ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

 ଏପ୍ରିଲ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତରେ ଯିବେ


ଦିଫୁ ଠାରେ ‘ଶାନ୍ତି, ଏକତା ଏବଂ ବିକାଶ ରାଲି'କୁ  ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ

କର୍ବି ଆଙ୍ଗଲଙ୍ଗ ଠାରେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ପାଇଁ ୫୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ସାତୋଟି କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଆସାମରେ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆସାମରେ ୨୯୫୦ ରୁ ଅଧିକ ଅମୃତ ସରୋବର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଯାହା ପ୍ରାୟ ୧୧୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଛି

Posted On: 26 APR 2022 6:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଏପ୍ରିଲ ୨୦୨୨ ରେ ଆସାମ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ସେ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ଦିଫୁ ଠାରେ "ଶାନ୍ତି, ଏକତା ଏବଂ ବିକାଶ ରାଲି'କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୧:୪୫ ସମୟରେ ପ୍ରଧାନମନ୍ତ୍ରୀ ଦିବ୍ରୁଗଡରେ ଥିବା ଆସାମ ମେଡିକାଲ୍ କଲେଜରେ ପହଞ୍ଚିବେ ଏବଂ ଦିବ୍ରୁଗଡ କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ସେ ଡିବ୍ରୁଗଡ଼ର ଖାନିକର ଗ୍ରାଉଣ୍ଡରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଦେଶକୁ ଆଉ ୭ଟି କର୍କଟ ଡାକ୍ତରଖାନା ଉତ୍ସର୍ଗ କରିବେ ଏବଂ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଦିବୁ, କର୍ବି ଆଙ୍ଗଲଙ୍ଗରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଅଦମ୍ୟ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ଶାନ୍ତି ଏବଂ ବିକାଶ ଦିଗରେ ଭାରତ ସରକାର ଏବଂ ଆସାମ ସରକାର ଛଅଟି କାର୍ବି ସନ୍ତ୍ରାସବାଦୀ ଗୋଷ୍ଠି ସହିତ ମେମୋରେଣ୍ଡମ୍ ଅଫ୍ ସେଟେଲମେଣ୍ଟଣ୍ଟ (ଏମ୍‍ଓଏସ୍‍) ସ୍ୱାକ୍ଷର କରି ଏହାର ଉଦାହରଣ ଦେଇଛନ୍ତି । ଏହି ଏମ୍‍ଓଏସ୍‍ ଏହି ଅଞ୍ଚଳରେ ଶାନ୍ତିର ଏକ ନୂତନ ଯୁଗ ଆରମ୍ଭ କରିଛି  "ଶାନ୍ତି, ଏକତା ଏବଂ ବିକାଶ ରାଲି'ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସମଗ୍ର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ଼ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ (ଡିଫୁ), ଡିଗ୍ରୀ କଲେଜ (ପଶ୍ଚିମ କାର୍ବି ଆଙ୍ଗଲଙ୍ଗ) ଏବଂ କୃଷି ମହାବିଦ୍ୟାଳୟ (କୋଲୋଙ୍ଗା, ପଶ୍ଚିମ କାର୍ବି ଆଙ୍ଗଲଙ୍ଗ) ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୫୦୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳରେ ଦକ୍ଷତା ଏବଂ ନିଯୁକ୍ତି ପାଇଁ ନୂତନ ସୁଯୋଗ ଆଣିଦେବ ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ୨୯୫୦ ରୁ ଅଧିକ ଅମୃତ ସରୋବର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାଜ୍ୟରେ ପ୍ରାୟ ୧୧୫୦ କୋଟି ଟଙ୍କା ବ୍ୟୟରେ ଏହି ଅମୃତ ସରୋବରର ବିକାଶ କରାଯିବ ।

ଦିବ୍ରୁଗଡରେ ପ୍ରଧାନମନ୍ତ୍ରୀ

ସମଗ୍ର ରାଜ୍ୟରେ ୧୭ଟି କ୍ୟାନସର କେୟାର ହସ୍ପିଟାଲ ସହିତ ଆସାମ କ୍ୟାନସର କେୟାର ଫାଉଣ୍ଡେସନ, ଆସାମ ସରକାର ଏବଂ ଟାଟା ଟ୍ରଷ୍ଟର ମିଳିତ ଉଦ୍ୟମରେ ଦକ୍ଷିଣ ଏସିଆର ସର୍ବ ବୃହତ ସୁଲଭ ମୂଲ୍ୟରେ କର୍କଟ ଚିକିତ୍ସା ନେଟୱାର୍କ ର୍ନିମାଣ ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୧୦ ଟି ଡାକ୍ତରଖାନା ମଧ୍ୟରୁ ସାତୋଟି ଡାକ୍ତରଖାନା ର୍ନିମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନୋଟି ଡାକ୍ତରଖାନା ବିଭିନ୍ନ ସ୍ତରରେ ର୍ନିମାଣ କାର୍ଯ୍ୟ ଶେଷ ହୋଇଛି ।  ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ସାତଟି ନୂତନ କର୍କଟ ଡାକ୍ତରଖାନା ର୍ନିମାଣ କରାଯିବ ।

ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ସମାପ୍ତ ହୋଇଥିବା ସାତୋଟି କର୍କଟ ଡାକ୍ତରଖାନାକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କର୍କଟ ଡାକ୍ତରଖାନାଗୁଡ଼ିକ ଡିବ୍ରୁଗଡ଼, କୋକ୍ରାଝର, ବାରପେଟା, ଡାରାଙ୍ଗ, ତେଜପୁର, ଲଖୀମପୁର ଏବଂ ଜୋରହାଟରେ ର୍ନିମିତ ହୋଇଛି । ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଧୁବ୍ରି, ନାଲବାରୀ, ଗୋଲପାରା, ନାଗାଓଁ, ଶିବସାଗର, ତିନ୍‍ସୁକିଆ ଏବଂ ଗୋଲାଘାଟରେ ର୍ନିମାଣ ହେବାକୁ ଥିବା ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।

HS

 

 



(Release ID: 1820322) Visitor Counter : 124