ପୋଷ୍ଟ କରାଯିବା ଦିନାଙ୍କ:
19 MAY 2022 12:06PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଦୋଦରାର କରେଲିବାଗ ପକ୍ଷରୁ ଆୟୋଜିତ ଯୁବ ଶିବିରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । କୁଣ୍ଡଲଧାମର ଓ ଭଦୋଦରାର କରେଲିବାଗ ସ୍ୱାମୀ ନାରାୟଣ ମନ୍ଦିର ଏହି ଶିବିରର ଆୟୋଜନ କରିଥିଲେ ।
ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ପୁରାଣ ଶାସ୍ତ୍ର ଅବିରତ ଚରିତ୍ରବାନ ଗଠନ ପ୍ରତ୍ୟେକ ସମାଜର ମୂଳପିଣ୍ଡ ବୋଲି ଶିକ୍ଷା ଦେଇଛି । ସେ କହିଥିଲେ ଆଜିର ଶିବିର ଆୟୋଜନ କେବଳ ଯୁବଶକ୍ତି ମଧ୍ୟରେ ଉତ୍ତମ ସଂସ୍କାର ଭାବନା ଆଣିବ ନାହିଁ ବରଂ ଦେଶ ଓ ସମାଜର ପରିଚୟ, ଗର୍ବର ପୁନଃ ଜାଗରଣ ପାଇଁ ଏହା ଏକ ପ୍ରାକୃତିକ ପୟାସ ।
ପ୍ରଧାନମନ୍ତ୍ରୀ ଏକ ନୂତନ ଭାରତ ଗଠନ ନିମନ୍ତେ ଏକ ସାମୂହିକ ସଂକଳ୍ପ ଆହ୍ୱାନ ଜଣାଇଥିଲେ । ଏପରି ଏକ ନବଭାରତ ଯାହାର ପରିଚୟ ହେବ ନୂତନ ଆଗକୁ ଆଗେଇବା ପାଇଁ ପ୍ରସ୍ତୁତ । ତେବେ ଏହା ପ୍ରାଚୀନ ପରମ୍ପରା ସହ ଓତଃପ୍ରୋତ ହେବା ବିଧେୟ । ଏକ ନୂତନ ଭାରତ ଯିଏ ଉଭୟ ନବୀନ ଭାବନା ଓ ପୁରାତନ ସଂସ୍କୃତିର ସମ୍ମିଶ୍ରଣରେ ଆଗେଇ ସମଗ୍ର ମାନବଜାତିକୁ ଦିଗଦର୍ଶନ ଦେବ । ଯେତେବେଳେ ଯେଉଁଠି ଆହ୍ୱାନ ଆସିଛି, ଭାରତ ଆଶାର ସହ ତାର ମୁକାବିଲା କରିଛି ଓ ଯେତେବେଳେ ସମସ୍ୟା ଆସିଛି, ଭାରତ ସମାଧାନ ପନ୍ଥା ବାହାର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
କରୋନାର ଜଟିଳ ପରିସ୍ଥିତି ମଧ୍ୟରେ ଭାରତ ବିଶ୍ୱକୁ ଔଷଧପତ୍ର ଓ ଟିକା ଯୋଗାଇଛି । ଯୋଗାଣ ବ୍ୟବସ୍ଥା ବିଧ୍ୱସ୍ତ ହେବା ବେଳେ ବୈଶ୍ୱିକ ଅରାଜକତା ଓ ବିପତ୍ତି କାଳରେ ମଧ୍ୟ ଏକ ସମର୍ଥ ଦେଶର ଭୂମିକା ତୁଲାଇବାରୁ ଆଜି ବିଶ୍ୱରେ ଭାରତ ଏକ ନୂତନ ଆଶା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସମଗ୍ର ମାନବଜାତିକୁ ଯୋଗର ପଥ ଦେଖାଇଛୁ, ଆମେ ଆୟୁର୍ବେଦର ଶକ୍ତିରେ ପ୍ରବର୍ତ୍ତନ କରିଛୁ । ଜନସାଧାରଣଙ୍କ ସହଯୋଗ ବୃଦ୍ଧି ଯୋଗୁଁ ଆଜି ସରକାରଙ୍କ କାର୍ଯ୍ୟକରିବା ଶୈଳୀ ଓ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଭାରତ ଯୁବଶକ୍ତିର ନେତୃତ୍ୱରେ ଆଜି ବିଶ୍ୱରେ ଭାରତ ତୃତୀୟ ବୃହତ ଷ୍ଟାର୍ଟଅପ ପଦ୍ଧତି ଭାବେ ଉଭା ହୋଇଛି । ସଫ୍ଟୱେୟାର ଠାରୁ ମହାକାଶ ପର୍ଯ୍ୟନ୍ତ ଆମେ ନୂତନ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛୁ । ଆମ ପାଇଁ ସଂସ୍କାର ଅର୍ଥ ହେଲା ଶିକ୍ଷା, ସେବା ଓ ସମ୍ବେଦନଶୀଳତା । ଆମ ପାଇଁ ସଂସ୍କାର ଅର୍ଥ ଉତ୍ସର୍ଗ, ସଂକଳ୍ପ ଓ ଶକ୍ତି । ଚାଲନ୍ତୁ ଆମେମାନେ ନିଜକୁ ଉନ୍ନୀତ କରିବା । ହେଲେ ଆମର ଉନ୍ନୀତ ହେବା ଅନ୍ୟମାନଙ୍କ କଲ୍ୟାଣର ମାଧ୍ୟମ ହେବା ଉଚିତ । ଆମେ ସଫଳତାର ଶିଖର ଛୁଇଁଲେ ମଧ୍ୟ ତାହା ସମସ୍ତଙ୍କ ସେବା ନିମନ୍ତେ ଉଦ୍ଦିଷ୍ଟ ହେବା ଆବଶ୍ୟକ । ଏହା ହିଁ ଭଗବାନ ସ୍ୱାମୀ ନାରାୟଣଙ୍କ ନୀତିଶିକ୍ଷା ଓ ଭାରତୀୟ ପ୍ରକୃତି ମଧ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଭଦୋଦରା ସହ ତାଙ୍କ ଦୀର୍ଘ ସମ୍ପର୍କର ଅବତାରଣା କରିବା ତଥା ତାଙ୍କର ବ୍ୟକ୍ତିଗତ ଓ ରାଜନୀତିକ ଜୀବନରେ ସେହି ସ୍ଥାନର ମହତ୍ୱ ଉପରେ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଏକତାର ପ୍ରତିମୂର୍ତ୍ତି ପାଇଁ ଭଡୋଦୋରା ବିଶ୍ୱରେ ଆକର୍ଷର ବିନ୍ଦୁ ପାଲଟିଛି । ସେହିପରି ପଭଗଧ ମନ୍ଦିର ମଧ୍ୟ ଦୁନିଆ ସାରା ଲୋକଙ୍କୁ ଏଠାକୁ ଆକର୍ଷିତ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସ୍କାର ନଗରୀ ଭଡୋଦୋରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିବାରେ ଲାଗିଛି, କାରଣ ଭଡୋଦୋରାରେ ନିର୍ମିତ ମେଟ୍ରୋ କୋଚ ବିଶ୍ୱବ୍ୟାପୀ ଆଦୃତ ହୋଇଛି ଓ ଏହାହିଁ ତାହାର ଶକ୍ତି । ଆମେ ଦେଶ ସ୍ୱାଧୀନତା ସଂଗ୍ରାମରେ ମୃତ୍ୟୁ ଲଭିବାକୁ ସୁଯୋଗ ପାଇନଥିଲେ ମଧ୍ୟ ଆମେ ଦେଶ ପାଇଁ ବଞ୍ଚିରହିବୁ । ଅଗଷ୍ଟ ୧୫, ୨୦୨୩ ପର୍ଯ୍ୟନ୍ତ ଆମେ ଟଙ୍କା ଦେଣନେଣ ପ୍ରତ୍ୟକ୍ଷ ଭାବେ ନକରି ଡିଜିଟାଲ ମାଧ୍ୟମରେ କରିପାରିବା କି ବୋଲି ପ୍ରଶ୍ନ କରିଥିଲେ । ଆପଣ ମାନଙ୍କ ସାମାନ୍ୟ ଅବଦାନ ଛୋଟ ବ୍ୟବସାୟୀ ଓ ବିକ୍ରେତାଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିବ । ସେହିପରି ସ୍ୱଚ୍ଛତା ଓ ପ୍ଲାଷ୍ଟିକର ଏକକ ବ୍ୟବହାର ସହ ଅପପୁଷ୍ଟି ରୋକିବା ନେଇ ଶପଥ ମଧ୍ୟ ନିଆଯାଇପାରିବ ।
କାଶୀର ଘାଟ ସଫା ଅଭିଯାନରେ ସାମିଲ ଜଣେ ନାଗାଲାଣ୍ଡ ଝିଅ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏକୁଟିଆ ଆରମ୍ଭ କରିଥିଲେ ମଧ୍ୟ ବହୁ ଲୋକ ତା ସହ ସାମିଲ ହେଲେ । ଏହା ସଂକଳ୍ପର ଏକ ଦୃଷ୍ଟାନ୍ତ । ସେହିପରି ଦେଶକୁ ସାହାଯ୍ୟ କରିବା ପାଇଁ ବିଦ୍ୟୁତ ବଞ୍ଚାଇବା ଓ ପ୍ରାକୃତିକ କୃଷି ଆପଣାଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
SM/DD