ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଅଷ୍ଟମ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦର ଯାଦବ


ବ୍ରିକ୍ସ ନେତୃତ୍ୱାଧୀନ ପଦକ୍ଷେପଗୁଡିକ ସମସ୍ତ ରାଷ୍ଟ୍ରର ସ୍ୱେଚ୍ଛାକୃତ ଆଭିମୁଖ୍ୟ ହେବା ଉଚିଚ: ଶ୍ରୀ ଭୁପେନ୍ଦର ଯାଦବ

ବ୍ରିକ୍ସ ଦେଶଗୁଡିକ ସୌର ଶକ୍ତି, ଶିଳ୍ପ ପରିବର୍ତ୍ତନ, ଭିତ୍ତିଭୂମି ଏବଂ ଜଳବାୟୁ ସହନଶୀଳତା କ୍ଷେତ୍ରରେ ସହଯୋଗ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ଜରୁରୀ : ଶ୍ରୀ ଭୁପେନ୍ଦର ଯାଦବ

Posted On: 20 MAY 2022 8:00PM by PIB Bhubaneshwar

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଆଜି ଅଷ୍ଟମ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିଛନ୍ତି ଚୀନ୍ଅଧ୍ୟକ୍ଷତାରେ ଭର୍ଚୁଆଲ ଜରିଆରେ ଏହି ସଭା ଅନୁଷ୍ଠିତ ହୋଇଥିଲା   ଏହି ବୈଠକର ବିଷୟବସ୍ତୁ ଥିଲା ଉଚ୍ଚ-ଗୁଣାତ୍ମକ ବ୍ରିକ୍ସ ସହଭାଗୀତା, ଆର୍ନ୍ତଜାତିକ ବିକାଶ ପାଇଁ ଏକ ନୂତନ ଯୁଗରେ ପଥପ୍ରଦର୍ଶକ.”  ବ୍ରାଜିଲ, ଋଷ ଏବଂ ଦକ୍ଷିଣ ଆଫ୍ରିକାର ମନ୍ତ୍ରୀ ଏବଂ ପ୍ରତିନିଧୀମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ

ବୈଠକରେ ଉଦବୋଧନ ଦେଇ ବିଶ୍ୱ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନକୁ ମୁକାବିଲା କରିବା ସହିତ ମନ୍ତ୍ରୀ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ମହତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ ଶ୍ରୀ ଯାଦବ ଅଙ୍ଗାରକାମ୍ଳ ବଜେଟ୍ ଖର୍ଚ୍ଚ ପାଇଁ ବିକଶିତ ଦେଶଗୁଡିକର ଐତିହାସିକ ଦାୟିତ୍ୱ; ଜଳବାୟୁ କାର୍ଯ୍ୟ ଏବଂ ସ୍ଥାୟୀ ବିକାଶରେ ସମସ୍ତ କ୍ଷେତ୍ରରେ ସମାନତା; ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବାରେ ଜୀବନଶୈଳୀ ଏବଂ ଅସ୍ଥାୟୀ ବ୍ୟବହାରକୁ ରୋକିବା; ସାଧାରଣ କିନ୍ତୁ ଭିନ୍ନ ଭିନ୍ନ ଦାୟିତ୍ୱବୋଧ ଏବଂ ସମ୍ମାନଜନକ କ୍ଷମତା (ସିବିଡିଆର-ଆରସି); ଜାତୀୟ ପରିସ୍ଥିତି ଏବଂ ପ୍ରାଥମିକତା; ଜଳବାୟୁ ନ୍ୟାୟ; ଜଳବାୟୁ ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଉପରେ ବିକଶିତ ଦେଶଗୁଡିକ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକର ପୂରଣ ଉପରେ ଆଲୋକପାତ କରିଥିଲେ

ଭାରତର ଜଳବାୟୁ କାର୍ଯ୍ୟକୁ ଉଲ୍ଲେଖ କରି କେନ୍ଦ୍ର ପରିବେଶ ମନ୍ତ୍ରୀ କହିଛନ୍ତି ଯେ ବ୍ରିକ୍ସ ନେତୃତ୍ୱାଧୀନ ପଦକ୍ଷେପଗୁଡିକ ଦେଶ ପରିଚାଳିତ ଏବଂ ସ୍ୱେଚ୍ଛାକୃତ ଭାବରେ ହେବା ଉଚିତ ଏବଂ ଆନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷୀୟତାର ଆବଶ୍ୟକତା ଉପରେ ଆଲୋକପାତ କରିଛି

ସବୁଜ ଏବଂ ନିମ୍ନ ଅଙ୍ଗାରକାମ୍ଳ ବିକାଶକୁ ସୁଗମ କରିବା ପାଇଁ ହାତ ମିଳାଇବା ଉପରେ ଆଲୋଚନା ସମୟରେ ମନ୍ତ୍ରୀ କହିଛନ୍ତି ଯେ ସ୍ଥିର ଏବଂ ନିମ୍ନ ଅଙ୍ଗାରକାମ୍ଳର ବିକାଶରେ ବିଦ୍ୟମାନ ବ୍ରିକ୍ସ ପଦକ୍ଷେପ ମଧ୍ୟ ସହାୟକ ହୋଇପାରିବ ସୌର ଶକ୍ତି, ଶିଳ୍ପ ପରିବର୍ତ୍ତନ, ଭିତ୍ତିଭୂମି ଏବଂ ଜଳବାୟୁ ସ୍ଥିରତା ହେଉଛି କ୍ଷେତ୍ର, ଯେଉଁଠାରେ ବ୍ରିକ୍ସ ଦେଶ ସହଯୋଗକୁ ଅନୁସନ୍ଧାନ କରିପାରନ୍ତି

ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବ୍ୟାପକ ଆଲୋଚନା ପରେ ଏହି ବୈଠକରେ ଅଷ୍ଟମ ବ୍ରିକ୍ସ ପରିବେଶ ମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ମିଳିତ ବିବୃତ୍ତି ଗ୍ରହଣ କରାଯାଇଥିଲା

HS



(Release ID: 1827083) Visitor Counter : 116


Read this release in: English , Urdu , Hindi , Kannada