ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କେନ୍ଦ୍ର କ୍ୟାବିନେଟ ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ବିଭାଗ (ଡିଏସଆଇଆର) ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ସହ ପରାମର୍ଶ ବିକାଶ କେନ୍ଦ୍ର (ସିଡିସି)ର କର୍ମଚାରୀ, ଚଳନ୍ତି ସମ୍ପତ୍ତି ଓ ଦେୟ ସହ ବିଲୟକୁ ମଞ୍ଜୁରି ପ୍ରଦାନ କଲେ

Posted On: 27 APR 2022 4:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିମ୍ନ ପଦକ୍ଷେପଗୁଡିକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ପରାମର୍ଶ ବିକାଶ କେନ୍ଦ୍ର (ସିଡିସି)ରେ କାର୍ଯ୍ୟରତ ୧୩ କର୍ମଚାରୀଙ୍କୁ ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)ରେ ତେର (୧୩) ଅତିରିକ୍ତ ପଦବୀ ସୃଷ୍ଟି କରି ନିୟୋଜିତ କରାଯିବ ।

ଇଣ୍ଡିଆ ହାବିଟାଟ ସେଣ୍ଟର, ନୂଆଦିଲ୍ଲୀରେ ପରାମର୍ଶ ବିକାଶ କେନ୍ଦ୍ର (ସିଡିସି) ଅଧିନରେ ଥିବା ପରିସରକୁ ପୁନଃ ଆବଣ୍ଚନ ପାଇଁ ଇଣ୍ଡିଆ ହାବିଟାଟ ସେଣ୍ଟରକୁ ପ୍ରଦାନ କରାଯିବ ଓ ପୁନଃ ଆବଣ୍ଟନରୁ ପ୍ରାପ୍ତ ରାଶି ଭାରତ ସଞ୍ଚୟ ନିଧିରେ ଜମା ହେବ ।

ବିଳୟ ପରେ ପରାମର୍ଶ ବିକାଶ କେନ୍ଦ୍ର (ସିଡିସି)ର ସମସ୍ତ ଚଳନ୍ତି ସମ୍ପତ୍ତି ଓ ଦେୟ ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)କୁ ହସ୍ତାନ୍ତରିତ ହୋଇଯିବ ।

ମୁଖ୍ୟ ପ୍ରଭାବ:

ଏହି ଦୁଇଟି ସଂସ୍ଥାର ବିଲୟ କେବଳ ବିଭାଗୀୟ କାମକୁ ସୁବ୍ୟବସ୍ଥିତ କରିବ ନାହିଁ ବରଂ ଏହା ପ୍ରଧାନମନ୍ତ୍ରୀଙ୍କ ସର୍ବନିମ୍ନ ସରକାର- ସର୍ବାଧିକ ଶାସନ ଆହ୍ୱାନର ଅନୁରୂପ ହେବ । ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)କୁ ଶିକ୍ଷା, ବୈଷୟିକ ନିର୍ଗମ ଆଦି ସହ ସମ୍ବନ୍ଧିତ ପରାମର୍ଶ କ୍ଷେତ୍ରରେ ସିଡିସିର ଅନୁଭବୀ କର୍ମଚାରୀମାନଙ୍କ ସେବାର ଲାଭ ମିଳିପାରିବ । ଏହି ବିଲୟ ଯୋଗୁଁ ସିଏସଆଇଆରର ନିମ୍ନ ଆବଶ୍ୟକତାଗୁଡିକର ମାନ ବୃଦ୍ଧି ହେବାର ଆଶା ରହିଛି ।

ପ୍ରକଳ୍ପଗୁଡିକର ବୈଷୟିକ-ବ୍ୟାବସାୟିକ ଆକଳନ ।

କ୍ଷେତ୍ରରେ ନିୟୋଜିତ ସିଏସଆଇଆରର ପ୍ରଯୁକ୍ତିଗୁଡିକର ସାମାଜିକ-ଆର୍ଥିକ ପ୍ରଭାବ ବିଶ୍ଳେଷଣ

ହିତଧାରକମାନଙ୍କ ଆବଶ୍ୟକତା ପୂରଣ କରିବା ବା ବଜାର ସମ୍ବନ୍ଧିତ ପ୍ରସ୍ତୁତି ପାଇଁ ସିଏସଆଇଆରର ପ୍ରଯୁକ୍ତି ଆଧାରିତ ପ୍ରୋଟୋଟାଇପର ବିକାଶ ଓ ସିଏସଆଇଆରର ପ୍ରଯୁକ୍ତିଗୁଡିକର କାର୍ଯ୍ୟାନ୍ୱୟନ ପାଇଁ ବିସ୍ତୃତ ଡିଜାଇନ ଓ  ଇଞ୍ଜିନିୟରିଂ ପ୍ରସ୍ତୁତି ପାଇଁ ଉପଯୁକ୍ତ ପରାମର୍ଶଦାତା ଚୟନ ।

ବାଣିଜ୍ୟ ବିକାଶ କାର୍ଯ୍ୟକ୍ରମଗୁଡିକ

SR



(Release ID: 1820743) Visitor Counter : 120