ପୋଷ୍ଟ କରାଯିବା ଦିନାଙ୍କ:
04 MAY 2022 6:08PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ଉପରେ ଆନ୍ତର୍ଜାତୀୟ ସମ୍ମିଳନୀର ଚତୁର୍ଥ ସଂସ୍କରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅଧିବେଶନକୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାନ୍ୟବର ସ୍କଟ ମୋରିସନ, ଘାନା ରାଷ୍ଟ୍ରପତି ନାନା ଆଡୋ ଡାନ୍କ୍ୱା ଆକୁଫୋ ଆଡୋ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ମାଡାଗାସ୍କାରର ରାଷ୍ଟ୍ରପତି ମାନ୍ୟବର ଆଣ୍ଡ୍ରି ନିରିନା ରାଜୋଏଲିନା ମଧ୍ୟ ସମ୍ବୋଧିତ କରିଥିଲେ ।
ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମାବେଶକୁ ମନେ ପକାଇ ଦେଇଛନ୍ତି ଯେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରତିଶ୍ରୁତି କାହାକୁ ପଛରେ ପକାଇବ ନାହିଁ । ସେ କହିଛନ୍ତି, ସେଥିପାଇଁ ଆମେ ଆଗାମୀ ପୀଢିର ଭିତ୍ତିଭୂମି ର୍ନିମାଣ କରି ଗରିବ ଏବଂ ସବୁଠାରୁ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି ଲୋକମାନଙ୍କ ପାଇଁ ଏବଂ ସେମାନଙ୍କୁ ଉଚ୍ଚମାନର, ର୍ନିଭରଶୀଳ ଏବଂ ଏକ ସମାନ ଢଙ୍ଗରେ ସ୍ଥାୟୀ ସେବାଗୁଡିକ ଯୋଗାଇ ଦିଆଯାଉଛି । କୌଣସି ଭିତ୍ତିଭୂମି ଅଭିବୃଦ୍ଧିର କାହାଣୀରେ ଲୋକମାନେ ନିଶ୍ଚୟ ରହିବେ । ତାହା ଠିକ୍ ସେହିଭଳି ଯାହା ଆମେ ଭାରତରେ କରୁଛୁ ବୋଲି ସେ କହଛନ୍ତି ।
ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ବିଦ୍ୟୁତ୍, ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତରେ ମୌଳିକ ସେବା ଯୋଗାଣକୁ ଭାରତ ବୃଦ୍ଧି କରୁଥିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ଆମେ ପ୍ରତ୍ୟକ୍ଷ ଭାବରେ ମୁକାବିଲା କରୁଛୁ । ସେଥିପାଇଁ, ସିଓପି-୨୬ ରେ ଆମର ବିକାଶ ପ୍ରୟାସ ସହିତ ସମାନ୍ତରାଳ ଭାବରେ ୨୦୭୦ ସୁଦ୍ଧା 'ନେଟ୍ ଜିରୋ' ହାସଲ କରିବାକୁ ଆମେ ପ୍ରତିଶ୍ରୁତି ଦେଇଛୁ ।
ମାନବ ସମ୍ବଳର ଅଭିବୃଦ୍ଧିରେ ଭିତ୍ତିଭୂମିର ମହତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଭିତ୍ତିଭୂମିର କ୍ଷତି ପୀଢିି ପରେ ପୀଢିର କ୍ଷତି ଘଟାଇଥାଏ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପଚାରିଛନ୍ତି ଯେ ଆମର ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନ ସହିତ, ଆମେ ସହନଶୀଳ ଭିତ୍ତିଭୂମି ସୃଷ୍ଟି କରିପାରିବା କି ଯାହା ସ୍ଥାୟୀ ଅଟେ? ଏହି ଆହ୍ୱାନକୁୁ ଚିହ୍ନଟ ସିଡିଆରଆଇର ର୍ନିମାଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମିଳିତ ମଞ୍ଚର ସମ୍ପ୍ରସାରଣ ଏବଂ ବହୁମୂଲ୍ୟ ଅବଦାନ ରହିଛି । ସିଓପି-୨୬ ଏବଂ ସିଡିଆରଇ କାର୍ଯ୍ୟ ଦ୍ୱାରା “ସହନଶୀଳ ରାଜ୍ୟ ପାଇଁ ଭିତ୍ତିଭୂମି” ପ୍ରୋତ୍ସାହନ ଶୁଭାରମ୍ଭ ସଂକ୍ରାନ୍ତରେ ଉଲ୍ଲେଖ କରିବା ସହିତ ବିଶ୍ୱର ୧୫୦ ବିମାନବନ୍ଦରର ଉପରେ ସହନଶୀଳ ଅଧ୍ୟୟନ କରାଯାଉଥିବା କହିଛନ୍ତି । ସିଡିଆରଆଇ ଦ୍ୱାରା ପରିଚାଳିତ ‘ଭିତ୍ତିଭୂମି କ୍ଷେତ୍ରରେ ବିପର୍ଯ୍ୟୟ ସହନଶୀଳତାର ବିଶ୍ୱସ୍ତରୀୟ ଆକଳନ” ବିଶ୍ୱ ସ୍ତରୀୟ ଜ୍ଞାନ ସୃଷ୍ଟି କରିବାରେ ସାହାଯ୍ୟ କରିବ ଯାହା ଅତ୍ୟନ୍ତ ମୂଲ୍ୟବାନ ହେବ ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ଭବିଷ୍ୟତକୁ ସହନଶୀଳ କରିବା ପାଇଁ ଆମକୁ ‘ସହନଶୀଳ ଭିତ୍ତିଭୂମି ପରିବର୍ତ୍ତନ' ଦିଗରେ କାର୍ଯ୍ୟ କରିବାକୁ ପଡିବ । ସହନଶୀଳ ଭିତ୍ତିଭୂମି ମଧ୍ୟ ଆମର ବ୍ୟାପକ ପରିବର୍ତ୍ତନ ପ୍ରୟାସର କେନ୍ଦ୍ରବିନ୍ଦୁ ହୋଇପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆମେ ଭିତ୍ତିଭୂମିକୁ ସହନଶୀଳ କରିଥାଉ, ତେବେ ଆମେ କେବଳ ନିଜ ପାଇଁ ନୁହେଁ ବରଂ ଅନେକ ଭବିଷ୍ୟତ ପୀଢି ପାଇଁ ବିପର୍ଯ୍ୟୟକୁ ରୋକିଥାଉ ।
HS