ଆୟୁଷ

ଭାରତୀୟ ଖାଦ୍ୟ ନିରାପତା ଏବଂ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ଏବଂ ଆୟୁଷ ମନ୍ତ୍ରଣାଳୟ (ଏମ୍‌ଓଏ) ‘ଆୟୁର୍ବେଦ ଆହାର' ଉତ୍ପାଦ ଗୁଡିକ ପାଇଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି


‘ଆୟୁର୍ବେଦ ଆହାର'ର ଉତ୍ପାଦନ ଏବଂ ବିପଣନ କ୍ଷେତ୍ରରେ ଗୁଣାତ୍ମକ ମାନ ଆଣିବା ପାଇଁ କଠୋର ସୁରକ୍ଷା ଏବଂ ଗୁଣାତ୍ମକ ମାନର ପ୍ରଚଳନ - ଆୟୁଷ ମନ୍ତ୍ରଣାଳୟ

Posted On: 12 MAY 2022 5:20PM by PIB Bhubaneshwar

ଖାଦ୍ୟ ନିୟନ୍ତ୍ରଣ ପାଇଁ ଭାରତର ସର୍ବୋଚ୍ଚ ସଂସ୍ଥା ଭାରତୀୟ ଖାଦ୍ୟ ନିରାପତା ଏବଂ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ଏବଂ ଆୟୁଷ ମନ୍ତ୍ରଣାଳୟ (ଏମ୍‌ଓଏ) ଏମ୍‌ଓଏଚ୍‌ଏଫ୍‌ଡବ୍ଲ୍ୟ ଅଧୀନରେ ଆୟୁର୍ବେଦ ଆହାର' ବର୍ଗରେ ଖାଦ୍ୟ ପଦାର୍ଥ ପାଇଁ ନିରାପତା ଏବଂ ଗୁଣାତ୍ମକ ମାନକର ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ବ୍ୟାପକ ପଦକ୍ଷେପ ଗୁଣାତ୍ମକ ଆୟୁର୍ବେଦ ଖାଦ୍ୟ ପଦାର୍ଥର ଉତ୍ପାଦନକୁ ସୁନିଶ୍ଚିତ କରିବ ଏବଂ ମେକ୍ - ଇନ୍ - ଇଣ୍ଡିଆ ଉତ୍ପାଦ ଗୁଡିକ ପାଇଁ ଆନ୍ତର୍ଜାତିକ ବଜାର ବିସ୍ତାର କରିବାରେ ସାହାଯ୍ୟ କରିବ । ଆୟୁଷ ମନ୍ତ୍ରଣାଳୟ ନିଶ୍ଚିତ ଯେ ଏହି ନିୟମାବଳୀ ଗୁଡ଼ିକ ଆୟୁଷ ବ୍ୟବସ୍ଥାର ସଂରକ୍ଷକ ଭାବରେ ଭାରତର ବିଶ୍ୱ ସ୍ତରୀୟ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ।

ନିୟମାବଳୀ ଅନୁଯାୟୀ, ‘ଆୟୁର୍ବେଦ ଆହାର' ଉତ୍ପାଦ ଗୁଡିକର ଉତ୍ପାଦନ ଏବଂ ବିପଣନ ବର୍ତମାନ ଖାଦ୍ୟ ନିରାପତା ଏବଂ ମାନକ (ଅୟେୁର୍ବେଦ ଆହାର) ନିୟମାବଳୀ, ୨୦୨୨ ନିୟମକୁ ପାଳନ କରିବ ଏବଂ ଏଫ୍‌ଏସ୍‌ଏସ୍‌ଏଆଇରୁ ଲାଇସେନ୍ସ / ଅନୁମୋଦନ ପାଇବା ପରେ ହିଁ କେବଳ ବଜାରରେ ଉପଲବ୍ଧ ହେବ । "ଆୟୁର୍ବେଦ ଆହାରଶ୍ରେଣୀ ପାଇଁ ସ୍ୱତନ୍ତ୍ର ଲୋଗୋ ତିଆରି କରାଯାଇଛି, ଯାହା ଆୟୁର୍ବେଦ ଖାଦ୍ୟ ପଦାର୍ଥ ଗୁଡିକରେ ସହଜରେ ଗୁଣବତାକୁ ଚିହ୍ନଟ କରିବ ଏବଂ ଗୁଣବତାକୁ ସୁଦୃଢ଼ କରିବାରେ ସହଜ ହେବ ।

ଆୟୁଷ ମନ୍ତ୍ରଣାଳୟର ଏକ ବୁଝାମଣା ଅନୁଯାୟୀ, ଖାଦ୍ୟକୁ ସୁରକ୍ଷିତ ରଖିବା ଏବଂ ଗୁଣବତାକୁ ବଜାୟ ରଖିବା ହେଉଛି ଉତ୍ପାଦକ, ଗ୍ରାହକ ମାନଙ୍କର ଏକ ସହଭାଗୀ ଦାୟିତ୍ୱ ଅଟେ ଏବଂ ଆମ ଦ୍ୱାରା ଉପଭୋଗ କରା ଯାଉଥିବା ଭୋଜନକୁ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର କରିବାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଆମ ସମସ୍ତଙ୍କର ଭୂମିକା ରହିଛି । କୋଭିଡ୍ - ୧୯ ମହାମାରୀ ପୁଣି ଥରେ ଆସିବା ପରେ ଖାଦ୍ୟ, ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ଥିରତା ଉପରେ ଧ୍ୟାନ ଦିଆଯିବା ପରେ ଏହାକୁ ଆହୁରି ମଜଭୁତ କରା ଯାଇଛି ।

ନିୟମାବଳୀ ଅନୁଯାୟୀ, ଆୟୁର୍ବେଦର ପ୍ରାଧିକୃତ ପୁସ୍ତକରେ ବର୍ଣ୍ଣିତ ରେସିପି/ ଉପାଦାନ/ ପ୍ରକ୍ରିୟା ଅନୁଯାୟୀ ପ୍ରସ୍ତୁତ କରା ଯାଇଥିବା ସମସ୍ତ ଖାଦ୍ୟ ସାମଗ୍ରୀ/ ଉପାଦାନ/ ପ୍ରକ୍ରିୟାଗୁଡ଼ିକୁ "ଆୟୁର୍ବେଦ ଆହାରଭାବରେ ବିବେଚନା କରାଯିବ । ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖାଦ୍ୟର ରେସିପି ଏବଂ ଉପାଦାନ, ନିର୍ଦ୍ଦିଷ୍ଟ ଶାରିରୀକ ଆବଶ୍ୟକତା ସମୂହ ଏବଂ ନିର୍ଦ୍ଦଷ୍ଟ ରୋଗ ସମୟରେ କିମ୍ବା ପରେ ଏହାକୁ ବ୍ୟବହାର କରିବା ପାଇଁ ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥ, ଆୟୁର୍ବେଦର ପଥ୍ୟ ରୂପରେ କୁହା ଯାଉଥିବା ବ୍ୟାଧି ଏହି ନିୟମାବଳୀ ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ । 

ଆୟୁର୍ବେଦ ଆହାର'ର ଲେବେଲିଂ (ଛାପ)ରେ ଉଦ୍ଦିଷ୍ଟ ଉଦ୍ଦେଶ୍ୟ, ଲକ୍ଷ୍ୟଭୁକ୍ତ ଗ୍ରାହକ ଗୋଷ୍ଠୀ, ବ୍ୟବହାରର ସୁପାରିସ ସମୟ ଏବଂ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଆବଶ୍ୟକତା ଉଲ୍ଲେଖ କରାଯିବ । ବିଭିନ୍ନ ବର୍ଗର ଆୟୁର୍ବେଦ ଆହାର' ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦାବି ଏବଂ ରୋଗର ବିପଦକୁ ହ୍ରାସ କରିବା ଦାବି ଏବଂ ସେଗୁଡିକର ଅନୁମୋଦନ ପ୍ରକ୍ରିୟା ନିୟମରେ ଉଲି୍ଲଖିତ ଆବଶ୍ୟକତା ଅନୁଯାୟୀ ହେବ । ତେବେ, ‘ଆୟୁର୍ବେଦ ଆହାର'ରେ ଆୟୁର୍ବେଦିକ୍ ଔଷଧ କିମ୍ବା ମାଲିକାନାଭୁକ୍ତ ଆୟୁର୍ବେଦିକ୍ ଔଷଧ ଏବଂ ଔଷଧୀୟ ଉତ୍ପାଦ, ପ୍ରସାଧନ ସାମଗ୍ରୀ, ନାର୍କୋଟିକ୍ (ନିଶାଯୁକ୍ତ) କିମ୍ବା ସାଇକୋଟ୍ରପିକ୍ ପଦାର୍ଥ ଏବଂ ଜଡିବୁଟି ଅନ୍ତର୍ଭୁକ୍ତ ହେବ ନାହିଁ । ଅଧିକନ୍ତୁ, ଆୟୁର୍ବେଦ ଆହାର ମଧ୍ୟ ୨ ବର୍ଷରୁ କମ୍ ବୟସର ଛୋଟ ପିଲାମାନଙ୍କ ପାଇଁ ସୁପାରିସ କରାଯାଏ ନାହିଁ ।

 

 ‘ଆୟୁର୍ବେଦ ଆହାର'ର ବ୍ୟବହାର ପାଇଁ ପୂର୍ବ ଅନୁମୋଦନ ଆବଶ୍ୟକ ଅଟେ, ତାହା ଖାଦ୍ୟ ନିରାପତା ଏବଂ ମାନକ (ଅଣ - ନିର୍ଦ୍ଦିଷ୍ଟ ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀ ପାଇଁ ଅନୁମୋଦନ) ନିୟମାବଳୀ, ୨୦୧୭ ଅନୁଯାୟୀ ହେବ । ଏଫ୍‌ଏସ୍‌ଏସ୍‌ଏଆଇ ଏଥି ସହିତ ସମ୍ପୃକ୍ତ ବିଶେଷଜ୍ଞ ମାନଙ୍କୁ ନେଇ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଏକ ବିଶେଷଜ୍ଞ କମିଟି ଗଠନ କରିବ । ଦାବି ଏବଂ ଉତ୍ପାଦ ଗୁଡିକର ଅନୁମୋଦନ ଉପରେ ସୁପାରିସ ପ୍ରଦାନ କରିବା ପାଇଁ ଏଫ୍‌ଏସ୍‌ଏସ୍‌ଏଆଇର ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରି ପଞ୍ଜିକରଣ କିମ୍ବା ଲାଇସେନ୍ସ କିମ୍ବା "ଆୟୁର୍ବେଦ ଆହାରସମ୍ବନ୍ଧୀୟ ଗୁଣାତ୍ମକ ସମସ୍ୟାର ସମାଧାନ ପାଇଁ କମିଟି ମଧ୍ୟ କ୍ଷମତା ପ୍ରଦାନ କରିବ ।

ଖାଦ୍ୟ ବ୍ୟବସାୟ ଅପରେଟରଙ୍କୁ ଖାଦ୍ୟ ନିରାପତା ଏବଂ ମାନକ ନିୟମାବଳୀ, ପ୍ରାସଙ୍ଗିକ ବିଆଇଏସ୍ ନିର୍ଦ୍ଦିଷ୍ଟତା ଅନୁଯାୟୀ ବ୍ୟାଖ୍ୟା କରା ଯାଇଥିବା ମାନଦଣ୍ଡ ଅନୁସାରେ ଉପଦାନ ଗୁଡିକ ପାଇଁ ଗୁଣାତ୍ମକ ମାନକ ଗୁଡିକର ପାଳନ କରିବାକୁ ହେବ ।

****

SSP

 



(Release ID: 1824904) Visitor Counter : 179