ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ଚତୁର୍ଥ ସଂସ୍କରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ


“ପରବର୍ତ୍ତୀ ପୀଢିର ଭିତ୍ତିଭୂମି ର୍ନିମାଣ କରି ସେମାନଙ୍କର ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ଗରିବ ଏବଂ ସବୁଠାରୁ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟୁ ବୋଲି ସେ କହିଛନ୍ତି ।”

“କୌଣସି ଭିତ୍ତିଭୂମି ଅଭିବୃଦ୍ଧିର କାହାଣୀର କେନ୍ଦ୍ରସ୍ଥଳରେ ଲୋକମାନେ ନିଶ୍ଚୟ ରହିବେ । ତାହା ଠିକ୍‍ ସେହିଭଳି ଯାହା ଆମେ ଭାରତରେ କରୁଛୁ ।”

“ଯଦି ଆମେ ସହନଶୀଳ ଭିତ୍ତିଭୂମି ପ୍ରସ୍ତୁତ କରିବୁ, ତେବେ ଆମେ କେବଳ ନିଜ ପାଇଁ ନୁହେଁ ବରଂ ଅନେକ ଭବିଷ୍ୟତ ପୀଢି ପାଇଁ ବିପର୍ଯ୍ୟୟକୁ ରୋକିପାରିବା ବୋଲି ସେ କହିଛନ୍ତି ।”

Posted On: 04 MAY 2022 6:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ଉପରେ ଆନ୍ତର୍ଜାତୀୟ ସମ୍ମିଳନୀର ଚତୁର୍ଥ ସଂସ୍କରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅଧିବେଶନକୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାନ୍ୟବର ସ୍କଟ ମୋରିସନ, ଘାନା ରାଷ୍ଟ୍ରପତି ନାନା ଆଡୋ ଡାନ୍‍କ୍ୱା ଆକୁଫୋ ଆଡୋ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ମାଡାଗାସ୍କାରର ରାଷ୍ଟ୍ରପତି ମାନ୍ୟବର ଆଣ୍ଡ୍ରି ନିରିନା ରାଜୋଏଲିନା ମଧ୍ୟ ସମ୍ବୋଧିତ କରିଥିଲେ । 

ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମାବେଶକୁ ମନେ ପକାଇ ଦେଇଛନ୍ତି ଯେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରତିଶ୍ରୁତି କାହାକୁ ପଛରେ ପକାଇବ ନାହିଁ । ସେ କହିଛନ୍ତି, ସେଥିପାଇଁ ଆମେ ଆଗାମୀ ପୀଢିର ଭିତ୍ତିଭୂମି ର୍ନିମାଣ କରି ଗରିବ ଏବଂ ସବୁଠାରୁ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି ଲୋକମାନଙ୍କ ପାଇଁ ଏବଂ ସେମାନଙ୍କୁ ଉଚ୍ଚମାନର, ର୍ନିଭରଶୀଳ ଏବଂ ଏକ ସମାନ ଢଙ୍ଗରେ ସ୍ଥାୟୀ ସେବାଗୁଡିକ ଯୋଗାଇ ଦିଆଯାଉଛି । କୌଣସି ଭିତ୍ତିଭୂମି ଅଭିବୃଦ୍ଧିର କାହାଣୀରେ ଲୋକମାନେ ନିଶ୍ଚୟ ରହିବେ । ତାହା ଠିକ୍‍ ସେହିଭଳି ଯାହା ଆମେ ଭାରତରେ କରୁଛୁ ବୋଲି ସେ କହଛନ୍ତି ।

ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ବିଦ୍ୟୁତ୍‍, ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତରେ ମୌଳିକ ସେବା ଯୋଗାଣକୁ ଭାରତ ବୃଦ୍ଧି କରୁଥିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ଆମେ ପ୍ରତ୍ୟକ୍ଷ ଭାବରେ ମୁକାବିଲା କରୁଛୁ । ସେଥିପାଇଁ, ସିଓପି-୨୬ ରେ ଆମର ବିକାଶ ପ୍ରୟାସ ସହିତ ସମାନ୍ତରାଳ ଭାବରେ ୨୦୭୦ ସୁଦ୍ଧା 'ନେଟ୍ ଜିରୋ' ହାସଲ କରିବାକୁ ଆମେ ପ୍ରତିଶ୍ରୁତି ଦେଇଛୁ ।

ମାନବ ସମ୍ବଳର ଅଭିବୃଦ୍ଧିରେ ଭିତ୍ତିଭୂମିର ମହତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଭିତ୍ତିଭୂମିର କ୍ଷତି ପୀଢିି ପରେ ପୀଢିର କ୍ଷତି ଘଟାଇଥାଏ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପଚାରିଛନ୍ତି ଯେ ଆମର ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନ ସହିତ, ଆମେ ସହନଶୀଳ ଭିତ୍ତିଭୂମି ସୃଷ୍ଟି କରିପାରିବା କି ଯାହା ସ୍ଥାୟୀ ଅଟେ? ଏହି ଆହ୍ୱାନକୁୁ ଚିହ୍ନଟ ସିଡିଆରଆଇର ର୍ନିମାଣକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମିଳିତ ମଞ୍ଚର ସମ୍ପ୍ରସାରଣ ଏବଂ ବହୁମୂଲ୍ୟ ଅବଦାନ ରହିଛି । ସିଓପି-୨୬ ଏବଂ ସିଡିଆରଇ କାର୍ଯ୍ୟ ଦ୍ୱାରା “ସହନଶୀଳ ରାଜ୍ୟ ପାଇଁ ଭିତ୍ତିଭୂମି” ପ୍ରୋତ୍ସାହନ ଶୁଭାରମ୍ଭ ସଂକ୍ରାନ୍ତରେ ଉଲ୍ଲେଖ କରିବା ସହିତ ବିଶ୍ୱର ୧୫୦ ବିମାନବନ୍ଦରର ଉପରେ ସହନଶୀଳ ଅଧ୍ୟୟନ କରାଯାଉଥିବା କହିଛନ୍ତି । ସିଡିଆରଆଇ ଦ୍ୱାରା ପରିଚାଳିତ ‘ଭିତ୍ତିଭୂମି କ୍ଷେତ୍ରରେ ବିପର୍ଯ୍ୟୟ ସହନଶୀଳତାର ବିଶ୍ୱସ୍ତରୀୟ ଆକଳନ” ବିଶ୍ୱ ସ୍ତରୀୟ ଜ୍ଞାନ ସୃଷ୍ଟି କରିବାରେ ସାହାଯ୍ୟ କରିବ ଯାହା ଅତ୍ୟନ୍ତ ମୂଲ୍ୟବାନ ହେବ ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ଭବିଷ୍ୟତକୁ ସହନଶୀଳ କରିବା ପାଇଁ ଆମକୁ ‘ସହନଶୀଳ ଭିତ୍ତିଭୂମି ପରିବର୍ତ୍ତନ' ଦିଗରେ କାର୍ଯ୍ୟ କରିବାକୁ ପଡିବ । ସହନଶୀଳ ଭିତ୍ତିଭୂମି ମଧ୍ୟ ଆମର ବ୍ୟାପକ ପରିବର୍ତ୍ତନ ପ୍ରୟାସର କେନ୍ଦ୍ରବିନ୍ଦୁ ହୋଇପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆମେ ଭିତ୍ତିଭୂମିକୁ ସହନଶୀଳ କରିଥାଉ, ତେବେ ଆମେ କେବଳ ନିଜ ପାଇଁ ନୁହେଁ ବରଂ ଅନେକ ଭବିଷ୍ୟତ ପୀଢି ପାଇଁ ବିପର୍ଯ୍ୟୟକୁ ରୋକିଥାଉ ।

HS


(Release ID: 1822794) Visitor Counter : 142