ ଏହି ସ୍ୱଚ୍ଛତା ସର୍ବେକ୍ଷଣ ଯାତ୍ରା ଆରମ୍ଭ କରାଯାଇଥିଲା । ୨୦୧୭ ମସିହାରେ ଏହା ୪୩୪ଟି ସହର, ୨୦୧୮ରେ ୪,୨୦୩ଟି ସହର, ୨୦୧୯ରେ ୪,୨୩୭ଟି ସହର, ୨୦୨୦ରେ ୪,୨୪୨ଟି ସହର, ଏସଏି ୨୦୨୧ରେ ୪,୩୨୦ଟି ସହର ଏବଂ ୨୦୨୨ରେ ୬୨ଟି ବୋର୍ଡ ସହିତ ୪,୩୫୫ଟି ସହରରେ ଏହି ସର୍ବେକ୍ଷଣ କାର୍ଯ୍ୟକାରୀ କରାଯାଇଛି । 

‘ୱେଷ୍ଟ ଟୁ ୱେଲ୍‌ଥ’ ପ୍ରସଙ୍ଗ ସହିତ ଏସଏସ ୨୦୨୩ର ଶୁଭାରମ୍ଭ ମାଧ୍ୟମରେ ସ୍ୱଚ୍ଛ ଭାରତ ମିଶିନ ସହରାଞ୍ଚଳ ୨.୦ ମାଧ୍ୟମରେ ବର୍ଜ୍ୟ କଞ୍ଚନ ପ୍ରାପ୍ତିର ଅପାର ସମ୍ଭାବନାର ଲାଭ ଉଠାଇବା ସହିତ, ଅତିରିକ୍ତ ପ୍ରବନ୍ଧନ ମାଧ୍ୟମରେ ଏକ ସର୍କୁଲାର ଅର୍ଥ ବ୍ୟବସ୍ଥା ଦିଗରେ ବଢ଼ିବା ଲାଗି ପ୍ରତିବଦ୍ଧତାକୁ ଦୋହରାଯାଇଛି ।

ଏ ସଂପର୍କରେ ନିୟମିତ ଭାବେ ସବିଶେଷ ବିବରଣୀ ପ୍ରାପ୍ତ ହେବା ନିମନ୍ତେ, ଅନୁଗ୍ରହ ପୂର୍ବକ ସ୍ୱଚ୍ଛ ଭାରତ ମିଶନର ସରକାରୀ ୱେସସାଇଟ୍‌ ଏବଂ ସୋସିଆଲ ମିଡି୍ରଆ ପ୍ରପର୍ଟିକୁ ଫଲୋ କରନ୍ତୁ:

Website: https://sbmurban.org/

Facebook: Swachh Bharat Mission - Urban | Twitter: @SwachhBharatGov 

Instagram: sbm_urban |   Youtube: Swachh Bharat Urban 

 

SS/MB



(Release ID: 1828184) Visitor Counter : 153